କଲବଲ କଲାଣି ମଶା, କର୍ତ୍ତୃପକ୍ଷ ନୀରବ

ସୋନପୁର,୨୨ା୩(ନି.ପ୍ର.): ମଶା ଉପଦ୍ରବରେ ଅତିଷ୍ଠ ହେଲେଣି ସୁବର୍ଣ୍ଣପୁର ସହରବାସୀ । ରାତି କଥା ଛାଡନ୍ତୁ ଦିନରେ ବସିବା କି ଛିଡାହେବା କଷ୍ଟକର ହୋଇପଡିଛି। ମଶାଙ୍କ ବିତ୍ପାତରେ ସହରବାସୀ ଯନ୍ତ୍ରଣାରେ ଦିନ କାଟୁଛନ୍ତି। ପରିସ୍ଥିତି ଏପରି ହୋଇଛି ଯେ ଲୋକେ ଦିନରେ ବି ମଶା ଧୂପ ଲଗାଇ ରଖୁଛନ୍ତି। ହେଲେ ବିଡମ୍ବନା, ଏହାର ନିରାକରଣ ନେଇ ପୌରପରିଷଦ ପକ୍ଷରୁ ସେମିତି କିଛି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉନି। ଯାହାର ଫଳସ୍ବରୂପ ମ୍ୟାଲେରିଆ, ଡେଙ୍ଗୁ ଭଳି ମାରାତ୍ମକ ରୋଗ ବ୍ୟାପିବା ଆଶଙ୍କା ଦେଖାଦେଇଛି। ବାରମ୍ବାର ଅଭିଯୋଗ ପରେ ବି ପୌର ପରିଷଦର ଦାୟିତ୍ୱ ହୀନତା ପାଇଁ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଏମିତିକି ଲୋକେ ଆନ୍ଦୋଳନ ପାଇଁ ସଜବାଜ ହେଲେଣି। ସୁବର୍ଣ୍ଣପୁର ସହରରେ ୧୫ଟି ଓ୍ବାର୍ଡରେ ମଶା ଧୂଆଁ ପ୍ରୟୋଗ ପୌର ପରିଷଦ ପକ୍ଷରୁ କରାଯାଉଥିବା ବେଳେ ଡ୍ରେନ୍‌ଗୁଡିକରେ ମଶା ନାଶକ ତେଲ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରୟୋଗର ବ୍ୟବସ୍ଥା ରହିଛି। ଏଥିପାଇଁ ପୌର ପରିଷଦରେ ସ୍ବତନ୍ତ୍ର ପାଣ୍ଠି ମଧ୍ୟ ରହିଛି। ହେଲେ ମଶା ଉପଦ୍ରବ ନିୟନ୍ତ୍ରଣ ପାଇଁ ପୌର ପରିଷଦ ଗୁରୁତ୍ୱ ଦେଉଛି ନା ସ୍ବାସ୍ଥ୍ୟ ବିଭାଗ ଯତ୍ନବାନ ହେଉଛି। ଯାହାଫଳରେ ମଶାଙ୍କ ଉପଦ୍ରବ ଅଣାୟତ୍ତ ହୋଇ ପଡିଛି। ଲୋକଙ୍କ ଅଭିଯୋଗ ପାଇ ପୌର ପରିଷଦ ପକ୍ଷରୁ ସହରର ବିଭିନ୍ନ ଓ୍ବାର୍ଡରେ ମଶା ଧୂଆଁ ବ୍ୟବହାର ହୋଇଥିଲା। ମାତ୍ର ତାହା ନିୟମିତ ଉପଯୋଗ ହେଉନି। ଦୀର୍ଘ ମାସ ପରେ ଗୋଟିଏ ଓ୍ବାର୍ଡରେ ମଶା ଧୂଆଁ ପ୍ରୟୋଗ କରାଯାଉଥିବା ସହରବାସୀ ଅଭିଯୋଗ କରିଛନ୍ତି। ପୌରପରିଷଦ ପକ୍ଷରୁ ୨ଟି ମଶା ଧୂଆଁ ମେଶିନ କିଣାଯାଇଛି। କିନ୍ତୁ ଏହାକୁ ଚଲାଇବା ପାଇଁ ଜଣେ ଲୋକ ନିଯୁକ୍ତ ଅଛନ୍ତି। ତେଣୁ ଗୋଟିଏ ମେଶିନ ହିଁ କାର୍ଯ୍ୟକ୍ଷମ ହୋଇପାରୁଛି। ଅନ୍ୟ ମେଶିନଟି କାର୍ଯ୍ୟାଳୟ ପରିସରରେ ପଡି ରହି ନଷ୍ଟ ହେଉଛି। ଡ୍ରେନ୍‌ରେ ଆଦୌ ବ୍ଲିଚିଂ ପାଉଡର ପକା ଯାଉ ନ ଥିବା ଅଭିଯୋଗ ହେଉଛି। ସେହିପରି ଡାକ୍ତରଖାନା ପକ୍ଷରୁ ମଶା ନାଶକ ତେଲ ସପ୍ତାହରେ ଥରେ ପ୍ରୟୋଗ କରାଯିବା କଥା। ମାତ୍ର ସେପରି ହେଉନି। ଫଳରେ ମଶାବଂଶ ବୃଦ୍ଧି ପାଇବାରେ ଲାଗିଛି। ଅନ୍ୟପକ୍ଷରେ ବିଭିନ୍ନ ଓ୍ବାର୍ଡରେ ପରିତ୍ୟକ୍ତ ଜଳାଶୟ ସହ ଡ୍ରେନ୍‌ ଗୁଡିକ ନିୟମିତ ସଫା ହେଉ ନାହିଁ। ଟ୍ରାକ୍ଟର ଅଭାବରୁ ଡ୍ରେନ୍‌ର ଅଳିଆ ଉଠା ଯାଇପାରୁନି। ଆବର୍ଜନା ପରିବେଶ ଯୋଗୁଁ ମଶା ବଢୁଥିବା ବେଳେ ନୂତନ ଭାବେ ଗଢି ଉଠିଥିବା ଶାନ୍ତିନଗର, ବିବେକାନନ୍ଦ ନଗର, ଗ୍ରୀଡକୋ କଲୋନି, ଉଦୟ ନଗର, ମାଣିକେଶ୍ୱରୀ ପ୍ଲଟ ଓ ଗୋକର୍ଣ୍ଣେଶ୍ୱରପଡା ଅଞ୍ଚଳରେ ବ୍ୟବସ୍ଥିତ ଭାବେ ଡ୍ରେନ୍‌ ନିର୍ମାଣ କରାଯାଇନି। ସହରବାସୀ ମଶାଙ୍କ ପ୍ରାଦୁର୍ଭାବ ଯୋଗୁଁ ଅତିଷ୍ଠ ହୋଇ ପଡିଲେଣି।
ଏ ସମ୍ପର୍କରେ ପୌରପରିଷଦର ନିର୍ବାହୀ ଅଧିକାରୀ ସୂର୍ଯ୍ୟାଂଶୁ ରୁଟଙ୍କୁ ପଚାରିବାରୁ କହିଛନ୍ତି ଯେ, ମଶା ଧୂଆଁ ପର୍ଯ୍ୟାୟ କ୍ରମେ ସମସ୍ତ ଅଞ୍ଚଳରେ ଦିଆଯାଉଛି। ଦୁଇଟି ମେଶିନ ଥିଲେ ହେଁ ଚଳାଇବା ଲୋକ ଜଣେ। ତେବେ ଦେଢମାସ ଧରି ଠିକା ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ଡ୍ରେନ ଠିକ ଭାବେ ସଫା ହୋଇ ପାରି ନ ଥିଲା । ଏବେ ସଫେଇ କାର୍ଯ୍ୟ ଓ ଡ୍ରେନ ସଫା ଠିକ ଭାବେ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?