ଗେଣ୍ଡୁଫୁଲ ଚାଷ ଦେଇଛି ପରିଚୟ

ଖଇରା, ୨୧।୩: ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ପଳସାସ୍ଥିତ ପଞ୍ଚାୟତସ୍ତରୀୟ ମହାସଂଘ ଜଗଜ୍ଜନନୀ ଗ୍ରୁପର ୬୦ସଦସ୍ୟ ଚଳିତବର୍ଷ ଗେଣ୍ଡୁଫୁଲ ଚାଷ କରି ସମଗ୍ର ଖଇରା ବ୍ଲକରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଅନ୍ୟ ସଂଘଗୁଡିକ ପାଇଁ ମଧ୍ୟ ସ୍ବାବଲମ୍ବୀ ହେବାର ଏକ ବାର୍ତ୍ତା ମଧ୍ୟ ପ୍ରଦାନ କରିଛନ୍ତି ା ତାଙ୍କର ଏହି ଫୁଲ ବଗିଚା ବୁଲିବା ପରେ ନିକଟରେ ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ, ବିଡିଓ ପର୍ଶୁରାମ ପଣ୍ଡା, ସ୍ଥାନୀୟ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ପ୍ରମୁଖ ମହିଳା ଗୋଷ୍ଠୀର ଏହି ପରିଶ୍ରମ ପାଇଁ ସେମାନଙ୍କୁ ପ୍ରଶଂସା କରିଛନ୍ତି ା ଏଭଳି ପରିଚୟରେ ଆମତ୍ନିର୍ଭରଶୀଳ ହେବାର ସ୍ବପ୍ନ ଦେଖିଥିବା ସଂଘ ସଭାପତି ଜ୍ୟୋତିପ୍ରଭା ବେହେରା, ସମ୍ପାଦିକା ରାଜଶ୍ରୀ ସାହୁ ଓ ଏମବିକେ ଅନିତାରାଣୀ ମହାନ୍ତି ୫ବର୍ଷ ପାଇଁ ଏହି ଫୁଲ ଚାଷ ଜାରି ରଖିବେ ବୋଲି କହିଛନ୍ତି।
ପ୍ରଥମେ ସଂଘ ସଦସ୍ୟମାନେ ଓଡିଶା ଜୀବିକା ମିଶନର ଅଧିକାରୀଙ୍କ ପରାମର୍ଶକ୍ରମେ ଫୁଲଚାଷ କରିବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ବ୍ୟାଙ୍କରୁ ୧ଲକ୍ଷ ୪୦ହଜାର ଟଙ୍କା ଋଣ ନେଇଥିଲେ। ଉଦ୍ୟାନ ବିଭାଗଠାରୁ ଚାରାନେବା ପରେ ପଳସା ପଞ୍ଚାୟତ ପଛପଟେ ଥିବା ୨ ଏକର ଜମିକୁ ଭଡାସୂତ୍ରରେ ଆଣି ସେଥିରେ ଚାଷ ଆରମ୍ଭ କରିଥିଲେ। ସମସ୍ତ ସଦସ୍ୟ ପରିବାର କାମ ଧନ୍ଦା ସାରିବା ପରେ ମାତ୍ର ୨ଘଣ୍ଟା ଲେଖାଏଁ ସମୟ ଦେଇ ଏହାର ଯତ୍ନ ନେଇଥିଲେ। ଏବେ ଗେଣ୍ଡୁଫୁଲ ଫୁଟି ବାସ୍ନା ଯେତେ ଯେତେ ଦୂରକୁ ଯାଉଛି ଉକ୍ତ ସଂଘର ପ୍ରଶଂସାର ସୁଅ ମଧ୍ୟ ସେହି ଅନୁପାତରେ ବଢିଚାଲିଛି ା ସବୁ ଆନନ୍ଦ ଭିତରେ ଫୁଲ ବିକ୍ରି ସମସ୍ୟା ସେମାନଙ୍କୁ ଟିକେ ଅଡୁଆରେ ପକାଇଛି ା ଖଇରା, କୁପାରୀ, ଡୁଙ୍ଗୁରା ଭଳି ବଜାରଗୁଡିକରେ ଫୁଲ ବ୍ୟବସାୟୀମାନେ କୋଲକାତା ଉପରେ ଫୁଲ ପାଇଁ ନିର୍ଭର କରୁଛନ୍ତି, ମାତ୍ର ସେହି ମୂଲ୍ୟରେ ସେମାନେ ସଂଘ ନିକଟରୁ ଫୁଲ କିଣିବାକୁୁ ଅନିଚ୍ଛା ପ୍ରକାଶ କରୁଛନ୍ତି ା ନେବାକୁ ବାଧ୍ୟ କଲେ କମ ଦରରେ ଦେବାକୁ କହୁଛନ୍ତି ଯାହା ମହିଳା ଗୋଷ୍ଠୀ ପାଇଁ ଅଡୁଆ ହେଉଛି। ତଥାପି ଅନେକ ଘରୋଇ ଲୋକ ନେଇଯାଉଥିବାରୁ ଖର୍ଚ୍ଚ ଭରଣା ହୋଇପାରୁଥିବା ସେମାନେ କହିଛନ୍ତି।

ଉତ୍କଳବନ୍ଧୁ ପଣ୍ଡା

 


Enter your email to get our daily news in your inbox.

All Right Reserved By Dharitri.Com

ନିଶାମୁକ୍ତ ଓଡିଶା ଅଭିଯାନ କାର୍ଯ୍ୟକ୍ରମ, ନିଶା ସେବନ ବିରୋଧରେ ଶପଥ ପାଠ କଲେ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଦିଗପହଣ୍ଡି ଥାନା ପକ୍ଷରୁ ନିଶାମୁକ୍ତ ଓଡିଶା ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ଚନ୍ଦ୍ରଗହଣରେ ହାନୀ ନୁହେଁ ଏହି ୩ରାଶିଙ୍କ ଫିଟିଯିବ ଭାଗ୍ୟ, ଧନବର୍ଷା ସାଙ୍ଗକୁ ମିଳିବ ବଡ଼ ଚାକିରିର ଅଫର୍‌…

କୌଣସି ବି ଗ୍ରହଣ, ତାହା ଚନ୍ଦ୍ରଗ୍ରହଣ ହେଉ କି ସୂର୍ଯ୍ୟଗ୍ରହଣ, ସବୁବେଳେ କ’ଣ ବର୍ବାଦୀ ନେଇ ଆସିଥାଏ? କାରଣ ପ୍ରାୟତଃ ଆମେ ଗ୍ରହଣ ନାମ ଶୁଣିବା ମାତ୍ରେ…

ପିହୁ ନିଖୋଜ ଘଟଣା,କ୍ରାଇମବ୍ରାଞ୍ଚ ନୁହେଁ ସିବିଆଇ ତଦନ୍ତ ହେଉ:ବିଶ୍ୱ ରଞ୍ଜନ

ବରୀ,୨୫।୮(ମହେନ୍ଦ୍ର ସ୍ବଇଁ): ଯାଜପୁର ଜିଲା ବରୀ ବ୍ଲକ ବିଂଝାରପୁର ଥାନ ମଧୁସୂଦନପୁର ଗ୍ରାମର ବହୁଚର୍ଚ୍ଚିତ କୁନି ଝିଅ ପିହୁ ନିଖୋଜ ଘଟଣାକୁ ନେଇ , ଯାଜପୁର ସାଂସଦ…

୨୧୦ କେଜି ଗଞ୍ଜେଇ ଜବତ, ୮ ଗିରଫ: କନ୍ଧମାଳରୁ ରାଜ୍ୟ ବାହାରକୁ ହେଉଥିଲା ଚାଲାଣ

ଭଞ୍ଜନଗର, ୨୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲା ଠାବ କରି ୨୧୦ କେଜି ଗଞ୍ଜେଇ ଜବତ କରିଛି।…

ଆଉ ୭ ଦିନ ପରେ ଘଟିବାକୁ ଯାଉଛି ଏମିତି: ୪ ରାଶିଙ୍କ ଜୀବନରେ ପୁଣି ଫେରିବ ପୁରୁଣା ପ୍ରେମ! ଶୁକ୍ର କରିବେ…

୨ ସେପ୍ଟେମ୍ବର ୨୦୨୬ରେ ଶୁକ୍ର ତୁଳା ରାଶିରେ ପ୍ରବେଶ କରିବେ। ପ୍ରେମ ଓ ସମ୍ପର୍କର କାରକ ଶୁକ୍ରଙ୍କ ନିଜ ରାଶିରେ ପ୍ରବେଶକୁ ଜ୍ୟୋତିଷ ଦୃଷ୍ଟିରୁ ବେଶ ବିଶେଷ…

ଜେଲ ଯିବେ ତରୁଣ ତେଜପାଲ, ସୁପ୍ରିମକୋର୍ଟରୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୫।୮: ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ତେହେଲକା ସମ୍ପାଦକ ତରୁଣ ତେଜପାଲଙ୍କୁ ସୁପ୍ରିମକୋର୍ଟ ତୁରନ୍ତ ଆଶ୍ୱସ୍ତି ଦେବାକୁ ମନା କରିଦେଇଛନ୍ତି। କୋର୍ଟ ତାଙ୍କୁ ଦୁଇ…

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

ପୁଟିନଙ୍କ ବଡ଼ ପ୍ରତିଶ୍ରୁତି: ସଙ୍କଟ ସମୟରେ ଭାରତକୁ ଯୋଗାଇବ…ବିଶ୍ୱରେ ହଇଚଇ

ନୂଆଦିଲ୍ଲୀ,୨୫।୮: ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ମସ୍କୋରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ଜୟଶଙ୍କର ରାଷ୍ଟ୍ରପତି ପୁଟିନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri