‘ମିଶନ ଶକ୍ତି କାଫେ’: ଏସ୍ଏଚ୍ଜି ମହିଳାଙ୍କୁ ଜୀବିକା
ସୁନ୍ଦରଗଡ଼, ୧୮।୨(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲାର ବ୍ଲକ ସଦରମହକୁମାଗୁଡ଼ିକୁ ପ୍ରତିଦିନ ବିଭିନ୍ନ କାମରେ ଆସୁଥିବା ଲୋକମାନଙ୍କ ସୁବିଧା ପାଇଁ ସରକାରଙ୍କ ତରଫରୁ ଖୋଲାଯାଇଛି ‘ମିଶନ ଶକ୍ତି କାଫେ’। ମହିଳା ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି) ଦ୍ୱାରା ପରିଚାଳିତ ଏହି କାଫେରେ ସ୍ବାସ୍ଥ୍ୟକର ପରିବେଶ…
ଅତ୍ୟାଧୁନିକ ଆଦର୍ଶ ବସ୍ଷ୍ଟାଣ୍ଡ ନେଇ ଜାଗା ଚିହ୍ନଟ
ପଦ୍ମପୁର, ୧୮।୨(ଡି.ଏନ୍.ଏ.): ରାୟଗଡ଼ା ଜିଲା ପଦ୍ମପୁର ବ୍ଲକ ଅଧୀନ ଜୁକବନ୍ଧ କଲୋନି ନିକଟରେ ନୂତନ ଭାବେ ଅତ୍ୟାଧୁନିକ ଆଦର୍ଶ ବସ୍ଷ୍ଟାଣ୍ଡ ନିର୍ମାଣ କରାଯିବା ନିମନ୍ତେ ପଦ୍ମପୁର ବ୍ଲକ ପ୍ରଶାସନ ଓ ଜିଲା ପରିବହନ ବିଭାଗ ଜାଗା ଚିହ୍ନଟ କରିଛନ୍ତି। ଯାତ୍ରୀ ପରିବହନ…
ନାଲ୍କୋରେ ଠିକା ଶ୍ରମିକଙ୍କ ଆନ୍ଦୋଳନ
ଦାମନଯୋଡି,୧୮ା୨(ଡି.ଏନ.ଏ.): ନବରତ୍ନ ଉଦ୍ୟୋଗ ନାଲକୋର ଦାମନଯୋଡି ପ୍ରକଳ୍ପରେ କାର୍ଯ୍ୟରତ ଠିକାଶ୍ରମିକଙ୍କ ପକ୍ଷରୁ ଶୁକ୍ରବାର ପ୍ଲାଣ୍ଟ ମୁଖ୍ୟ ଫାଟକ ବାହାରେ ବିକ୍ଷୋଭ ପ୍ରଦର୍ଶନ କରି ଏକ ୫ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଥିଲା। କ୍ୟାଣ୍ଟିନ ଓ ଅତିରିକ୍ତ ଭତ୍ତା ବୃଦ୍ଧି, ଅବସରକାଳୀନ ପ୍ରୋତ୍ସାହନ…
ଜିଲାରେ ୨୬୫ ବଦଳରେ ଅଛନ୍ତି ୧୦୬ ଡାକ୍ତର
ନବରଙ୍ଗପୁର,୧୮।୨(ବି.ପ୍ର.): ସ୍ବାସ୍ଥ୍ୟ ହିଁ ସମ୍ପଦ। ସରକାର ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ବାସ୍ତବରେ ତାହାର ଓଲଟା ଚିତ୍ର ଦେଖିବାକୁ ମିଳୁଛି। ନବରଙ୍ଗପୁରରେ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଉଥିବା ନେଇ ସରକାର ଡିଣ୍ଡିମ…
୨ ସାଇବର ଲୁଟେରା ଗିରଫ
ମାଲକାନଗିରି,୧୮ା୨(ଡି.ଏନ୍.ଏ.): ରାଜ୍ୟରେ ଗତ ଦୁଇ ବର୍ଷ ଧରି ସାଇବର ଲୁଟେରାଙ୍କ ପାଦୁର୍ଭାବ ବୃଦ୍ଧି ପାଇଚାଲିଛି। ଶୁକ୍ରବାର ମାଲକାନଗିରି ପୋଲିସ ୨ଜଣ ସାଇବର ଲୁଟେରାଙ୍କୁ ଗିରଫ କରିଥିବା ମାଲକାନଗିରି ଏସ୍.ପି. ନିତିଶ୍ ଓ୍ବାଧ୍ୱାନି କହିଛନ୍ତି। ଏ ସମ୍ପର୍କରେ ଓ୍ବାଧାନି କହିଛନ୍ତି, ଗତ ମେ…
ଡାକ୍ତର ପଦବୀ ପୂରଣ ନେଇ ଜନ ପ୍ରତିନିଧିଙ୍କ ଦାବି
କୁନ୍ଦୁରା, ୧୮।୨(ଡି.ଏନ୍.ଏ.): କୋରାପୁଟ ଜିଲା କୁନ୍ଦୁରା ବ୍ଲକରେ ଦୀର୍ଘ ୧୦ ମାସ ପରେ ପଞ୍ଚୟାତ ସମିତି ବୈଠକ ବସିଛି। ଅଧ୍ୟକ୍ଷା ରାଜେଶ୍ୱରୀ ପରଜାଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏମପି ରମେଶ ଚନ୍ଦ୍ର ମାଝୀ,ବିଡିଓ ସନ୍ଧ୍ୟା ସମରଥ, କୋଟପାଡ଼ ବିଧୟିକା ପଦ୍ମିନୀ ଦିଆନ,…
ଆଜି ପ୍ରସିଦ୍ଧ ଜାଗରଯାତ୍ରା
ଢେଙ୍କାନାଳ ଅଫିସ, ୧୮।୨: କପିଳାସ ଶୈବପୀଠରେ ଶନିବାର ଅନୁଷ୍ଠିତ ହେଉଛି ପ୍ରସିଦ୍ଧ ମହାଜାଗର। କୋଭିଡ୍ କାରଣରୁ ଦୁଇବର୍ଷ ହେଲା ମହାଦେବଙ୍କ ଏହି ବାର୍ଷିକ ଯାତ୍ରାରୁ ଶ୍ରଦ୍ଧାଳୁ ବଞ୍ଚତ୍ତ ହୋଇ ରହିଥିଲେ। ତେଣୁ ଚଳିତବର୍ଷ ବହୁଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେବା ସମ୍ଭାବନା ରହିଛି।…
ଅନୁଦାନ ମିଳିଲା, ଆଶଙ୍କାରେ ଉନ୍ନତି
ଢେଙ୍କାନାଳ ଅଫିସ,୧୮।୨: କପିଳାସ କ୍ଷେତ୍ରାଧିପତି ଶ୍ରୀ ଚନ୍ଦ୍ରଶେଖରଜୀଉଙ୍କ ଆସ୍ଥାନ ତଥା ପ୍ରସିଦ୍ଧ ଶୈବକ୍ଷେତ୍ର କପିଳାସ ପୀଠର ଗର୍ଭଗୃହ ଦୁର୍ବଳ ହୋଇପଡ଼ିଛି। ସାମାନ୍ୟ ବର୍ଷା ହେଲେ ଭିଜୁଛନ୍ତି ମହାଦେବ। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ)ର ଅବହେଳାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା…
୫ ଶ୍ରେଣୀକୁ ଗୋଟିଏ କୋଠରି
ମାଧପୁର, ୧୭ା୨(ଡି.ଏନ୍.ଏ): ପ୍ରାଥମିକ ବିଦ୍ୟାଳୟରେ ନାହିଁ ଉପଯୁକ୍ତ ଭିତ୍ତିଭୂମି। ଶିକ୍ଷାନୁଷ୍ଠାନରେ ଥିବା ୨ଟି କୋଠରି ମଧ୍ୟରୁ ଗୋଟିଏ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଆଉ ଗୋଟିଏ କୋଠରିରେ ବସୁଛନ୍ତି ପ୍ରଥମରୁ ପଞ୍ଚମ ଶ୍ରେଣୀର ଛାତ୍ରୀଛାତ୍ର। ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ କିଆକଟା ପଞ୍ଚାୟତରେ…
ଦେୟମୁକ୍ତ ହେଲା ସୁଲଭ ଶୌଚାଳୟ
ବ୍ରହ୍ମପୁର ଅଫିସ,୧୮ା୨: ରାଜ୍ୟର ସମସ୍ତ ସହରରେ ଥିବା ଶୌଚାଳୟ ସାଧାରଣ ଲୋକ ମାଗଣାରେ ବ୍ୟବହାର କରିପାରିବେ। ଏ ନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ଗତ ୬ ତାରିଖରେ ବିଜ୍ଞପ୍ତ ପ୍ରକାଶ ପାଇଛି। ରାଜ୍ୟର ସମସ୍ତ ମ୍ୟୁନିସିପାଲିଟିକୁ ଏ ନେଇ ଚିଠି…
କାଳିପଲ୍ଲୀ ଗାଁ କମିଟି ସହ ଜିଲାପାଳଙ୍କ ଆଲୋଚନା
ଛତ୍ରପୁର,୧୮ା୨(ଡି.ଏନ୍.ଏ.): ଛତ୍ରପୁର ଉପକଣ୍ଠ କାଳିପଲ୍ଳୀ ନିକଟରେ ଟାଟା ଏସ୍ଇଜେଡ୍ରେ ସ୍ମାର୍ଟକେମ୍ ଟେକ୍ନୋଲଜିର ଆମୋନିୟମ ନାଇଟ୍ରେଟ୍ କମ୍ପାନୀକୁ ସ୍ଥାନୀୟ ଲୋକଙ୍କ ବିରୋଧ ଜାରି ରହିଛି। ଅନ୍ୟପକ୍ଷରେ ଗତ ବୁଧବାର ଟାଟା ପ୍ରକଳ୍ପର ପାଚେରି ନିର୍ମାଣକୁ ବିରୋଧ କରିଥିବାରୁ ପୋଲିସ ୧୫ଜଣଙ୍କୁ କୋର୍ଟ ଚାଲାଣ…
ଗୋଲେଇ ନିର୍ମାଣରେ ବିଳମ୍ବ ଯୋଗୁ ବଢୁଚି ଦୁର୍ଘଟଣା
କଳିଙ୍ଗନଗର,୧୮ା୨(ଡି.ଏନ୍.ଏ.): କଳିଙ୍ଗନଗର ଶିଳ୍ପାଞ୍ଚଳର ଖୁରୁଣ୍ଟି ଛକ ଗୋଲେଇ ନିର୍ମାଣରେ ଆହେତୁକ ବିଳମ୍ବ ହେଉଛି l ଠିକା ସଂସ୍ଥାର ମନମୁଖୀ କାର୍ଯ୍ୟ ପାଇଁ ବର୍ଷାଧିକ କାଳ ଯାତ୍ରୀ ବହୁ ହିନସ୍ତା ଭୋଗୁଛନ୍ତି l ଏପରିକି ଠିକା ସଂସ୍ଥା ମୂଖ୍ୟ ରାସ୍ତାରେ ଅଧାପନ୍ତରିଆ କାମ…

