ଡାକଘର ପଦବୀ ପାଇଁ ନକଲି ସାର୍ଟିଫିକେଟ

ବଲାଙ୍ଗୀର ଅଫିସ,୨୪ା୩: ବଲାଙ୍ଗୀର ଡାକମଣ୍ଡଳର ୮୩ ବ୍ରାଞ୍ଚ ପୋଷ୍ଟ ମାଷ୍ଟର, ଏବିପିଏମ ଓ ଡାକସେବକ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ପଦବୀ ପାଇଁ ବହୁ ପ୍ରାର୍ଥୀ ଆବେଦନ କରିଛନ୍ତି। ଶୁକ୍ରବାର ବଲାଙ୍ଗୀର ପ୍ରଧାନ ଡାକଘରରେ ଏହି ପଦବୀଗୁଡିକର ସାର୍ଟିଫିକେଟ୍‌ ଭେରିଫିକେଶ କରାଯାଇଥିଲା। ଭେରିଫିକେଶନ ସମୟରେ କେତେକ ପ୍ରାର୍ଥୀଙ୍କ ବିଭିନ୍ନ ସାର୍ଟିଫିକେଟ ଉତ୍ତର ପ୍ରଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନର ହୋଇଥିବା ଜଣାପଡିଥିଲା। ଏପରିକି ବିଭିନ୍ନ ବିଷୟରେ ୯୯ ପ୍ରତିଶତ ପର୍ଯ୍ୟନ୍ତ ଅନେକ ପ୍ରାର୍ଥୀ ମାର୍କ ରଖିଥିବା ଦେଖାଯାଇଥଇଲା। ଏଭଳି ଦେଖିବା ପରେ ବଲାଙ୍ଗୀର ପ୍ରଧାନ ଡାକଘର ଅଧିକ୍ଷକ ରାଜେନ୍ଦ୍ର କୁମାର ପଟ୍ଟନାୟକ ସମ୍ପୃକ୍ତ ସାର୍ଟିଫିକେଟ୍‌ ନକଲି ସନ୍ଦେହ କରିଥିଲେ। ଭେରିଫିକେଶ ପାଇଁ ଆସିଥିବା ଦୁଇଜଣ ପ୍ରାର୍ଥୀଙ୍କୁ ସନ୍ଦେହ କରି କିଛି ଲେଖା ଲେଖିବା ପାଇଁ କହିଥିଲେ। ସେମାନଙ୍କ ମାର୍କଶିଟ୍‌ରେ ଇଂଲିଶରେ ୯୯ ମାର୍କ ଉଲ୍ଲେଖ ଥିବାବେଳେ ଇଂରାଜୀ ଶବ୍ଦ ଲେଖି ଜାଣି ନ ଥିବା ଏବଂ ଠିକ କରି କହିପାରୁ ନ ଥିବା ଦେଖିଥିଲେ। ଏହାପରେ ତାଙ୍କର ସନ୍ଦେହ ବଢ଼ିଥିଲା। ସମ୍ପୃକ୍ତ ସାର୍ଟିଫିକେଟରେ ଡ ଆମ୍ବେଦକର ଇଣ୍ଟର କଲେଜ, ପ୍ରେମନଗର ଝାନ୍‌ସି ଲେଖାଯାଇଛି। ସାର୍ଟିଫିକେଟରେ ବିଭିନ୍ନ ବିଷୟରେ ୯୦ରୁ ୯୯ ପ୍ରତିଶତ ରହିଥିବା ଦେଖାଯାଇଥିଲା। ଡାକଘର ପଦବୀରେ ମାର୍କସିଟ୍‌ ଦେଖାଯାଇଥାଏ। ଅଧିକ ମାର୍କ ରଖିଥିବା ପ୍ରାର୍ଥୀଙ୍କୁ ଚାକିରି ଦିଆଯାଏ। ତେବେ ଏଠାରେ ଡାକଘର ଅଧିକ୍ଷକ ଉତ୍ତର ପ୍ରଦେଶ ମାର୍କଶିଟ୍‌ ଓ ସାର୍ଟିଫିକେଟ ଦେଖି ସନ୍ଦେହ କରିଥିଲେ। ଏହାପରେ ସେ ଟାଉନ୍‌ ଥାନା ଯାଇ ଘଟଣା ବିଷୟରେ ଅଭିଯୋଗ କରିବା ସହ ଦୁଇଜଣ ଯୁବତୀ ପ୍ରାର୍ଥୀଙ୍କ ବିରୋଧରେ କହିଥିଲେ। ତେବେ ବଲାଙ୍ଗୀର ଟାଉନ୍‌ ଥାନା ପକ୍ଷରୁ ଅଭିଯୋଗ ପାଇବା ପରେ ମାମଲା ରୁଜୁ କରା ନ ଯାଇ ଏକ ଷ୍ଟେସନ୍‌ ଡାଇରୀ କରାଯାଇଛି। ସନ୍ଦେହ ହେଉଥିବା ଉକ୍ତ ସାର୍ଟିଫିକେଟଗୁଡିକ ପ୍ରକୃତରେ ନକଲି କି ନାହିଁ ପ୍ରଥମେ ଯାଞ୍ଚ ହେବା କଥା। ଯାଞ୍ଚ ପାଇଁ ବିଧିବଦ୍ଧ ଭାବେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ଗୁଡିକୁ ପଠାଯିବା କଥା। ଏହା ନକରି କିଭଳି ଭାବେ ଏହା ନକଲି ବୋଲି କୁହାଯାଇ ପାରିବ ବୋଲି ପୋଲିସ ପକ୍ଷରୁ ପ୍ରଶ୍ନ କରାଯାଇଛି। ବର୍ତ୍ତମାନ ଷ୍ଟେଶନ୍‌ ଡାଇରୀ କରାଯାଇଛି ଏବଂ ଯାଞ୍ଚ ପରେ ନକଲି ବୋଲି ସମ୍ପୃକ୍ତ ବୋର୍ଡ ଲିଖିତ ଜଣାଇବା ପରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ଡିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୋହୂ ନିଖୋଜ, ଶାଶୁ ଥାନାରେ

ହାଟଡ଼ିହୀ/ଛେନାପଦୀ,୬l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ଇଂଚୋଳ ଗ୍ରାମର ଜଣେ ବୋହୂ ନିଖୋଜ ହୋଇଯାଇଛନ୍ତି। ଏନେଇ ଶାଶୁ ଥାନାରେ ଦ୍ୱାରସ୍ଥ ହୋଇ ଅଭିଯୋଗ କରିଛନ୍ତି।…

୬ଷ୍ଠ ଶ୍ରେଣୀ ଛାତ୍ର ନିଖୋଜ, ଥାନାରେ ମାମଲା

ହାଟଡ଼ିହୀ,୬l୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଛେନାପଦୀ ବିଷ୍ଣୁପ୍ରିୟା ବାଳାଶ୍ରମରୁ ଜଣେ ୬ଷ୍ଠ ଶ୍ରେଣୀ ଛାତ୍ର ନିଖୋଜ ହୋଇଯାଇଛନ୍ତି। ବିଭିନ୍ନ ସ୍ଥାନରେ ଖୋଜାଖୋଜି ପରେ ଛାତ୍ରଙ୍କ…

Video: ନୂଆ ରିଲ ଶେୟାର କଲେ ପ୍ରଧାନମନ୍ତ୍ରୀ ମୋଦି: କହିଲେ…

ନୂଆଦିଲ୍ଲୀ,୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଇନଷ୍ଟାଗ୍ରାମ ରିଲ ଶେୟାର କରିଛନ୍ତି। ଏହି ରିଲ ଜାତୀୟ ହସ୍ତତନ୍ତ ଦିବସ (୭ ଅଗଷ୍ଟରେ ପାଳିତ) ଅବସରରେ ପୋଷ୍ଟ କରାଯାଇଥିଲା।…

୪ ବର୍ଷର ନାବାଳିକାଙ୍କୁ ଅସଦଚାରଣ: ବନ୍ଧା ହେଲେ ଅଭିଯୁକ୍ତ

ଦେବଗଡ,୬ା୮(ଶଶାଙ୍କ ଶେଖର ଝାଙ୍କର): ୪ ବର୍ଷର ନାବାଳିକାଙ୍କୁ ଅସଦଚାରଣ ଅଭିଯୋଗରେ ଦେବଗଡ଼ ଥାନା ପୋଲିସ ଗୁରୁବାର ବାସୁଦେବପୁର ଗ୍ରାମର ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ସଟ୍ଟା ଆଡ୍ଡା ଉପରେ ଜିଲାପାଳଙ୍କ ଚଢ଼ାଉ, ଜଣଙ୍କୁ କୋର୍ଟ ଚାଲାଣ

ଡୁଙ୍ଗୁରିପାଲି,୬।୮(ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଗୁରୁବାର ଜିଲାପାଳ ଡ଼ ନୃପରାଜ ସାହୁ ପରିଦର୍ଶନ କରିଥିଲେ। ଏହି ସମୟରେ ଗୋଷ୍ଠୀ…

ବାଘ ଛାଲ ବିକ୍ରି ବେଳେ ମାଡ଼ି ବସିଲା ବନ ବିଭାଗ

କୋକସରା,୬।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ବେହେରା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଡହଗାଁରେ ବାଘ ଛାଲ ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ…

କୋର୍ଟ ସମ୍ମୁଖରେ ଓକିଲ ସଂଘ ସଭାପତିଙ୍କୁ ଆକ୍ରମଣ

ବରଗଡ଼,୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଆଇନ ଶୃଙ୍ଖଳା ହୁଗୁଳା ହୋଇପଡିଛି। ଏଠାରେ ଦିନ ଦ୍ବିପହରରେ ଲୁଟପାଟ, ଆକ୍ରମଣ ବଢ଼ି ଚାଲିଛି। ଗୁରୁବାର ଅପରାହ୍ନରେ ସ୍ଥାନୀୟ କୋର୍ଟ ସମ୍ମୁଖରେ…

୫ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତରେ କେତେ ଖର୍ଚ୍ଚ ହୋଇଛି? ସଂସଦରେ ତଥ୍ୟ ପ୍ରକାଶ କଲେ ସରକାର

ନୂଆଦିଲ୍ଲୀ,୬।୮: ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ରା ମାର୍ଗେରିଟା ଗୁରୁବାର (ଅଗଷ୍ଟ ୬) ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୦୨୬ରେ ସରକାରୀ ବିଦେଶ ଗସ୍ତରେ ହୋଇଥିବା ଖର୍ଚ୍ଚ ସମ୍ପର୍କରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri