ଡାକଘର ପଦବୀ ପାଇଁ ନକଲି ସାର୍ଟିଫିକେଟ

ବଲାଙ୍ଗୀର ଅଫିସ,୨୪ା୩: ବଲାଙ୍ଗୀର ଡାକମଣ୍ଡଳର ୮୩ ବ୍ରାଞ୍ଚ ପୋଷ୍ଟ ମାଷ୍ଟର, ଏବିପିଏମ ଓ ଡାକସେବକ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ପଦବୀ ପାଇଁ ବହୁ ପ୍ରାର୍ଥୀ ଆବେଦନ କରିଛନ୍ତି। ଶୁକ୍ରବାର ବଲାଙ୍ଗୀର ପ୍ରଧାନ ଡାକଘରରେ ଏହି ପଦବୀଗୁଡିକର ସାର୍ଟିଫିକେଟ୍‌ ଭେରିଫିକେଶ କରାଯାଇଥିଲା। ଭେରିଫିକେଶନ ସମୟରେ କେତେକ ପ୍ରାର୍ଥୀଙ୍କ ବିଭିନ୍ନ ସାର୍ଟିଫିକେଟ ଉତ୍ତର ପ୍ରଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନର ହୋଇଥିବା ଜଣାପଡିଥିଲା। ଏପରିକି ବିଭିନ୍ନ ବିଷୟରେ ୯୯ ପ୍ରତିଶତ ପର୍ଯ୍ୟନ୍ତ ଅନେକ ପ୍ରାର୍ଥୀ ମାର୍କ ରଖିଥିବା ଦେଖାଯାଇଥଇଲା। ଏଭଳି ଦେଖିବା ପରେ ବଲାଙ୍ଗୀର ପ୍ରଧାନ ଡାକଘର ଅଧିକ୍ଷକ ରାଜେନ୍ଦ୍ର କୁମାର ପଟ୍ଟନାୟକ ସମ୍ପୃକ୍ତ ସାର୍ଟିଫିକେଟ୍‌ ନକଲି ସନ୍ଦେହ କରିଥିଲେ। ଭେରିଫିକେଶ ପାଇଁ ଆସିଥିବା ଦୁଇଜଣ ପ୍ରାର୍ଥୀଙ୍କୁ ସନ୍ଦେହ କରି କିଛି ଲେଖା ଲେଖିବା ପାଇଁ କହିଥିଲେ। ସେମାନଙ୍କ ମାର୍କଶିଟ୍‌ରେ ଇଂଲିଶରେ ୯୯ ମାର୍କ ଉଲ୍ଲେଖ ଥିବାବେଳେ ଇଂରାଜୀ ଶବ୍ଦ ଲେଖି ଜାଣି ନ ଥିବା ଏବଂ ଠିକ କରି କହିପାରୁ ନ ଥିବା ଦେଖିଥିଲେ। ଏହାପରେ ତାଙ୍କର ସନ୍ଦେହ ବଢ଼ିଥିଲା। ସମ୍ପୃକ୍ତ ସାର୍ଟିଫିକେଟରେ ଡ ଆମ୍ବେଦକର ଇଣ୍ଟର କଲେଜ, ପ୍ରେମନଗର ଝାନ୍‌ସି ଲେଖାଯାଇଛି। ସାର୍ଟିଫିକେଟରେ ବିଭିନ୍ନ ବିଷୟରେ ୯୦ରୁ ୯୯ ପ୍ରତିଶତ ରହିଥିବା ଦେଖାଯାଇଥିଲା। ଡାକଘର ପଦବୀରେ ମାର୍କସିଟ୍‌ ଦେଖାଯାଇଥାଏ। ଅଧିକ ମାର୍କ ରଖିଥିବା ପ୍ରାର୍ଥୀଙ୍କୁ ଚାକିରି ଦିଆଯାଏ। ତେବେ ଏଠାରେ ଡାକଘର ଅଧିକ୍ଷକ ଉତ୍ତର ପ୍ରଦେଶ ମାର୍କଶିଟ୍‌ ଓ ସାର୍ଟିଫିକେଟ ଦେଖି ସନ୍ଦେହ କରିଥିଲେ। ଏହାପରେ ସେ ଟାଉନ୍‌ ଥାନା ଯାଇ ଘଟଣା ବିଷୟରେ ଅଭିଯୋଗ କରିବା ସହ ଦୁଇଜଣ ଯୁବତୀ ପ୍ରାର୍ଥୀଙ୍କ ବିରୋଧରେ କହିଥିଲେ। ତେବେ ବଲାଙ୍ଗୀର ଟାଉନ୍‌ ଥାନା ପକ୍ଷରୁ ଅଭିଯୋଗ ପାଇବା ପରେ ମାମଲା ରୁଜୁ କରା ନ ଯାଇ ଏକ ଷ୍ଟେସନ୍‌ ଡାଇରୀ କରାଯାଇଛି। ସନ୍ଦେହ ହେଉଥିବା ଉକ୍ତ ସାର୍ଟିଫିକେଟଗୁଡିକ ପ୍ରକୃତରେ ନକଲି କି ନାହିଁ ପ୍ରଥମେ ଯାଞ୍ଚ ହେବା କଥା। ଯାଞ୍ଚ ପାଇଁ ବିଧିବଦ୍ଧ ଭାବେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ଗୁଡିକୁ ପଠାଯିବା କଥା। ଏହା ନକରି କିଭଳି ଭାବେ ଏହା ନକଲି ବୋଲି କୁହାଯାଇ ପାରିବ ବୋଲି ପୋଲିସ ପକ୍ଷରୁ ପ୍ରଶ୍ନ କରାଯାଇଛି। ବର୍ତ୍ତମାନ ଷ୍ଟେଶନ୍‌ ଡାଇରୀ କରାଯାଇଛି ଏବଂ ଯାଞ୍ଚ ପରେ ନକଲି ବୋଲି ସମ୍ପୃକ୍ତ ବୋର୍ଡ ଲିଖିତ ଜଣାଇବା ପରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ଡିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

ଓଡ଼ିଶା ରାଜନୀତିରେ ରାଜପରିବାର: ଜାଣନ୍ତୁ କେଉଁ ଆସନରୁ ଲଢ଼ୁଛନ୍ତି କେଉଁ ରାଜପରିବାର

ଭୁବନେଶ୍ୱର,୨୨ା୪: ଭାରତ ସ୍ୱାଧୀନ ହେବା ପରେ ଦେଶରେ ରାଜତନ୍ତ୍ର ଶେଷ ହୋଇଥିଲା। ଏହାପରେ ରାଜା ପରିବାର ସଦସ୍ୟମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ମଧ୍ୟ ଲୋକଙ୍କ ଦ୍ୱାରା ନିର୍ବାଚିତ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri