ମୟୂରଭଞ୍ଜର ଯକ୍ଷ୍ମା ଚାମ୍ପିୟନ ବିନୟ

ଦିନେ ସେ ଯକ୍ଷ୍ମା ରୋଗରେ ପୀଡ଼ିତ ଥିଲେ, ଏବେ ଯକ୍ଷ୍ମା ରୋଗୀଙ୍କ ପାଇଁ ପାଲଟିଯାଇଛନ୍ତି ଦେବଦୂତ। ଚିତ୍ର ମାଧ୍ୟମରେ ସେ ସଚେତନତାର ବାର୍ତ୍ତା ଦେବା ସହ ରୋଗୀ ସେବାରେ ନିଜକୁ ସମର୍ପଣ କରିଛନ୍ତି। ଯକ୍ଷ୍ମାକୁ ଜିଣିପାରିଥିବାରୁ ଲୋକେ ତାଙ୍କୁ ଯକ୍ଷ୍ମା ଚାମ୍ପିୟନ ଭାବେ ଆଖ୍ୟା ଦେଇଛନ୍ତି। ନଁା ତାଙ୍କର ବିନୟ ପାତ୍ର(୩୨)। ଘର ମୟୂରଭଞ୍ଜ ଜିଲା କୁଳିଅଣା ବ୍ଲକ ଚାନ୍ଦୁଆ ଅଞ୍ଚଳରେ।
ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ଡିପ୍ଲୋମା କରିଥିବା ଶୈଳେନ୍ଦ୍ର ପାତ୍ର ଓ ମା’ ଦମୟନ୍ତୀଙ୍କ ପୁଅ ବିନୟ ଏବେ ମୟୂରଭଞ୍ଜ ଜିଲାର ଚର୍ଚ୍ଚିତ ଚେହେରା। ତାଙ୍କ ସଚେତନତାମୂଳକ କାର୍ଯ୍ୟକ୍ରମ ଦ୍ୱାରା ଯକ୍ଷ୍ମା ରୋଗ ନିରାକରଣରେ ମୟୂରଭଞ୍ଜ ଜିଲା ଶ୍ରେଷ୍ଠ ଜିଲା ଭାବେ ବିବେଚିତ ହୋଇଛି। ଏଥିପାଇଁ ଯକ୍ଷ୍ମା ଦିବସ ଉପଲକ୍ଷେ ଶୁକ୍ରବାର ଭୁବନେଶ୍ୱରଠାରେ ହେବାକୁ ଥିବା ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲା ପୁରସ୍କାର ପାଇବ ବୋଲି ଜଣାପଡ଼ିଛି। ସେହିପରି ଉତ୍ତରପ୍ରଦେଶର ବାରାଣସୀଠାରେ ଯକ୍ଷ୍ମା ନିରାକରଣ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଶୁକ୍ରବାର ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସେ ଡାକରା ପାଇ ବାରାଣସୀ ଯାଇଛନ୍ତି। ଗତ ଫେବୃୟାରୀ ୨୩ ଓ ୨୪ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଦୁଇଦିନିଆ ଯକ୍ଷ୍ମା ମୁକ୍ତ ଭାରତ କାର୍ଯ୍ୟକ୍ରମ ଅନ୍ତର୍ଗତ ଗୋଷ୍ଠୀ ଦକ୍ଷତା ବୃଦ୍ଧି କର୍ମଶାଳାରେ ଯୋଗଦେଇ ସେ ନିଜର ଅଭିଜ୍ଞତା ବାଣ୍ଟି ଫେରିଛନ୍ତି। ୨୦୨୫ ସୁଦ୍ଧା ଭାରତ ସରକାରଙ୍କ ସମ୍ପୂର୍ଣ୍ଣ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମର ଆହ୍ବାନକୁ ହୃଦୟଙ୍ଗମ କରି ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲାରେ ନିଜ ସେବା ମନୋବୃତ୍ତି ଜାରି ରଖିଛନ୍ତି।
ପାଠପଢ଼ା ପରେ ରୋଜଗାର ପାଇଁ ବିନୟ ବିହାର ପଳାଇଯାଇଥିଲେ। ସେଠାରେ ଦେହ ଖରାପ ହେବାରୁ କାମ ଛାଡ଼ି ଓଡ଼ିଶା ଫେରି ଆସିଥିଲେ। ପରେ ସେ ଯକ୍ଷ୍ମା ରୋଗରେ ପୀଡ଼ିତ ଥିବା ଜଣାପଡ଼ିଥିଲା। ମେଡିକାଲ କର୍ତ୍ତୃପକ୍ଷଙ୍କ ପରାମର୍ଶକ୍ରମେ ୬ ମାସ ନିୟମିତ ଔଷଧ ସେବନ ଦ୍ୱାରା ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିଥିଲେ। ତା ପରେ ତାଙ୍କ ଜୀବନର ମୋଡ଼ ବଦଳିଯାଇଥିଲା। ସେ ଯକ୍ଷ୍ମା ପୀଡ଼ିତଙ୍କ ସେବା କରିବା ପାଇଁ ମନସ୍ଥ କରିଥିଲେ। ଅସହାୟ ଯକ୍ଷ୍ମାରୋଗୀଙ୍କୁ ନିଜ ଗାଡ଼ିରେ ବସାଇ ବାରିପଦା ମୁଖ୍ୟ ଡାକ୍ତରଖାନାକୁ ଆଣି ଚିକିତ୍ସା କରିଛନ୍ତି। ତାଙ୍କ ସହଯୋଗରେ ୨୭ଜଣ ଯକ୍ଷ୍ମା ରୋଗୀ ସୁସ୍ଥ ହୋଇଛନ୍ତି। ପିଲାବେଳୁ ଚିତ୍ରକଳା ପ୍ରତି ତାଙ୍କର ରୁଚି ଥିଲା। ୨୦୨୧ରେ ରିଚ୍‌ ଅନୁଷ୍ଠାନର ଏକ ପ୍ରକଳ୍ପ ଆରମ୍ଭ ହୋଇଥିଲା। ଯାହାର ନାମ ଥିଲା ଆଲାଇସ ପ୍ରକଳ୍ପ। ଏହି ପ୍ରକଳ୍ପର ମୁଖ୍ୟ କାର୍ଯ୍ୟ ଥିଲା ଗୋଷ୍ଠୀର ସହଭାଗିତା। ପ୍ରଥମ ପର୍ଯ୍ୟାୟରୁ ହିଁ ବିନୟ ଏହି ପ୍ରକଳ୍ପରେ କାମ ଆରମ୍ଭ କରିଥିଲେ। ଅଦ୍ୟାବଧି ସେ ଏଥିରେ ସାମିଲ ଅଛନ୍ତି। ଯକ୍ଷ୍ମା ସମ୍ବନ୍ଧୀୟ ସାମାଜିକ ଭେଦଭାବ ଓ ଘୃଣାଭାବ ଉପରେ ସଚେତନତା କାର୍ଯ୍ୟକ୍ରମ କରିଥିଲେ। ଏଥିପାଇଁ ସେ ନିଜ ଚିତ୍ରକଳାକୁ କାମରେ ଲଗାଉଥିଲେ। ବିଭିନ୍ନ ସ୍ଥାନର କାନ୍ଥରେ ବାର୍ତ୍ତା ଓ ଚିତ୍ର ଆଙ୍କି ଲୋକଙ୍କ ମଧ୍ୟରେ ଯକ୍ଷ୍ମା ନିରାକରଣ ନେଇ ସଚେତନ କରୁଥିଲେ। ୧୦୦ରୁ ଊଦ୍ଧର୍‌ବ ଯକ୍ଷ୍ମା ଉପରେ ଆଧାରିତ ଓ୍ବାଲ ପେଣ୍ଟିଂ କରିଛନ୍ତି ସେ। ବିନୟଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି।
-ରିପୋର୍ଟ: ନୀଳାଦ୍ରି ବିହାରୀ ଦଣ୍ଡପାଟ, ବାରିପଦା


Enter your email to get our daily news in your inbox.

All Right Reserved By Dharitri.Com

ଆଉଟ୍‌ ହେବା ପରେ ଶ୍ରୀଲଙ୍କା ବୋଲରଙ୍କ ସହ ଜୟସ୍ବାଲ ମୁହାଁମୁହିଁ, ମଇଦାନ ମଝିରେ ଧକ୍କାମୁକ୍କି, ଅଧିନାୟକ ମଝିରେ ପଶି-Video

କୋଲମ୍ବୋ,୨୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ମଇଦାନରେ ଉତ୍ତେଜନା ଦେଖିବାକୁ ମିଳିଛି। ଭାରତର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ…

ସଠିକ୍‌ ପରଚୟ ଯାଞ୍ଚ ନ କରି ଦିଆଯାଉଛି ଘରଭଡ଼ା, ବଢୁଛି ଆପରାଧିକ କାର୍ଯ୍ୟକଳାପ

ଅମରପାଲି,୨୩ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଓ ଉଲୁଣ୍ଡା ଅଞ୍ଚଳରେ ବିନା ପୋଲିସ ଭେରିଫିକେଶନ ଏବଂ ସଠିକ୍‌ ପରିଚୟ ଯାଞ୍ଚ ନ କରି ଘରଭଡ଼ା ଦିଆଯାଉଥିବାରୁ ଆପରାଧିକ…

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri