ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବଳାତ୍କାର: ଜେଲ୍‌ ଗଲେ ସିପାହୀ

ବ୍ରହ୍ମପୁର ଅଫିସ,୨୪ା୩: ଏକ ଆବାସିକ ସ୍କୁଲର ଜନୈକା ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ବଳାତ୍କାର ଅଭିଯୋଗରେ ବ୍ରହ୍ମପୁର ସଦର ଥାନା ପୋଲିସ ଜଣେ ସିପାହୀଙ୍କୁ ଗୁରୁବାର ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ମୋହନା ଥାନା ଅନ୍ତର୍ଗତ କାଳିଆପୁଟା ଗ୍ରାମର ଭୂବନା ନନ୍ଦ ନାୟକ। ଭୂବନାନନ୍ଦ ତୃତୀୟ ବାଟାଲିୟନ (ଏସ୍‌ଏସ୍‌ବିଏନ)ର ସିପାହୀ। ସେ ବର୍ତ୍ତମାନ ରାୟଗଡ଼ା ଜିଲା ବିଷମକଟକ ଥାନାରେ କାର୍ଯ୍ୟରତ ଅଛନ୍ତି। ଗୁରୁବାର ଉଭୟ ପୀଡ଼ିତା ଓ ସିପାହୀଙ୍କ ଡାକ୍ତରୀ ମାଇନା କରାଯାଇଥିବା ପୋଲିସ କହିଛି। ମାମଲା ନମ୍ବର ୧୮୨/୨୩ ରେ ଗୁରୁବାର ସିପାହୀଙ୍କୁ କୋର୍ଟ ଚାଲାଣ କରିଛି।
ପ୍ରକାଶ ଯେ, ଗଜପତି ଜିଲା ଚାନ୍ଦିପୁଟ ଗ୍ରାମର ୩୭ବର୍ଷୟୀ ଜୈନିକା ବିବାହିତା ମହିଳା ଏକ ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀ ଥିଲେ। ତାଙ୍କର ଜଣେ ପୁଅ ଓ ଝିଅ ଅଛନ୍ତି। କୌଣସି କାରଣକୁ କେନ୍ଦ୍ର କରି ମହିଳା ଜଣଙ୍କ ତାଙ୍କ ସ୍ବାମୀଙ୍କଠାରୁ ଅଲଗା ହୋଇ ବ୍ରହ୍ମପୁର ସଦର ଥାନା ଅଞ୍ଚଳରେ ରହୁଥିଲେ। ସାଥିରେ ତାଙ୍କର ଦୁଇ ସନ୍ତାନଙ୍କୁ ରଖିଥିଲେ। ୨୦୧୦ରେ ସିପାହୀ ଭୂବନାନନ୍ଦ ସମ୍ପୃକ୍ତ ମହିଳାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ସେହିପରି ସିପାହୀ ତାଙ୍କର ୩ ଥର ଗର୍ଭପାତ କରାଇଛନ୍ତି। ଏପରିକି ସିପାହୀ ଜଣଙ୍କ ମହିଳାଙ୍କ ସହ ଲଗାତର ଭାବେ ଶାରୀରିକ ସମ୍ପର୍କ ରଖି ଆସୁଥିଲେ। ସେ ମହିଳାଙ୍କଠାରୁ ବିଭିନ୍ନ ଆଳରେ ପ୍ରାୟ ୧୨ ଲକ୍ଷ ଟଙ୍କା ହଡପ କରି ନେଇଯାଇଥିଲେ। ମହିଳାଙ୍କ ସହ ସମ୍ପର୍କ ରଖି ସିପାହୀ ଜଣଙ୍କ ତାଙ୍କ ଅଜାଣତରେ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିଥିବା ଜଣାପଡିଥିଲା। ମହିଳା ଜଣଙ୍କ ଏହାର ପ୍ରତିବାଦ କରି ବ୍ରହ୍ମପୁର ସଦର ଥାନାରେ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରପାତରେ ମା’-ପୁଅଙ୍କ ଜୀବନ ଗଲା

କେନ୍ଦ୍ରାପଡ଼ା,୨୭ା୪: କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଜହ୍ନିମୂଳ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଶନିବାର ଅପରାହ୍ନରେ ବିଲରେ ମୁଗ ଉପାଡୁଥିବା ବେଳେ ବଜ୍ରପାତ ହୋଇଥିଲା।...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

କଟକ-ବାରବାଟୀରୁ ଲଢ଼ିବେ ମୋକିମ୍‌ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ

କଟକ,୨୭ା୪: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ରାଜନୀତିକୁ ଓହ୍ଲାଇବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ସୋଫିଆଙ୍କୁ ବିଧାୟିକା ପ୍ରାର୍ଥୀ କରିବା...

ପ୍ରମୁଖ ଦଳର ଟିକେଟ୍‌ ଘୋଷଣା ପରେ ଆତସବାଜିରେ କମ୍ପିଲା ନିରାକାରପୁର

ନିରାକାରପୁର,୨୭ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶନିବାର ଅପରାହ୍ନରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ପ୍ରଶାନ୍ତ କୁମାର ଜଗଦେବଙ୍କୁ ପ୍ରାର୍ଥୀ କରିଥିବା...

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

କୋକସରା,୨୭ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ। ପ୍ରଥମେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା...

ଖୋର୍ଦ୍ଧାରେ ପ୍ରଶାନ୍ତ-ରାଜେନ୍ଦ୍ର ଲଢ଼େଇ

ଖୋର୍ଦ୍ଧା,୨୭।୪: ସାଧାରଣ ନିର୍ବାଚନକୁ ନେଇ ପୂର୍ବତନ ବେଗୁନିଆ ବିଧାୟକ ତଥା ଚିଲିକାର ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାନସଭା ଆସନରୁ ଟିକେଟ ଦେଇଛି ଭାଜପା।...

ଗୌତମବୁଦ୍ଧଙ୍କୁ ଟିକେଟ୍‌, ଅନନ୍ତ ଦାସଙ୍କ ପୁଅ ନିରାଶ

ଭୋଗରାଇ,୨୭।୪: ୩ଟି ଆସନରେ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି। ଏଥିରେ ଗୌତମବୁଦ୍ଧ ଦାସଙ୍କୁ ଟିକେଟ୍‌ ମିଳିଛି। ଗୌତମଙ୍କୁ ଭୋଗରାଇ ଆସନରୁ ଟିକେଟ୍‌ ମିଳିଛି।...

ତେଲକୋଇରୁ ଫକୀରମୋହନ, ଚମ୍ପୁଆରୁ ଲଢ଼ିବେ ମୁରଲୀ

କେନ୍ଦୁଝର,୨୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଦୀର୍ଘଦିନ ଧରି ଘୋଷଣା ହୋଇ ପାରୁ ନ ଥିବା ଚମ୍ପୁଆ ଏବଂ ତେଲକୋଇ ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ଶନିବାର ତା’ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri