ପଥର ଖାଦାନରେ ବେଆଇନ ବିସ୍ଫୋରଣ

ଭେଡେନ,୨୪।୩(ଡି.ଏନ.ଏ.): ବରଗଡ ଜିଲା ଭେଡେନ ତହସିଲ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ଥିବା ପଥର ଖାଦାନ, ପଥର ଚଟାଣ ଓ ପାହାଡ ଉପରେ ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡିଛି । ଏଠାରେ ପ୍ରତିଦିନ ଉଚ୍ଚ ଶକ୍ତିସମ୍ପନ୍ନ ଡିନାମାଇଟ ବିସ୍ଫୋରଣ କରାଯାଇ ପଥର ଉତ୍ତୋଳନ ହେଉଛି। ଫଳରେ ଲୋକଙ୍କ ଘର କାନ୍ଥଗୁଡିକ ଦବିଯାଇ ଫାଟ ସୃଷ୍ଟି ହେଲାଣି। ଏହି ବିସ୍ଫୋରଣ ଏତେ ପ୍ରଖର ଯେ ଖୋଳାଯାଇଥିବା ଗଭୀର ନଳକୂପ ଗୁଡିକରେ ମାଟି ଧସେଇ ହୋଇ ପୋତି ହୋଇଯାଉଥିବା ଅଭିଯୋଗ ହେଉଛି। ସେହିପରି ଏହି ପଥର ଖାଦାନଗୁଡିକ ସ୍କୁଲ, କଲେଜ ପାଖରେ ରହିଥିବା ବେଳେ ବିସ୍ଫୋରଣ ଯୋଗୁ ଛାତ୍ରୀଛାତ୍ରମାନେ ନିଜକୁ ସୁରକ୍ଷିତ ମଣୁନାହାନ୍ତି। ଏ ନେଇ ଅଭିଭାବକ ମାନେ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ। ଭେଡେନ ତହସିଲ ଅନ୍ତର୍ଗତ ଗଣ୍ଡତୁରୁମ, ଟିହିକିପାଲି, କେଶ୍ରିପାଲି, ମେହେନା, ଭାଲୁପାଲି, ସାରସପାଲି ଆଦି ଗ୍ରାମରେ ଥିବା ପଥର ଖାଦାନରେ ଏଭଳି ଅବସ୍ଥା ଦେଖିବାକୁ ମିଳୁଛି। ପଥର ମାଫିଆମାନେ ମହାନଦୀ ଗର୍ଭରେ ଥିବା ପଥରକୁ ମଧ୍ୟ ଛାଡୁନାହାନ୍ତି।
ସୂଚନା ଅନୁସାରେ, ଭେଡେନ ତହସିଲ ଅଧୀନ ଖାଦାନଗୁଡିକ ମଧ୍ୟରୁ ଅନେକ ଖାଦାନକୁ କେହି ଠିକାସୂତ୍ରରେ ନେଇ ନାହାନ୍ତି। କେତେକ ଖାଦାନ ଲିଜ୍‌ ସୂତ୍ରରେ ନିଆଯିବା ବ୍ୟବସ୍ଥା କରାଯାଇଛି। ଏଥିରେ ମଧ୍ୟ ପଥର ଉତ୍ତୋଳନ ପାଇଁ ବିସ୍ଫୋରକ ସାମଗ୍ରୀ ବ୍ୟବହାର ନ କରିବାକୁ ଚୁକ୍ତି କରାଯାଇଛି। ମାତ୍ର ସରକାରୀ ନିୟମକୁ ମାଫିଆମାନେ ଖୋଲାଖୋଲି ଉଲଂଘନ କରି ପଥର ଉତ୍ତୋଳନ କରୁଛନ୍ତି। ଏସବୁ ପ୍ରଶାସନର ଜାଣତରେ ହେଉଥିଲେ ମଧ୍ୟ ବିଭାଗୀୟ ଅଧିକାରୀ କୌଣସି ପଦକ୍ଷେପ ନେଉ ନ ଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷେ ପଥର ଖାଦାନରେ ବ୍ୟବହୃତ ନାଇଟ୍ରେଟ, ଇଲେକ୍ଟ୍ରିକ ଡିଟୋନେଟର, ଜିଲେଟିନ ଭଳି ବିସ୍ପୋରକ ସାମଗ୍ରୀ କେଉଁଠୁ ଆସୁଛି ଏବଂ କେଉଁଠି ଗଚ୍ଛିତ ରଖାଯାଉଛି ତାହାର ତଦନ୍ତ ଜରୁରୀ ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଏ ସମ୍ପର୍କରେ ଭେଡେନ ତହସିଲଦାର ନେପାଳ ଚନ୍ଦ୍ର ମୁଣ୍ଡାଙ୍କୁ ପଚରାଯିବାରୁ ସେ କହିଲେ, ଭେଡେନ ତହସିଲ ଅଧୀନ କେଶ୍ରିପାଲି, ଭାଲୁପାଲି ଏବଂ ଝରାପାଲି ଗ୍ରାମରେ ଥିବା ପଥର ଖାଦାନକୁ କେବଳ ଲିଜ୍‌ ସୂତ୍ରରେ ଦିଆଯାଉଛି। ଏହାର ସ୍ବୀକୃତି ପାଇଁ ଭୁବନେଶ୍ୱର ପ୍ରଦୂଷଣ ନିୟମନ୍ତ୍ରଣ ବୋର୍ଡକୁ ପଠାଯାଇଛି। ସେଠାରୁ ଅନୁମତି ଆସିଲେ ଲିଜ୍‌ ସୂତ୍ରରେ ଦିଆଯିବ। ଯେଉଁମାନେ ଏଠାରେ ବିସ୍ଫୋରକ ବ୍ୟବହାର କରି ବେଆଇନ ଭାବେ ପଥର ଉତ୍ତୋଳନ କରୁଛନ୍ତି, ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲଦାର ମୁଣ୍ଡା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ ସହ ପିଟିହେଲା ବାଇକ୍‌: ୨ ଜଣଙ୍କ ଜୀବନ ଗଲା, ୨ ଆହତ

ଛତ୍ରପୁର,୧ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ବାଟ ଛତ୍ରପୁର ଗ୍ରାମ ନିକଟ କାଜୁ ଫ୍ୟାକ୍ଟରି ସମ୍ମୁଖ ରାଜପଥରେ ବାଇକ୍‌ ସହ ବାଇକ ଧକ୍କାରେ...

ଦଳିତ ପରିବାରରେ କେନ୍ଦ୍ର ମନ୍ତ୍ରୀଙ୍କ ଭୋଜନ

ଭବାନୀପାଟଣା,୧।୫ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଉଦେଶୃଙ୍ଗ ଠାରେ ବୁଧବାର ଭାଜପାର ମିଶ୍ରଣ ପର୍ବରେ କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ସିଂହ ଯାଦବ...

ଭାଜପାରେ ଯୋଗଦେଲେ ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ

ସମ୍ବଲପୁର,୧ା୫: ଭାଜପାରେ ଯୋଗ ଦେଇଛନ୍ତି ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ‌ଙ୍କ ଉପସ୍ଥିତିରେ ଜିଲା ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ...

ମା’ ଠାକୁରାଣୀଙ୍କ ଯାତ୍ରାରେ ନବମ ଦିନରେ ପ୍ରକମ୍ପିତ ଗୌଡ଼ ସାହି

ଦାରିଙ୍ଗବାଡ଼ି,୧ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ମା’ ଠାକୁରାଣୀଙ୍କ ଯାତ୍ରା ୯ମ ଦିନରେ ପହଞ୍ଚିଛି। ଏହି ୯ଦିନ ଧରି ଦାରିଙ୍ଗବାଡ଼ିି ଉତ୍ସବମୁଖର ହୋଇପଡ଼ିଥିବା ବେଳେ ପ୍ରତିଦିନ...

ନିର୍ବାଚନ ପାଇଁ କଡ଼ା ନଜର ରଖିଛି ପୋଲିସ

ଫୁଲନଖରା,୧ା୫(ସତ୍ୟ ରଞ୍ଜନ ଦାସମହାପାତ୍ର): ଆସନ୍ତା ନିର୍ବାଚନ ପରିପ୍ରେକ୍ଷୀରେ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ଜନସାଧାରଣଙ୍କ ମଧ୍ୟରେ ବିଶ୍ବାସ ସୃଷ୍ଟି କରିବା ପାଇଁ କଟକ ସଦର ଥାନା ପୋଲିସ...

ବିଧାୟକ ମୋହନ ଚରଣ ମାଝିଙ୍କୁ ଥାନା ଅଧିକାରୀଙ୍କ ଦୁର୍ବ୍ୟବହାର, ପ୍ରତିବାଦରେ ଥାନା ସମ୍ମୁଖରେ ବସିଲେ ଧାରଣା

କେନ୍ଦୁଝର,୧ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବିଧାୟକ ତଥା ସଦର ବିଧାୟକ ପ୍ରାର୍ଥୀ ମୋହନ ଚରଣ ମାଝିଙ୍କୁ ସଦର ଥାନା ଆଇଆଇସିଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ଥାନା...

ସୁନ୍ଦରଗଡ଼ ଲୋକ ସଭା ଆସନ ପାଇଁ ଜନାର୍ଦ୍ଦନ ଦେହୁରୀଙ୍କ ନାମାଙ୍କନପତ୍ର ଦାଖଲ

ସୁନ୍ଦରଗଡ଼,୧ା୫(ଜୟନାରାୟଣ ମେଣ୍ଡୁଳି): ଆସନ୍ତା ୨୦ ତାରିଖରେ ସୁନ୍ଦରଗଡ଼ ଜିଲାରେ ହେବ ଭୋଟ୍‌ ଗ୍ରହଣ। ଏଥି ନିମନ୍ତେ ବୁଧବାର ଥିବା ପ୍ରାର୍ଥିପତ୍ର ଦାଖଲର ଚତୁର୍ଥ ଦିବସ। ଏହି...

ଯୋଗେଶ ସିଂହଙ୍କ ନିର୍ବାଚନୀ ପ୍ରଚାର

ସୁନ୍ଦରଗଡ଼,୧ା୫(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ବିଧାୟକ ପ୍ରାର୍ଥୀ ଯୋଗେଶ କୁମାର ସିଂହ ବୁଧବାର ଲେଫ୍ରିପଡ଼ା ବ୍ଲକ ଅନ୍ତର୍ଗତ ବଡ଼ବଙ୍ଗା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri