ଝଲସିବ ‘ସପ୍ତଶଯ୍ୟା’

ଢେଙ୍କାନାଳ ଅଫିସ,୨୪।୩: ଢେଙ୍କାନାଳର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ‘ସପ୍ତଶଯ୍ୟା’ ଝଲସିବ। ଏହାର ସାମଗ୍ରିକ ଉନ୍ନତୀକରଣ ଲାଗି ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରାଯାଇଛି। ଏଥିପାଇଁ ଏକ ପ୍ରତିନିଧି ଦଳ ବୁଧବାର ଅପରାହ୍ନରେ ‘ସପ୍ତଶଯ୍ୟା’ରେ ପହଞ୍ଚତ୍ ଭିତ୍ତିଭୂମି ସମୀକ୍ଷା କରିଛନ୍ତି।
ବନପାହାଡ଼ ସବୁଜିମା ଘେରା ‘ସପ୍ତଶଯ୍ୟା’ର ପ୍ରବେଶ ଦ୍ୱାର ତଥା ଫରେଷ୍ଟ ବିଟ୍‌ ହାଉସ୍‌ ନିକଟରୁ ମନ୍ଦିର ପର୍ଯ୍ୟନ୍ତ କେବୁଲ ବିଛାଯାଇ ବିଦ୍ୟୁତୀକରଣ ହେବ। କେବଳ ମନ୍ଦିର ନୁହେଁ, ସମଗ୍ର ପିକ୍‌ନିକ୍‌ ସ୍ପଟ୍‌କୁ ଆଲୋକୀକରଣ କରାଯିବ। ଘଞ୍ଚ ଜଙ୍ଗଲ ମଧ୍ୟରେ ପ୍ରବାହିତ ପ୍ରାକୃତିକ ବନଝରଣା ଜଳକୁ ପ୍ରଦୂଷଣ ମୁକ୍ତ ରଖିବା ଲାଗି ଯୋଜନା କରାଯାଇଛି। ମୃତ୍ତିକା କ୍ଷୟ ରୋକିବା ପାଇଁ ଝରଣାର ଦୁଇପାର୍ଶ୍ୱରେ ସୁଦୃଢ଼ ପଥର ପ୍ୟାକିଂ କରାଯିବ। ପୀଠ ପରିସରରେ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକଙ୍କ ପାଇଁ ବିଶ୍ରାମାଗାର ନିର୍ମାଣ ହେବ। ଆଗନ୍ତୁକଙ୍କ ଯାତ୍ରାକୁ ସ୍ମୃତିମଧୁର କରିବା ପାଇଁ ପିକନିକ୍‌ ସ୍ପଟ ଓ ମନ୍ଦିର ପରିସରରେ ଦୁଇଟି ସେଲ୍‌ଫି ପଏଣ୍ଟ ରହିବ। ଏହାକୁ ବାଦ୍‌ଦେଲେ ଫରେଷ୍ଟ ବିଟ୍‌ ହାଉସଠାରୁ ମନ୍ଦିର ପାହାଚ ଯାଏ ଆକର୍ଷଣୀୟ ରାସ୍ତା ନିର୍ମାଣ କରାଯିବ। ବଣଭୋଜି ସ୍ଥଳ ତଥା ଜେନାଦେଈ ଠାକୁରାଣୀଙ୍କ ନିକଟରେ ଯାନବାହନ ପାର୍କିଂ ବ୍ୟବସ୍ଥା କରାଯିବ। ପିଣ୍ଡି ଏବଂ ଏହାର ଆଖପାଖ ଅଞ୍ଚଳକୁ ପରିଷ୍କାର, ପରିଚ୍ଛନ୍ନ ରଖାଯିବ। ଏହାର ଆବଶ୍ୟକ ଉନ୍ନତିକରଣକୁ ଅଗ୍ରାଧିକାର ଦିଆଯିବ। ଆବଶ୍ୟକତା ଦୃଷ୍ଟିରୁ ନୂତନ ପିଣ୍ଡି ନିର୍ମାଣ କରାଯିବ। ପର୍ଯ୍ୟାପ୍ତ ପାନୀୟ ଜଳ ଯୋଗାଣକୁ ନିଶ୍ଚିତ କରିବା ପାଇଁ ବଣଭୋଜି ସ୍ଥଳ ଓ ମନ୍ଦିର ପାଖରେ ୨ଟି ଗଭୀର ବୋରୱେଲ ଖନନ ହେବ। ପ୍ରମୁଖ ରାସ୍ତାରୁ ପର୍ଯ୍ୟଟନସ୍ଥଳୀ ରାସ୍ତା ଯାଏ ସାଇନେଜ୍‌ ବ୍ୟବସ୍ଥା କରାଯିବ। ଫଳରେ ଦୂରଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକମାନେ ବିନା କୌଣସି ସମସ୍ୟାରେ ପୀଠରେ ପହଞ୍ଚତ୍ପାରିବେ। ‘ସପ୍ତଶଯ୍ୟା’ର ବିକାଶ ନିମନ୍ତେ ପର୍ଯ୍ୟଟନ ବିଭାଗ ନିକଟରେ ୪ କୋଟି ୮୦ ଲକ୍ଷ ଟଙ୍କା ମହଜୁଦ୍‌ ରହିଛି। ସପ୍ତଶଯ୍ୟା ସମେତ ଜିଲାର ୬ ପର୍ଯ୍ୟଟନସ୍ଥଳୀର ବିକାଶ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟରେ ୫୦ କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି। ଉକ୍ତ ଅର୍ଥରୁ ୫ କୋଟି ଟଙ୍କା ଏଠାରେ ବିନିଯୋଗ କରାଯିବାକୁ ଯୋଜନା ରହିଛି।
ସପ୍ତଶଯ୍ୟାର ବିକାଶ ପାଇଁ ଜିଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଗଠିତ କମିଟିର ଅଧ୍ୟକ୍ଷା ତଥା ଉପଜିଲାପାଳ ସ୍ନିଗ୍ଧାରାଣୀ ଧଳଙ୍କ ନେତୃତ୍ୱରେ ଉକ୍ତ ପ୍ରତିନିଧି ଦଳ ସପ୍ତଶଯ୍ୟା ପରିଦର୍ଶନ କରିଥିଲେ। ଉକ୍ତ ଟିମ୍‌ରେ ଜିଲା ପରିଷଦ ସଭାନେତ୍ରୀ ଅର୍ଚ୍ଚନା ପୁହାଣ, ଜିଲା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା, ସହକାରୀ ବନ ସଂରକ୍ଷକ ସୁବ୍ରତ ପାତ୍ର, ସଦର ବିଡିଓ ସୁଧୀର ନାୟକ, ସହକାରୀ ଦେବୋତ୍ତର ଅଧିକାରୀ ହରିହର ପଞ୍ଚୁଆତି, ଦେବୋତ୍ତର ନିରୀକ୍ଷକ ପ୍ରଦ୍ୟୁମ୍ନ ତ୍ରିପାଠୀ, ସପ୍ତଶଯ୍ୟା ସରପଞ୍ଚ ଅଭିମନ୍ୟୁ ବେହେରା, ଜିଲା ପରିଷଦ ସଭ୍ୟା ଦୀପ୍ତିମୟୀ ଜେନା, ଜିଲା ପର୍ଯ୍ୟଟନ ଅଧିକାରୀ ଜଗଦୀଶ ରାୟ ପ୍ରମୁଖ ସାମିଲ ହୋଇଥିଲେ।
ସୂଚନାଯୋଗ୍ୟ, ରାଜ୍ୟର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ମଧ୍ୟରେ ‘ସପ୍ତଶଯ୍ୟା’ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ପର୍ଯ୍ୟଟନ ଋତୁରେ ବଣଭୋଜି କରିବା ସହ ପ୍ରାକୃତିକ ସୌନ୍ଦର୍ଯ୍ୟର ମଜାନେବାକୁ ଏଠାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ପର୍ଯ୍ୟଟକଙ୍କ ସମାଗମ ହୋଇଥାଏ। ଏହାକୁ ବାଦ୍‌ଦେଲେ ଏଠାରେ ରାମନବମୀ, ହନୁମାନ ଜୟନ୍ତୀ, କାର୍ତ୍ତିକ ପୂର୍ଣ୍ଣିମା, ଦଶହରା ଆଡମ୍ବର ସହକାରେ ପାଳନ କରାଯାଏ। ତଥାପି ଏଭଳି ଐତିହ୍ୟସମ୍ପନ୍ନ ପର୍ଯ୍ୟଟନସ୍ଥଳୀର ଆଖିଦୃଶିଆ ବିକାଶ ହୋଇପାରିନାହିଁ। ବିଳମ୍ବରେ ହେଲେ ମଧ୍ୟ ଜିଲା ପର୍ଯ୍ୟଟନ ବିଭାଗ ଏଥି ପ୍ରତି ଦୃଷ୍ଟି ଦେଇଥିବାରୁ ଏହାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ

ପୁରୁଷୋତ୍ତମପୁର,୧୭ା୮(ସବିତା ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଇଧର ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଡାଲାଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

ଇତିହାସ ରଚିଲେ ରବୀନ୍ଦ୍ର ଜାଡେଜା, ଏପରି କରିବାରେ ହେଲେ ଦ୍ୱିତୀୟ ଭାରତୀୟ

ନୂଆଦିଲ୍ଲୀ, ୧୭।୮: ଶ୍ରୀଲଙ୍କା ବିପକ୍ଷରେ ଗଲ୍‌ରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ସ୍ପିନ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି।…

ଭାରତୀୟ ମଜଦୁର ସଂଘର ଦେଶ ବ୍ୟାପୀ ପ୍ରତିବାଦ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ରାଞ୍ଚିଠାରେ ହୋଇଥିବା ୧୬୧ତମ କେନ୍ଦ୍ରୀୟ କାର୍ଯ୍ୟ ସମିତିର ନିଷ୍ପତ୍ତି କ୍ରମେ ଭାରତୀୟ ମଜଦୁର ସଂଘ(ବିଏମ୍‌ଏସ) ପକ୍ଷରୁ ସୋମବାର ସ୍ଥାନୀୟ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ…

BJPରେ ସ୍ମୃତି ଇରାନୀଙ୍କୁ ବଡ଼ ଦାୟିତ୍ୱ: ସଂଗଠନକୁ ଫେରି କହିଲେ ଏହି ବଡ଼ କଥା, ରାଜନୀତିରେ ଚହଳ

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ ସୋମବାର ତାଙ୍କ ନୂଆ ଟିମର ଘୋଷଣା କରିଛନ୍ତି। ଏହି ଟିମରେ ଦଳକୁ ଆହୁରି…

ଭାଜପାର ନୂଆ ଟିମରେ ଓଡ଼ିଶାରୁ ୨: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ କହିଲେ…

ନୂଆଦିଲ୍ଲୀ, ୧୭।୮: ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନୂଆ ଟିମ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଗର୍ଜିଲା ଓଡ଼ିଶା କୃଷକ ସଭା

ଦିଗପହଣ୍ଡି,୧୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିମାନଙ୍କରେ ଚଳିତବର୍ଷ ଧାନ ମଣ୍ଡିରେ ଚାଷୀମାନଙ୍କ ନାଁ ରେଜିଷ୍ଟ୍ରେସନ ପାଇଁ ଚାଷୀ…

ଭାଜପାର ନୂଆ ଟିମରୁ ଅମିତ ମାଲବ୍ୟ ବାଦ୍‌, ସୋସିଆଲ ମିଡିଆରେ ଲେଖିଲେ ଏଭଳି କଥା

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନୂଆ ଟିମରେ ଅମିତ ମାଲବ୍ୟଙ୍କୁ ସ୍ଥାନ ମିଳିନାହିଁ। ତାଙ୍କ ସ୍ଥାନରେ ଛତିଶଗଡ଼ର ଦୀପକ…

୨୦୨୭ ବିଜୟର ସ୍କ୍ରିପ୍ଟ ପ୍ରସ୍ତୁତ କଲାଣି ଭାଜପା: ଚକ୍ରବ୍ୟୁହରେ ଫସିବେ ବିରୋଧୀ

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା) ସୋମବାର ନୂଆ ଟିମ୍‌ ଘୋଷଣା କରିଛି। ଏଥିରେ ଉତ୍ତର ପ୍ରଦେଶର ୮ ଜଣ ନେତା ପଦବୀ ପାଇଛନ୍ତି। ଏହା ମାଧ୍ୟମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri