ଝଲସିବ ‘ସପ୍ତଶଯ୍ୟା’

ଢେଙ୍କାନାଳ ଅଫିସ,୨୪।୩: ଢେଙ୍କାନାଳର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ‘ସପ୍ତଶଯ୍ୟା’ ଝଲସିବ। ଏହାର ସାମଗ୍ରିକ ଉନ୍ନତୀକରଣ ଲାଗି ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରାଯାଇଛି। ଏଥିପାଇଁ ଏକ ପ୍ରତିନିଧି ଦଳ ବୁଧବାର ଅପରାହ୍ନରେ ‘ସପ୍ତଶଯ୍ୟା’ରେ ପହଞ୍ଚତ୍ ଭିତ୍ତିଭୂମି ସମୀକ୍ଷା କରିଛନ୍ତି।
ବନପାହାଡ଼ ସବୁଜିମା ଘେରା ‘ସପ୍ତଶଯ୍ୟା’ର ପ୍ରବେଶ ଦ୍ୱାର ତଥା ଫରେଷ୍ଟ ବିଟ୍‌ ହାଉସ୍‌ ନିକଟରୁ ମନ୍ଦିର ପର୍ଯ୍ୟନ୍ତ କେବୁଲ ବିଛାଯାଇ ବିଦ୍ୟୁତୀକରଣ ହେବ। କେବଳ ମନ୍ଦିର ନୁହେଁ, ସମଗ୍ର ପିକ୍‌ନିକ୍‌ ସ୍ପଟ୍‌କୁ ଆଲୋକୀକରଣ କରାଯିବ। ଘଞ୍ଚ ଜଙ୍ଗଲ ମଧ୍ୟରେ ପ୍ରବାହିତ ପ୍ରାକୃତିକ ବନଝରଣା ଜଳକୁ ପ୍ରଦୂଷଣ ମୁକ୍ତ ରଖିବା ଲାଗି ଯୋଜନା କରାଯାଇଛି। ମୃତ୍ତିକା କ୍ଷୟ ରୋକିବା ପାଇଁ ଝରଣାର ଦୁଇପାର୍ଶ୍ୱରେ ସୁଦୃଢ଼ ପଥର ପ୍ୟାକିଂ କରାଯିବ। ପୀଠ ପରିସରରେ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକଙ୍କ ପାଇଁ ବିଶ୍ରାମାଗାର ନିର୍ମାଣ ହେବ। ଆଗନ୍ତୁକଙ୍କ ଯାତ୍ରାକୁ ସ୍ମୃତିମଧୁର କରିବା ପାଇଁ ପିକନିକ୍‌ ସ୍ପଟ ଓ ମନ୍ଦିର ପରିସରରେ ଦୁଇଟି ସେଲ୍‌ଫି ପଏଣ୍ଟ ରହିବ। ଏହାକୁ ବାଦ୍‌ଦେଲେ ଫରେଷ୍ଟ ବିଟ୍‌ ହାଉସଠାରୁ ମନ୍ଦିର ପାହାଚ ଯାଏ ଆକର୍ଷଣୀୟ ରାସ୍ତା ନିର୍ମାଣ କରାଯିବ। ବଣଭୋଜି ସ୍ଥଳ ତଥା ଜେନାଦେଈ ଠାକୁରାଣୀଙ୍କ ନିକଟରେ ଯାନବାହନ ପାର୍କିଂ ବ୍ୟବସ୍ଥା କରାଯିବ। ପିଣ୍ଡି ଏବଂ ଏହାର ଆଖପାଖ ଅଞ୍ଚଳକୁ ପରିଷ୍କାର, ପରିଚ୍ଛନ୍ନ ରଖାଯିବ। ଏହାର ଆବଶ୍ୟକ ଉନ୍ନତିକରଣକୁ ଅଗ୍ରାଧିକାର ଦିଆଯିବ। ଆବଶ୍ୟକତା ଦୃଷ୍ଟିରୁ ନୂତନ ପିଣ୍ଡି ନିର୍ମାଣ କରାଯିବ। ପର୍ଯ୍ୟାପ୍ତ ପାନୀୟ ଜଳ ଯୋଗାଣକୁ ନିଶ୍ଚିତ କରିବା ପାଇଁ ବଣଭୋଜି ସ୍ଥଳ ଓ ମନ୍ଦିର ପାଖରେ ୨ଟି ଗଭୀର ବୋରୱେଲ ଖନନ ହେବ। ପ୍ରମୁଖ ରାସ୍ତାରୁ ପର୍ଯ୍ୟଟନସ୍ଥଳୀ ରାସ୍ତା ଯାଏ ସାଇନେଜ୍‌ ବ୍ୟବସ୍ଥା କରାଯିବ। ଫଳରେ ଦୂରଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକମାନେ ବିନା କୌଣସି ସମସ୍ୟାରେ ପୀଠରେ ପହଞ୍ଚତ୍ପାରିବେ। ‘ସପ୍ତଶଯ୍ୟା’ର ବିକାଶ ନିମନ୍ତେ ପର୍ଯ୍ୟଟନ ବିଭାଗ ନିକଟରେ ୪ କୋଟି ୮୦ ଲକ୍ଷ ଟଙ୍କା ମହଜୁଦ୍‌ ରହିଛି। ସପ୍ତଶଯ୍ୟା ସମେତ ଜିଲାର ୬ ପର୍ଯ୍ୟଟନସ୍ଥଳୀର ବିକାଶ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟରେ ୫୦ କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି। ଉକ୍ତ ଅର୍ଥରୁ ୫ କୋଟି ଟଙ୍କା ଏଠାରେ ବିନିଯୋଗ କରାଯିବାକୁ ଯୋଜନା ରହିଛି।
ସପ୍ତଶଯ୍ୟାର ବିକାଶ ପାଇଁ ଜିଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଗଠିତ କମିଟିର ଅଧ୍ୟକ୍ଷା ତଥା ଉପଜିଲାପାଳ ସ୍ନିଗ୍ଧାରାଣୀ ଧଳଙ୍କ ନେତୃତ୍ୱରେ ଉକ୍ତ ପ୍ରତିନିଧି ଦଳ ସପ୍ତଶଯ୍ୟା ପରିଦର୍ଶନ କରିଥିଲେ। ଉକ୍ତ ଟିମ୍‌ରେ ଜିଲା ପରିଷଦ ସଭାନେତ୍ରୀ ଅର୍ଚ୍ଚନା ପୁହାଣ, ଜିଲା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା, ସହକାରୀ ବନ ସଂରକ୍ଷକ ସୁବ୍ରତ ପାତ୍ର, ସଦର ବିଡିଓ ସୁଧୀର ନାୟକ, ସହକାରୀ ଦେବୋତ୍ତର ଅଧିକାରୀ ହରିହର ପଞ୍ଚୁଆତି, ଦେବୋତ୍ତର ନିରୀକ୍ଷକ ପ୍ରଦ୍ୟୁମ୍ନ ତ୍ରିପାଠୀ, ସପ୍ତଶଯ୍ୟା ସରପଞ୍ଚ ଅଭିମନ୍ୟୁ ବେହେରା, ଜିଲା ପରିଷଦ ସଭ୍ୟା ଦୀପ୍ତିମୟୀ ଜେନା, ଜିଲା ପର୍ଯ୍ୟଟନ ଅଧିକାରୀ ଜଗଦୀଶ ରାୟ ପ୍ରମୁଖ ସାମିଲ ହୋଇଥିଲେ।
ସୂଚନାଯୋଗ୍ୟ, ରାଜ୍ୟର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ମଧ୍ୟରେ ‘ସପ୍ତଶଯ୍ୟା’ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ପର୍ଯ୍ୟଟନ ଋତୁରେ ବଣଭୋଜି କରିବା ସହ ପ୍ରାକୃତିକ ସୌନ୍ଦର୍ଯ୍ୟର ମଜାନେବାକୁ ଏଠାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ପର୍ଯ୍ୟଟକଙ୍କ ସମାଗମ ହୋଇଥାଏ। ଏହାକୁ ବାଦ୍‌ଦେଲେ ଏଠାରେ ରାମନବମୀ, ହନୁମାନ ଜୟନ୍ତୀ, କାର୍ତ୍ତିକ ପୂର୍ଣ୍ଣିମା, ଦଶହରା ଆଡମ୍ବର ସହକାରେ ପାଳନ କରାଯାଏ। ତଥାପି ଏଭଳି ଐତିହ୍ୟସମ୍ପନ୍ନ ପର୍ଯ୍ୟଟନସ୍ଥଳୀର ଆଖିଦୃଶିଆ ବିକାଶ ହୋଇପାରିନାହିଁ। ବିଳମ୍ବରେ ହେଲେ ମଧ୍ୟ ଜିଲା ପର୍ଯ୍ୟଟନ ବିଭାଗ ଏଥି ପ୍ରତି ଦୃଷ୍ଟି ଦେଇଥିବାରୁ ଏହାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri