ପୁରୁଣା ହଟିଲେ, ନୂଆ ଗାନ୍ଧୀ ଆସୀନ

ନୟାଗଡ଼ ଅଫିସ,୨୭।୩: ନୟାଗଡ଼ ସହରର ତ୍ରିନାଥ ଛକରେ ଆମ ପାଇଁ ବଡ଼ ଆମ ନୟାଗଡ଼ ସେଲଫି ପଏଣ୍ଟ ରବିବାର ଲୋକାର୍ପିିତ ହେବା ପରେ ସେଲଫି ନେବାକୁ ଭିଡ଼ ହୋଇଥିଲା। ତେବେ ସେଲଫି ପଏଣ୍ଟକୁ ଲାଗି ରହିଥିବା ଗାନ୍ଧୀଙ୍କର ପୁରୁଣା ମୂର୍ତ୍ତି ହଟିଯାଇଛି। ସେଲଫି ପଏଣ୍ଟ ଭିତରେ ବ୍ରୋଞ୍ଚର ନୂଆ ଗାନ୍ଧି ମୂର୍ତ୍ତି ଉଦ୍‌ଘାଟିତ ହୋଇଛି। ପୂର୍ବରୁ ଯାହା ଅନୁମାନ କରାଯାଉଥିଲା ତାହା ହିଁ ସତ୍ୟରେ ପରିଣତ୍‌ ହୋଇଛି। ତେବେ ସେଲଫି ପଏଣ୍ଟ ଭିତରେ ପୁରୁଣା ଗାନ୍ଧୀ ମୂର୍ତ୍ତିର ଉଦ୍‌ଘାଟକମାନଙ୍କର ନାଁ ଯଥା ପୂର୍ବତନ ବିଧାୟକ ସୀତାକାନ୍ତ ମିଶ୍ରଙ୍କ ନାଁ ରହିଥିବା ନାମ ଫଳକ ରହିଛି। ନାମଫଳକଟି ନୂଆକରି ରଖାଯାଇଛି।
କାଦୁଅ ପଚପଚରେ ଉଦ୍‌ଘାଟନ
ନୟାଗଡ଼ ନାଉଖାଲ ୨୧ ନଂ. ରାଜ୍ୟ ରାଜପଥ କଡ଼ରେ ଉଦ୍‌ଘାଟିତ ହୋଇଛି ସେଲଫି ପଏଣ୍ଟ। ସେଲଫି ପଏଣ୍ଟ ସମ୍ମୁଖ ରାଜପଥ ଓ ଏହାର ପାର୍ଶ୍ୱ କାଦୁଅ ପଚ ପଛ ହୋଇ ରହିଥିଲା। ମ୍ୟୁନିସିପାଲିଟିର ଜଣେ ସଫେଇ କର୍ମଚାରୀ ସେଲଫି ପଏଣ୍ଟ ସମ୍ମୁଖରେ ଜମା ହୋଇଥିବା ପାଣିକୁ ଖାଲି କରିଥିଲେ ହେଁ ପୁଣି ପାଣି ଜମା ହୋଇ ଯାଇଥିଲା। ଅନ୍ୟପକ୍ଷେ ସେଲଫି ପଏଣ୍ଟ ନିଟକରେ ରମ୍ବଲସ ୪ଟି କରାଯାଇଥିବାବେଳେ ଏହା ହମ୍ପସ ପରି ହେଉଥିବାରୁ ଚଳାଚଳ ବେଳେ ଯାନବାହାନ ଚକର ପାଣି କାଦୁଅ ଅଧିକ ଅସୁବିଧା ସୃଷ୍ଟି କରିଥିଲା। ଉଦ୍‌ଘାଟନ ସମୟରେ ବର୍ଷା ବାଧକ ସାଜିଥିବା କୁହାଯାଇଥିଲା।
ବାଘୁଆ ନୟାଗଡ଼ର
ସ୍ମୃତି ରହିଲାନି
ଆମ ପାଇଁ ବଡ଼ ଆମ ନୟାଗଡ଼ ସେଲଫି ପଏଣ୍ଟ ପରିସରରେ ବାଘୁଆ ନୟାଗଡ଼ର ସ୍ମୃତି ରହି ନ ଥିବାରୁ କେତେଜଣ ଲୋକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଆମ ପାଇଁ ବଡ଼ ଆମ ନୟାଗଡ଼ ଲେଖାଥିବା ସେଲଫି ପଏଣ୍ଟ ପଛ ପାଖରେ ଜଳ ଫୁଆରା ରହିଛି। ଏଠାରେ ଜଳ ଉପରକୁ ଉଠି ପୁଣି ତଳକୁ ଖସି ରାତିର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରୁଛି। ପଛା ପାଖରେ ଏକ ପ୍ରାଚୀର ପରି କରାଯାଇ ପାହାଡ଼ ସଦୃଶ ସୌନ୍ଦର୍ଯ୍ୟକରଣ କରାଯାଇଛି। ଏହି ପ୍ରାଚୀର ଉପରେ ଏକ ବାଘ ମୂର୍ତ୍ତିଟିଏ ରଖିଥିଲେ ଜିଲାର ସ୍ମୃତିକୁ ମନେ ପକାଇଥାନ୍ତା ବୋଲି କୁହାଯାଉଛି।
୧୦ ମିନଟ୍‌ର ରାସ୍ତାକୁ
୪୦ ମିନିଟ୍‌
ନୟାଗଡ଼ ସହରର ଟ୍ରାଫିକ ଛକ ନିକଟସ୍ଥ ଲେମ୍ବୁ ବିକ୍ରି ଛକଠାରୁ ନୟାଗଡ଼ କୋଏନା ଢ଼ାବା ପର୍ଯ୍ୟନ୍ତ ଆସିବାକୁ ୧୦ ମିନିଟ୍‌ ସମୟ ବାଇକ୍‌ରେ ଲାଗିଥାଏ। ଏବେ ଏହି ରାସ୍ତାରେ ବାଇକ୍‌ ଆସିବାକୁ ଅଧ ଘଣ୍ଟାଏରୁ ୪୦ ମିନିଟ୍‌ ଲାଗୁଛି। ଖାଲଖମା ରାସ୍ତାକୁ ଟ୍ରାଫିକ୍‌ ଜାମ କାରଣରୁ ଗାଡ଼ି ଚଳାଇବା ବିଳମ୍ବ ହେଉଛି। ନୟାଗଡ଼ ସହରର ଟ୍ରାଫିକ ଛକ ନିକଟସ୍ଥ ଲେମ୍ବୁ ବିକ୍ରି ଛକଠାରୁ କୋଏନା ଢ଼ାବା ପର୍ଯ୍ୟନ୍ତ ଉନ୍ନତୀକରଣ ପାଇଁ ୨କୋଟି ୮୦ ଲକ୍ଷ ମଞ୍ଜୁର ହୋଇଛି। ନୟାଗଡ଼ ବିଧାୟକ ଅରୁଣ ସାହୁ ଏହାକୁ ଉଦ୍‌ଘାଟନ କରିଥିଲେ ହେଁ ଫଳକରେ ବିକାଶ ଅଟକି ରହିଥିବାରୁ ସମାଲୋଚନା କରାଯିବା ସହ ଅସନ୍ତୋଷ ବଢୁଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?