ସମ୍ପର୍କ ଯୋଡ଼ିଛି ମାନକୁଣ୍ଡା ହାଟ

ଭୋଗରାଇ,୨୭ା୩(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୀମାନ୍ତ ମାନକୁଣ୍ଡା ସାପ୍ତାହିକ ହାଟ ଓଡ଼ିଶା ଓ ପଶ୍ଚିମବଙ୍ଗ ଅଧିବାସୀଙ୍କ ମଧ୍ୟରେ ଭାଇଚାରାର ସେତୁ ବାନ୍ଧିଛି। ୧ଏକର ଜାଗା ପରିଧି ମଧ୍ୟରେ ଅବସ୍ଥିତ ଏହି ହାଟ ଦୁଇ ରାଜ୍ୟ ସୀମାନ୍ତବାସୀଙ୍କ ଆର୍ଥିକ ଓ ସାମାଜିକ ବ୍ୟବସ୍ଥାର ଉନ୍ନତି ନିମନ୍ତେ ଗୁରୁତ୍ୱ ବହନ କରୁଛି। ହାଟରେ ଶତାଧିକ ସ୍ଥାୟୀ ଓ ୮୦ରୁ ଅଧିକ ଉଠାଦୋକାନୀ ନିଜର ବିଭିନ୍ନ ପ୍ରକାର ସାମଗ୍ରୀ ବିକ୍ରୟ ନିମନ୍ତେ ପସରା ମେଲାଇଛନ୍ତି। ସପ୍ତାହରେ ଦୁଇଥର ସକାଳେ ଓ ଅପରାହ୍ନରେ ହାଟ ବସିଥାଏ। ବୁଧବାର ଓ ଶନିବାର ସକାଳେ ସ୍ଥାନୀୟ ଚାଷୀଙ୍କ ଦ୍ୱାରା ଉତ୍ପନ୍ନ ପାନ, ପାନବରଜ ପାଇଁ ବ୍ୟବହୃତ ହେଉଥିବା ଖଡ଼ି, ଇକଡ଼, ସାର ଓ ଅନ୍ୟାନ୍ୟ ସାମଗ୍ରୀ ଭଲ ବିକ୍ରିବଟା ହେଉଥିବାରୁ ଲୋକେ ସ୍ବାବଲମ୍ବୀ ହୋଇପାରିଛନ୍ତି। ସ୍ଥାନୀୟ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଦୀର୍ଘ ୩୫ବର୍ଷ ଧରି ଏହି ହାଟ ସାଧାରଣ ଲୋକଙ୍କ ଜୀବନଜୀବିକା ମାନଦଣ୍ଡକୁ ସୁଦୃଢ କରିଆସିଛି। ଏଠାରେ ବିଭିନ୍ନ ପବପର୍ବାଣିରେ ଦୁଇ ରାଜ୍ୟ ଅଧିବାସୀଙ୍କ ସାହାଯ୍ୟ ସହଯୋଗ ଭାଇଚାରା ବନ୍ଧନକୁ ଅତୁଟ ରଖିଛି। ଏପରିକି କାଳୀପୂଜା, ମୈତ୍ରୀ ଉତ୍ସବ, କ୍ରିକେଟ ପ୍ରତିଯୋଗିତା, ମାନକୁଣ୍ଡା ନୀଳରୁଦ୍ରେଶ୍ୱର ମହାଦେବଙ୍କ ବାର୍ଷିକ ପାଟଉତ୍ସବ ଭଳି ବିଭିନ୍ନ ଗଣ ଉତ୍ସବ ଦୁଇ ରାଜ୍ୟ ସହମତି ଭିତ୍ତିରେ କାର୍ଯ୍ୟକ୍ରମ ଆଗେଇ ଚାଲିଛି। ଏହି ହାଟରେ ମାନକୁଣ୍ଡା ଗଁାର କୁଶଳୀ କୁମ୍ଭକାରମାନେ ମାଟିପାତ୍ରରେ ନିର୍ମିତ ବିଭିନ୍ନ ଜିନିଷ ସୁଲଭ ମୂଲ୍ୟରେ ବିକ୍ରି କରୁଥିବାରୁ ପଶ୍ଚିମବଙ୍ଗ ଏବଂ ଭୋଗରାଇ ବାଲିଆପାଳ ଅଞ୍ଚଳର ବେପାରୀମାନେ ତାହାକୁ କିଣିନେଇ ଭଲ ରୋଜଗାର ମଧ୍ୟ କରୁଛନ୍ତି।
୨୦୧୪ରୁ ଏହି ହାଟ ସରକାରଙ୍କ ପକ୍ଷରୁ ନିଲାମ କରାଯାଇଛି। ବର୍ଷକୁ ନିଲାମଧାରୀ ୩୪ହଜାର ଟଙ୍କା ରାଜସ୍ବ ବାବଦକୁ ସରକାରୀ ତହବିଲରେ ପୈଠ କରୁଛନ୍ତି। ହାଟର ଉନ୍ନତି ନିମନ୍ତେ ମାର୍କେଟ କମ୍ପ୍ଲେକ୍ସ, ଖେଳପଡ଼ିଆ, ବିଶ୍ରାମାଗାର, ଗୋଷ୍ଠୀକେନ୍ଦ୍ର ଆଦି ନିର୍ମାଣ ବାବଦକୁ ୪୦ଲକ୍ଷ ଟଙ୍କା ରାଜ୍ୟ ସରକାର ଆର୍ଥିକ ଅନୁଦାନ ଯୋଗାଇ ଥିବାବେଳେ ଅନେକ କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିଛି ବୋଲି ହାଟ କମିଟିର ସଦସ୍ୟ ତଥା ଜନ ପ୍ରତିନିଧି ତପନ କୁମାର ପାହାଡ଼ି ସୂଚନା ଦେଇଛନ୍ତି। ବଜାର କମିଟିର ସଭାପତି ତଥାଗତ ମିଶ୍ର, କମିଟି ସଦସ୍ୟ ରାମଚନ୍ଦ୍ର ବେହେରା, ଦେବାଶିଷ ଦ୍ୱିବେଦୀ, ମୃଣ୍ମୟ ପାଣି ପ୍ରମୁଖ ପୂର୍ବ ପୁରୁଷଙ୍କ ଅମଳରୁ ସୀମାନ୍ତରେ ଉଭୟ ରାଜ୍ୟର ଭାଇଚାରା ନିଦର୍ଶନ ଅଦ୍ୟାବଧି ଅନନ୍ୟ ବୋଲି କହିଛନ୍ତି। ମାନକୁଣ୍ଡର ଗ୍ରାମର ସଞ୍ଜୟ ବେହେରା ନାମକ ଜଣେ ବ୍ୟକ୍ତି କୁହନ୍ତି ଆମ ଗଁାରେ ହାଟ ବସୁଥିବାରୁ କିଣାବିକା କରିବାରେ ସୁବିଧା ହେବା ସହ ଆର୍ଥିକ ମାନଦଣ୍ଡ ସୁଦୃଢ ହୋଇପାରିଛି। ପଶ୍ଚିମବଙ୍ଗ ସୀମାନ୍ତ ସନ୍ତେଶ୍ୱରପୁର ଗ୍ରାମର ମଣ୍ଟୁ ପ୍ରଧାନ କୁହନ୍ତି ମାନକୁଣ୍ଡା ହାଟ ଯୋଗୁ କିଣାବିକା ଲାଗି ଆଉ ଦୂରକୁ ଯିବାକୁ ପଡୁନାହିଁ। ବିଭିନ୍ନ ସାମଗ୍ରୀ ସୁବିଧାରେ ମିଳିଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଟିଓ-ଜିଏସଟି ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର,୨୮।୩: ପୁରୀରେ ଲାଞ୍ଚ ନେଉଥିଲା ବେଳେ ବାଣିଜ୍ୟିକ ଟିକସ ଅଧିକାରୀ (ସିଟିଓ) ଏବଂ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଅଧିକାରୀଙ୍କୁ ଗିରଫ କରିଛି ଓଡ଼ିଶା...

ଗୋପାଳପୁର ଚିନ୍ତାରେ ବିଜେଡି: ପ୍ରଦୀପଙ୍କ ପଛେ ପଛେ ଭାଜପାରେ ସାମିଲ ହେଉଛନ୍ତି କର୍ମୀ

ଗୋପାଳପୁର,୨୮।୩(ନବୀନ ରାଜ ଆଚାରୀ): ସାଧାରଣ ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ରାଜନୀତି ତାତି ସେତେ ବଢୁଛି। ଗୁରୁବାର ଗୋପାଳପୁର ନିର୍ବାଚନ ମଣ୍ଡଳୀ ଗୋଳନ୍ଥରା ସ୍ଥିତ...

କଟକରେ ହେବ ବଡ଼ ଲଢେଇ, ମୁହାଁମୁହିଁ ହୋଇପାରନ୍ତି ଭର୍ତ୍ତୃହରି-ସଂତୃପ୍ତ

ଭୁବନେଶ୍ୱର,୨୮।୩: ଆସନ୍ତା ସାଧାରଣ ନିର୍ବାଚନରେ ଭାଜପାର ଭର୍ତ୍ତୃହରି ମହତାବ ଏବଂ ବିଜେଡିର ସଂତୃପ୍ତ ମିଶ୍ରଙ୍କ ମଧ୍ୟରେ କଟକ ଲୋକ ସଭା ଆସନରୁ ଦେଖିବାକୁ ମିଳିପାରେ ବଡ଼...

ରାସ୍ତା ପ୍ରଶସ୍ତିକରଣକୁ ନେଇ ଉତ୍ତେଜନା: କାର୍ଯ୍ୟବନ୍ଦ କଲେ ଗ୍ରାମବାସୀ

ମୋରଡ଼ା,୨୮ା୩(ସ୍ମାରକ ମାଜୀ): ରାସ୍ତା ପ୍ରଶସ୍ତିକରଣକୁ ନେଇ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଗଡ଼ିଆ ଗ୍ରାମରେ ଉତ୍ତେଜନା ଦେଖିବାକୁ ମିଳିଛି। ଏନେଇ ଗ୍ରାମବାସୀ  ନିର୍ମାଣ କାର୍ଯ୍ୟ...

ଟ୍ରକ୍‌ରେ ପିଟିହେଲା ହାଇଓ୍ବା, ଚାଲିଗଲା ଡ୍ରାଇଭରଙ୍କ ଜୀବନ

ଭଦ୍ରକ,୨୮ା୩(ସନାତନ ରାଉତ): ଭଦ୍ରକ ୧୬ନଂ ଜାତୀୟ ରାଜପଥର ଦମକଳ କେନ୍ଦ୍ର ସମ୍ମୁଖରେ ଗୁରୁବାର ପୂର୍ବାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି।...

ଟିକେଟ୍‌ ମିଳିବା ପରେ ମହାପ୍ରଭୁଙ୍କ ଦର୍ଶନ କଲେ ବବି ଦାସ

ପୁରୀ,୨୮।୩: ବିଜୁ ଜନତା ଦଳ ପକ୍ଷରୁ ସମ୍ବଲପୁର ଲୋକ ସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ଭାବେ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାମ ଘୋଷଣା କରାଯାଇଛି। ବବିଙ୍କୁ...

‘ଆଉ ତତେ ଗ୍ରହଣ କରିବି ନାହିଁ’

ଲାଞ୍ଜିଗଡ଼,୨୮।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବିବାହ ପ୍ରଲୋଭନ କରି ପ୍ରତାରଣା କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ...

ଆତ୍ମସମର୍ପଣ କଲେ ୟୁଟ୍ୟୁବର ମୋନାଲିସା

ଯାଜପୁର,୨୮ା୩: ୟୁଟ୍ୟୁବର ମୋନାଲିସା ଭଦ୍ର ଯାଜପୁରରୋଡ୍‌ସ୍ଥିତ ବନ ବିଭାଗ କାର୍ଯ୍ୟାଳୟରେ ଗୁରୁବାର ଆତ୍ମସମର୍ପଣ କରିଛନ୍ତି। ମୋନାଲିସା ବନ୍ୟଜନ୍ତୁଙ୍କୁ ଘରେ ରଖି ଭିଡିଓ ପ୍ରସ୍ତୁତ କରି ସୋସିଆଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri