ସମ୍ପର୍କ ଯୋଡ଼ିଛି ମାନକୁଣ୍ଡା ହାଟ

ଭୋଗରାଇ,୨୭ା୩(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୀମାନ୍ତ ମାନକୁଣ୍ଡା ସାପ୍ତାହିକ ହାଟ ଓଡ଼ିଶା ଓ ପଶ୍ଚିମବଙ୍ଗ ଅଧିବାସୀଙ୍କ ମଧ୍ୟରେ ଭାଇଚାରାର ସେତୁ ବାନ୍ଧିଛି। ୧ଏକର ଜାଗା ପରିଧି ମଧ୍ୟରେ ଅବସ୍ଥିତ ଏହି ହାଟ ଦୁଇ ରାଜ୍ୟ ସୀମାନ୍ତବାସୀଙ୍କ ଆର୍ଥିକ ଓ ସାମାଜିକ ବ୍ୟବସ୍ଥାର ଉନ୍ନତି ନିମନ୍ତେ ଗୁରୁତ୍ୱ ବହନ କରୁଛି। ହାଟରେ ଶତାଧିକ ସ୍ଥାୟୀ ଓ ୮୦ରୁ ଅଧିକ ଉଠାଦୋକାନୀ ନିଜର ବିଭିନ୍ନ ପ୍ରକାର ସାମଗ୍ରୀ ବିକ୍ରୟ ନିମନ୍ତେ ପସରା ମେଲାଇଛନ୍ତି। ସପ୍ତାହରେ ଦୁଇଥର ସକାଳେ ଓ ଅପରାହ୍ନରେ ହାଟ ବସିଥାଏ। ବୁଧବାର ଓ ଶନିବାର ସକାଳେ ସ୍ଥାନୀୟ ଚାଷୀଙ୍କ ଦ୍ୱାରା ଉତ୍ପନ୍ନ ପାନ, ପାନବରଜ ପାଇଁ ବ୍ୟବହୃତ ହେଉଥିବା ଖଡ଼ି, ଇକଡ଼, ସାର ଓ ଅନ୍ୟାନ୍ୟ ସାମଗ୍ରୀ ଭଲ ବିକ୍ରିବଟା ହେଉଥିବାରୁ ଲୋକେ ସ୍ବାବଲମ୍ବୀ ହୋଇପାରିଛନ୍ତି। ସ୍ଥାନୀୟ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଦୀର୍ଘ ୩୫ବର୍ଷ ଧରି ଏହି ହାଟ ସାଧାରଣ ଲୋକଙ୍କ ଜୀବନଜୀବିକା ମାନଦଣ୍ଡକୁ ସୁଦୃଢ କରିଆସିଛି। ଏଠାରେ ବିଭିନ୍ନ ପବପର୍ବାଣିରେ ଦୁଇ ରାଜ୍ୟ ଅଧିବାସୀଙ୍କ ସାହାଯ୍ୟ ସହଯୋଗ ଭାଇଚାରା ବନ୍ଧନକୁ ଅତୁଟ ରଖିଛି। ଏପରିକି କାଳୀପୂଜା, ମୈତ୍ରୀ ଉତ୍ସବ, କ୍ରିକେଟ ପ୍ରତିଯୋଗିତା, ମାନକୁଣ୍ଡା ନୀଳରୁଦ୍ରେଶ୍ୱର ମହାଦେବଙ୍କ ବାର୍ଷିକ ପାଟଉତ୍ସବ ଭଳି ବିଭିନ୍ନ ଗଣ ଉତ୍ସବ ଦୁଇ ରାଜ୍ୟ ସହମତି ଭିତ୍ତିରେ କାର୍ଯ୍ୟକ୍ରମ ଆଗେଇ ଚାଲିଛି। ଏହି ହାଟରେ ମାନକୁଣ୍ଡା ଗଁାର କୁଶଳୀ କୁମ୍ଭକାରମାନେ ମାଟିପାତ୍ରରେ ନିର୍ମିତ ବିଭିନ୍ନ ଜିନିଷ ସୁଲଭ ମୂଲ୍ୟରେ ବିକ୍ରି କରୁଥିବାରୁ ପଶ୍ଚିମବଙ୍ଗ ଏବଂ ଭୋଗରାଇ ବାଲିଆପାଳ ଅଞ୍ଚଳର ବେପାରୀମାନେ ତାହାକୁ କିଣିନେଇ ଭଲ ରୋଜଗାର ମଧ୍ୟ କରୁଛନ୍ତି।
୨୦୧୪ରୁ ଏହି ହାଟ ସରକାରଙ୍କ ପକ୍ଷରୁ ନିଲାମ କରାଯାଇଛି। ବର୍ଷକୁ ନିଲାମଧାରୀ ୩୪ହଜାର ଟଙ୍କା ରାଜସ୍ବ ବାବଦକୁ ସରକାରୀ ତହବିଲରେ ପୈଠ କରୁଛନ୍ତି। ହାଟର ଉନ୍ନତି ନିମନ୍ତେ ମାର୍କେଟ କମ୍ପ୍ଲେକ୍ସ, ଖେଳପଡ଼ିଆ, ବିଶ୍ରାମାଗାର, ଗୋଷ୍ଠୀକେନ୍ଦ୍ର ଆଦି ନିର୍ମାଣ ବାବଦକୁ ୪୦ଲକ୍ଷ ଟଙ୍କା ରାଜ୍ୟ ସରକାର ଆର୍ଥିକ ଅନୁଦାନ ଯୋଗାଇ ଥିବାବେଳେ ଅନେକ କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିଛି ବୋଲି ହାଟ କମିଟିର ସଦସ୍ୟ ତଥା ଜନ ପ୍ରତିନିଧି ତପନ କୁମାର ପାହାଡ଼ି ସୂଚନା ଦେଇଛନ୍ତି। ବଜାର କମିଟିର ସଭାପତି ତଥାଗତ ମିଶ୍ର, କମିଟି ସଦସ୍ୟ ରାମଚନ୍ଦ୍ର ବେହେରା, ଦେବାଶିଷ ଦ୍ୱିବେଦୀ, ମୃଣ୍ମୟ ପାଣି ପ୍ରମୁଖ ପୂର୍ବ ପୁରୁଷଙ୍କ ଅମଳରୁ ସୀମାନ୍ତରେ ଉଭୟ ରାଜ୍ୟର ଭାଇଚାରା ନିଦର୍ଶନ ଅଦ୍ୟାବଧି ଅନନ୍ୟ ବୋଲି କହିଛନ୍ତି। ମାନକୁଣ୍ଡର ଗ୍ରାମର ସଞ୍ଜୟ ବେହେରା ନାମକ ଜଣେ ବ୍ୟକ୍ତି କୁହନ୍ତି ଆମ ଗଁାରେ ହାଟ ବସୁଥିବାରୁ କିଣାବିକା କରିବାରେ ସୁବିଧା ହେବା ସହ ଆର୍ଥିକ ମାନଦଣ୍ଡ ସୁଦୃଢ ହୋଇପାରିଛି। ପଶ୍ଚିମବଙ୍ଗ ସୀମାନ୍ତ ସନ୍ତେଶ୍ୱରପୁର ଗ୍ରାମର ମଣ୍ଟୁ ପ୍ରଧାନ କୁହନ୍ତି ମାନକୁଣ୍ଡା ହାଟ ଯୋଗୁ କିଣାବିକା ଲାଗି ଆଉ ଦୂରକୁ ଯିବାକୁ ପଡୁନାହିଁ। ବିଭିନ୍ନ ସାମଗ୍ରୀ ସୁବିଧାରେ ମିଳିଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?