ଭଦ୍ରକରୁ ନୟାଗଡ଼ ଚାଲିବ ମେମୁ ଟ୍ରେନ୍‌

ନୟାଗଡ଼ ଅଫିସ,୨୭।୩: ନୟାଗଡ଼ରୁ ଭଦ୍ରକ ଚାଲିବ ମେମୁ ଟ୍ରେନ୍‌। ଏପରି ସୂଚନା ଆସିଛି ଭଦ୍ରକର ପୂର୍ବତନ ବିଧାୟକ ନରେନ୍ଦ୍ର ପଲେଇଙ୍କ ପାଖକୁ। ରେଳ ବିଭାଗ ପକ୍ଷରୁ ଆସିଥିବା ଏହି ସୂଚନା ଅନୁସାରେ ଏପ୍ରିଲ ପ୍ରଥମ ସପ୍ତାହରୁ ରେଳ ଚଳାଚଳ ହେବ। ଅନ୍ୟପକ୍ଷେ ଭଦ୍ରକରୁ ନୟାଗଡ଼ ରେଳ ଚଳାଚଳ ପାଇଁ ଇଷ୍ଟକୋଷ୍ଟ ରେଲୱେ ଜେନେରାଲ ମ୍ୟାନେଜର ମନୋଜ ଶର୍ମାଙ୍କୁ ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ ଗତ ୧୫ ତାରିଖରେ ଚିଠି ଲେଖିଥିଲେ। ବିଧାୟକ ଚିଠିରେ ଦର୍ଶାଇଥିଲେ, ନୟାଗଡ଼ ଜିଲାର ଅନେକ ବାସିନ୍ଦା ଭଦ୍ରକ, ବାଲେଶ୍ୱର, କଟକ ଜିଲାରେ ରହୁଛନ୍ତି। ନୟାଗଡ଼କୁ ଆସୁଥିବା ଟ୍ରେନ୍‌ର ସଦୁପଯୋଗ କରିପାରୁନାହାନ୍ତି। ନୟାଗଡ଼ବାସୀଙ୍କ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସୁଧାର ଆଣିବାକୁ ଭଦ୍ରକକୁ ରେଳ ଚଳାଚଳ ନିହାତି ଦରକାର ବୋଲି ଚିଠିରେ ଲେଖିଛନ୍ତି। ଯେଉଁ କାରଣରୁ ହେଉନା କାହିଁକି ନୟାଗଡ଼କୁ ଭଦ୍ରକରୁ ରେଳ ଚଳାଚଳ ନେଇ ଜିଲାବାସୀ ଖୁସି ହୋଇଛନ୍ତି। ଯଦିଓ ସରକାରୀ ଭାବେ ଏହା କୁହାଯାଇନାହିଁ। ତେବେ ମିଳିଥିବା ସୂଚନା ଅନୁସାରେ, ଭଦ୍ରକରୁ ଉକ୍ତ ଟ୍ରେନ୍‌ ସକାଳ ୫ଟା ୪୫ରେ ବାହାରି କଟକରେ ପୂର୍ବାହ୍ନ ୮ଟା ୪୦ରେ ପହଞ୍ଚତ୍ବ। ଭୁବନେଶ୍ୱରରୁ ଟ୍ରେନ୍‌ ସାଢ଼େ ୯ଟାରେ ଛାଡ଼ିବାକୁ ଥିବାବେଳେ ନୟାଗଡ଼ ଟାଉନ ଷ୍ଟେଶନରେ ପୂର୍ବାହ୍ନ ସାଢ଼େ ୧୧ଟାରେ ପହଞ୍ଚତ୍ବ। ସେହିପରି ଅପରାହ୍ନ ୪ଟାରେ ନୟାଗଡ଼ ଟାଉନ ରେଳଷ୍ଟେଶନରୁ ବାହାରି ଭଦ୍ରକରେ ରାତି ସାଢ଼େ ୧୦ଟାରେ ପହଞ୍ଚତ୍ବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ମୁଖ୍ୟମନ୍ତ୍ରୀଙ୍କ ହୃଦୟରେ ଆଦିବାସୀଙ୍କ ପାଇଁ ସ୍ବତନ୍ତ୍ର ସ୍ଥାନ ରହିଛି’

ଭବାନୀପାଟଣା/କୋକସରା/ଗୋଲାମୁଣ୍ଡା/ କର୍ଲାମୁଣ୍ଡା,୨୮।୪(ଉତ୍ତମ କୁମାର ଦାଶ/ ଦୁଷ୍ମନ୍ତ ପଟ୍ଟଯୋଶୀ/ବଟକୃଷ୍ଣ ପଣ୍ଡା/ପ୍ରଦୀପ ସାହୁ): ୫-ଟି ଅଧ୍ୟକ୍ଷ ତଥା ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶନିବାର କଳାହାଣ୍ଡି ଜିଲାର...

ପୁରୀ ସାହିଯାତରେ ପ୍ରଚାରକଲେ ନେତା

ପୁରୀ,୨୮ା୪(ଅଜିତ୍‌ ମହାନ୍ତି)ଶ୍ରୀକ୍ଷେତ୍ରରେ ସାହିଯାତକୁ ନେଇ ପୁରୀ ସହର ଏବେ ଉତ୍ସବମୁଖର। ସାହି ଯାତରେ ଶ୍ରୀକ୍ଷେତ୍ରର ପାରମ୍ପରିକ ସମରକଳା ନୃତ୍ୟ ଦେଖିବାକୁ ମଳୁଛି। ଶୁକ୍ରବାର ବାଲିସାହି ପକ୍ଷରୁ...

ସମସ୍ୟା ଘେରରେ ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର

ଟାଙ୍ଗୀ,୨୮ା୪(ରଘୁନାଥ ସାହୁ)ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଟାଙ୍ଗୀ ବ୍ଲକ ଅନ୍ତର୍ଗତ ୨୬ ପଞ୍ଚାୟତ, ଚିଲିକା ବ୍ଲକ ଅନ୍ତର୍ଗତ ୫ ପଞ୍ଚାୟତ ଓ ରଣପୁର ବ୍ଲକ ଅନ୍ତର୍ଗତ...

କାଦବରାଙ୍ଗରେ ରାଜନୈତିକ ହିଂସା

ଆଗରପଡ଼ା,୨୮ା୪(ସୁଶାନ୍ତ ଦାଶ)ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଶୁକ୍ରବାର ରାତିରେ ଆଗରପଡ଼ା ଥାନା ଅଧୀନ କାଦବରାଙ୍ଗ ବଜାରରେ ରାଜନୈତିକ ହିଂସା ଘଟିଛି। ଏହି ବିବାଦରୁ ଦୋକାନ...

ନିର୍ବାଚନ ମଇଦାନରେ ନବୀନ ଷଷ୍ଠ, ବିକ୍ରମ ଆରୁଖ ସପ୍ତମ

ବ୍ରହ୍ମପୁର,୨୮ା୪(ନରସିଂହ ସାହୁ):ଗଞ୍ଜାମ ଜିଲାରୁ ରାଜନୀତି ଆରମ୍ଭ କରିଥିବା ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପାରମ୍ପରିକ ବିଧାନସଭା କ୍ଷେତ୍ର ହିଞ୍ଜିଳିରୁ ଏଥର ଷଷ୍ଠଥର...

ନିର୍ବାଚନ ଥିବାରୁ ମୁହଁ ଦେଖାଇଲେ ନେତା

ଅନୁଗୋଳ,୨୮।୪ (ଅମିତ କୁମାର ସାମଲ)ଅନୁଗୋଳ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଦୀର୍ଘବର୍ଷ ହେଲା କାର୍ଯ୍ୟ ଚାଲିଥିଲେ ମଧ୍ୟ ଶେଷ...

୨୦ ଦିନ ହେଲା କଳାକୃତି ଗ୍ରାମରେ ବିଦ୍ୟୁତ୍‌ ଠପ୍‌

ଢେଙ୍କାନାଳ,୨୮ା୪(ରତନ ନାୟାର)ଢେଙ୍କାନାଳ ଜିଲା ସଦର ବ୍ଲକର ସବୁଜିମାମୟ ସପ୍ତଶଯ୍ୟା ରାଜ୍ୟ ଏବଂ ଜିଲାର ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ। ସପ୍ତଶଯ୍ୟା ପଞ୍ଚାୟତର ନବଜୀବନପୁର ସଦେଇବେରେଣୀ ଗ୍ରାମ...

ଉଚ୍ଛେଦକୁ ୬ ବର୍ଷ ବିତିଲା, ନିର୍ମାଣ ହେଉନି

ବଇଣ୍ଡା,୨୮।୪(ପରିକ୍ଷିତ ସାହୁ)ରାଜପଥ ନିର୍ମାଣ ପାଇଁ କରାଯାଇଥିଲା ଉଚ୍ଛେଦ। ଭଙ୍ଗା ଯାଇଥିଲା ରାସ୍ତା ପାର୍ଶ୍ୱରେ ଥିବା ଅନେକ ଯାତ୍ରୀ ବିଶ୍ରାମାଗାର। ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ମଧ୍ୟ ମାଟିରେ ମିଶାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri