୪ ଏକର ଜଙ୍ଗଲରେ ନିଆଁ
ପାଟଣା,୭ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଖିରେଇଟାଙ୍ଗିରୀ ସେକ୍ସନ ଡଳଙ୍ଗ ସଂରକ୍ଷିତ ଜଙ୍ଗଲ, ଯମୁନାପଶି ଗ୍ରାମ୍ୟ ଜଙ୍ଗଲରେ ସୋମବାର ସାରେ ନିଆଁ ଲାଗିଛି। ୪ ଏକର ପରିମିତ ଜଙ୍ଗଲରେ ନିଆଁ ଲାଗି ଆକାଶିଆ ଓ ପଟାସ ଗଛ ଜଳିପୋଡି ନଷ୍ଟ ହୋଇଯାଇଛି।…
‘ସରକାରୀ ଯୋଜନାର ସୁବିଧା ନେଇ ସ୍ବାବଲମ୍ବୀ ହୋଇପାରିବେ ମହିଳା’
ଭଦ୍ରକ ଅଫିସ,୭।୩: ବିଭିନ୍ନ ସରକାରୀ ଯୋଜନାର ସବ୍ସିଡି ବ୍ୟବସ୍ଥା ରହିଛି। ଏହାର ସୁଯୋଗ ନେଇ ସ୍ବୟଂସହାୟକ ଗୋଷ୍ଠୀ ମହିଳାମାନେ ଉଦ୍ୟୋଗୀ ହୋଇ ସ୍ବାବଲମ୍ବୀ ହୋଇପାରିବେ। ଏଥିସହ ଅନ୍ୟମାନଙ୍କୁ କର୍ମନିଯୁକ୍ତି ଦେଇ ରୋଜଗାରକ୍ଷମ କରିପାରିବେ ବୋଲି ଭଦ୍ରକ ଜିଲାସ୍ତରୀୟ ୫ଦିନିଆ ଉଦ୍ୟୋଗୀ ସପ୍ତାହ…
ନିମ୍ନମାନର ମଧ୍ୟାହ୍ନଭୋଜନ ଦିଆଯାଉଛି
ଯୋଡ଼ା,୭ା୩(ଡି.ଏନ.ଏ): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍ ଅନ୍ତର୍ଗତ କମାରଯୋଡ଼ା ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନରେ ଅବ୍ୟବସ୍ଥା ଦେଖାଯାଇଛି। ନିମ୍ନମାନର ଖାଦ୍ୟ ପରସା ଯାଉଥିବା ବେଳେ ଅଧା ଦିନ ଦିଆଯାଉ ନ ଥିବା ଛାତ୍ରୀଛାତ୍ର ଅଭିଯୋଗ କରିଛନ୍ତି। ଏନେଇ ସ୍ଥାନୀୟ କାଉନ୍ସିଲର…
୩ ଶହ ବର୍ଷର ପତିରାଜପୁର ଦୋଳମେଳନ
ଖଇରା, ୭।୩(ଡି.ଏନ.ଏ.): ବାଲେଶ୍ୱର ଜିଲା ଅଧୀନ ଖଇରା ବ୍ଲକର ପତିରାଜପୁରଠାରେ ୩ଶହ ବର୍ଷ ଧରି ପାଳିତ ହୋଇଆସୁଥିବା ପ୍ରସିଦ୍ଧ ଦୋଳମେଳନ ଆରମ୍ଭକୁ ଆଉ ମାତ୍ର ଗୋଟିଏ ଦିନ ଥିବା ବେଳେ ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ା ରାଜ୍ୟର ବିଭିନ୍ନ…
ଆଜି ଦୋଳ ପୂର୍ଣ୍ଣିମା: ଫଗୁ ଖେଳିବେ ଶ୍ରୀଜିଉ
ପୁରୀ ଅଫିସ,୭।୩: ଆଜି ପବିତ୍ର ଦୋଳ ପୂର୍ଣ୍ଣିମା। ଏଥିପାଇଁ ଆଜି ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତକାନ୍ତି କରାଯାଉଛି। ଚତୁର୍ଦ୍ଧାମୂର୍ତ୍ତି ସୁନା ବେଶରେ ଭକ୍ତଙ୍କୁ ଦର୍ଶନ ଦେବା ସହ ଫଗୁ ଖେଳିବେ। ଶ୍ରୀମନ୍ଦିରରୁ ଖଇକୋରା ପ୍ରସାଦ ପାଇ ଦୋଳଗୋବିନ୍ଦ, ଶ୍ରୀଦେବୀ ଭୂଦେବୀ ଦୋଳବେଦୀକୁ ବିଜେ…
ଦିବ୍ୟାଙ୍ଗ ଛାତ୍ରୀଛାତ୍ରଙ୍କ ସହ ହୋଲି ଖେଳିଲେ ବିଧାୟକ
ବାଲେଶ୍ବର ଅଫିସ ୭।୩: ସ୍ବେଚ୍ଛାସେବୀ ଅନୁଷ୍ଠାନ ଦେବଦୀବ ଫାଉଣ୍ଡେସନ ପକ୍ଷରୁ ବାଲେଶ୍ବର ରାଣୀପାଟଣାସ୍ଥିତ ଦୃଷ୍ଟିହୀନ ବିଦ୍ୟାଳୟରେ ହୋଲି ଉତ୍ସବ ବଡ଼ ଧୁମ୍ଧାମରେ ପାଳିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠାନ ଅଧ୍ୟକ୍ଷା ରଶ୍ମିରେଖା ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି…
ଭୋଜି ଖାଇ ଫେରୁଥିଲେ: ଓଲଟିଲା ଅଟୋ
ଗଞ୍ଜାମ,୭ା୩(ଡି.ଏନ୍.ଏ.): ଛତ୍ରପୁର ବ୍ଲକ ସିନ୍ଦୁରପୁର ଗ୍ରାମରୁ ଏକ ବିଭାହ ଭୋଜି ଖାଇ ଫେରୁଥିବା ବଳେ ୧୬ ନମ୍ବର ଜାତୀୟ ରାଜପଥ ରାଜପଥ ଥାନା ନିକଟରେ ଏକ ଅଟୋ ଓଲଟି ପଡିଥିଲା। ଅଟୋରେ ବସିଥିବା ଡ୍ରାଇଭରଙ୍କ ସମେତ ସମସ୍ତ ୮ ଜଣ ଯାତ୍ରୀ…
ବିଜୁ ଜୟନ୍ତୀରେ ଅତିଥିଙ୍କ ଟିପ୍ପଣୀ ଚର୍ଚ୍ଚାରେ
ପାରାଦୀପ,୭।୩(ସ୍ବ.ପ୍ର.):ପାରାଦୀପରେ ରବିବାର ସମାନ୍ତରାଳ ଭାବେ ବିଜୁ ଜୟନ୍ତୀ ପାଳନ କରାଯାଇଥିଲା। ସେଥିରେ ଯୋଗଦେଇଥିବା ନେତାଙ୍କ ବୟାନ ସୋମବାର ଚର୍ଚ୍ଚାର ବିଷୟ ପାଲଟିଛି। ରବିବାର ସାରେ ନୂଆବଜାର ବିଜୁ ପଟ୍ଟନାୟକ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ସ୍ମୃତିଚାରଣ ସଭାରେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ…
ବିଛାଖଣ୍ଡିରୁ କଳାପଥର ଲୁଟ୍ ପୁଣି ଆରମ୍ଭ
ଯାଜପୁର ଅଫିସ/ଜେନାପୁର (ଡି.ଏନ.ଏ.),୭ା୩:ନିୟନ୍ତ୍ରଣ ହେବ ଲଘୁ ଖଣିଜ ଦ୍ରବ୍ୟ ଲୁଟ୍। ବେଆଇନ ଉତ୍ତୋଳନକାରୀଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ ସହ ବଡ଼ଧରଣର ଅର୍ଥ ଜରିମାନା ଆଦାୟ କରାଯିବ। ଗତ ସେପ୍ଟେମ୍ବରରେ ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି(ଏସିଡିସି) ବୈଠକରେ ଏଭଳି…
ଠିକାରେ ହେଉଛି ଡିଜାଇନ, ନକ୍ସା
ଯାଜପୁର ଅଫିସ,୭ା୩:ରାଜ୍ୟରେ ଦ୍ରୁତ ଶିଳ୍ପାୟନକୁ ସରକାର ପ୍ରୋତ୍ସାହନ ଯୋଗାଇ ଚାଲିଛନ୍ତି। ହେଲେ ବାହାର ରାଜ୍ୟର ଠିକାସଂସ୍ଥା ଜରିଆରେ କର୍ମଚାରୀ ଓ ଶ୍ରମିକ ନିଯୁକ୍ତିକୁ ଗୁରୁତ୍ୱ ଦିଆଯାଉଛି। କେବଳ ଖଣି ଓ ଶିଳ୍ପ କାରଖାନା ନୁହେଁ, ବିଭିନ୍ନ ସରକାରୀ ବିଭାଗରେ ମଧ୍ୟ ଠିକାସଂସ୍ଥାଗୁଡ଼ିକୁ…
ପାଣି ପାଇଁ ହରିଣ ଗାଁମୁହାଁ
ମହାକାଳପଡ଼ା,୭ା୩ (ଡି.ଏନ୍.ଏ.):କେନ୍ଦ୍ରାପଡ଼ା ଜିଲା ଉପକୂଳ ଅଞ୍ଚଳରେ ଗ୍ରୀଷ୍ମପ୍ରବାହ ଯୋଗୁ ଜନଜୀବନ ଓ ଜଙ୍ଗଲୀ ପ୍ରାଣୀ ପାଣି ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମୁନ୍ଦେ ପାଣି ପାଇଁ ସୋମବାର ମହାକାଳପଡ଼ା ବନାଞ୍ଚଳ ଅଧୀନ ଜମ୍ବୁ-ମାର୍ଶାଘାଇ ମୁଖ୍ୟ କେନାଲର ପାରେଶ୍ୱରପୁର (ବାଲିଗଣ୍ଡ) ଜେନାସାହି ନିକଟରେ…
ପ୍ରସିଦ୍ଧ ପିଞ୍ଛାବଣିଆ ଦୋଳମେଳା
ବାଲେଶ୍ୱର ଓ ମୟୂରଭଞ୍ଜ ଜିଲା ସୀମାନ୍ତରେ ଶହେରୁ ଊର୍ଦ୍ଧ୍ୱ ବର୍ଷ ଧରି ଅନୁଷ୍ଠିତ ହୋଇଆସୁଛି ଓଡ଼ିଶା ପ୍ରସିଦ୍ଧ ପିଞ୍ଛାବଣିଆ ଦୋଳ ମେଳା। ସମଗ୍ର ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ଆଦି ରାଜ୍ୟରେ ଏହା ପିଞ୍ଛାବଣିଆ ହୋଲି ଭାବେ ଖ୍ୟାତି ଅର୍ଜନ କରିଛି।…

