ରାୟଗଡ଼ା ଜିଲାରେ ୮୫ ଲକ୍ଷ ଜରିମାନା ଆଦାୟ

ରାୟଗଡ଼ା,୯ା୪(ସ୍ବ.ପ୍ର.): ରାଜ୍ୟ ପରିବହନ କତ୍ତୃପକ୍ଷ ଓ ପୋଲିସର ମିଳିତ ସହଯୋଗରେ ଏପ୍ରିଲ ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟବାପୀ ଶୂନ୍ୟ ମୃତାହତ ସପ୍ତାହ ପାଳନ ଚାଲିଥିଲା। ବିଭିନ୍ନ ସ୍ଥାନରେ ଟ୍ରାଫିକ୍‌ ନିୟମ ଉଲ୍ଲଂଘନକାରୀଙ୍କୁ ଧରି ଜରିମାନା ଆଦାୟ ସହ ସଚେତନ କରାଯାଉଥିଲା। ରାୟଗଡ଼ା ଜିଲା ପୋଲିସ ଓ ପରିବହନ ବିଭାଗର ମିଳିତ ଯାଞ୍ଚରେ ଏହି ୭ ଦିନରେ ୮୫ଲକ୍ଷ ୩୩ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି। ଏଥିରେ ମୁନିଗୁଡ଼ା ଥାନା ଅଧୀନରେ ସର୍ବାଧିକ ୧୭ ଲକ୍ଷ ୯୯ ହଜାର ୫ଶହ ଟଙ୍କା ଏବଂ ପୁଟାସିଂ ଥାନାରେ ସର୍ବନିମ୍ନ ୯୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।
ଜିଲାର ବିଭିନ୍ନ ସ୍ଥାନରେ ପୋଲିସ ଓ ପରିବହନ ବିଭାଗ ପକ୍ଷରୁ ଧରପଗଡ଼ ଚାଲିଥିଲଶ। ନାବାଳକ ଗାଡ଼ି ଚାଳକ, ହେଲମେଟ, ସିଟ ବେଲ୍ଟ, ଡ୍ରଙ୍କେନ ଡ୍ରାଇଭ, ଟ୍ରିପଲ ରାଇଡ଼ିଂ ଆଦି ଉପରେ ବେଶୀ ନଜର ରଖାଯାଇଥିଲା। ଜିଲାର ୧୭ଟି ଥାନା ଅଧୀନରେ ସହର, ସାହି ଓ ଛକଗୁଡ଼ିକରେ ପୋଲିସ ପକ୍ଷରୁ ଗାଡ଼ି ଚେକିଂ ଚାଲିଥିଲା। ଯାଞ୍ଚରେ ୧୧ ନାବାଳକ ଗାଡ଼ି ଚାଳକ, ୫୪ଜଣଙ୍କୁ ହାଇସ୍ପିଡ଼ ଡ୍ରାଇଭିଂ, ଓଭରଲୋଡ଼ିଂ ଓ ଦ୍ରବ୍ୟ ପରିବହନ ଗାଡ଼ିରେ ବେଆଇନ ଭାବେ ଲୋକଙ୍କୁ ନେବା ଘଟଣାରେ ୪୭ଜଣଙ୍କଠାରୁ ଜରିମାନା ଆଦାୟ କରାଯାଇଛି। ସେହିପରି ଗାଡ଼ି ଚଲାଇବା ସମୟରେ ଫୋନ୍‌ ବ୍ୟବହାର କରୁଥିବା ୯୭ଜଣ, ବିନା ଡ୍ରାଇଭିଂ ଲାଇସେନ୍ସରେ ଗାଡ଼ି ଚଲାଉଥିବା ୪୭୭ଜଣ, ବିନା ହେଲମେଟରେ ଗାଡ଼ି ଚଲାଉଥିବା ୨୭୧୭ଜଣ, ଟ୍ରିପଲ ରାଇଡ଼ ପାଇଁ ୩୯୯ଜଣ, ଟ୍ରାଫିକ ନିୟମ ଅବମାନନାରେ ୧୦୮୩, ସିଟବେଲ୍ଟ ପାଇଁ ୧୩୯୩ଜଣଙ୍କ ଠାରୁ ଜରିମାନା ଆଦାୟ କରାଯାଇଥିବା ବେଳେ ୪୮୯ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯାଇଛି। ଗାଡ଼ି ମୋଟର ଯାଞ୍ଚରେ ଅମ୍ବାଦଳା ଥାନାରେ ୬ ଲକ୍ଷ ୭୨ହଜାର ୫ଶହ ଟଙ୍କା, ବିଷମକଟକ ଥାନାରେ ୬ ଲକ୍ଷ ୧୧ ହଜାର ୫ଶହ ଟଙ୍କା, ଚାନ୍ଦିଲି ଥାନାରେ ୪ଲକ୍ଷ ୯୪ ହଜାର ଟଙ୍କା, ଚନ୍ଦ୍ରପୁର ଥାନାରେ ୨ ଲକ୍ଷ ୧୬ ହଜାର ୫ଶହ ଟଙ୍କା, କାଶୀପୁର ଥାନାରେ ୩ ଲକ୍ଷ ୨୧ହଜାର ଟଙ୍କା, ଦୋରାଗୁଡ଼ା ଥାନାରେ ୩ ଲକ୍ଷ ୪୦ ହଜାର ୫ ଶହ ଟଙ୍କା, ଟିକିରି ଥାନାରେ ୫ଲକ୍ଷ ୨୩ ହଜାର ଟଙ୍କା, ଅଣ୍ଡିରକାଂଚ ଥାନାରେ ୧ଲକ୍ଷ ୬ହଜାର ଟଙ୍କା, କଲ୍ୟାଣସିଂହପୁର ଥାନାରେ ୩ ଲକ୍ଷ ୪୨ ହଜାର ୫ଶହ ଟଙ୍କା ଓ ପଦ୍ମପୁର ଥାନାରେ ୩ ଲକ୍ଷ ୧୮ ହଜାର ୫ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି ା ସେହିଭଳି ଗୁଣପୁର ଥାନାରେ ୬ଲକ୍ଷ ୨୧ହଜାର, ରାମନାଗୁଡ଼ା ଥାନାରେ ୪ଲକ୍ଷ ୮୦ ହଜାର ୫ଶହ ଟଙ୍କା, ରାୟଗଡ଼ା ଥାନାରେ ୮ଲକ୍ଷ ୯୮ ହଜାର, ଶେଷଖାଲ ଥାନାରେ ୨ଲକ୍ଷ ୯୫ ହଜାର ଟଙ୍କା ଏବଂ ଗୁଡ଼ାରି ଥାନାରେ ୪ ଲକ୍ଷ ୩ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

‘ବିଶ୍ୱବାସୀଙ୍କୁ ଭାରତ ଆସିବା ଉଚିତ ବୋଲି ଅନୁଭବ କରିବା ଦରକାର,’ ମହାକାଶ ଷ୍ଟାର୍ଟଅପ୍ସର ପ୍ରତିଷ୍ଠାତାମାନଙ୍କୁ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ମହାକାଶ କ୍ଷେତ୍ରକୁ ବିଶ୍ୱ ଆକର୍ଷଣର କେନ୍ଦ୍ର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମହାକାଶ ଷ୍ଟାର୍ଟଅପଗୁଡ଼ିକର ସିଇଓ ଏବଂ ପ୍ରତିଷ୍ଠାତାମାନଙ୍କ ସହିତ…

ସୁନା ବ୍ୟବସାୟୀଙ୍କ ଘରେ ମାରଣାସ୍ତ୍ର ଦେଖାଇ ଡକାୟତି: ପ୍ରାୟ କୋଟିଏ ଟଙ୍କାର ସୁନାଗହଣା ଲୁଟ୍

ବଲାଙ୍ଗୀର, ୨୩।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଅଞ୍ଚଳରେ ଏକ ବଡ଼ଧରଣର ସଶସ୍ତ୍ର ଡକାୟତି ଘଟଣା ଘଟିଛି। ସିନ୍ଧେକେଲା ଥାନାଠାରୁ ମାତ୍ର ୧୦୦ ମିଟର…

ବୁଧାଦ୍ଧିତ୍ୟ ରାଜଯୋଗ: ୫ ରାଶିଙ୍କ ହୁ ହୁ ହୋଇ ବଢିବ ଧନ! ମିଳିବ ମନଲାଖି ଚାକିରି…

ଅଗଷ୍ଟ ମାସରେ ଗ୍ରହମାନଙ୍କ ସ୍ଥିତି ଏବଂ ସଂଯୋଗ ଯୋଗୁଁ କେତେକ ରାଶିର ଜାତକଙ୍କୁ ବଡ଼ ଲାଭ ମିଳିପାରେ। ଏହି ସମୟରେ ସିଂହ ରାଶିରେ ସୂର୍ଯ୍ୟ, ବୁଧ ଏବଂ…

ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ପ୍ରସାର ପାଇଁ ଆହ୍ବାନ

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଶନିବାର ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରମୋଦ ପଣ୍ଡାଙ୍କ ବାସଭବନରେ ଆୟୋଜିତ ସଭାରେ ପୁରୀ ଗୋବର୍ଦ୍ଧନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri