୩ ପଥକର ଫାଟକ ବନ୍ଦ ହେଉନି

ସୋନପୁର,୯।୪(ନି.ପ୍ର.): ସୁବର୍ଣ୍ଣପୁର ଜିଲାର ୩ଟି ସ୍ଥାନରେ ଥିବା ପଥକର ଫାଟକ(ଟୋଲ ଗେଟ୍‌)ରୁ ଦୀର୍ଘ ବର୍ଷ ଧରି ଟିକସ ଆଦାୟ ହେଉଛି। ବ୍ରିଜ୍‌ ନିର୍ମାଣର ଖର୍ଚ୍ଚ ବାହାରି ସାରିଥିଲେ ମଧ୍ୟ ସରକାର ଟୋଲଗେଟ୍‌ଗୁଡିକୁ ବନ୍ଦ କରୁନାହାନ୍ତି। ବିଧାନସଭାରେ ପ୍ରଶ୍ନ ପଚାରିଲେ ମଧ୍ୟ ସ୍ପଷ୍ଟ ଉତ୍ତର ମିଳୁନି। ସାଧାରଣରେ ଏଥିନେଇ ପ୍ରବଳ ଅସନ୍ତୋଷ ଦେଖା ଦେଇଥିଲା ବେଳେ ରାଜନେତା ଓ ପ୍ରଶାସନ ଅସହାୟ ହୋଇ ପଡିଛନ୍ତି।
ସୋନପୁର-ବିନିକା-ଡୁଙ୍ଗୁରିପାଲି ରାସ୍ତାର ଘୋଡାଧାରଠାରେ ଅଙ୍ଗନଦୀ ଉପରେ ୩୦ବର୍ଷ ପୂର୍ବରୁ ବ୍ରିଜ୍‌ ନିର୍ମାଣ ହୋଇଛି। ସେହି ଦିନଠାରୁ ଓଡିଶା ବ୍ରିଜ୍‌ ନିର୍ମାଣ ସଂସ୍ଥା ପକ୍ଷରୁ ପ୍ରତ୍ୟେକ ବର୍ଷ ଟେଣ୍ଡର କରାଯାଇ ଟୋଲ ଟିକସ ଆଦାୟ କରାଯାଉଛି। ବ୍ରିଜ୍‌ ନିର୍ମାଣରେ ସେତେବେଳେ ୩କୋଟି ଟଙ୍କା ବ୍ୟୟ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ଟୋଲ ଟିକସରୁ ୯ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଆଦାୟ ସରିଲାଣି। ତଥାପି ମହାସୁଲ ଫାଟକ ବନ୍ଦ ହେଉନି। ଏହି ରାସ୍ତା ଦେଇ ଯାତାୟତ କରୁଥିବା ଯାନବାହାନରୁ ଯଥାରୀତି ଟିକସ ଆଦାୟ ଚାଲିଛି। ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲାର ଅଧିବାସୀ ବୁର୍ଲା ଡାକ୍ତରଖାନାକୁ ଚିକିତ୍ସା ପାଇଁ ଚାରିଚକିଆ ଯାନରେ ଯିବା ଆସିବା ସମୟରେ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି। ଫାଟକରେ ଅଯଥା ଭିଡ ପାଇଁ ରୋଗୀ ଓ ପରିଜନ ଅଯଥା ହଇରାଣ ହେଉଛନ୍ତି। ଅନ୍ୟପକ୍ଷେ ବ୍ରିଜ୍‌ ମରାମତି ଆବଶ୍ୟକ କରୁଥିବା ବେଳେ ସେଥିପ୍ରତି କାହାରି ଦୃଷ୍ଟି ନାହିଁ।
ସେହିପରି ସୋନପୁର ନିକଟରେ ମହାନଦୀ ଉପରେ ବ୍ରିଜ୍‌ ନିର୍ମାଣ ହୋଇଛି। ବ୍ରିଜ୍‌ ପ୍ରାୟ ୨୦ବର୍ଷ ପୂର୍ବରୁ ଉଦ୍‌ଘାଟନ ହେଲାଣି। କିନ୍ତୁ ହିକୁଡି ଛକରେ ଯାନବାହାନ ନିକଟରୁ ମାହାସୁଲ ଆଦାୟ କରାଯାଉଛି। ଏହି ମୁଖ୍ୟ ରାସ୍ତାଦେଇ ଦୈନିକ ଶତାଧିକ ଯାନବାହାନ ସମ୍ବଲପୁର, ବୁର୍ଲା ଓ ବୀରମହାରାଜପୁରକୁ ଯିବା ଆସିବା କରୁଛି । ଆଶ୍ଚର୍ଯ୍ୟର ବିଷୟ ସୋନପୁର ବ୍ରିଜ୍‌ ସହିତ ବୌଦ୍ଧ ଜିଲାର ବୌଦ୍ଧ-ଟିଆକଟା ବ୍ରିଜ୍‌ କାର୍ଯ୍ୟ ସମାନ ସମୟରେ ସରିଥିଲା। ବୌଦ୍ଧରେ ମହାସୁଲ ଅସୁଲି ଅନେକ ବର୍ଷ ତଳୁ ବନ୍ଦ ହୋଇଛି। ମାତ୍ର ସୋନପୁର ହିକୁଡିରେ ଟିକସ ଆଦାୟ ବନ୍ଦ ହେଉନି।
ବୀରମହାରାଜପୁର ବ୍ଲକର ସୁବଳୟାଠାରେ ସୁରୁବାଲି ଯୋରରେ ପ୍ରାୟ ୨୬ ବର୍ଷ ପୂର୍ବରୁ ବ୍ରିଜ୍‌ ନିର୍ମାଣ ହୋଇଛି। ଏହି ରାସ୍ତା ଦେଇ ଲୋକେ ମୁର୍ଷୁଣ୍ଡି, ବୀରମହାରାଜପୁର, ରେଢାଖୋଲ ଓ ବୌଦ୍ଧକୁ ଯିବା ଆସିବା କରିବା ସମୟରେ ଟିକସ ଦେବାକୁ ପଡୁଛି। ଜିଲାର କେତେକ ସଚେତନ ନାଗରିକ ଉପରୋକ୍ତ ବ୍ରିଜ୍‌ ରାସ୍ତାରେ ମାହାସୁଲ ଫାଟକ ବନ୍ଦ କରିବାକୁ ପ୍ରାକ୍ତନ ଜିଲାପାଳଙ୍କ ନିକଟରେ ଲିଖିତ ଦାବି କରିଥିଲେ। କିନ୍ତୁ କୌଣସି ସୁଫଳ ମିଳିଲାନି। ୨୦୨୨ରେ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ଏ ସମ୍ପର୍କରେ ଓଡିଶା ବିଧାନସଭାରେ ପ୍ରଶ୍ନ ପଚାରି ଥିଲେ। ଦୀର୍ଘବର୍ଷ ଧରି ଟିକସ ଆଦାୟ କରାଯିବା ନେଇ ବିଧାୟକ ଉଦ୍‌ବେଗ ପ୍ରକାଶ କରିଥିଲେ। ତଥ୍ୟ ସଂଗ୍ରହ ପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ବିଭାଗୀୟ ମନ୍ତ୍ରୀ ସେତେବେଳେ ପ୍ରତିଶ୍ରୁତି ଦେଇଥିଲ୍ରେ। ମାତ୍ର କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲାନି। ଅନ୍ୟପକ୍ଷେ ବ୍ରିଜ୍‌ ନିର୍ମାଣ ସମ୍ପର୍କିତ କୌଣସି ଫାଇଲ ସୁବର୍ଣ୍ଣପୁର ଓ ବଲାଙ୍ଗୀର ପୂର୍ତ୍ତ ବିଭାଗ କାର୍ଯ୍ୟାଳୟରୁ ମିଳୁନି। ବ୍ରିଜ୍‌ ନିର୍ମାଣ ସମୟରେ ସମ୍ବଲପୁରରେ ବ୍ରିଜ୍‌ ଡିଭିଜନ କାର୍ଯ୍ୟାଳୟ ଥିଲା। ଏଭଳି ସ୍ଥିତିରେ ରାଜ୍ୟ ସରକାର ଫାଟକ ବନ୍ଦ କରୁନାହାନ୍ତି। ଲୋକେ ଟିକସ ଦେଉଥିବା ବେଳେ ଜିଲାର ରାଜନେତା ଓ ପ୍ରଶାସନ ଅସହାୟ ଅବସ୍ଥାରେ ଅଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ଭାଇଙ୍କୁ ଲୁହା ପାଇପରେ ହତ୍ୟା: ସାନ ଭାଇ ଗିରଫ

ଭେଡେନ, ୧୨/୯ (ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ରୁଷୁଡ଼ା ଫାଣ୍ଡି ଅଧୀନସ୍ଥ ଲୁଇସିରା-ଖଲିଆପାଲି କୁଚିଆ ମଦଭାଟି ନିକଟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବଡ଼ଭାଇଙ୍କୁ…

ମହମ୍ମଦ ସିରାଜ ଅଧିନାୟକ ଭାବେ ମନୋନୀତ; ଭାରତ-ଆଫଗାନିସ୍ତାନ ସିରିଜ ପୂର୍ବରୁ ମିଳିଲା ଭଲ ଖବର

ନୂଆଦଲ୍ଲୀ,୧୨।୯: ଭାରତୀୟ ଦଳ ଆସନ୍ତାକାଲି, ଅର୍ଥାତ ସେପ୍ଟେମ୍ବର ୧୩ରୁ ଆଫଗାନିସ୍ତାନ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ ଦଳର ଷ୍ଟାର୍‌…

ନନ୍ଦନକାନନରେ ଦେଖାଦେଲେ ୧୪ ପ୍ରଜାତିର ବିଦେଶୀ ପ୍ରାଣୀ

ବାରଙ୍ଗ, ୧୨/୧୦ (ଲିଙ୍ଗରାଜ ରାଉତ): ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଶୁକ୍ରବାର ବିଳମ୍ବିତ ରାତିରେ ଗୁଜରାଟର ‘ରାଧା କୃଷ୍ଣ ମନ୍ଦିର ହାତୀ କଲ୍ୟାଣ ଟ୍ରଷ୍ଟ’ (RKTEWT) ପକ୍ଷରୁ ଦାନ…

ମୁଁ ଆତ୍ମହତ୍ୟା କରିଦେବି… ମୋତେ କ୍ଷମା କରିଦିଅ ବାପା: ଭାବପ୍ରବଣ ହୋଇ ଏମିତି କାହିଁକି କହିଲେ ୱୁଶୁ ଖେଳାଳି

ନୂଆଦିଲ୍ଲୀ,୧୨।୯: ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରିବାର ସ୍ବପ୍ନ ଭାଙ୍ଗିଯିବା ପରେ ଭାରତୀୟ ୱୁଶୁ (Wushu) ଖେଳାଳି ଦିବ୍ୟାଂଶୀ ଚୌଧୁରୀଙ୍କ ଏକ ଅତ୍ୟନ୍ତ ଭାବପ୍ରବଣ ଭିଡିଓ ସାମ୍ନାକୁ…

ମୋବାଇଲ ନମ୍ବର ଭଳି ‘ପୋର୍ଟ’ ହୋଇପାରିବ ଫାସ୍‌ଟ୍ୟାଗ୍‌

ମୁମ୍ବାଇ,୧୨ା୯: ମୋବାଇଲ ଫୋନ୍‌ ଭଳି ଫାସ୍‌ଟାଗ୍‌ ମଧ୍ୟ ପୋର୍ଟ କରିହେବ। ଉପଭୋକ୍ତାମାନେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଓ୍ବାନ୍‌ଟ୍ୟାଗ୍‌ ମାଧ୍ୟମରେ ସେମାନଙ୍କର ଫାସ୍‌ଟାଗ୍‌ ବ୍ୟାଙ୍କ କିମ୍ବା…

ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ‘ପ୍ଲାଟିନମ ଶୋ’

ଭୁବନେଶ୍ୱର, ୧୨ା୯(ସନ୍ତୋଷ କୁମାର ବେହେରା): ଅନ୍ୟତମ ପ୍ରତିଷ୍ଠିତ ଜୁଏଲେରି ବ୍ରାଣ୍ଡ୍‌ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସ ପକ୍ଷରୁ ସ୍ଥାନୀୟ ଶହୀଦନଗର ଷ୍ଟୋରରେ ‘ପ୍ଲାଟିନମ ଶୋ’ର ଶୁଭାରମ୍ଭ ହୋଇଛି…

ପେମେଣ୍ଟ ଲିଙ୍କ୍‌ ସହ ସ୍ଥାନୀୟ ମୁଦ୍ରାରେ କାରବାର କର

ନୂଆଦିଲ୍ଲୀ,୧୨ା୯: ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ସ୍ଥାନୀୟ ମୁଦ୍ରାରେ ବ୍ୟାପାର ଏବଂ ସେମାନଙ୍କର ତତ୍କାଳୀନ ପେମେଣ୍ଟ ସିଷ୍ଟମର ସଂଯୋଗୀକରଣ ପାଇଁ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୂଷ…

ଦିଗପହଣ୍ଡି ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ

ଦିଗପହଣ୍ଡି, ୧୨।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ନିକଟସ୍ଥ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ‘ସ୍ପାର୍କ-୨୦୨୬’ ଅନୁଷ୍ଠିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?