ଦୁର୍ଘଟଣା ମୃତ୍ୟୁହାର ହ୍ରାସ ଉପରେ ଗୁରୁତ୍ୱ

ପୁରୀ ଅଫିସ,୯।୪: ରାଜ୍ୟ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ ଓ କମିଶନର ଅରୁଣ ବୋଥ୍ରାଙ୍କ ନିର୍ଦ୍ଦେଶକ୍ରମେ ଏବଂ ପୁରୀ ଜ଼ିଲାପାଳ ସମତ ବର୍ମା, ଏସ୍‌ପି କନୱର ବିଶ୍ୱାଲ ସିଂଙ୍କ ପରାମର୍ଶ କ୍ରମେ ଜ଼ିଲା ପୋଲିସ, ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ସପ୍ତାହ ହେଲା ଚାଲିଥିବା ଶୂନ୍ୟ ଦୁର୍ଘଟଣାଜନିତ ମୃତ୍ୟୁ ସପ୍ତାହ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ପୁରୀ ଆର୍‌ଟିଓ ରବୀନ ପଟ୍ଟନାୟକ ଓ ଡିଏସ୍‌ପି ଟ୍ରାଫିକ ଶବରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ସାପ୍ତାହିକ ଅଭିଯାନରେ ଜ଼ିଲାର ବିଭିନ୍ନ ଅଞ୍ଚଳରେ କଡାକଡ଼ି ଭାବେ ଗାଡି ମୋଟର ଯାଞ୍ଚ କରି ୪୩୫୭ଟି ଚାଲାଣ କଟାଯାଇଛି। ଏହି ଅଭିଯାନରେ ଗାଡିର ଲାଇସେନ୍ସ, ପରମିଟ, ହେଲମେଟ, ସିଟବେଲ୍ଟ, ସବୁ ଯାଞ୍ଚ କରାଯାଇଥିଲା। ପୁରୀ, ଚନ୍ଦ୍ରଭାଗା ବିଭିନ୍ନ ଅଞ୍ଚଳରେ ଦ୍ରୁତ ଗତିରେ ନିଶାସକ୍ତ ଅବସ୍ଥାରେ ପୁଣି ବିନା ପରମିଟରେ ଯାଉଥିବା ଅନେକ ଗାଡିକୁ ପରିବହନ ବିଭାଗ ଗୋଡ଼ାଇ ଧରିଥିଲା। ଆର୍‌ଟିଓ ରବୀନ ପଟ୍ଟନାୟକଙ୍କ ସମେତ ବିଭାଗର ସମସ୍ତ କର୍ମଚାରୀ ଓ ସମସ୍ତ ଅଞ୍ଚଳର ଥାନା ପୋଲିସ ଅଫିସର ଏହି ମେଗା ଅଭିଯାନରେ ସାମିଲ ଥିଲେ। ଏହି କାର୍ଯ୍ୟକ୍ରମରେ ହଜାର ଗାଡି ମୋଟର ଯାଞ୍ଚ କରାଯାଇଥିବା ବେଳେ ଗାଡି ଚାଳକଙ୍କ ଡିଏଲ ଚେକିଂ, ସିଟବେଲ୍ଟ ଚେକିଂ, ହେଲମେଟ ଚେକିଂ, ଫାଇନ ସହିତ ଗାଡି ଜବତ, ଓଭର ସ୍ପିଡ, ମୋବାଇଲ ବ୍ୟବହାର ପାଇଁ ଆଦି ପ୍ରମୁଖ କାରଣ ପାଇଁ ଅନେକ ଡିଏଲ୍‌କୁ ରଦ୍ଦ କରାଯାଇ ଗାଡି ଚାଳକ ନାଁରେ ବିଭିନ୍ନ ମାମଲା ରୁଜୁ ହୋଇଛି। ସହର ତଥା ସମଗ୍ର ଜ଼ିଲାରେ ଦୁର୍ଘଟଣା ହାର ଓ ମୃତ୍ୟୁହାର ବୃଦ୍ଧି ପାଇଥିବାରୁ ଜ଼ିଲାର ବୃହର ସ୍ବାର୍ଥ ଦୃଷ୍ଟିରୁ ସାଧାରଣ ଲୋକ ଓ ପର୍ଯ୍ୟଟକଙ୍କ ଧନ ଜୀବନ ସୁରକ୍ଷା ଲାଗି ଆଗକୁ ଏ ଅଭିଯାନକୁ ଆହୁରି କଡ଼ାକଡ଼ି କରାଯିବ। ଲୋକେ ଯେମିତି ଅଯଥାରେ ଜରିମାନା ନ ଦେବେ, ନିଶାଗ୍ରସ୍ତ ଅବସ୍ଥାରେ ଗାଡି ନ ଚଳାଇବାବେ, ଟ୍ରାଫିକ ନିୟମ ମାନିବେ, ଜ଼ିଲାରେ ଦୁର୍ଘଟଣା ମୃତ୍ୟୁହାର ରୋକାଯାଇପାରିବ ଏଥିପାଇଁ ପୁରୀ ଆର୍‌ଟିଓ ପଟ୍ଟନାୟକ ଜ଼ିଲାବାସୀଙ୍କୁ ନିବେଦନ କରିଛନ୍ତି। ଏ ନେଇ ସହର ତଥା ଜ଼ିଲାର ବିଭିନ୍ନ ସ୍କୁଲ କଲେଜ ଛାତ୍ରୀଛାତ୍ର, ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ଓ ପୋଲିସ ସହାୟତାରେ ଏ ଅଭିଯାନକୁ ଆହୁରି ବ୍ୟାପକ କରାଯିବ ଓ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯିବ ବୋଲି ସୂଚନା ଦେଇଛନ୍ତି। ଏହି ଅଭିଯାନରେ ଆରଟିଓ ପଟ୍ଟନାୟକଙ୍କ ସମେତ ଟ୍ରାଫିକ ଡିଏସପି, ଏମଭିଆଇ, ଆସିଷ୍ଟାଣ୍ଟ ଏମଭିଆଇ, ଟିଆଇ ଓ ବିଭିନ୍ନ ଅଞ୍ଚଳର ପୋଲିସ ଅଧିକାରୀ ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

ଚେକ୍‌ ବାଉନ୍ସ ମାମଲା: ସୁଧମୂଳ ସହ ୪୨.୫୦ ଲକ୍ଷ ଟଙ୍କା ଫେରାଇବେ ଆର୍‌ଆଇ, ଜରିମାନା ଅର୍ଥ ଅନାଦେୟ ହେଲେ…

ଭଞ୍ଜନଗର,୪ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଏମ୍‌ଏଫ୍‌ସି କୋର୍ଟରେ ଏକ ଚେକ୍‌ ବାଉନ୍ସ ମାମଲାର ବିଚାରଣ କରାଯାଇ ରାୟ ପ୍ରକାଶ ପାଇଛି। ମାମଲାର ଅଭିଯୁକ୍ତ ରାଜସ୍ବ ନିରୀକ୍ଷକ…

ପ୍ରସ୍ତୁତ କରୁଥିଲେ ଦେଶୀ ମଦ, ୨ ଜଣଙ୍କୁ ବାନ୍ଧି କୋର୍ଟ ପଠାଇଲା ଅବକାରୀ ପୋଲିସ

କେସିଙ୍ଗା,୪ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାର ଉପନିରୀକ୍ଷକ ମଳୟ କୁମାର ପ୍ରଧାନଙ୍କ ନେତୃତ୍ୱରେ ବ୍ଲକର କୁଣ୍ଢାବନ୍ଧ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ପାଟ୍ରୋଲିଂ କରୁଥିବା ସମୟରେ…

ଅପହଞ୍ଚ ଗାଁରେ ଆଶାର କିରଣ: ସ୍ୱାବଲମ୍ବୀ ହେବେ ସାନ୍ତାଳୀ ମହିଳା, ମିଶନ ଶକ୍ତିରେ ଯୋଡ଼ି ହୋଇ…

ମହାକାଳପଡ଼ା,୪ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳ ସମୁଦ୍ର ତଟରେ ଅବସ୍ଥିତ ଅପହଞ୍ଚ ସାନ୍ତାଳୀ ଗ୍ରାମ ‘ପାଣିଖିଆ’। ଅନାଦି କାଳରୁ ଏହି ଗ୍ରାମର ସାନ୍ତାଳୀ…

ବ୍ରହ୍ମପୁରରେ ପୁଣି ଏକ ମୁଣ୍ଡ ଗଡ଼ିଲା: ପେଶାଦାର ଅପରାଧୀଙ୍କୁ ହତ୍ୟା

ବ୍ରହ୍ମପୁର, ୪/୧୦ (ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରରେ ପୁଣି ଏକ ମୁଣ୍ଡ ଗଡ଼ିଛି। ଘଟଣାଟି ନିମଖଣ୍ଡି ଗାଁ ମୁଣ୍ଡରେ ଘଟିଛି। ଜଣେ ପେଶାଦାର ଅଭିଯୁକ୍ତଙ୍କ ବେକ କାଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?