ମହାପ୍ରଭୁଙ୍କ ପାଟବସ୍ତ୍ର ବୁଣାକାମ ଆରମ୍ଭ

ଖୋର୍ଦ୍ଧା ଅଫିସ,୨୪ା୪: ପବିତ୍ର ଅକ୍ଷୟତୃତୀୟାରେ ରବିବାର ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ଲାଗି ପାରମ୍ପରିକ ରୀତି ନୀତିରେ ତିନିରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଅନ୍ୟପଟେ ଆସନ୍ତା ରଥଯାତ୍ରାରେ ମହାପ୍ରଭୁଙ୍କ ପାଇଁ ପାଟବସ୍ତ୍ର ଯୋଗାଇବାକୁ ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ରାଉତପଡ଼ା ଗ୍ରାମରେ ରବିବାରଠାରୁ ସୂତାଲୁଗା ଓ ପାଟବସ୍ତ୍ର ପ୍ରସ୍ତୁତି ଆରମ୍ଭ ହୋଇଛି। ଗ୍ରାମର ଗୋପୀନାଥ ଦାସଙ୍କ ପରିବାର ଓ ଅନ୍ୟ ବୁଣାକାରମାନେ ଏହି କାର୍ଯ୍ୟରେ ଲାଗିଛନ୍ତି।
ସ୍ନାନପୂର୍ଣ୍ଣିମା, ରଥଯାତ୍ରା, ବାହୁଡ଼ା ଯାତ୍ରାରେ ମହାପ୍ରଭୁଙ୍କୁ ବିଭିନ୍ନ ବେଶ ଲାଗି କରାଯାଇଥାଏ। ରଥଯାତ୍ରାରେ ଚେହେଲି ପାଟ, ବଡ଼ସିଂହାର ଲାଗି ଗୀତଗୋବିନ୍ଦ ପାଟ, ୭ ପ୍ରକାର ଖଣ୍ଡୁଆ ପାଟ, ସୂତାରେ ପ୍ରସ୍ତୁତ ଦୁଇପ୍ରକାର ଘୋଡଣି, ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ଜଳ ପାଇଁ ଅଧର ଗାମୁଛା, ଲାଲ, ସବୁଜ ଓ ହଳଦିଆ ରଙ୍ଗର ଏକ ସେଟ ଲେଖାଏ ଚେହେଲି ପାଟ ଲାଗି କରାଯାଏ। ସେହିପରି ବଡ଼ସିଂହାର ବେଶ ଲାଗି ଜୟଦେବ ଗୀତଗୋବିନ୍ଦଙ୍କ ଶ୍ଳୋକ ଲେଖାଥିବା ଗୀତଗୋବିନ୍ଦ ପାଟ, ସପ୍ତବିଗ୍ରହ ଯଥା ମାଧବ, ସୁଦର୍ଶନ, ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ଶ୍ରୀଦେବୀ, ଭୂଦେବୀଙ୍କ ଲାଗି ସୂତାର ୨ ପ୍ରକାର ଘୋଡଣି ସମେତ ମହାପ୍ରଭୁଙ୍କ ଅନ୍ୟ ସେବା ଲାଗି ୩୦ରୁ ୩୫ପ୍ରକାର ଲୁଗା ଯଥା ନେତଫୁଟା, ବୋଇରାଣୀ, ପତନି, ଟଣାଖୋସା, ମଲମଲ, ଶ୍ରୀମୁଖ ଓତା, ଗଦିପୁଟା ବସ୍ତ୍ର ଲାଗି ହୋଇଥାଏ।
ବୁଣାକାର ଗୋପୀନାଥ କହିଛନ୍ତି, ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ଚଳିତ ବର୍ଷର ରଥଯାତ୍ରା ଲାଗି ତାଲିକା ମିଳିବା ପରେ ବୁଣାକାମ ଆରମ୍ଭ ହୋଇଛି। ସ୍ନାନ ଯାତ୍ରା ପୂର୍ବରୁ ସମସ୍ତ ସୂତାଲୁଗା ଓ ପାଟବସ୍ତ୍ର କାର୍ଯ୍ୟାଳୟରେ ପଇଠ ଲାଗି ନିର୍ଦ୍ଦେଶ ରହିଛି। ପବିତ୍ର ଅକ୍ଷୟ ତୃତୀୟାରେ ମହାପ୍ରଭୁଙ୍କ ରଥଯାତ୍ରା ଲାଗି ରଥକାଠ ଅନୁକୂଳ ହୋଇଥିବା ବେଳେ ଏଠାରେ ମଧ୍ୟ ପାରମ୍ପରିକ ପଦ୍ଧତିରେ ନିଷ୍ଠା ପୂର୍ବକ ମହାପ୍ରଭୁଙ୍କ ନିକଟରେ ପୂଜାର୍ଚ୍ଚନା ପରେ କାମ ଆରମ୍ଭ ହୋଇଛି। ବୁଣାକାରମାନେ ମହାପ୍ରଭୁଙ୍କ ନିକଟରେ ଭକ୍ତି ସମର୍ପଣ ସହ କାମ କରନ୍ତି। ବୁଣାକାମ ଚାଲିଥିବା ପର୍ଯ୍ୟନ୍ତ ଅନ୍ୟତ୍ର କେଉଁଆଡ଼େ ଯାଆନ୍ତି ନାହିଁ କି ବାହାରେ କେଉଁଠାରେ ଖାଆନ୍ତି ନାହିଁ। ମହାପ୍ରଭୁଙ୍କ ଆଶୀର୍ବାଦରୁ ସମସ୍ତ କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ସମାପ୍ତ ହୋଇଥାଏ। ଲୁଗା ଓ ବସ୍ତ୍ର ବୁଣିବା ଲାଗି କଞ୍ଚାମାଲ ପ୍ରଦାନରେ ସ୍ଥାନୀୟ ବୟନ ହସ୍ତତନ୍ତ ଶିଳ୍ପ ବିଭାଗର ଅଧିକାରୀ ସହଯୋଗ କରୁଛନ୍ତ। ଗୋପୀନାଥ କହିଛନ୍ତି. ବାପା ଥରେ ରଥରେ ମହାପ୍ରଭୁଙ୍କ ଦର୍ଶନ ପରେ ଭାବବିହ୍ବଳ ହୋଇପଡ଼ିଥିଲେ। ମହାପ୍ରଭୁଙ୍କ ଲାଗି ବସ୍ତ୍ର ପ୍ରସ୍ତୁତି ପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟ ସହ ଯୋଗାଯୋଗ କରିଥିଲେ। ମହାପ୍ରଭୁଙ୍କ ଅପାର ମହିମା ଓ ଆର୍ଶୀବାଦରୁ ଏହି ସେବାର ସୁଯୋଗ ମିଳିଲା। ସେବେଠାରୁ ଏହି ସେବା ଜାରି ରହିଛି। ବସ୍ତ୍ର ପ୍ରସ୍ତୁତି ପୂର୍ବରୁ ଘର ଲିପାପୋଛା କରାଯାଏ। ଆରମ୍ଭ ଦିନଠାରୁ ଶେଷ ପର୍ଯ୍ୟନ୍ତ ଏଥିରେ ଲାଗିଥିବା ସମସ୍ତ ସଦସ୍ୟ ଶୁଦ୍ଧପୂତ ଭାବେ ମହାପ୍ରଭୁଙ୍କୁ ସ୍ମରଣ କରି ବୁଣାକାମରେ ଲାଗିଥାନ୍ତି। ଭୋକ ଶୋଷ ଜଣାପଡ଼େନାହିଁ। ଏହି ସମୟରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥାଏ। ପ୍ରତ୍ୟକ୍ଷ ନ ହେଲେ ମଧ୍ୟ ଠାକୁରଙ୍କ ପରୋକ୍ଷରେ ସେବା କରିବାର ସୁଯୋଗ ମିଳିଥିବାରୁ ନିଜକୁ ଏହି ବୁଣାକାର ପରିବାର ଧନ୍ୟ ମନେ କରନ୍ତି। ରାଉତପଡ଼ା ଗ୍ରାମର ଅଧିକାଂଶ ପରିବାର ହେଉଛନ୍ତି ବୁଣାକାର। ୧୯୯୩ ମସିହାରେ ଏହି ଗ୍ରାମର ମଧୁସୂଦନ ୱେଲ୍ଡିଂ ଫ୍ୟାକ୍ଟିର ମାଲିକ ମଧୁସୂଦନ ଦାସ ପ୍ରଥମ ଥର ପାଇଁ ରଥଯାତ୍ରାରେ ମହାପ୍ରଭୁଙ୍କ ଲାଗି ସୂତାଲୁଗା ଓ ପାଟବସ୍ତ୍ର ବୁଣି ଯୋଗାଇଥିଲେ। ଏବେ ତାଙ୍କ ପୁଅ ଗୋପିନାଥ ଓ ପରିବାର ସଦସ୍ୟ ବର୍ଷ ସାରା ପାଟ, ସୂତାବସ୍ତ୍ର ଓ ଲୁଗା ଯୋଗାଇ ଆସୁଛନ୍ତି। ଏଥିସହିତ ଗ୍ରାମର ଅନ୍ୟ ବୁଣାକାର ପରିବାର ମଧ୍ୟ ସହଯୋଗ କରୁଛନ୍ତି। ଏହି ବୁଣାକାମରେ ଗୋପୀନାଥଙ୍କ ୯୩ ବର୍ଷୀୟା ମାଆ ଆସେଲି, ଭାଇ ରାମଚନ୍ଦ୍ର, ଭଗବାନ, ଗୋବିନ୍ଦ ଚନ୍ଦ୍ର, କୈଳାସ ଚନ୍ଦ୍ର, ରବୀନ୍ଦ୍ର କୁମାର, ଅଶୋକଙ୍କ ସମେତ ନିମାଇଁ ଚରଣ କୁଣ୍ଡୁ, କାର୍ତ୍ତିକେଶ୍ବର ପାତ୍ର ପ୍ରମୁଖ ନିୟୋଜିତ ଅଛନ୍ତି। ମହାପ୍ରଭୁଙ୍କ ସେବାରୁ ଅପୂର୍ବ ଆନନ୍ଦ ମିଳିଥାଏ ବୋଲି ଏମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଏକ ପେଡ୍‌ ମା’ କେ ନାମ୍‌’: ସିମନବାଡ଼ିରେ ଛାତ୍ରଛାତ୍ରୀଙ୍କ ନିଶାମୁକ୍ତ ସଚେତନତା ପଦଯାତ୍ରା-ବୃକ୍ଷରୋପଣ

ଦାରିଙ୍ଗବାଡ଼ି,୧୯ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିସ୍ଥିତ ପାଦ୍ରୀ ପିଓ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଶନିବାର ଏକ ନିଶାମୁକ୍ତ ସଚେତନତା କାର୍ଯ୍ୟକ୍ରମ ଓ ପଦଯାତ୍ରା…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ଗଞ୍ଜାମ ଜିଲାକୁ ଅରେଞ୍ଜ ଆଲର୍ଟ: ୪ ଦିନ ଅତି ପ୍ରବଳ ବର୍ଷା, ଅଶାନ୍ତ ରହିବ…

ଛତ୍ରପୁର,୧୯ା୯(ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ): ଆଗାମୀ ୨୧ ତାରିଖରୁ ଗଞ୍ଜାମ ଜିଲା ସମେତ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭାରତୀୟ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

ଦିଗପହଣ୍ଡି ରେ  ମା ‘ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶୁଭାରମ୍ଭ  

ଦିଗପହଣ୍ଡି,୧୯|୯(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ୩ ନଂ. ୱାର୍ଡ ନୂଆସାହି ସ୍ଥିତ ଆରାଧ୍ଯା ଦେବୀ ମା’ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶନିବାର ଠାରୁ ଆରମ୍ଭ…

ଅବ୍ୟବସ୍ଥାରେ ରିଷିଡ଼ା ବସ୍‌ଷ୍ଟାଣ୍ଡ

ରିଷିଡ଼ା,୧୯ା୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ବସ୍‌ଷ୍ଟାଣ୍ଡ ଏବେ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ସାମାନ୍ୟ ବର୍ଷାରେ ବସ୍‌ଷ୍ଟାଣ୍ଡ ପରିସର ତଥା ମୁଖ୍ୟ ରାସ୍ତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?