ଶାନ୍ତି ଫେରୁଛି, ପୋଲିସ ଭୟ ଘାରୁଛି

ସମ୍ବଲପୁର,୨୪ା୪(ବ୍ୟୁରୋ): ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ଏପ୍ରିଲ ୧୨ରେ ପଥରମାଡ଼ ଓ ୧୪ରେ ପୋଡ଼ାଜଳା, ଭଙ୍ଗାରୁଜା, ମାରଣାସ୍ତ୍ରରେ ଅକ୍ରମଣ ଭଳି ଘଟଣା ଘଟିଥିଲା। ସାନସିଂହାରି ଗ୍ରାମର କେତେଜଣ ଯୁବକ ଶୋଭାଯାତ୍ରାରେ ସାମିଲ ହୋଇ ଘରକୁ ଫେରୁଥିବା ସମୟରେ ରିଂରୋଡ୍‌ରେ ସଂଘବଦ୍ଧ ଭାବେ ଖଣ୍ଡା, ଛୁରି ସାହାଯ୍ୟରେ ସେମାନଙ୍କୁ ଆକ୍ରମଣ ହୋଇଥିଲା। ଏଥିରେ ଚନ୍ଦ୍ରଶେଖର ମିର୍ଦ୍ଧା ନାମକ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଏହାକୁ ନେଇ ସହରରେ କର୍ଫ୍ୟୁ, ୧୪୪ ଧାରା ଲାଗୁ ସହ ନେଟ୍‌ ସେବା ବନ୍ଦ କରିଦିଆଯାଇଥିଲା। ଏଥିରେ ଜନସାଧାରଣ ଅସ୍ତବ୍ୟସ୍ତ ହୋଇପଡିଥିଲେ। ଉଭୟ ଦିନର ଘଟଣାରେ ପୋଲିସ ପ୍ରାୟ ୯୯ଜଣଙ୍କୁ ଗିରଫ କରିଥିବା କହୁଛି। ୧୦ଦିନ ପରେ ମୋବାଇଲ ନେଟ୍‌ସେବା ସ୍ବାଭାବିକ କରାଯାଇଛି। ପ୍ରଶାସନ ଓ ପୋଲିସର ଉଦ୍ୟମ ସାଙ୍ଗକୁ ସାଧାରଣ ଲୋକଙ୍କ ସହଯୋଗରେ ସହରରେ ଶାନ୍ତି ଫେରୁଛି। ହେଲେ ଲୋକମାନଙ୍କ ମନରେ ଏବେ ପୋଲିସର ଭୟ ଘାରୁଛି।
ପୋଲିସର ରାତିଅଧିଆ ଚଢ଼ାଉ, ଘଟଣାରେ ସମ୍ପୃକ୍ତ ନ ଥିବା ବ୍ୟକ୍ତିଙ୍କ ଘର କବାଟ ବାଡେଇବା, ଫୋନ କଲ୍‌ କରି ଭେରିଫିକେଶନ ପାଇଁ ଥାନାକୁ ଡାକିବା, ଜଣେ ଅପରାଧୀ ଭଳି ବ୍ୟବହାର ଆଦି ଅନେକ ଘଟଣାକୁ ନେଇ ସହରରେ ଚର୍ଚ୍ଚା ହେଉଛି। ଆପରାଧିକ କାର୍ଯ୍ୟ କଲେ ତଥ୍ୟ ପ୍ରମାଣ ଆଧାରରେ ସେମାନଙ୍କୁ ଗିରଫ କରାଯାଉ। ହେଲେ ତଦନ୍ତ, ପଚରାଉଚରା ଓ ଏକ ନିର୍ଦ୍ଦିଷ୍ଟ ଦଳ କିମ୍ବା ସଂଗଠନକୁ ଆକ୍ରୋଶ କରି ଗିରଫ ବନ୍ଦ କରାଯାଉ ବୋଲି ସାଧାରଣରେ ଦାବି ହେଉଛି। ଅନ୍ୟପଟେ ଚନ୍ଦ୍ରଶେଖର ହତ୍ୟା ମାମଲାକୁ ନେଇ ପୋଲିସ କିଛି ସ୍ପଷ୍ଟ କରୁ ନାହିଁ। ହତ୍ୟା କାରଣକୁ ନେଇ ମୁହଁ ଖୋଲିପାରୁ ନାହିଁ। ଦଙ୍ଗା ଘଟଣାରେ ଚନ୍ଦ୍ରଶେଖରଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିବାବେଳେ ପୋଲିସ ଏହାକୁ ଏଡାଇ ଦେଇଥିଲା। ହେଲେ ଦୁଇଦିନ ତଳେ ଚନ୍ଦ୍ରଶେଖରଙ୍କ ପରିବାରକୁ ୮ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ପ୍ରଦାନ କରାଯାଇଛି। ଦଙ୍ଗାରେ ମୃତକଙ୍କ ପରିବାରକୁ ମିଳୁଥିବା କ୍ଷତିପୂରଣ ରାଶି ପରିମାଣ ସହ ଏହା ସମାନ। ଅନ୍ୟପଟେ କ୍ଷତିପୂରଣ ଟଙ୍କା ଦେବା ନେଇ ଜିଲା ପ୍ରଶାସନ ପାଖରେ ସୂଚନା ନ ଥିବା ଅଧିକାରୀମାନେ କହୁଛନ୍ତି। ଏହି ଘଟଣାରେ ଏସ୍‌ପି ବାତୁଳା ଗଙ୍ଗାଧର ୬ ଜଣଙ୍କୁ ଗିରଫ କରାଯାଇଥିବା କହୁଥିବା ବେଳେ କେତେବେଳେ ୪ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ମଧ୍ୟ ପୋଲିସ କହୁଛି।
ଏ ସମ୍ପର୍କରେ ବରିଷ୍ଠ ଆଇନଜୀବୀ ବିଭୂତି ଭୂଷଣ ପଟ୍ଟନାୟକ କହିଛନ୍ତି, ତଥ୍ୟ ପ୍ରମାଣ ଆଧାରରେ ପୋଲିସ ପଚରାଉଚରା କିମ୍ବା ଗିରଫଦାରି ପାଇଁ ରାତିଅଧିଆ ଚଢାଉ କରିପାରିବ। ସେହିପରି ଫୋନ କରି ଥାନାକୁ ଡାକିବାରେ କୌଣସି ସମସ୍ୟା ନାହିଁ। ହେଲେ ଲୋକଙ୍କୁ ଭୟଭୀତ ନ କରି ଆସ୍ଥା ଭାଜନ ହୋଇ ତଦନ୍ତ କଲେ ପ୍ରକୃତ ଅଭିଯୁକ୍ତ ଗିରଫ ହୋଇପାରିବେ। ତରବରିଆ ଓ ଉଦ୍ଦେଶ୍ୟମୂଳକ ଭାବେ ନିଜ ବ୍ୟକ୍ତିଗତ ଶତ୍ରୁତାକୁ ନେଇ ଗିରଫ କଲେ ଶାନ୍ତି ଫେରିବା ବଦଳରେ ଅଶାନ୍ତ ପରିସ୍ଥିତ ଉପୁଜିବାର ସମ୍ଭାବନା ରହିଛି। ଗୋଷ୍ଠୀ ସଂଘର୍ଷ ପାଇଁ ପୂର୍ବ ପ୍ରସ୍ତୁତି ରହିଥିଲା ବୋଲି ଏସ୍‌ପି ନିଜେ ସ୍ବୀକାର କରିଛନ୍ତି। ତେଣୁ ପୋଲିସ ଅବହେଳା ଯୋଗୁ ଏହି ଅଭାବନୀୟ ଘଟଣା ଘଟିଛି। ଉକ୍ତ ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ନିଜ ବିଫଳତାକୁ ଚପାଇବାକୁ ଉଦ୍ୟମ କରି ଗିରଫଦାରି ସଂଖ୍ୟା ବୃଦ୍ଧି କରୁଛି। ଗୋଟିଏ ଗୋଷ୍ଠୀ ପ୍ରତି ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବାରୁ ପୋଲିସର କାର୍ଯ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। କୌଣସି ବ୍ୟକ୍ତିଙ୍କୁ ପୋଲିସ ଥାନାରେ ୨୪ ଘଣ୍ଟାରୁ ଅଧିକ ସମୟ ଅଟକ ରଖିପାରିବ ନାହିଁ ବୋଲି ନିୟମ ରହିଛି । ହେଲେ ଦିନକୁ ଦିନ ପୋଲିସ ଦେଉଥିବା ଗିରଫ ସଂଖ୍ୟାରେ ତାଳମେଳ ନ ରହିବା ଚିନ୍ତାର ବିଷୟ ବୋଲି ଆଇନଜୀବୀ ପଟ୍ଟନାୟକ କହିଛନ୍ତି। ଏ ସମ୍ପର୍କରେ ପ୍ରତିକ୍ରିୟା ନେବା ପାଇଁ ଏସ୍‌ପି ଗଙ୍ଗାଧରଙ୍କ ମୋବାଇଲ (ନଂ.୯୪୩୮୯୧୬୫୫୦)ରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?