ଡାୟାଲିସିସ ରୋଗୀଙ୍କୁ ଶୋଷଣ: ସେବା ନାଁରେ ବ୍ୟବସାୟ

ଫୁଲବାଣୀ ଅଫିସ,୨୪ା୪: କନ୍ଧମାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଡାୟାଲିସିସ ରୋଗୀଙ୍କୁ ଶୋଷଣ ଘଟଣାରେ ମେଡିକାଲ ପ୍ରଶାସନର ତଦନ୍ତକୁ ନେଇ ପ୍ରଶ୍ନ ଉଠିଛି। ଡାୟାଲିସିସି ସେବା ଯୋଗାଉଥିବା ସଂସ୍ଥାର କର୍ମଚାରୀ ଖୁଲମଖୁଲା ରୋଗୀଙ୍କୁ ଶୋଷଣ କରୁଥିବା ବେଳେ ଆଜି ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ନ ହେବା ପଛରେ କି ରହସ୍ୟ ରହିଛି ତାହାକ୍‌ୁ ନେଇ ପ୍ରଶ୍ନ ଉଠିଛି। ତେଣୁ ମାଗଣା ସେବା ନାଁରେ ଏଠି ବ୍ୟବସାୟ ଚାଲିଥିବା ରୋଗୀଙ୍କ ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି, ଯାହାକୁ ନେଇ ଏବେ ଅସନ୍ତୋଷ ବୃଦ୍ଧିପାଇଛି।
ପାଇଁ ଏକ ଫିଲଟର ବ୍ୟବହାର କରାଯାଏ। ସରକାର ଏହାକୁ ସମ୍ପୂର୍ଣ୍ଣ ମାଗଣା ଦେଉଛନ୍ତି। ଜଣେ ରୋଗୀଙ୍କର ଏଥିରେ ୧୦ ଥର ରକ୍ତ ଫିଲଟର ହୋଇପାରିବ। କିନ୍ତୁ ପରିଚାଳକ କହୁଛନ୍ତି ଆମେ ଏହାକୁ ୧୦ ଥର ବ୍ୟବହାର କରିବୁ ନାହିଁ। ୪ରୁ ୫ ଥର ବ୍ୟବହାର କରିବୁ। ବାକି ୫ ଥର ପାଇଁ ତୁମକୁ ଫିଲଟର, ଟ୍ୟୁବ ବାବଦକୁ ୧୧୫୦ରୁ ୧୨୫୦ ଟଙ୍କା ଦେବାକୁ ପଡିବ କହି ରୋଗୀଙ୍କୁ ବ୍ଲାକମେଲିଂ କରିବା ସହ ଅର୍ଥ ନେଉଛନ୍ତି। ଏହି ଘଟଣାକୁ ନେଇ ଗତ ମାର୍ଚ୍ଚ ୧୧ ତାରିଖରେ ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇଥିଲା। ସେତେବେଳେ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ମନୋଜ କୁମାର ଉପାଧ୍ୟାୟ ଘଟଣାର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ। ହେଲେ ଆଜି ପର୍ଯ୍ୟନ୍ତ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ। ଅନ୍ୟପକ୍ଷେ ଏସବୁ କାର୍ଯ୍ୟର ମୁଖ୍ୟ କାର୍ପଟଦାର ସାଜିଥିତ୍ବା ପରିଚାଳକ ଏବଂ ଟେକ୍ନିସିଆନ କହୁଛନ୍ତି ଆମେ କିଛି କରୁନୁ। ରୋଗୀ ଫିଲଟର ସହ ଟ୍ୟୁବ ମାଗିଲେ ଆମେ ଦେଉଛୁ। ଏଥିରେ ଆମର କିଛି ନାହିଁ। ପରିଚାଳନା କରୁଥିବା ସଂସ୍ଥା ମାଲିକ ଏସବୁ କରୁଛନ୍ତି। ପ୍ରଶ୍ନ ଉଠୁଛି ଜଣେ ରୋଗୀ କିପରି ଜାଣିବ ତାହାର ଫିଲଟର କେତେ ଥର ବ୍ୟବହାର ହେବା ଦରକାର ଏବଂ ତାହା କେଉଁଠି ମିଳୁଛି? ପରୋକ୍ଷ ଏବଂ ପ୍ରତ୍ୟକ୍ଷରେ ଏଠି ମାଗଣା ସେବା ନାଁରେ ବ୍ୟବସାୟ ଚାଲିଛି। ଏ ସଂକ୍ରାନ୍ତରେ ତଦନ୍ତକାରୀ ଅଧିକାରୀ ମେଡିକାଲ ଅଧିକ୍ଷକ ଡା.ଅଭୟ କୁମାର ପଟ୍ଟନାୟକଙ୍କୁ ପଚାରିବାରୁ ଭବିଷ୍ୟତରେ ଏଭଳି ଘଟଣାର ଯେପରି ପୁନରାବୃତି ନ ହେବ ସେ ବିଷୟରେ ସଂସ୍ଥାକୁ ଅବଗତ କରାଯାଇଛି। ଯଦି ଘଟଣା ନଜରକୁ ଆସିବ, ତାହାଲେ ସେବା ବାବଦରେ ଦିଆଯାଉଥିବା ସରକାରୀ ଦେୟ (ପେମେଂଟ) ବନ୍ଦ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଥିବା ପ୍ରକାଶ କରିଛନ୍ତି।
ସୁଚନାଯୋଗ୍ୟ, ଜିଲା ମୁଖ୍ୟ ଚିକିତ୍ସାଳୟରେ ପିପିପି ମୋଡରେ ଡାୟାଲିସିସ ସେବା ଚାଲିଛି। ଏକ ସଂସ୍ଥା ଏହାର ପରିଚାଳନା ଦାୟିତ୍ୱ ନେଇଛି। ୨୦୧୮ ସେପ୍ଟେମ୍ବର ୧୨ରୁ ଏହି ସେବା ଯୋଗାଇ ଦିଆଯାଉଛି, ଯାହା ସମ୍ପୂର୍ଣ୍ଣ ମାଗଣାରେ। କିନ୍ତୁ ବିଭିନ୍ନ ପ୍ରକାର ଆଳ ଦେଖାଇ ମୃତ୍ୟୁ ସହ ସଂଗ୍ରାମ କରୁଥିବା ରୋଗୀଙ୍କ ସମ୍ପର୍କୀୟଙ୍କଠାରୁ ଅର୍ଥ ଲୁଟ୍‌ କରାଯାଉଥିବା ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି କର୍କଟ ରାଶିରେ ଚନ୍ଦ୍ରଙ୍କ ଗୋଚର: ତୁଳା-ମୀନ ସମେତ ୩ ରାଶି ହେବେ ମାଲାମାଲ୍‌, ଘରକୁ ଆସିବ ଖୁସି ଖବର

କର୍କଟ ରାଶି ହେଉଛି ଚନ୍ଦ୍ରମାଙ୍କର ନିଜ ରାଶି। ନିଜ ରାଶିରେ ଚନ୍ଦ୍ରମାଙ୍କ ଗୋଚର ତିନିଟି ରାଶି ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହୋଇପାରେ। ଆଜି ୪ ଅକ୍ଟୋବର ୨୦୨୬,…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

ମହିଳା ସାମ୍ବାଦିକଙ୍କ ପ୍ରତି ଅସଦାଚରଣ ଅଭିଯୋଗ; ଭାଜପାକୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୪।୧୦: ଅକ୍ଟୋବର ୩ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନର ଖବର ସଂଗ୍ରହ ସମୟରେ ମହିଳା ସାମ୍ବାଦିକମାନଙ୍କ ଦ୍ୱାରା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଅଣାଯାଇଥିବା…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

ପୁଣି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ; ଶିବସେନା ସମେତ କିଏ କିଏ ସାମିଲ? ଜାଣନ୍ତୁ…

ମୁମ୍ବାଇ,୪।୧୦: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ରବିବାର (ଅକ୍ଟୋବର ୪), ମୁମ୍ବାଇରେ ମୁଖ୍ୟ ନିର୍ବାଚନ…

ଶନିଙ୍କ ବଡ଼ ଚଳନ: ଏହି ରାଶିଙ୍କ ଉପରେ ଧନବର୍ଷା, ଏମାନଙ୍କର ବଢିବ ଚିନ୍ତା; ଜାଣନ୍ତୁ ଆପଣଙ୍କ ରାଶିଫଳ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ, କାରଣ ଏହାର ବ୍ୟାପକ ପ୍ରଭାବ ସମସ୍ତ ରାଶି ଉପରେ ଦେଖିବାକୁ ମିଳେ। ବିଶେଷ କରି ସାଢ଼େସାତୀ…

ଚେକ୍‌ ବାଉନ୍ସ ମାମଲା: ସୁଧମୂଳ ସହ ୪୨.୫୦ ଲକ୍ଷ ଟଙ୍କା ଫେରାଇବେ ଆର୍‌ଆଇ, ଜରିମାନା ଅର୍ଥ ଅନାଦେୟ ହେଲେ…

ଭଞ୍ଜନଗର,୪ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଏମ୍‌ଏଫ୍‌ସି କୋର୍ଟରେ ଏକ ଚେକ୍‌ ବାଉନ୍ସ ମାମଲାର ବିଚାରଣ କରାଯାଇ ରାୟ ପ୍ରକାଶ ପାଇଛି। ମାମଲାର ଅଭିଯୁକ୍ତ ରାଜସ୍ବ ନିରୀକ୍ଷକ…

ପ୍ରସ୍ତୁତ କରୁଥିଲେ ଦେଶୀ ମଦ, ୨ ଜଣଙ୍କୁ ବାନ୍ଧି କୋର୍ଟ ପଠାଇଲା ଅବକାରୀ ପୋଲିସ

କେସିଙ୍ଗା,୪ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାର ଉପନିରୀକ୍ଷକ ମଳୟ କୁମାର ପ୍ରଧାନଙ୍କ ନେତୃତ୍ୱରେ ବ୍ଲକର କୁଣ୍ଢାବନ୍ଧ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ପାଟ୍ରୋଲିଂ କରୁଥିବା ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?