ଡାୟାଲିସିସ ରୋଗୀଙ୍କୁ ଶୋଷଣ: ସେବା ନାଁରେ ବ୍ୟବସାୟ

ଫୁଲବାଣୀ ଅଫିସ,୨୪ା୪: କନ୍ଧମାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଡାୟାଲିସିସ ରୋଗୀଙ୍କୁ ଶୋଷଣ ଘଟଣାରେ ମେଡିକାଲ ପ୍ରଶାସନର ତଦନ୍ତକୁ ନେଇ ପ୍ରଶ୍ନ ଉଠିଛି। ଡାୟାଲିସିସି ସେବା ଯୋଗାଉଥିବା ସଂସ୍ଥାର କର୍ମଚାରୀ ଖୁଲମଖୁଲା ରୋଗୀଙ୍କୁ ଶୋଷଣ କରୁଥିବା ବେଳେ ଆଜି ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ନ ହେବା ପଛରେ କି ରହସ୍ୟ ରହିଛି ତାହାକ୍‌ୁ ନେଇ ପ୍ରଶ୍ନ ଉଠିଛି। ତେଣୁ ମାଗଣା ସେବା ନାଁରେ ଏଠି ବ୍ୟବସାୟ ଚାଲିଥିବା ରୋଗୀଙ୍କ ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି, ଯାହାକୁ ନେଇ ଏବେ ଅସନ୍ତୋଷ ବୃଦ୍ଧିପାଇଛି।
ପାଇଁ ଏକ ଫିଲଟର ବ୍ୟବହାର କରାଯାଏ। ସରକାର ଏହାକୁ ସମ୍ପୂର୍ଣ୍ଣ ମାଗଣା ଦେଉଛନ୍ତି। ଜଣେ ରୋଗୀଙ୍କର ଏଥିରେ ୧୦ ଥର ରକ୍ତ ଫିଲଟର ହୋଇପାରିବ। କିନ୍ତୁ ପରିଚାଳକ କହୁଛନ୍ତି ଆମେ ଏହାକୁ ୧୦ ଥର ବ୍ୟବହାର କରିବୁ ନାହିଁ। ୪ରୁ ୫ ଥର ବ୍ୟବହାର କରିବୁ। ବାକି ୫ ଥର ପାଇଁ ତୁମକୁ ଫିଲଟର, ଟ୍ୟୁବ ବାବଦକୁ ୧୧୫୦ରୁ ୧୨୫୦ ଟଙ୍କା ଦେବାକୁ ପଡିବ କହି ରୋଗୀଙ୍କୁ ବ୍ଲାକମେଲିଂ କରିବା ସହ ଅର୍ଥ ନେଉଛନ୍ତି। ଏହି ଘଟଣାକୁ ନେଇ ଗତ ମାର୍ଚ୍ଚ ୧୧ ତାରିଖରେ ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇଥିଲା। ସେତେବେଳେ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ମନୋଜ କୁମାର ଉପାଧ୍ୟାୟ ଘଟଣାର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ। ହେଲେ ଆଜି ପର୍ଯ୍ୟନ୍ତ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ। ଅନ୍ୟପକ୍ଷେ ଏସବୁ କାର୍ଯ୍ୟର ମୁଖ୍ୟ କାର୍ପଟଦାର ସାଜିଥିତ୍ବା ପରିଚାଳକ ଏବଂ ଟେକ୍ନିସିଆନ କହୁଛନ୍ତି ଆମେ କିଛି କରୁନୁ। ରୋଗୀ ଫିଲଟର ସହ ଟ୍ୟୁବ ମାଗିଲେ ଆମେ ଦେଉଛୁ। ଏଥିରେ ଆମର କିଛି ନାହିଁ। ପରିଚାଳନା କରୁଥିବା ସଂସ୍ଥା ମାଲିକ ଏସବୁ କରୁଛନ୍ତି। ପ୍ରଶ୍ନ ଉଠୁଛି ଜଣେ ରୋଗୀ କିପରି ଜାଣିବ ତାହାର ଫିଲଟର କେତେ ଥର ବ୍ୟବହାର ହେବା ଦରକାର ଏବଂ ତାହା କେଉଁଠି ମିଳୁଛି? ପରୋକ୍ଷ ଏବଂ ପ୍ରତ୍ୟକ୍ଷରେ ଏଠି ମାଗଣା ସେବା ନାଁରେ ବ୍ୟବସାୟ ଚାଲିଛି। ଏ ସଂକ୍ରାନ୍ତରେ ତଦନ୍ତକାରୀ ଅଧିକାରୀ ମେଡିକାଲ ଅଧିକ୍ଷକ ଡା.ଅଭୟ କୁମାର ପଟ୍ଟନାୟକଙ୍କୁ ପଚାରିବାରୁ ଭବିଷ୍ୟତରେ ଏଭଳି ଘଟଣାର ଯେପରି ପୁନରାବୃତି ନ ହେବ ସେ ବିଷୟରେ ସଂସ୍ଥାକୁ ଅବଗତ କରାଯାଇଛି। ଯଦି ଘଟଣା ନଜରକୁ ଆସିବ, ତାହାଲେ ସେବା ବାବଦରେ ଦିଆଯାଉଥିବା ସରକାରୀ ଦେୟ (ପେମେଂଟ) ବନ୍ଦ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଥିବା ପ୍ରକାଶ କରିଛନ୍ତି।
ସୁଚନାଯୋଗ୍ୟ, ଜିଲା ମୁଖ୍ୟ ଚିକିତ୍ସାଳୟରେ ପିପିପି ମୋଡରେ ଡାୟାଲିସିସ ସେବା ଚାଲିଛି। ଏକ ସଂସ୍ଥା ଏହାର ପରିଚାଳନା ଦାୟିତ୍ୱ ନେଇଛି। ୨୦୧୮ ସେପ୍ଟେମ୍ବର ୧୨ରୁ ଏହି ସେବା ଯୋଗାଇ ଦିଆଯାଉଛି, ଯାହା ସମ୍ପୂର୍ଣ୍ଣ ମାଗଣାରେ। କିନ୍ତୁ ବିଭିନ୍ନ ପ୍ରକାର ଆଳ ଦେଖାଇ ମୃତ୍ୟୁ ସହ ସଂଗ୍ରାମ କରୁଥିବା ରୋଗୀଙ୍କ ସମ୍ପର୍କୀୟଙ୍କଠାରୁ ଅର୍ଥ ଲୁଟ୍‌ କରାଯାଉଥିବା ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅସମ୍ଭାଳ ତାତି, ଅଂଶୁଘାତରେ ୨୮ ଆକ୍ରାନ୍ତ ଡାକ୍ତଖାନାରେ ଭର୍ତ୍ତି

ସୁନ୍ଦରଗଡ,୨୦।୪: ଅସମ୍ଭାଳ ହେଲାଣି ତାତି। ଆଉ ବଢ଼ିବାରେ ଲାଗିଛି ରାଜ୍ୟରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା। ସୁନ୍ଦରଗଡରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା ୨୮ରେ ପହଞ୍ଚିଛି। ପିଏଚସିରୁ ଜିଲା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବଘିଅପଡା,୨୦।୪ ( ଶ୍ରୀକାନ୍ତ ସାହୁ): ଶନିବାର ସକାଳ ୮ ଘଣ୍ଟା ସମୟରେ ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ଗୌଡଦଇ ନିକଟରେ ଏକଯୁବକଙ୍କ ରକ୍ତାକ୍ତ ମୃତଦେହ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri