ନାବାଳିକାଙ୍କୁ ବିବାହ କରି ୨ଯୁବକ ଗିରଫ

ତରଭା, ୨୪ା୪(ଡି.ଏନ.ଏ.): ନାବାଳିକାଙ୍କୁ ବିବାହ କରିଥିବା ଅଭିଯୋଗରେ ସୁବର୍ଣ୍ଣପୁର ଜିଲା ତରଭା ଥାନା ପୋଲିସ ୨ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ ନାରାୟଣ ବାଗ ଓ ପୂର୍ଣ୍ଣଚନ୍ଦ୍ର ବିଶି। ସୋନପୁର ପୋକ୍‌ସୋ କୋର୍ଟରେ ଜାମିନ ନାମଞ୍ଜୁର ପରେ ଉଭୟଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।
୨୦୨୧ ଫେବୃୟାରୀ ମାସରେ ବେଳମୁଣ୍ଡା ଗ୍ରାମର ଜଣେ ୧୭ବର୍ଷୀୟା ନାବାଳିକାଙ୍କ ବିବାହ କୁଲଥିଆପଦରର ନାରାୟଣ ବାଗଙ୍କ ସହ ହେଉଥିବା ଜଣାପଡିଥିଲା। ସିଡିପିଓ ସବିତା ଦୋରା, ସେକ୍ଟର ସୁପରଭାଇଜର ତିଳୋତ୍ତମା ବରିହା, ରୀନା ପଣ୍ଡା, ଶ୍ରଦ୍ଧାଞ୍ଜଳି ଭୋଇ, ଗ୍ରାମ୍ୟ ବାଲ୍ୟବିବାହ ନିଷେଧ କମିଟି, ତତ୍କାଳୀନ ତରଭା ଥାନା ସବଇନ୍ସପେକ୍ଟର ପ୍ରିୟଙ୍କା ବେହେରା ବେଲମୁଣ୍ଡାରେ ପହଞ୍ଚତ୍ ନାବାଳିକାଙ୍କ ମା’ବାପା ଓ ପରିବାର ସଦସ୍ୟଙ୍କୁ ବୁଝାଶୁଝା କରି ବିବାହ ବନ୍ଦ କରାଇଥିଲେ। ନାବାଳିକାଙ୍କୁ ସୋନପୁର ସିଡବ୍ଲ୍ୟୁସିଙ୍କୁ ହସ୍ତାନ୍ତର କରାଯାଇଥିଲା। କିଛିଦିନ ଅନ୍ତରେ ନାବାଳିକା ସିଡବ୍ଲ୍ୟୁସିରୁ ଫେରିବା ପରେ ପରିବାର ଲୋକେ ତାର ବିବାହ କରିଦେଇଥିଲେ। ଦ୍ୱିିତୀୟ ଘଟଣା ଘଟିଥିଲା ତରଭା ଥାନା ଅନ୍ତର୍ଗତ ବରକାନି ଗ୍ରାମରେ।ବରକାନିର ଜଣେ ୧୭ ବର୍ଷୀୟା ନାବାଳିକାକ ବିବାହ ଖୁଣ୍ଟବନ୍ଧ ନିବାସୀ ପୂର୍ଣ୍ଣଚନ୍ଦ୍ର ବିଶିଙ୍କ ସହିତ ହେଉଥିବା ଜଣାପଡିବା ପରେ ଆଇସିଡିଏସ ତରଫରୁ ବୁଝାସୁଝା କରି ବିବାହ ବନ୍ଦ କରାଯାଇଥିଲା। ହେଲେ ପରେ ଲୁଚାଛପାରେ ତାଙ୍କର ବିବାହ ସମ୍ପନ୍ନ କରାଯାଇଥିଲା। ଏହି ଦୁଇ ନାବାଳିକା ଗର୍ଭବତୀ ହୋଇ ଅଙ୍ଗନବାଡି କେନ୍ଦ୍ରରେ ପଞ୍ଜୀକୃତ କରାଇଲେ ପରେ ଘଟଣା ପ୍ରଘଟ ହୋଇଥିଲା। ଅଙ୍ଗନବାଡି କର୍ମୀ ନାବାଳିକା ଗର୍ଭବତୀ ହେବା ସମ୍ବନ୍ଧେ ସିଡିପିଓ ଦୋରାଙ୍କୁ ରିପୋର୍ଟ କରିଥିଲେ। ତତ୍କାଳୀନ ଜିଲାପାଳ ଅବୋଲି ସୁନିଲ ନରୱଣେଙ୍କ ନିର୍ଦ୍ଦେଶରେ ସିଡିପିଓ ତରଭା ଥାନାରେ ଏ ନେଇ ଏତଲା ଦେଇଥିଲେ। ଥାନାରେ ଦଫା ୩୭୬(୨)(୩) ସେକ୍ସନ ପୋକ୍‌ସୋ ଆକ୍ଟରେ ଦୁଇଟି ମାମଲା (୧୫୫ ଓ ୧୫୭/ତା୨୬/୬/୨୨ରିଖରେ ରୁଜୁ ହୋଇଥିଲା। ଆଇସିଡିଏସ୍‌ ତରଫରୁ ଘଟଣାର ତନାଘନା ହେଉଥିବା ଜାଣି ନାରାୟଣ ବାଗ ଓ ପୂର୍ଣ୍ଣଚନ୍ଦ୍ର ବିଶି ତାମିଲନାଡୁ ପଳାଇଥିଲେ। ଏମାନେ ତାମିଲନାଡୁରୁ ଫେରିଥିବା ଜଣାପଡିବା ପରେ ଶନିବାର ସକାଳେ ପୋଲିସ ଉଭୟ ଗ୍ରାମରେ ଚଢ଼ାଉ କରି ସେମାନଙ୍କୁ ଧରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

ଜମୁଛି ପ୍ରଚାର: ଗାଁ ମୁହାଁ ପ୍ରାର୍ଥୀ

ଆଗରପଡ଼ା,୨୮।୪(ସୁଶାନ୍ତ ଦାଶ): ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ସଞ୍ଜୀବ ମଲ୍ଲିକ ବନ୍ତ ବ୍ଲକର ୧୪ ନଂ. ଆଗରପଡ଼ା ଜୋନ୍‌ର ବିଭିନ୍ନ ପଞ୍ଚାୟତ...

ଓଡ଼ିଶାବାସୀଙ୍କୁ ସତର୍କ କରାଇଲେ ଜେପି ନଡ୍ଡା: କହିଲେ, ହୋଇଯାନ୍ତୁ ସଚେତନ ନଚେତ୍‌…

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରର ଆମ୍ବପୁଆଠାରେ ସାଧାରଣ ସଭାରେ ଯୋଗଦେଇ ବିଜେଡି ସରକାର ଉପରେ ବର୍ଷିଛନ୍ତି। ସେ ଓଡ଼ିଶାବାସୀଙ୍କୁ ସତର୍କ କରାଇ କହିଛନ୍ତି, ଏଠାରେ ବାହାର ଲୋକଙ୍କୁ ପ୍ରଶ୍ରୟ...

ବିଜେଡି ସରକାର ବଦଳିବା ଦରକାର: ଆମ୍ବପୁଆରେ ଗର୍ଜିଲେ ନଡ୍ଡା

ବ୍ରହ୍ମପୁର,୨୮।୪: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ସରଗରମ ହୋଇଛି। ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, କଂଗ୍ରେସ, ଭାଜପାର ଷ୍ଟାର ପ୍ରଚାରକ ନିର୍ବାଚନ ମଇଦାନକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri