ନାବାଳିକାଙ୍କୁ ବିବାହ କରି ୨ଯୁବକ ଗିରଫ

ତରଭା, ୨୪ା୪(ଡି.ଏନ.ଏ.): ନାବାଳିକାଙ୍କୁ ବିବାହ କରିଥିବା ଅଭିଯୋଗରେ ସୁବର୍ଣ୍ଣପୁର ଜିଲା ତରଭା ଥାନା ପୋଲିସ ୨ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ ନାରାୟଣ ବାଗ ଓ ପୂର୍ଣ୍ଣଚନ୍ଦ୍ର ବିଶି। ସୋନପୁର ପୋକ୍‌ସୋ କୋର୍ଟରେ ଜାମିନ ନାମଞ୍ଜୁର ପରେ ଉଭୟଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।
୨୦୨୧ ଫେବୃୟାରୀ ମାସରେ ବେଳମୁଣ୍ଡା ଗ୍ରାମର ଜଣେ ୧୭ବର୍ଷୀୟା ନାବାଳିକାଙ୍କ ବିବାହ କୁଲଥିଆପଦରର ନାରାୟଣ ବାଗଙ୍କ ସହ ହେଉଥିବା ଜଣାପଡିଥିଲା। ସିଡିପିଓ ସବିତା ଦୋରା, ସେକ୍ଟର ସୁପରଭାଇଜର ତିଳୋତ୍ତମା ବରିହା, ରୀନା ପଣ୍ଡା, ଶ୍ରଦ୍ଧାଞ୍ଜଳି ଭୋଇ, ଗ୍ରାମ୍ୟ ବାଲ୍ୟବିବାହ ନିଷେଧ କମିଟି, ତତ୍କାଳୀନ ତରଭା ଥାନା ସବଇନ୍ସପେକ୍ଟର ପ୍ରିୟଙ୍କା ବେହେରା ବେଲମୁଣ୍ଡାରେ ପହଞ୍ଚତ୍ ନାବାଳିକାଙ୍କ ମା’ବାପା ଓ ପରିବାର ସଦସ୍ୟଙ୍କୁ ବୁଝାଶୁଝା କରି ବିବାହ ବନ୍ଦ କରାଇଥିଲେ। ନାବାଳିକାଙ୍କୁ ସୋନପୁର ସିଡବ୍ଲ୍ୟୁସିଙ୍କୁ ହସ୍ତାନ୍ତର କରାଯାଇଥିଲା। କିଛିଦିନ ଅନ୍ତରେ ନାବାଳିକା ସିଡବ୍ଲ୍ୟୁସିରୁ ଫେରିବା ପରେ ପରିବାର ଲୋକେ ତାର ବିବାହ କରିଦେଇଥିଲେ। ଦ୍ୱିିତୀୟ ଘଟଣା ଘଟିଥିଲା ତରଭା ଥାନା ଅନ୍ତର୍ଗତ ବରକାନି ଗ୍ରାମରେ।ବରକାନିର ଜଣେ ୧୭ ବର୍ଷୀୟା ନାବାଳିକାକ ବିବାହ ଖୁଣ୍ଟବନ୍ଧ ନିବାସୀ ପୂର୍ଣ୍ଣଚନ୍ଦ୍ର ବିଶିଙ୍କ ସହିତ ହେଉଥିବା ଜଣାପଡିବା ପରେ ଆଇସିଡିଏସ ତରଫରୁ ବୁଝାସୁଝା କରି ବିବାହ ବନ୍ଦ କରାଯାଇଥିଲା। ହେଲେ ପରେ ଲୁଚାଛପାରେ ତାଙ୍କର ବିବାହ ସମ୍ପନ୍ନ କରାଯାଇଥିଲା। ଏହି ଦୁଇ ନାବାଳିକା ଗର୍ଭବତୀ ହୋଇ ଅଙ୍ଗନବାଡି କେନ୍ଦ୍ରରେ ପଞ୍ଜୀକୃତ କରାଇଲେ ପରେ ଘଟଣା ପ୍ରଘଟ ହୋଇଥିଲା। ଅଙ୍ଗନବାଡି କର୍ମୀ ନାବାଳିକା ଗର୍ଭବତୀ ହେବା ସମ୍ବନ୍ଧେ ସିଡିପିଓ ଦୋରାଙ୍କୁ ରିପୋର୍ଟ କରିଥିଲେ। ତତ୍କାଳୀନ ଜିଲାପାଳ ଅବୋଲି ସୁନିଲ ନରୱଣେଙ୍କ ନିର୍ଦ୍ଦେଶରେ ସିଡିପିଓ ତରଭା ଥାନାରେ ଏ ନେଇ ଏତଲା ଦେଇଥିଲେ। ଥାନାରେ ଦଫା ୩୭୬(୨)(୩) ସେକ୍ସନ ପୋକ୍‌ସୋ ଆକ୍ଟରେ ଦୁଇଟି ମାମଲା (୧୫୫ ଓ ୧୫୭/ତା୨୬/୬/୨୨ରିଖରେ ରୁଜୁ ହୋଇଥିଲା। ଆଇସିଡିଏସ୍‌ ତରଫରୁ ଘଟଣାର ତନାଘନା ହେଉଥିବା ଜାଣି ନାରାୟଣ ବାଗ ଓ ପୂର୍ଣ୍ଣଚନ୍ଦ୍ର ବିଶି ତାମିଲନାଡୁ ପଳାଇଥିଲେ। ଏମାନେ ତାମିଲନାଡୁରୁ ଫେରିଥିବା ଜଣାପଡିବା ପରେ ଶନିବାର ସକାଳେ ପୋଲିସ ଉଭୟ ଗ୍ରାମରେ ଚଢ଼ାଉ କରି ସେମାନଙ୍କୁ ଧରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

‘ବିଶ୍ୱବାସୀଙ୍କୁ ଭାରତ ଆସିବା ଉଚିତ ବୋଲି ଅନୁଭବ କରିବା ଦରକାର,’ ମହାକାଶ ଷ୍ଟାର୍ଟଅପ୍ସର ପ୍ରତିଷ୍ଠାତାମାନଙ୍କୁ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ମହାକାଶ କ୍ଷେତ୍ରକୁ ବିଶ୍ୱ ଆକର୍ଷଣର କେନ୍ଦ୍ର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମହାକାଶ ଷ୍ଟାର୍ଟଅପଗୁଡ଼ିକର ସିଇଓ ଏବଂ ପ୍ରତିଷ୍ଠାତାମାନଙ୍କ ସହିତ…

ସୁନା ବ୍ୟବସାୟୀଙ୍କ ଘରେ ମାରଣାସ୍ତ୍ର ଦେଖାଇ ଡକାୟତି: ପ୍ରାୟ କୋଟିଏ ଟଙ୍କାର ସୁନାଗହଣା ଲୁଟ୍

ବଲାଙ୍ଗୀର, ୨୩।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଅଞ୍ଚଳରେ ଏକ ବଡ଼ଧରଣର ସଶସ୍ତ୍ର ଡକାୟତି ଘଟଣା ଘଟିଛି। ସିନ୍ଧେକେଲା ଥାନାଠାରୁ ମାତ୍ର ୧୦୦ ମିଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri