ଆମ ଜିଲା ଖବର

କାର୍‌ ଉପରେ ମାଡ଼ିଗଲା କାର୍‌, ଦୁଇ ଗୁରୁତର

ସାରସକଣା,୨ା୧୧(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଧିନସ୍ଥ ୧୮ ନଂ ଜାତୀୟ ରାଜପଥ ସଂକୁଚା ନିକଟରେ କାର୍‌ ଉପରେ ଅନ୍ୟ ଏକ କାର୍‌ ମାଡ଼ିଯିବାରୁ ୨ଜଣ ଗୁରୁତର ଥିବା ଜଣାଯାଇଛି। ପ୍ରକାଶ ଯେ, ଝାରପୋଖରିଆ ପଟୁ ଯାଉଥିବା ଏକ କାର୍‌ ଭାରସାମ୍ୟ…

ଗ୍ୟାସ୍‌ ଟାଙ୍କିରୁ ଦୋକାନରେ ଲାଗିଲା ନିଆଁ

ସାକ୍ଷୀଗୋପାଳ,୨ା୧୧(ଡି.ଏନ୍‌.ଏ.): ପୁରୀ ଜିଲା ସାକ୍ଷୀଗୋପାଳରେ ଅଁଳାନବମୀ ଉପଲକ୍ଷେ ଆୟୋଜିତ ସାଂସ୍କୃତିକ ସମାରୋହ ଶ୍ରୀରାଧା ଉତ୍ସବ ପଡ଼ିଆରେ ଏକ ଜଳଖିଆ ଦୋକାନରେ ବୁଧବାର ଆକସ୍ମିକ ଅଗ୍ନିକାଣ୍ଡ ଘଟିଥିଲା। ମସଲାଦୋସା ପ୍ରସ୍ତୁତ କରୁଥିବା ଏହି ଦୋକାନରେ ଲାଗିଥିବା ରନ୍ଧନ ଗ୍ୟାସ ଟାଙ୍କିରେ ନିଆଁ ଲାଗିଯାଇ…

ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତରେ ସଚିବ ବିଶାଲ ଦେବ

ବାରିପଦା ଅଫିସ,୨ା୧୧: ରାଜ୍ୟ ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଲ ଦେବଙ୍କୁ ସ୍ବତନ୍ତ୍ର ଭାବେ ମୟୂରଭଞ୍ଜ ଜିଲା ଦାୟିତ୍ୱ ନ୍ୟସ୍ତ ପରେ ସେ ବୁଧବାର ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତରେ ଆସିଛନ୍ତି। ପ୍ରଥମ ଦିନରେ ସେ ଜିଲାପରିଷଦ ସମ୍ମଳିନୀ କକ୍ଷରେ ଜିଲାର…

ଯୌତୁକ ହତ୍ୟା ମାମଲାର ରାୟ ପ୍ରକାଶ: ସ୍ବାମୀ, ଶ୍ୱଶୁର, ନଣନ୍ଦଙ୍କୁ ୧୪ ବର୍ଷ ଜେଲ୍‌ ଦଣ୍ଡାଦେଶ

ଭବାନୀପାଟଣା,୨ା୧୧(ସ୍ବ.ପ୍ର.): କଳାହାଣ୍ଡି ଜିଲା କେଗାଁ ଥାନା ଅନ୍ତର୍ଗତ ଡଙ୍ଗାପଖାନ ଗ୍ରାମରେ ୨୦୧୪ରେ ହୋଇଥିବା ଯୌତୁକ ଜନିତ ହତ୍ୟା ମାମଲାର ରାୟ ବୁଧବାର ପ୍ରକାଶ ପାଇଛି। ଏହି ମାମଲାରେ ଭବାନୀପାଟଣା ଅତିରିକ୍ତ ଜିଲା ଓ ଦୌରାଜଜ୍‌ ଶୁଭଞ୍ଜନ ମହାନ୍ତି ଶୁଣାଣି କରି ଅଭିଯୁକ୍ତ…

ପରକୀୟା ପ୍ରୀତିକୁ ସନ୍ଦେହ କରି ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ

ଦେଗଗଡ଼/ରିଆମାଳ,୨ା୧୧(ଡି.ଏନ୍‌.ଏ.): କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ତୋଟାବାରୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସ୍ତ୍ରୀଙ୍କ ପରକୀୟା ପ୍ରୀତିକୁ ସନ୍ଦେହ କରି ଏକ ଠେଙ୍ଗାରେ ପିଟିବା ସହିତ ପଥରରେ ଛେଚି ହତ୍ୟା କରିବା ପରେ ସ୍ବାମୀ ଫେରାର ହୋଇଯାଇଛନ୍ତି। ମୃତ ମହିଳା ଜଣକ…

ଅଁଳାନବମୀରେ ସାକ୍ଷୀଗୋପାଳ ଚଳଚଞ୍ଚଳ: ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ସାକ୍ଷୀଗୋପାଳ,୨ା୧୧(ଡି.ଏନ୍‌.ଏ.): ପୁରୀ ଜିଲାର ଦିତୀୟ ବୃହତ୍ତମ ଗଣପର୍ବ ସାକ୍ଷୀଗୋପାଳ ମନ୍ଦିରରେ ବୁଧବାର ଅଁଳାନବମୀ ଉପଲକ୍ଷେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ବର୍ଷକୁ ଗୋଟିଏ ଦିନ ସାକ୍ଷୀଗୋପାଳ ମନ୍ଦିରରେ ଶ୍ରୀରାଧାଙ୍କ ଓଡ଼ିଆଣୀ ବେଶରେ ଦୁର୍ଲ୍ଲଭ ଦର୍ଶନ ସହିତ ସାକ୍ଷୀଗୋପାଳ ଠାକୁର ରାଧାଦାମୋଦର ବେଶରେ…

ଶେଷରେ ଶାଶୁଘର ଚାବି ଫେରାଇଲେ ବର୍ଷା

କଟକ ଅଫିସ,୨।୧୧: କୋର୍ଟଙ୍କ ନିର୍ଦ୍ଦେଶାନୁଯାୟୀ ଶାଶୁଘର ଚାବି ଫେରାଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। କଟକ ଏସ୍‌ଡିଜେଏମ୍‌ କୋର୍ଟରେ ସେ ବୁଧବାର ଚାବି ଦାଖଲ କରିଛନ୍ତି। ଏଥିସହ ପରିବାର ଅଦାଲତରେ ବର୍ଷାଙ୍କ ସାକ୍ଷ୍ୟଗ୍ରହଣ ହୋଇଛି। ପ୍ରକାଶ ଯେ, ପୂର୍ବରୁ କୋର୍ଟଙ୍କ ଆଦେଶ ସତ୍ତ୍ୱେ…

ଟ୍ରେନ୍‌ ଚଳାଚଳ ବାତିଲ ନେଇ ଅସନ୍ତୋଷ

କେନ୍ଦୁଝର,୨ା୧୧(ସ୍ବ.ପ୍ର.): ଚକ୍ରଧରପୁର ଡିଭିଜନର ଡାଙ୍ଗୁଆପଶି ୟାର୍ଡରେ ତୃତୀୟ ଲାଇନ କାର୍ଯ୍ୟକ୍ଷମ ହେବାକୁ ଯାଉଥିବାରୁ ଉକ୍ତ ଲାଇନ ଦେଇ ଚଲାଚଳ କରୁଥିବା ଏବଂ କେନ୍ଦୁଝର ଜିଲାରେ ଏକାଧିକ ଟ୍ରେନ୍‌କୁ ୩ରୁ ୮ ତାରିଖ ପର୍ଯ୍ୟନ୍ତ ବାତିଲ କରାଯାଇଛି। ଦକ୍ଷିଣପୂର୍ବ ରେଳବାଇ ବିଭାଗ ପକ୍ଷରୁ…

ଜଳଯୋଗାଣ ଦାବିରେ କୃଷକଙ୍କ ଧାରଣା

କଣ୍ଟାପଡ଼ା,୨ା୧୧(ଡି.ଏନ୍‌.ଏ.): ପ୍ରତାପନଗରୀ ଜଳସେଚନ ବିଭାଗ ଫୁଲନଖରା ଡିଷ୍ଟ୍ରିବ୍ୟୁଟାରି କେନାଲ ପାର୍ଶ୍ୱରେ ଥିବା କଣ୍ଟାପଡ଼ା ଓ ଶିଶୁଆ ମୌଜାର ଶତାଧିକ ଏକର ଜମିରେ କେନାଲ ଜଳ ଅଭାବରୁ ଜମିଫାଟି ଆଁ କରିଛି। ଫଳରେ ଜଳ ଅଭାବରୁ ଏଠାରେ ଏକପ୍ରକାର ମରୁଡ଼ି ପରିସ୍ଥିତି ଉପୁଜିଛି।…

ସହରରେ ଅପରାଧ ନିୟନ୍ତ୍ରଣ, ଟ୍ରାଫିକ ପରିଚାଳନା ହେବ ସହଜ

ବଲାଙ୍ଗୀର ଅଫିସ,୨ା୧୧: ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ ବୁଧବାର ସ୍ଥାନୀୟ ଟାଉନ ଥାନା ଠାରେ ବଲାଙ୍ଗୀର ସହରରେ ସିସିଟିଭି ସର୍ଭିଲାନ୍ସ ବ୍ୟବସ୍ଥାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ପ୍ରକଳ୍ପ ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ…

ଦାଦନ ଖଟିବାକୁ ଯାଇ ଘରକୁ ଫେରିଲା ମୃତଦେହ, ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ

ଚାନ୍ଦବାଲି,୨ା୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲିରେ ସାମ୍ନାକୁ ଆସିଛି ଜଣେ ଦାଦନ ଶ୍ରମିକଙ୍କ ମୃତଦେହ। ପରିବାର ପ୍ରତିପୋଷଣ କରିବା ପାଇଁ ଦାଦନ ଖଟୁଥିଲେ କିନ୍ତୁ ଶ୍ରମିକଙ୍କ ମୃତଦେହ ଏବେ ତାଙ୍କ ଗାଁକୁ ଫେରିଛି। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଚାନ୍ଦବାଲି ବ୍ଲକ…

ନିଜାମବାଦରେ ଦାଦନ ଶ୍ରମିକଙ୍କ ମୃତ୍ୟୁ

କୋକସରା,୨ା୧୧(ଡି.ଏନ୍‌.ଏ.): ଦାଦନ ଖଟିବାକୁ ଯାଇ ପୁଣି ଜଣେ ଓଡ଼ିଆ ଯୁବକଙ୍କ ମୃତ୍ୟୁ ଘଟିଛି। ଟ୍ରାକ୍ଟର ଓଲଟିବା ଫଳରେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କଳାହାଣ୍ଡି ଜିଲା କୋକସରା ଥାନା ମୂଷାପାଲି ପଞ୍ଚାୟତ ବଗଡ଼ିଆ ପଡ଼ାର ଜୟଲାଲ ରାଉତଙ୍କ ବଡ଼ ପୁଅ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri