ନବରଙ୍ଗପୁରରେ ମାଓବାଦୀ ସକ୍ରିୟ

ନବରଙ୍ଗପୁର,୨୮।୪(ବି.ପ୍ର.): ଛତିଶଗଡ଼ ଦାନ୍ତଓ୍ବୋଡ଼ାଠାରେ ବୁଧବାର ମାଓବାଦୀ ଆକ୍ରମଣରେ ଡିଆର୍‌ଜିର ୧୦ ଯବାନ ଏବଂ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ଘଟିବା ସହ ସୀମାନ୍ତ ଜିଲା ନବରଙ୍ଗପୁରରେ ଏସ୍‌ଓଜି ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିବାବେଳେ ଜଙ୍ଗଲ ମଧ୍ୟରୁ ବିପୁଳ ପରିମାଣର ବିସ୍ଫୋରକ ଏବଂ ଗର୍ଭ ନିରୋଧକ ସାମଗ୍ରୀ ଜବତ ହୋଇଥିବା ଏସ୍‌ପି ଏସ୍‌. ସୁଶ୍ରୀ ଗୁରୁବାର ସୂଚନା ଦେଇଛନ୍ତି। ଏହି ଘଟଣାରୁ ନବରଙ୍ଗପୁର ଜିଲାରେ ମାଓବାଦୀ ସକ୍ରିୟ ଥିବା ସ୍ପଷ୍ଟ ହୋଇଛି। ବୁଧବାର ଏସ୍‌ଓଜି ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ପରେ ସେଠାରୁ ଯେଉଁସବୁ ଜିନିଷ ଜବତ ହୋଇଛି ସେଥିରୁ ମହିଳା ମାଓବାଦୀଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ସନ୍ଦେହ ହେଉଛି ବୋଲି ରିଜର୍ଭ ପୋଲିସ କ୍ୟାମ୍ପଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ନବରଙ୍ଗପୁର ଏସ୍‌ପି କହିଛନ୍ତି।
ନବରଙ୍ଗପୁର ଜିଲା ରାଇଘର ଓ ଛତିଶଗଡ଼ର ଗରିଆବନ୍ଧ ଜିଲାର ଶୋଭା ଥାନା ଅଞ୍ଚଳ ସୀମାନ୍ତରେ ମାଓବାଦୀ ଗତିବିଧି ଖବର ମିଳିବାପରେ ମଙ୍ଗଳବାର ସେଠାରେ ଏସ୍‌ଓଜି ଯବାନଙ୍କ ୨ଟି ଟିମ୍‌ ମୁତୟନ କରାଯାଇଥିଲା। ବୁଧବାର ସକାଳ ପ୍ରାୟ ୯.୩୦ ସମୟରେ କମ୍ବିଂ ବେଳେ ଏସ୍‌ଓଜି ଯବାନଙ୍କ ସହ ମାଓବାଦୀ ମୁହାଁମୁହିଁ ହୋଇଥିଲେ। ନୂଆପଡ଼ା ମେନପୁର ଡିଭିଜନ ଉଦନ୍ତି ଅଞ୍ଚଳର ସେଣ୍ଟ୍ରାଲ କମିଟି କ୍ୟାଡର ମାଓବାଦୀ ସିସିଏମ୍‌ ମୁରଲୀ, ଏସ୍‌ସିଏମ୍‌ କାର୍ତ୍ତିକ, ଏସ୍‌ସିଏମ୍‌ ଗୁଡୁ, ଏସିଏମ୍‌ ଆକାଶ, ଏସିଏମ୍‌ ନନ୍ଦାଲଙ୍କ ସମେତ ୨୦ରୁ ୨୫ ମାଓବାଦୀଙ୍କ ସହ ଗୁଳିବିନିମୟ ହୋଇଥିଲା। ସେମାନଙ୍କ ମଧ୍ୟରେ ୪ଜଣ ମହିଳା ମାଓବାଦୀ ଥିବା ନେଇ ଏସ୍‌ପି ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏସ୍‌ଓଜି ଯବାନଙ୍କୁ ଦେଖି ମାଓବାଦୀମାନେ ଗୁଳି ଚଳାଇଥିଲେ। ସେମାନଙ୍କ ମଧ୍ୟରେ ପ୍ରାୟ ଅଧଘଣ୍ଟା ଧରି ଗୁଳିବିନିମୟ ହୋଇଥିଲା। ଘଞ୍ଚ ଜଙ୍ଗଲର ସୁଯୋଗ ନେଇ ମାଓବାଦୀମାନେ ଖସିପଳାଇବାରେ ସକ୍ଷମ ହୋଇଥିଲେ। ଜଙ୍ଗଲରୁ ବହୁ ପରିମାଣର ମାଓବାଦୀ ପୋଷ୍ଟର, ବ୍ୟାନର, ଦୁଇଟି ଟାଙ୍ଗିଆ, ଡିଟୋନେଟର, ବ୍ୟାଟେରି, ୫ଟି ଜୀବନ୍ତ ଗୁଳି, ଗୋଟିଏ ସୋଲାର ପ୍ଲେଟ୍‌, ଛତା, ଖାଦ୍ୟ ସାମଗ୍ରୀ, ପଲିଥିନ, ଗର୍ଭ ନିରୋଧକ, ଆପତ୍ତିଜନକ ଜିନିଷ, ମ୍ୟାଲେରିଆ କିଟ୍‌, ଔଷଧ ଆଦି ଜବତ ହୋଇଥିବା ଏସ୍‌୍‌ପି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?