ଆମ ଜିଲା ଖବର

୨୦୨୪ ନିର୍ବାଚନ ପାଇଁ ଶାସକ-ବିରୋଧୀଙ୍କ ରଣନୀତି

ବ୍ରହ୍ମପୁର ଅଫିସ,୨୫ା୩: ଆଗାମୀ ସାଧାରଣ ନିର୍ବାଚନ ପାଖେଇ ଆସୁଛି। ଗଞ୍ଜାମ ଜିଲାରେ ଶାସକ ଓ ବିରୋଧୀ ଦଳ ପକ୍ଷରୁ ଏବେଠୁ ରଣନୀତି ଓ ରୋଡମ୍ୟାପ୍‌ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଭୋଟ ରାଜନୀତି ପାଇଁ ବିଜେଡି ବିଭିନ୍ନ କାର୍ଯ୍ୟକ୍ରମ ଦ୍ୱାରା ଦଳର ସଂଗଠନକୁ…

ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କ କ୍ଷତିପୂରଣ ଅର୍ଥ ଆତ୍ମସାତ୍‌

ଧର୍ମଶାଳା,୨୫ା୩(ଡି.ଏନ.ଏ.): ଧର୍ମଶାଳା ତହସିଲ ଅନ୍ତର୍ଗତ ବିଭିନ୍ନ ମୌଜାରେ ବନ୍ୟାଯୋଗୁ ପ୍ରଭାବିତ ହୋଇଥିବା ପ୍ରକୃତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରା ନ ଯାଇ ତହସିଲ ପକ୍ଷରୁ ବିପୁଳ ଟଙ୍କା ଆତ୍ମସାତ କରାଯାଇଥିବା ଚାଷୀ ଅଭିଯୋଗ କରିଛନ୍ତି। ଧର୍ମଶାଳା ତହସିଲଦାର ଓ ସମ୍ପୃକ୍ତ ମୌଜାର…

ବାରଦୁଆର ବୁଲି ଶିଶୁ ଭାଗ୍ୟ ଗଢ଼ୁଛନ୍ତି

ଆଳି, ୨୫ା୩(ଡି.ଏନ୍‌.ଏ.): କେନ୍ଦ୍ର ସରକାର ନୂତନ ଶିକ୍ଷାନୀତିରେ ପ୍ରାକ୍‌ ବିଦ୍ୟାଳୟକୁ ଗୁରୁତ୍ୱ ଦେବାକୁ ଯୋଜନା କରାଯାଇଛି। ହେଲେ ତୃଣମୂଳସ୍ତରରେ ଶିକ୍ଷା ବ୍ୟବସ୍ଥାର ବାସ୍ତବ ଚିତ୍ର ଦୟନୀୟ ଅବସ୍ଥାରେ ପହଞ୍ଚତ୍ଛି। ଏହା ଦେଖିବାକୁ ପ୍ରଶାସନିକ ଅଧିକାରୀ କିମ୍ବା ଲୋକ ପ୍ରତିନିଧିଙ୍କ ଇଚ୍ଛାଶକ୍ତି ନ…

ପାକ୍ସ ସମ୍ପାଦକଙ୍କ ମନମାନି, ଚିନ୍ତାରେ ଚାଷୀ

ଜଗତ୍‌ସିଂହପୁର ଅଫିସ, ୨୫ା୩: ଚଳିତ ଖରିଫ ଋତୁ ପାଇଁ ଧାନକିଣା ଅବଧି ଚଳିତ ମାସ ୩୦ ତାରିଖ ସୁଦ୍ଧା ଶେଷ ହେବ। ମଣ୍ଡିଗୁଡ଼ିକରୁ ମୋଟ୍‌ ୧୬,୫୨,୦୦୦ କୁଇଣ୍ଟାଲ ବଳକା ଧାନ ସଂଗ୍ରହ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବା ବେଳେ ଶୁକ୍ରବାର ସୁଦ୍ଧା ୧୩,୯୮,୦୭୨.୨୯ କୁଇଣ୍ଟାଲ…

ସନାତନ ଧର୍ମ ସମ୍ମିଳନୀ ଉଦ୍‌ଘାଟନ ପୂର୍ବରୁ ମଣ୍ଡପ ଭୁଶୁଡ଼ିଲା

ରାଜନଗର, ୨୫ା୩(ଡି.ଏନ୍‌.ଏ.): ରାଜନଗର ବ୍ଲକ ଖମାରସାହିଠାରେ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବଙ୍କ ରାଜନଗର ଭକ୍ତଗୋଷ୍ଠୀ ପକ୍ଷରୁ ଆୟୋଜିତ ୫୩ତମ ରାଜ୍ୟସ୍ତରୀୟ ସନାତନ ଧର୍ମ ସମ୍ମିଳନୀ ଓ ଭକ୍ତମିଳନ ଉତ୍ସବ ଶୁକ୍ରବାର ଉଦ୍‌ଘାଟନ ହୋଇଥାନ୍ତା। ହେଲେ ଏହା ପୂର୍ବରୁ କାଳବୈଶାଖୀ…

ଭୂତଚାଷୀଙ୍କଠାରୁ କିଣାଯାଇଛି ଧାନ

ପଟ୍ଟାମୁଣ୍ଡାଇ,୨୫ା୩(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇରେ କ୍ରମାଗତ ଧାନକିଣାରେ ଦୁର୍ନୀତି, ମଣ୍ଡି ପରିଚାଳନାରେ ଅବ୍ୟବସ୍ଥା, ଫଲସ୍‌ ଏଣ୍ଟ୍ରି ପାଇଁ ଭୂତଚାଷୀ ନଁାରେ ପଞ୍ଜୀକରଣ ଓ ପ୍ରକୃତ ଚାଷୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ କାହାର ନଜର ନାହିଁ। କଷ୍ଟ କରି…

ଆରମ୍ଭ ହେଲା ନୂତନ ମାର୍କେଟ କମ୍ପ୍ଲେକ୍ସ କାମ

କଟକ ଅଫିସ,୨୫ା୩: କଟକ ଚଣ୍ଡୀ ମନ୍ଦିର ରୂପାନ୍ତରଣ କାର୍ଯ୍ୟ ଦ୍ରୁତଗତିରେ ଜାରି ରହିଛି। ସେଠାରେ ନୂତନ ମାର୍କେଟ କମ୍ପ୍ଲେକ୍ସ କାମ ଆରମ୍ଭ ହୋଇଯାଇଛି ା ଏତଦ୍‌ବ୍ୟତୀତ ଶୈଳବାଳା ମହିଳା ସ୍ବୟଂସାଶିତ କଲେଜ ଭିତର ଦେଇ ରାସ୍ତା ଡାଇଭର୍ସନ କାର୍ଯ୍ୟ ଜାରି ରହିଛି…

୫ ଗ୍ରାମବାସୀଙ୍କୁ ଗିରଫ କଲା ବନ ବିଭାଗ

ବାରିପଦା ଅଫିସ,୨୫ା୩: ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଅଧୀନ ହଳଦୀବଣି ସେକ୍ସନ ଜଡ଼ିପାଳ ଅଞ୍ଚଳରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବେଆଇନ ଗଛ କଟାଯିବା ଘଟଣାରେ ବନବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଉକ୍ତ ଘଟଣାରେ ୫ଜଣ ଗ୍ରାମବାସୀଙ୍କୁ ବାରିପଦା ବନ ବିଭାଗ ଶୁକ୍ରବାର…

କେବେ ଖୋଲିବ ହାଡ଼ବନ୍ଧ ପୋଖରୀ

କେନ୍ଦୁଝର,୨୫ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ପୁରୁଣା ସହରରେ ସୌନ୍ଦର୍ଯ୍ୟକରଣ ହୋଇଥିବା ହାଡ଼ବନ୍ଧ ପୋଖରୀ ସର୍ବସାଧାରଣଙ୍କ ପାଇଁ ଖୋଲିପାରିନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦୁଝର ଗସ୍ତ ସମୟରେ ୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ଉକ୍ତ ଆଦର୍ଶ ପୋଖରୀକୁ ଲୋକର୍ପଣ କରିଥିଲେ। ଏହାକୁ…

କାଳବୈଶାଖୀ କ୍ଷୟକ୍ଷତି ଆକଳନ କଲେ ଅଧିକାରୀ

ବୈଶିଙ୍ଗା,୨୫ା୩(ଡି.ଏନ.ଏ.): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଅଞ୍ଚଳରେ ଗତ ତିନିଦିନ ତଳେ ତାଣ୍ଡବ ରଚିଥିଲା। ଏଥିରେ ବୈଶିଙ୍ଗା ଥାନା ଅନ୍ତର୍ଗତ ପାଟଳିପୁରା ପଞ୍ଚାୟତର ବୁଢ଼ାବଳଙ୍ଗ ନଦୀ ଅବବାହିକା ଓ ଏହାର ଆଖପାଖ ଅଞ୍ଚଳରେ ହୋଇଥିବା ପନିପରିବା ଚାଷ କ୍ଷତିଗ୍ରସ୍ତ ହୋଇଥିଲା। ଏଥି ସହିତ…

ଟ୍ରକ୍‌ ଧକ୍କାରେ ଛାତ୍ରୀଙ୍କ ମୃତ୍ୟୁ

ଭୁବନ, ୨୫ା୩(ଡି.ଏନ୍‌.ଏ.): ସରିଥିଲା ମାଟ୍ରିକ୍‌ ପରୀକ୍ଷା। ସ୍କୁଲ ଛୁଟି ହୋଇଯାଇଥିବାରୁ ଛୁଟି କଟାଇବାକୁ ବାପାଙ୍କ ସହ ଆସୁଥିଲେ ମାମୁଘରକୁ। ହେଲେ ଏହି ଖୁସି ଉଭେଇଗଲା ଅଧାବାଟରେ। ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ୍‌ ପଛପଟୁ ବାଇକ୍‌କୁ ଧକ୍କା ଦେବାରୁ ଅକାଳରେ ଲିଭିଗଲା ଝିଅଙ୍କ…

ପ୍ରଧାନ ଶିକ୍ଷକଙ୍କ ମାଡ଼ରେ ଛାତ୍ରୀଙ୍କ ହାତ ଭାଙ୍ଗିଲା

ବେଲପଡ଼ା,୨୫ା୩(ଡି.ଏନ୍‌.ଏ.): ବିଦ୍ୟାଳୟକୁ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରାଯାଇଥିବା ସତ୍ତ୍ୱେ ଜଣେ ୪ର୍ଥ ଶ୍ରେଣୀ ଛାତ୍ରୀଙ୍କୁ ମାଡ଼ ମରାଯିବା ଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲା ବେଲପଡ଼ା ଥାନା ଅନ୍ତର୍ଗତ କଦଳୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ଏହି ବିଦ୍ୟାଳୟର ପ୍ରଧାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?