୨୮ ବର୍ଷରେ ଅଧୁରା

ଢେଙ୍କାନାଳ ଅଫିସ, ୨୮ା୪(ରତନ ନାୟାର): ଅନୁଗୋଳ ଜିଲା ବ୍ରାହ୍ମଣୀ ନଦୀରେ ୧୯୯୫ରେ ସମଲ ବ୍ୟାରେଜ ନିର୍ମାଣ ପରେ ଅନୁଗୋଳ, ଢେଙ୍କାନାଳ, ଯାଜପୁର ଓ କଟକ ଜିଲାର ଚାଷୀଙ୍କ ଜମିକୁ ଜଳ ଯୋଗାଇଦେବା ଲାଗି କରାଯାଇଥିଲା ଯୋଜନା। ତଦନୁଯାୟୀ ବ୍ରାହ୍ମଣୀର ବାମ ପାର୍ଶ୍ୱରେ ବାମ କେନାଲ ଏବଂ ଦକ୍ଷିଣ ପାର୍ଶ୍ୱରେ ଦକ୍ଷିଣ କେନାଲ ଖନନ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ଦୁଇ ବୃହତ୍‌ ଜଳସେଚନ ପ୍ରକଳ୍ପ ଦ୍ୱାରା ନଦୀ ତଟବର୍ତ୍ତୀ ସମ୍ପୃକ୍ତ ୪ ଜିଲାର ଜମିକୁ ପାଣି ପହଞ୍ଚାଇବା ଲକ୍ଷ୍ୟ ରଖାଯାଇଥିଲା। ହେଲେ ଦୀର୍ଘ ୨୮ ବର୍ଷ ଅତିକ୍ରାନ୍ତ ପରେ କେନାଲ କାର୍ଯ୍ୟ ଶେଷ ହେଉନାହିଁ। ସମଲ ବ୍ୟାରେଜରୁ କଟକ ଜିଲା ନରସିଂହପୁର ଯାଏ ୧୯୨ କିଲୋମିଟର ମଧ୍ୟରୁ ଢେଙ୍କାନାଳ ଜିଲା ମଧୁସାହୁପାଟଣା ପର୍ଯ୍ୟନ୍ତ ମାତ୍ର ୧୨୫ କିଲୋମିଟର କାମ ହୋଇଛି। ଅବଶିଷ୍ଟ ୬୭ କିଲୋମିଟର କେନାଲ ଖନନ ହେବାକୁ ବାକି ଅଛି। ଇତିମଧ୍ୟରେ ଖର୍ଚ୍ଚ ଅଟକଳ ରାଶି ୪ ଗୁଣା ବଢ଼ିସାରିଥିବାବେଳେ ପ୍ରକଳ୍ପ କେବେ ପୂର୍ଣ୍ଣାଙ୍ଗ ହେବ ତାହାର ଉତ୍ତର କାହା ପାଖରେ ନାହିଁ।
ଅନୁଗୋଳ ଜିଲାର ସମଲ ବ୍ୟାରେଜରୁ ଆରମ୍ଭ ହୋଇଥିବା ରେଙ୍ଗାଳି ଦକ୍ଷିଣ କେନାଲ ଢେଙ୍କାନାଳ, ଯାଜପୁର ଜିଲା ଦର୍ପଣୀ ଏବଂ କଟକ ଜିଲାର ନରସିଂହପୁର ପର୍ଯ୍ୟନ୍ତ ଖନନ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ପ୍ରାରମ୍ଭିକ ସର୍ଭେରୁ ରେଙ୍ଗାଳି ଦକ୍ଷିଣ ମୁଖ୍ୟ କେନାଲ ଏବଂ ଶାଖା କେନାଲ ମାଧ୍ୟମରେ ସମ୍ପୃକ୍ତ ୪ ଜିଲାର ୧ ଲକ୍ଷ ୨୧ ହଜାର ୨୦୦ ହେକ୍ଟର ଜମିକୁ ଜଳସେଚନ ଯୋଗାଇ ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ତେବେ ପରବର୍ତ୍ତୀ ସମୟରେ ଢିପ ଜମିକୁ ଏଥିରୁ ବାଦ୍‌ ଦିଆଯାଇଥିଲା ଏବଂ ୮୪,୪୦୬ ହେକ୍ଟରକୁ ସିଧାସଳଖ ଜଳସେଚନ ବ୍ୟବସ୍ଥା କରାଯିବାକୁ ସ୍ଥିର ହୋଇଥିଲା। ତନ୍ମଧ୍ୟରେ ଅନୁଗୋଳ ଜିଲାର ୨,୩୯୭ ହେକ୍ଟର, ଢେଙ୍କାନାଳ ଜିଲାର ୩୩,୧୧୫ ହେକ୍ଟର, ଯାଜପୁର ଜିଲାର ୧୨,୯୫୮ ହେକ୍ଟର ଓ କଟକ ଜିଲାର ୩୫,୯୩୬ ହେକ୍ଟର ଜମି ଅନ୍ତର୍ଭୁକ୍ତ। ଉଚ୍ଚ ସ୍ଥାନରେ ଥିବା ଜମିକୁ ଉଠାଜଳସେଚନ ମାଧ୍ୟମରେ ପାଣି ପହଞ୍ଚାଇବାକୁ ଯୋଜନା କରାଯାଇଥିଲା। ଏଥିଲାଗି ପ୍ରାରମ୍ଭିକ ପର୍ଯ୍ୟାୟରେ ୭୩୮.୨୭ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଥିଲା। ହେଲେ ପ୍ରକଳ୍ପର କଚ୍ଛପ ଗତି ପାଇଁ ୨୮ ବର୍ଷ ମଧ୍ୟରେ ଏହା ବୃଦ୍ଧିପାଇ ୨୦୨୩ ସୁଦ୍ଧା ୨୯୫୨.୨୧୭୯ କୋଟି ଟଙ୍କାରେ ପହଞ୍ଚତ୍ଲାଣି। ହେଲେ ଯେଉଁ ଉଦ୍ଦେଶ୍ୟ ନେଇ ଏହାର ପରିକଳ୍ପନା କରାଯାଇଥିଲା, ତାହା ଅଦ୍ୟାବଧି ପୂରଣ ହୋଇପାରି ନ ଥିବା ଅଭିଯୋଗ ହେଉଛି।
କେନାଲ ନିର୍ମାଣ ବିଳମ୍ବ ପାଇଁ ଯେଉଁ କେତେକ ମୁଖ୍ୟ କାରଣ ସାମ୍ନାକୁ ଆସିଛି, ସେଥିରୁ ପ୍ରମୁଖ ହେଉଛି ଜଙ୍ଗଲ ଜମି ଅଧିଗ୍ରହଣରେ ଅହେତୁକ ବିଳମ୍ବ। ଜଟିଳ ଜଙ୍ଗଲ ଜମି ଆଇନ ଯୋଗୁ ଅନେକ ସ୍ଥାନରେ କେନାଲ ଖୋଳାଇବାରେ ବର୍ଷ ବର୍ଷ ଧରି ଅପେକ୍ଷା କରିବାକୁ ପଡୁଛି। ଏହି ପ୍ରକଳ୍ପରେ ବ୍ୟାପକ ଦୁର୍ନୀତି ହୋଇଛି। ବିଭିନ୍ନ ସମୟରେ ଯନ୍ତ୍ରୀମାନେ ଲାଞ୍ଚ ନେଇ ଧରାପଡ଼ିବା ନଜିର ରହିଛି। ନିମ୍ନମାନର କାମ ଯୋଗୁ କେନାଲ ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବୈଷୟିକ ଦୃଷ୍ଟିକୋଣରୁ ବନ ବିଭାଗ ସହିତ ସମନ୍ବୟ ରଖି କାର୍ଯ୍ୟ ହେବା କଥା। ହେଲେ ଏହା କରା ନ ଯାଇ ହାତୀ ଚଲାପଥ ଅବରୋଧ କରି କେନାଲ ନିର୍ମାଣ ହୋଇଥିବାରୁ ଢେଙ୍କାନାଳ ଜିଲାରେ ହାତୀ-ମଣିଷ ସଂଘର୍ଷ ଉଗ୍ରରୂପ ନେଇଛି। ଏହାକୁ ବାଦ୍‌ଦେଲେ ଢିପ ଜମିକୁ ଉଠା ଜଳସେଚନ ମାଧ୍ୟମରେ ପାଣି ଯୋଗାଣ ହେବ ବୋଲି ଚାଷୀଙ୍କୁ ଯେଉଁ ସ୍ବପ୍ନ ଦେଖାଯାଇଥିଲା, ତାହା ମଧ୍ୟ ଅଧୁରା ରହିଛି। ଏହାକୁ ନେଇ ଢେଙ୍କାନାଳ, ଆଠଗଡ଼, ନରସିଂହପୁର ଅଞ୍ଚଳରେ ବିଭିନ୍ନ ସମୟରେ ଚାଷୀ ଆନ୍ଦୋଳନ ମୁଣ୍ଡ ଟେକୁଛି। ଆଇନଶୃଙ୍ଖଳା ସ୍ଥିତି ସୃଷ୍ଟି ହେଉଛି। ୪ ଜିଲାରେ ନିୟମିତ ସମୀକ୍ଷା ହେଉ ନ ଥିବାରୁ ସମସ୍ୟା ଜଟିଳ ରୂପ ଧାରଣ କରିବାରେ ଲାଗିଛି।
ଏ ସଂକ୍ରାନ୍ତରେ ଢେଙ୍କାନାଳ ସଦର ବ୍ଲକ ଗୋବିନ୍ଦପୁରର ଚାଷୀ ସନ୍ତୋଷ କୁମାର ସ୍ବାଇଁ ଓ ମଣ୍ଡାପାଳ ଗ୍ରାମର ଚାଷୀ ସର୍ବେଶ୍ୱର ବ୍ରହ୍ମ କୁହନ୍ତି, କେବଳ ବର୍ଷାଦିନେ ଦୁଇମାସ କେନାଲରେ ପାଣି ରହୁଛି। ଅନ୍ୟଦିନେ ଶୁଖିଲା ପଡୁଥିବାରୁ ରେଙ୍ଗାଳି କେନାଲ ପ୍ରକୃତ ଉଦ୍ଦେଶ୍ୟ ପୂରଣ କରିବାରେ ବିଫଳ ହୋଇଛି। ରେଙ୍ଗାଳି ଦକ୍ଷିଣ କେନାଲ ମୁଖ୍ୟଯନ୍ତ୍ରୀ ପ୍ରଦୀପ କୁମାର ପ୍ରଧାନ କୁହନ୍ତି, ପ୍ରକଳ୍ପ ସମ୍ପୂର୍ଣ୍ଣ ନ ହେବା ପଛରେ ଅନେକ ସମସ୍ୟା ରହିଛି। ସେସବୁ କହିହେବନି। ଜଙ୍ଗଲ ଜମି ଅଧିଗ୍ରହଣ ପାଇଁ ବନ ବିଭାଗ ନିକଟରେ ସମସ୍ତ କାଗଜପତ୍ର ଦାଖଲ କରାଯାଇଛି। ଚିଠି ମାଧ୍ୟମରେ ମଧ୍ୟ ଜଣାଯାଇଛି। ତେଣୁ ଏ ବିଷୟରେ କହିବା ଠିକ ହେବନାହିଁ । ୨୦୨୪ ସୁଦ୍ଧା ସମ୍ପୂର୍ଣ୍ଣ ଢେଙ୍କାନାଳ ଜିଲା ସମେତ ଅଧିକ ୨୭.୫ କିଲୋମିଟର ଅଞ୍ଚଳରେ ଯେପରି ପାଣିମାଡ଼ିବ, ସେଥିଲାଗି ଚେଷ୍ଟା ଜାରି ରହିଥିବା ମୁଖ୍ୟଯନ୍ତ୍ରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?