ଆମ ଜିଲା ଖବର

ମାଟିମାଆର ପୂଜାର୍ଚ୍ଚନା କଲେ ଚାଷୀ: ପାରମ୍ପରିକ କୃଷି ଉପରେ ଗୁରୁତ୍ୱ

କର୍ଲାମୁଣ୍ଡା(ଡିଏନଏ)୨୩/୪: କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ ସ. ମାଲପଡା ପଞ୍ଚାୟତ ସରଦାପୁରଠାରେ କର୍ଲାମୁଣ୍ଡା ବ୍ଳକ କୃଷି ବିଭାଗ ପକ୍ଷରୁ ଚାଷୀମାନଙ୍କୁ ନେଇ ରବିବାର ବ୍ଳକ ସ୍ତରୀୟ ଅକ୍ଷୟ ତୃତୀୟା ପାଳନ କରାଯାଇଛି। ଏହି ଅବସରରେ ମାଟିମାଆର ପୂଜାର୍ଚ୍ଚନା ସହିତ ଅଖିମୁଠି ଅନୁକୂଳ…

ଡାଲି ଜାତୀୟ ଗବେଷଣାଗାର ଫାର୍ମରେ ଅଖିମୁଠି ଅନୁକୂଳ କଲେ ଜିଲାପାଳ

  ନୟାଗଡ଼ ଅଫିସ,୨୩।୪: କୃଷି ଓ କୃଷକଙ୍କ ଆଦ୍ୟପର୍ବ ଅକ୍ଷୟ ତୃତୀୟାରେ ପୂଜାପାଠ ଓ ହୋମ ପରେ ନୟାଗଡ଼ ଜିଲାପାଳ ରବୀନ୍ଦ୍ର ନାଥ ସାହୁ ଅକ୍ଷିମୁଠି ଅନୁକୂଳ କରିଛନ୍ତି। ଜିଲା ସଦର ମହକୁମାର ଡାଲି ଜାତୀୟ ଗବେଷଣାଗାର ଫାର୍ମରେ ଜିଲାପାଳ ହୋଇଛି…

ଚିଚେର ଗ୍ରାମରେ ପାଣି ସମସ୍ୟା

ଖଡ଼ିଆଳ, ୨୩।୪: (ଡି.ଏନ୍‌.ଏ.) ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ନେହେନା ପଞ୍ଚାୟତର ଚିଚେର ଗ୍ରାମରେ ପାଣି ସମସ୍ୟା। ଗ୍ରାମର ୩ଟି ନଳକୂପରୁ ପାଣି ବାହାରୁ ନ ଥିବାରୁ ଚିଚେର ତଳ ପଡ଼ାର ୫୦୦ରୁ ଅଧିକ ଲୋକ ହଇରାଣ ହେଉଥିବା ଅଭିଯୋଗ କରିଛନ୍ତି।…

ଘରେ ପଡ଼ିଛି ବୃଦ୍ଧଙ୍କ ମୃତଦେହ

ବେଲପଡା, ୨୩।୪: (ଡି.ଏନ.ଏ.) ବଲାଙ୍ଗୀର ଜିଲା ବେଲପଡା ବ୍ଳକ ନୁନହାଡ଼ ପଞ୍ଚାୟତ ଅନ୍ତର୍ଗତ ଡୁଙ୍ଗୁରିପାଲି କଲୋନୀ ପଡାର ଜଣେ ବୃଦ୍ଧଙ୍କ ମୃତଦେହ ୩୬ଘଣ୍ଟାରୁ ଉଦ୍ଧର୍‌ବ ସମୟ ହେଲା ତାଙ୍କ ଘରେ ପଡିରହିଛି। ହେଲେ ବୃଦ୍ଧଙ୍କ ପୁଅ ଓ ପରିବାର ଲୋକେ ଦାଦନ…

ନଦୀଘାଟ ଅସାମାଜିକଙ୍କ ଆଡ୍ଡାସ୍ଥଳ

ରାଉରକେଲା ଅଫିସ, ୨୩।୪: ରାଉରକେଲା ପାନପୋଷ ହନୁମାନ ମନ୍ଦିର ନିକଟ ବ୍ରାହ୍ମଣୀ ନଦୀଘାଟ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳ ପାଲଟିଛି। ନଦୀଘାଟରେ ଅସାମାଜିକ ତତ୍ତ୍ୱ ଅଳିଆ ଆବର୍ଜନା କରିବା ସହ ମଦ ପିଇ ଖାଲି ବୋତଲ ଫିଙ୍ଗି ଦେଉଛନ୍ତି। ଫଳରେ ଯାତ୍ରୀମାନେ ସେଠାରେ…

ଟଙ୍କା ବଳରେ ବିଧାୟକ ଟିକେଟ ହାତେଇବାକୁ ଉଦ୍ୟମ

ଦେବଗଡ଼, ୨୩।୪: (ଡି.ଏନ୍‌.ଏ.) ଦେବଗଡ଼ ଜିଲାରେ ତିନୋଟି ବ୍ଲକ, ୭୦ପଞ୍ଚାୟତ ଗୋଟିଏ ମ୍ୟୁନିସିପାଲିଟି ରହିଛି। ଗୋଟିଏ ଜିଲା ଗୋଟିଏ ବିଧାନସଭା ନିର୍ବାଚନ ମଣ୍ଡଳୀ। ଦେବଗଡ଼ ଜିଲାରେ ଯେତିକି ଉନ୍ନତି ହେବା କଥା ହୋଇପାରୁନାହିଁ। ଏଠାରେ ନେତା, ନେତ୍ରୀ ସମସ୍ତେ ବ୍ୟକ୍ତିଗତ ଫାଇଦା…

ଅଜଣା ରୋଗ ଉଜାଡୁଛି ଧାନ ଫସଲ

ସମ୍ବଲପୁର, ୨୩।୪: (ବ୍ୟୁରୋ) ସମ୍ବଲପୁର ଜିଲାର ହୀରାକୁଦ ଜଳଭଣ୍ଡାର ସେଚାଞ୍ଚଳରେ ଚାଷ ହୋଇଥିବା ରବି ଧାନ ଫସଲରେ ଚଳିତବର୍ଷ ଅଜଣା ରୋଗପୋକ ଉପଦ୍ରବ ଦେଖାଦେଇଛି ା ଧାନ ଗଛରୁ ବାହାରୁଥିବା କେଣ୍ଡା ଧୀରେ ଧୀରେ ଲାଲ ପଡି ଯାଉଥିବା ବେଳେ ଧାନ…

କୋଇଲା ଗୁଣ୍ଡ ଉଡ଼ି ପ୍ରଦୂଷଣ ଆସ୍ତରଣ

କୁତ୍ରା, ୨୩।୪: (ଡି.ଏନ.ଏ.) କୋଇଲା ଗୁଣ୍ଡ ଉଡ଼ି ସୁନ୍ଦରଗଡ଼ ଜିଲା କୁତ୍ରା ଅଞ୍ଚଳ ପ୍ରଦୂଷଣର ଆସ୍ତରଣରେ ଛାଇ ହୋଇଛି। ଚାରିପଟେ କେବଳ ପ୍ରଦୂଷଣ ହିଁ ପ୍ରଦୂଷଣ। ଏହି ପ୍ରଦୂଷଣ ଯୋଗୁ ସାଧାରଣ ଲୋକଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇପଡିଲାଣି। ଶନିବାର ଅପରାହ୍ନରେ ସାମାନ୍ୟ…

କେନ୍ଦୁଝରରେ ଅଖିମୁଠି ଅନୁକୂଳ କଲେ ବିଧାୟକ ମୋହନ ମାଝି

ପାଟଣା,୨୩ା୪(ସ୍ବ.ପ୍ର.): କେନ୍ଦୁଝର ଜିଲାସ୍ତରୀୟ ଅକ୍ଷୟ ତୃତୀୟା ଓ କୃଷକ ଦିବସ ପାଟଣା ବ୍ଲକ ମଲ୍ଲୀପଶି ପଞ୍ଚାୟତ ମୂଷାଖରୀ ଆମ୍ବତୋଟା ନିକଟ ଜମିରେ ରବିବାର ପାଳିତ ହୋଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସଦର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ…

ଜଳସେଚନ ପାଇଁ କ୍ଷେତ ପୋଖରୀ, ଗଭୀର କୂଅ

ସୁନ୍ଦରଗଡ଼, ୨୩।୪: (ଡି.ଏନ.ଏ.) ଚାଷଜମିକୁ ଜଳ, ଚାଷୀଙ୍କୁ ବଳ। ଏହାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ପକ୍ଷରୁ ବିଶେଷ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଜନଜାତି ବର୍ଗର ଚାଷୀଙ୍କ ଜମିକୁ ଜଳସେଚନ ସୁବିଧା ଲାଗି କ୍ଷେତ ପୋଖରୀ…

ଢାବାରେ ବଢୁଛି ମଦ କାରବାର

ସୋନପୁର ୨୩।୪: (ନି.ପ୍ର.) ସୁବର୍ଣ୍ଣପୁର ଜିଲାର ପ୍ରମୁଖ ରାସ୍ତାପାର୍ଶ୍ୱରେ ଅନେକ ଢାବା ଗଢି ଉଠିଛି। ଅଧିକାଂଶ ଢାବାରେ ବେଆଇନ ବିଦେଶୀ ମଦ କାରବାର ବଢି ଚାଲିଛି। ଏଥିଯୋଗୁଁ ଜିଲାରେ ସଡକ ଦୁର୍ଘଟଣା ସମ ପରିମାଣରେ ବୃଦ୍ଧି ପାଇବାରେ ଲାଗିଛି। ପୋଲିସ ଓ…

ଚାଲିଛି ବେଆଇନ ପଥର ଚାଲାଣ

ଭେଡେନ ୨୩।୪: (ଡି.ଏନ.ଏ.) ବରଗଡ଼ ଜିଲା ଭେଡ଼େନ ତହସିଲ ଅଞ୍ଚଳରେ ପଥର ମାଫିଆଙ୍କ ରାଜ୍‌ ଚାଲିଛି। କେତେକ ପ୍ରଶାସନିକ କର୍ମଚାରୀ ପଥର ମାଫିଆଙ୍କ ହାତବାରିସି ସାଜିଥିବା ଅଭିଯୋଗ ହେଉଛି। ବିନା ନିଲାମରେ ବେଧଡ଼କ ପଥରଖାଦାନ ଗୁଡ଼ିକରେ ଉଚ୍ଚଶକ୍ତି ସମ୍ପନ୍ନ ଡ଼ିନାମାଇଟ ବିସ୍ଫୋରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?