ଶିଶୁଯତ୍ନ କେନ୍ଦ୍ରରେ ବିବାହ ବନ୍ଧନରେ ପୂଜା-ପ୍ରମୋଦ

ସମ୍ବଲପୁର,୨୮ା୪(ବ୍ୟୁରୋ): ସମ୍ବଲପୁର ସହରର ଧନକଉଡାସ୍ଥିତ ଶିଶୁଯତ୍ନ କେନ୍ଦ୍ରରେ ଗୁରୁବାର ଏକ ଭିନ୍ନ ବାତାବରଣ ଦେଖିବାକୁ ମିଳିଥିଲା। ଏଠାକାର ଅନ୍ତେବାସୀ, ପରିଚାଳନା କମିଟି ସଦସ୍ୟ ଓ ଅଧିକାରୀ ଯେତିକି ଖୁସି ଥିଲେ, ସେତିକି ଭାବପ୍ରବଣ ହୋଇପଡ଼ୁଥିବା ବାରିହୋଇ ପଡୁଥିଲା। କାରଣ ପ୍ରାୟ ୨୦ବର୍ଷରୁ ଅଧିକ ସମୟ ଧରି ଏହି କେନ୍ଦ୍ରରେ ସଭିଙ୍କ ପ୍ରିୟଭାଜନ ହୋଇ ରହିଆସିଥିବା ପୂଜା ବିବାହ ବନ୍ଧନରେ ବାନ୍ଧିହୋଇ ସବୁଦିନ ପାଇଁ ଶାଶୁ ଘରକୁ ଚାଲିଯାଇଛନ୍ତି। ଜିଲା ପ୍ରଶାସନ ଓ ସାମାଜିକ କର୍ମୀଙ୍କ ସହଯୋଗରେ ରୀତିନୀତି ଅନୁସାରେ ନିରାଡ଼ମ୍ବର ଭାବେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଏଭଳି ଏକ ନିଆରା ବିବାହକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି।
ମିଳିଥିବା ସୂଚନା ମୁତାବକ ପୂଜା ଓ ତାଙ୍କର ଦୁଇଜଣ ଭାଇ ମାଆବାପା ଛେଉଣ୍ଡ ହେବା ପରେ ପ୍ରଶାସନ ସହଯୋଗରେ ଏହି କେନ୍ଦ୍ରରେ ଆଶ୍ରୟ ନେଇଥିଲେ। ବୟସ ବଢିବା ସହ ପୂଜା ପାଠପଢି ଉଚ୍ଚଶିକ୍ଷିତ ହୋଇଛନ୍ତି। କିଛିଦିନ ପୂର୍ବରୁ ଶିଶୁଯତ୍ନ କେନ୍ଦ୍ରର ପୂଜାଙ୍କ ସହ ବିବାହ ପାଇଁ ବରଗଡ ଜିଲା ବରପାଲି ନିବାସୀ ପ୍ରମୋଦ ପଣ୍ଡାଙ୍କ ପରିବାର ପକ୍ଷରୁ ପ୍ରସ୍ତାବ ଆସିଥିଲା। କେନ୍ଦ୍ର କର୍ତ୍ତୃପକ୍ଷ ରାଜି ହେବା ପରେ ପ୍ରମୋଦ ଝିଅ ଦେଖିବା ପାଇଁ ଆସିଥିଲେ। ଉଭୟ ରାଜି ହେବା ପରେ ଏ ନେଇ ଆଶ୍ରମ କର୍ତ୍ତୃପକ୍ଷ ଜିଲା ପ୍ରଶାସନକୁ ଜଣାଇଥିଲେ। ବିବାହ ପାଇଁ ଉଭୟ ପକ୍ଷ ସହମତ ହେବା ପରେ ଗୁରୁବାର ଲଗ୍ନ ଧାର୍ଯ୍ୟ ହୋଇଥିଲା। ଧନକଉଡ଼ା ଆଶ୍ରମରେ ବିବାହ ମଣ୍ଡପ ହୋଇଥିଲା। ବାଜା ବଜାଇ ବାଣ ଫୁଟାଇ ବରଯାତ୍ରୀ ପହଞ୍ଚତ୍ବା ପରେ ସେମାନଙ୍କୁ ସ୍ବାଗତ କରି ପାଛୋଟି ନିଆଯାଇଥିଲା। ହିନ୍ଦୁ ରୀତିନୀତିରେ ଏହି ଆଦର୍ଶ ବାହାଘର ଶେଷ ହୋଇଥିଲା। ବିଜୁ ଶିଶୁ ସୁରକ୍ଷା ଯୋଜନା ଅଧୀନରେ ଜିଲା ପ୍ରଶାସନ ତରଫରୁ ବିବାହ ସହାୟତା ରାଶି ୫୦ ହଜାର ଟଙ୍କା ପ୍ରଦାନ କରାଯାଇଛି। କନ୍ୟା ମାତା ଭାବେ ଜିଲା ଶିଶୁ ମଙ୍ଗଳ ଅଧିକାରୀ ଗୀତାଞ୍ଜଳି ମହାପାତ୍ର କନ୍ୟାଦାନ କରିଛନ୍ତି। ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ସୁଚିସ୍ମିତା ପଟ୍ଟନାୟକ, ଜିଲା ଶିଶୁ ମଙ୍ଗଳ ଅଧିକାରୀ ଗୀତାଞ୍ଜଳି ମହାପାତ୍ର, ଜିଲା ପରିଷଦ ଅଧ୍ୟକ୍ଷା କୁମୁଦିନୀ ନାୟକ, ଅତିରିକ୍ତ ଜିଲାପାଳ ଅଜାମ୍ବର ମହାନ୍ତି, ଉମାକାନ୍ତ ରାଜ, ସମ୍ବଲପୁର ମହାନଗର ନିଗମ କମିଶନର ପ୍ରଦୀପ କୁମାର ସାହୁ, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଧର୍ମେନ୍ଦ୍ର ମଲ୍ଲିକ, ଆଞ୍ଚଳିକ ପରିବହନ ଅଧିକାରୀ ରାମଦାସ ଟୁଡୁ, ଡେପୁଟି କଲେକ୍ଟର ଆଦିତ୍ୟ ପଣ୍ଡା, ଜିଲା ଶ୍ରମ ଅଧିକାରୀ ସୁମିତ୍ରା ମାଝି, ଜିଲା ଯୋଗାଣ ଅଧିକାରୀ ରାମଚନ୍ଦ୍ର ଟୁଡୁ ପ୍ରମୁଖ ଉପସ୍ଥିତ ରହି ବରକନ୍ୟାଙ୍କୁ ଆଶୀର୍ବାଦ ଦେଇଥିଲେ। ୧୯୭୨ ମସିହାରୁ ଆରମ୍ଭ ହୋଇଥିବା ଏହି କେନ୍ଦ୍ର ପରିସରରେ ଏହା ପ୍ରଥମ ବିବାହ।


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?