ଆମ ଜିଲା ଖବର

ବାବନ୍ଧରେ ମାଈହାତୀ ମୃତ

ଢେଙ୍କାନାଳ ଅଫିସ, ୬ା୪: ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ୍‌ ଅଧୀନ ବାବନ୍ଧ ସାନସାହି ଗ୍ରାମ୍ୟ ଜଙ୍ଗଲରେ ବୁଧବାର ଏକ ମାଈହାତୀର ମୃତ୍ୟୁ ଘଟିଛି। ଉକ୍ତ ହାତୀ କିଛିଦିନ ହେଲା ଅସୁସ୍ଥ ଥିଲା। ଠିକ୍‌ ଭାବେ ଚଲାବୁଲା କରିପାରୁ ନ ଥିଲା। ପ୍ରାୟ…

ବାର୍‌ହା ଆକ୍ରମଣରେ ୪ ଗୁରୁତର

କେନ୍ଦୁଝର,୫ା୪(ସ୍ବ.ପ୍ର.): ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ବାମେବାରୀ ସେକ୍ସନ ଜଜାଙ୍ଗ ପାଚେରୀ ସାହିରେ ବୁଧବାର ଏକ ଜଙ୍ଗଲୀ ବାର୍‌ହା ଆକ୍ରମଣରେ ୪ ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ଜଜାଙ୍ଗ ଗ୍ରାମର ମାନସିଂହ ମୁଣ୍ଡା,ଭଟ୍ଟ ମାଝି,କବିତା ସେଠୀ ଓ ତାଙ୍କ ୪ବର୍ଷର ଶିଶୁ…

ଅଟୋ ଓଲଟି ମୃତ୍ୟୁ ଘଟଣା: ଅଟୋ ମଡ଼ାଇ ମାରିଦେବା ଅଭିଯୋଗ ଆଣିଲେ ମୃତକଙ୍କ ଭାଇ

ନିରାକାରପୁର,୫ା୪(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅନ୍ତର୍ଗତ ତାଳପଡ଼ାଠାରେ ଏକ ମାଲ୍‌ବାହୀ ଅଟୋ ରାସ୍ତା ଉପରୁ ବିଲ ମଧ୍ୟକୁ ଖସିଯିବାରୁ ନିରାକାରପୁର ପଞ୍ଚାୟତ ନରେନ୍ଦ୍ରପୁର ଗ୍ରାମର ରବୀନ୍ଦ୍ର ବେହେରା ଓରଫ ବୁଲୁ(୪୫)ଗୁରୁତର ହୋଇଥିଲେ। ଖବର ପାଇ ପରିବାର ଲୋକ ଓ କିଛି…

ବ୍ୟକ୍ତିଙ୍କ ଉପରେ ମାଡ଼ିଗଲା ଟ୍ରକ୍‌, ଅଲଗା ହେଲା ମୁଣ୍ଡଗଣ୍ଡି

କୋରାପୁଟ,୫ା୪(ସ୍ବ.ପ୍ର.): କୋରାପୁଟ ଓଏମ୍‌ପି ପେଟ୍ରୋଲ ପମ୍ପ୍‌ ନିକଟରେ ବୁଧବାର ଏକ ଦୁଃଖଦ ଘଟଣା ଘଟିଛି। ଆନ୍ଧ୍ରରୁ ଜୟପୁର ଯାଉଥିବା ଏକ ଟ୍ରକ୍‌ ଜଣେ ବ୍ୟକ୍ତିଙ୍କ ଉପରେ ମାଡ଼ିଯିବାରୁ ଗଣ୍ଡିରୁ ମୁଣ୍ଡ ଅଲଗା ହୋଇଯାଇଛି। ମୃତ ବ୍ୟକ୍ତି ଜଣକ ହେଲେ କୋରାପୁଟ ଜିଲା…

ଝଡ଼ବର୍ଷାରେ ଭାଙ୍ଗିଲା ବଡ଼ବଡ଼ ଗଛ

ରାୟଗଡ଼ା,୫ା୪(ସ୍ବ.ପ୍ର.): ଅଦିନିଆ ଝଡ଼ବର୍ଷା ଯୋଗୁ ରାୟଗଡ଼ା ସହର ରାସ୍ତାରେ ବଡ଼ବଡ଼ ଗଛ ଭାଙ୍ଗିପଡ଼ିଛି। ବୁଧବାର ସନ୍ଧ୍ୟାରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ହେବାରୁ ସହରର ରିଙ୍ଗ୍‌ରୋଡସ୍ଥିତ ୟୁଜିଏମଆଇଟି ନିକଟରେ, ନ୍ୟୁ କଲୋନୀ ରୋଡ୍‌ ଭିଗିନାନ ବିଦ୍ୟାଳୟଠାରେ ଗଛ ଭାଙ୍ଗିପଡ଼ିଛି। ସେହିଭଳି ରାୟଗଡ଼ା…

ଭାଇଙ୍କୁ ପିଟି ହତ୍ୟା କଲେ ଭାଇ

ବ୍ରହ୍ମପୁର ଅଫିସ,୫ା୪: ବ୍ରହ୍ମପୁର ଗୋଷାଣୀନୂଆଗାଁ ଥାନା ପଛପାଖରେ ଥିବା ରାଜୀବ ଆବାସ ଯୋଜନା ଘରେ ବୁଧବାର ଏକ ହତ୍ୟାକାଣ୍ଡ ଘଟିଛି। ସାନଭାଇଙ୍କୁ ଡମ୍ବଲ୍ସ(ବାୟାମ ଲୁହା)ରେ ଛେଚି ମଝିଆ ଭାଇ ହତ୍ୟା କରିବା ପରେ ଥାନାରେ ଆତ୍ମସମର୍ପଣ କରିଛନ୍ତି। ମୃତକ ହେଲେ ନେହୁରନଗର…

ରାହୁଲ ଗାନ୍ଧୀଙ୍କୁ ୨ ବର୍ଷ ଦଣ୍ଡାଦେଶ, ଏମ୍‌ପି ପଦ ରଦ୍ଦ ନେଇ ଗର୍ଜିଲେ ଜୟଦେବ

ଆନନ୍ଦପୁର,୫ା୪(ସ୍ବ.ପ୍ର.): ପୁରୁଣା ମାମଲାର ବିଚାର କରି ରାହୁଲ ଗାନ୍ଧୀଙ୍କୁ ସର୍ବାଧିକ ଦୁଇ ବର୍ଷର ଦଣ୍ଡାଦେଶ ଓ ୨୪ ଘଣ୍ଟା ମଧ୍ୟରେ ଏମ୍‌ପି ପଦ ରଦ୍ଦ କରିବା ଘଟଣାକୁ ନେଇ ଆନନ୍ଦପୁରର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପିସିସି ସଭାପତି ତଥା…

ମନ୍ଦିର ପରିଚାଳନା କମିଟିକୁ ନେଇ ବିବାଦ

ଆନନ୍ଦପୁର,୫ା୪(ସ୍ବ.ପ୍ର.): ଆନନ୍ଦପୁର ପୌରପରିଷଦ ଫକୀରପୁରଠାରେ ଥିବା ବାଲୁଙ୍କେଶ୍ୱର ମନ୍ଦିରର ନୂତନ ପରିଚାଳନା କମିଟିକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଦୀର୍ଘ ୨୦ ବର୍ଷ ପରେ ଗଠିତ ହୋଇଥିବା କମିଟିକୁ ଚଞ୍ଚକତାପୂର୍ଣ୍ଣ ଭାବେ କରାଯାଇଥିବା ଅଭିଯୋଗ ହୋଇଛି। ୪ ଓ୍ବାର୍ଡ ବିଶିଷ୍ଟ…

୪୭ ଗ୍ରାମ ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ନୟାଗଡ଼ ଅଫିସ, ୫।୪:ନୟାଗଡ଼ ଅବକାରୀ ବିଭାଗର କର୍ମଚାରୀମାନେ ବୁଧବାର ଇଟାମାଟି ପାଇକସାହିର ଦଣ୍ଡପାଣି ପ୍ରଧାନଙ୍କୁ ଇଟାମାଟି ଫିଲ୍ମ ହଲ ନିକଟରୁ ଗିରଫ କରି ୪୭ ଗ୍ରାମ ବ୍ରାଉନ ସୁଗାର ଜବତ କରିଛନ୍ତି। ଯାହାର ଦାମ ୫ ଲକ୍ଷଟଙ୍କା ହେବ ବୋଲି ଅନୁମାନ…

ବ୍ୟାଙ୍କ ନିକଟରୁ ଲୁଟ୍‌ ଘଟଣା: ଧରାପଡ଼ିଲେ ଲୁଟେରା ଗ୍ୟାଙ୍ଗ୍‌, ୬ ଗିରଫ

ଫୁଲବାଣୀ ଅଫିସ,୫ା୪: ଫୁଲବାଣୀ ସହର ଆକ୍ସିସ ବ୍ୟାଙ୍କ ନିକଟରୁ ୧୭ ଲକ୍ଷ ୫୦ ହଜାର ଟଙ୍କା ଲୁଟ୍‌ ଘଟଣାରେ କନ୍ଧମାଳ ଜିଲା ପୋଲିସ କଳାହାଣ୍ଡି ପୋଲିସ ସହାୟତାରେ ଲୁଟେରା ଗ୍ୟାଙ୍ଗ୍‌ଙ୍କୁ କେସିଙ୍ଗା ନିକଟରୁ ଧରିଛି। ଏହି ଘଟଣାରେ ମୋଟ ୬ ଜଣଙ୍କୁ…

ଭାଉଜଙ୍କୁ କଟୁରୀରେ ହାଣି ହତ୍ୟାକଲେ ଦିଅର

ଚଣ୍ଡିଖୋଲ/ଛତିଆ, ୫।୪(ଡି.ଏନ୍‌ ଏ): ଯାଜପୁର ଜିଲା ବୈରୀ ଥାନା ଅନ୍ତର୍ଗତ କପାଷ୍ଟିକିରି ଗ୍ରାମରେ ବୁଧବାର ସକାଳେ ଏକ ଅଘଟଣ ଘଟିଛି। ଗ୍ରାମର ଗୌରାଙ୍ଗ ନାୟକଙ୍କ ସ୍ତ୍ରୀ ଅନିତା ନାୟକ (୫୫) ସକାଳେ ଦାଣ୍ଡ ପହଁରୁ ଥିବା ସମୟରେ ତାଙ୍କ ଦିଅର ଜୟନ୍ତ…

ଦେଢ଼ମାସ ବିତିଲା, ମୃତ୍ୟୁ ରହସ୍ୟ ଖୋଲୁନି

ମୁରିବାହାଲ,୫ା୪(ଡ଼.ଏନ.ଏ.): ବଲାଙ୍ଗୀର ଜ଼ିଲା ମୁରିବାହାଲ ଥାନା ଡୁଡୁକାପଡା ଗ୍ରାମରେ ଗ୍ରାମ୍ୟ ପରିମଳ ବିଭାଗ ପାଣ୍ଠିରେ ଗଭୀର କୂଅ ଖନନ କାର୍ଯ୍ୟରେ ନିୟୋଜିତ ଜେସିବି ଡ୍ରାଇଭର ସିନ୍ଧେକେଲା ଥାନା ପାଣ୍ଡ୍ରିପାଏନ ହଁସପଡାର ପଦ୍ମନ ହସ (୨୪) ଙ୍କ କାର୍ଯ୍ୟସ୍ଥଳରେ ଗତ ଫେବୃଆରୀ ୧୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?