ପୂର୍ବ ଶତ୍ରୁତା: ପୂର୍ବତନ ସମିତିସଭ୍ୟଙ୍କୁ ହତ୍ୟା

କାମାକ୍ଷାନଗର/ଭୁବନ, ୯।୫(ଡି.ଏନ୍‌.ଏ.): ରାଜନୈତିକ କନ୍ଦଳ ଏବଂ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଢେଙ୍କାନାଳ ଜିଲା ଭୁବନ ବ୍ଲକ ଦିଘି ପଞ୍ଚାୟତର ପୂର୍ବତନ ସମିତିସଭ୍ୟ ସର୍ବେଶ୍ୱର ରାଉତ (୫୫)ଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତକଙ୍କ ପୁଅ ସୁଜିତ ରାଉତଙ୍କ ଅଭିଯୋଗକ୍ରମେ କାମାକ୍ଷାନଗର ଥାନାରେ ଏ ନେଇ ହତ୍ୟା ମାମଲା ରୁଜୁ ହୋଇଛି। ହତ୍ୟାକାଣ୍ଡରେ ସମ୍ପୃକ୍ତି ସନ୍ଦେହରେ ପୋଲିସ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। କିଛିଦିନର ଅନ୍ତରାଳରେ ଜିଲାରେ ଏଭଳି ହତ୍ୟାକାଣ୍ଡ ଆଲୋଡ଼ନ ସୃଷ୍ଟି କରିଛି।
ସୁଜିତଙ୍କ କହିବା କଥା, ୨୦୧୭ ନିର୍ବାଚନରେ ବାପା ସମିତିସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ। ଏଥିସହ ଗ୍ରାମର ପୂର୍ବତନ ସଭାପତି ମଧ୍ୟ ଥିଲେ। ଗ୍ରାମ ସଭାପତି ଥିବା ସମୟରେ ଗଁାର ମାୟାଧର ସ୍ବାଇଁଙ୍କ ପୁଅ ଅଜୟ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ସମସ୍ୟା ସୃଷ୍ଟି କରୁଥିଲେ। ହତ୍ୟା ଧମକ ମଧ୍ୟ ଦେଇଆସୁଥିଲେ। ଘରଠାରୁ ୨ କିଲୋମିଟର ଦୂର ନଦୀକୂଳ କାଜୁ ବଗିଚାରେ କାର୍ଯ୍ୟରତ ଜଗୁଆଳିଙ୍କ ଭଲମନ୍ଦ ବୁଝି ଶୁକ୍ରବାର ରାତି ପ୍ରାୟ ୧୦ଟାରେ ବାପା ବାଇକ୍‌ରେ ଘରକୁ ଫେରୁଥିଲେ। ପୂର୍ବ ଯୋଜନା ଅନୁଯାୟୀ ଅଜୟ ଏବଂ ତାଙ୍କ ସମ୍ପର୍କୀୟମାନେ ଜାମୁନାଳିଆ ନିକଟ ରାସ୍ତାରେ ବାପାଙ୍କୁ ଘେରିଯାଇ ଠେଙ୍ଗା, ଟାଙ୍ଗିଆ, ମାରଣାସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଥିଲେ। ରାତି ପ୍ରାୟ ୧୦ଟା ୫୫ରେ ବାପାଙ୍କ ଉପରେ ଆକ୍ରମଣ ହୋଇଥିବା ନେଇ ଫୋନ୍‌ ଆସିଥିଲା। ଜଣେ ବନ୍ଧୁଙ୍କ ସହ ଘଟଣାସ୍ଥଳରେ ପହଞ୍ଚତ୍ବା ବେଳକୁ ସେ ମୁମୂର୍ଷୁ ଅବସ୍ଥାରେ ପଡ଼ିଥିଲେ। ତାଙ୍କୁ ଅଜୟ ସ୍ବାଇଁ, ତାଙ୍କ ପୁଅ ପବିତ୍ର ସ୍ବାଇଁ, ବାପା ମାୟାଧର ସ୍ବାଇଁ, ସୁରପ୍ରତାପପୁର ଗ୍ରାମର ଅଜୟଙ୍କ ସମ୍ପର୍କୀୟ ତୋଫାନ ମହାନ୍ତି, କୁନା ମହାନ୍ତି, ସରୋଜ ମହାନ୍ତି, ଲକ୍ଷ୍ମଣ ସାହୁ, ଶ୍ରୀକାନ୍ତ ସାମଲ, ଚିତ୍ତରଞ୍ଜନ ସାହୁ, ଭଜମନ ସାମଲ, ସୁଜାତା ସାହୁ, କାର୍ତ୍ତିକେଶ୍ୱର ମଲ୍ଲିକ ସଂଘବଦ୍ଧ ଭାବେ ଆକ୍ରମଣ କରି ହାଣି ପକାଇଥିବା କହିଥିଲେ। ଏକ ଘରୋଇ ଗାଡ଼ିରେ ବାପାଙ୍କୁ ଢେଙ୍କାନାଳ ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।
ଅନ୍ୟପଟେ ପୋଲିସ ହତ୍ୟାକାଣ୍ଡ ସ୍ଥଳ ଏବଂ ମେଡିକାଲରେ ପହଞ୍ଚତ୍ ତଦନ୍ତ କରିଛି। ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି। ଏ ସଂକ୍ରାନ୍ତରେ ଥାନାଧିକାରୀ ଶରତ ଚନ୍ଦ୍ର ମହାଳିକ କୁହନ୍ତି, ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି। ଏହି ଘଟଣାରେ ୫ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ଏହାର ତଦନ୍ତ ଚାଲିଛି। ଖୁବ୍‌ଶୀଘ୍ର ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚିତ ହେବ।

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟ ବିବାଦ ଚର୍ଚ୍ଚା

୨୦୧୭ ପଞ୍ଚାୟତ ନିର୍ବାଚନରେ ଭାଜପା ସମର୍ଥନରେ ସମିତିସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ ସର୍ବେଶ୍ୱର। ତେବେ ପରବର୍ତ୍ତୀ ସମୟରେ ସେ ବିଜେଡିରେ ସାମିଲ ହୋଇଥିଲେ। ଭୁବନ ବ୍ଲକ ରାଜନୀତିରେ ତାଙ୍କର ବେଶ୍‌ ପତିଆରା ଥିଲା। ନିର୍ବାଚନରେ ବ୍ଲକ ଅଧ୍ୟକ୍ଷ ପଦବୀ ବିଜେଡି ହାତେଇଥିବାବେଳେ ଏଥିରେ ସର୍ବେଶ୍ୱରଙ୍କ ରଣନୀତି କାମ ଦେଇଥିଲା। ହେଲେ ଭାଜପାରୁ ଆସି ବିଜେଡିରେ ସାମିଲ ହେବା ଏବଂ କମ୍‌ ସମୟ ମଧ୍ୟରେ ବ୍ଲକ ରାଜନୀତିରେ ପ୍ରଭାବ ବିସ୍ତାର କରିବା ଅନେକଙ୍କ ଚକ୍ଷୁଶୂଳ ହୋଇଥିଲା। ଶାସକ ଦଳର କେତେଜଣ ନେତା ଯେଉଁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଏବଂ ପୋଖରୀ ଖନନ କାର୍ଯ୍ୟ କରୁଥିଲେ, ତାହାକୁ ସର୍ବେଶ୍ୱର ବିରୋଧ କରି ଆସୁଥିଲେ। ଏହାକୁ ନେଇ ଗତ ଦିନରେ ଦୁଇ ଗୋଷ୍ଠୀ ମଧ୍ୟରେ କନ୍ଦଳ ତୀବ୍ର ହୋଇଥିଲା। ଆପୋସ ବୁଝାମଣା ମାଧ୍ୟମରେ ଗଁାରେ ବୈଠକ କରି ଏହାର ସମାଧାନ କରାଯାଉଥିଲା। ତେବେ ବିବାଦ ଯଦିଓ ଥାନାକୁ ଆସି ନ ଥିଲା, ତଥାପି ସର୍ବେଶ୍ୱରଙ୍କୁ ରାସ୍ତାରୁ ହଟାଇବା ପାଇଁ ବିରୋଧୀ ଗୋଷ୍ଠୀ ସୁଯୋଗ ଖୋଜୁଥିଲେ। ପତିଆରା ଲଢ଼େଇ ଏବଂ ପୂର୍ବ ଶତ୍ରୁତା ସର୍ବେଶ୍ୱର ହତ୍ୟାକାଣ୍ଡର ପ୍ରମୁଖ କାରଣ ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri