ପୂର୍ବ ଶତ୍ରୁତା: ପୂର୍ବତନ ସମିତିସଭ୍ୟଙ୍କୁ ହତ୍ୟା

କାମାକ୍ଷାନଗର/ଭୁବନ, ୯।୫(ଡି.ଏନ୍‌.ଏ.): ରାଜନୈତିକ କନ୍ଦଳ ଏବଂ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଢେଙ୍କାନାଳ ଜିଲା ଭୁବନ ବ୍ଲକ ଦିଘି ପଞ୍ଚାୟତର ପୂର୍ବତନ ସମିତିସଭ୍ୟ ସର୍ବେଶ୍ୱର ରାଉତ (୫୫)ଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତକଙ୍କ ପୁଅ ସୁଜିତ ରାଉତଙ୍କ ଅଭିଯୋଗକ୍ରମେ କାମାକ୍ଷାନଗର ଥାନାରେ ଏ ନେଇ ହତ୍ୟା ମାମଲା ରୁଜୁ ହୋଇଛି। ହତ୍ୟାକାଣ୍ଡରେ ସମ୍ପୃକ୍ତି ସନ୍ଦେହରେ ପୋଲିସ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। କିଛିଦିନର ଅନ୍ତରାଳରେ ଜିଲାରେ ଏଭଳି ହତ୍ୟାକାଣ୍ଡ ଆଲୋଡ଼ନ ସୃଷ୍ଟି କରିଛି।
ସୁଜିତଙ୍କ କହିବା କଥା, ୨୦୧୭ ନିର୍ବାଚନରେ ବାପା ସମିତିସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ। ଏଥିସହ ଗ୍ରାମର ପୂର୍ବତନ ସଭାପତି ମଧ୍ୟ ଥିଲେ। ଗ୍ରାମ ସଭାପତି ଥିବା ସମୟରେ ଗଁାର ମାୟାଧର ସ୍ବାଇଁଙ୍କ ପୁଅ ଅଜୟ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ସମସ୍ୟା ସୃଷ୍ଟି କରୁଥିଲେ। ହତ୍ୟା ଧମକ ମଧ୍ୟ ଦେଇଆସୁଥିଲେ। ଘରଠାରୁ ୨ କିଲୋମିଟର ଦୂର ନଦୀକୂଳ କାଜୁ ବଗିଚାରେ କାର୍ଯ୍ୟରତ ଜଗୁଆଳିଙ୍କ ଭଲମନ୍ଦ ବୁଝି ଶୁକ୍ରବାର ରାତି ପ୍ରାୟ ୧୦ଟାରେ ବାପା ବାଇକ୍‌ରେ ଘରକୁ ଫେରୁଥିଲେ। ପୂର୍ବ ଯୋଜନା ଅନୁଯାୟୀ ଅଜୟ ଏବଂ ତାଙ୍କ ସମ୍ପର୍କୀୟମାନେ ଜାମୁନାଳିଆ ନିକଟ ରାସ୍ତାରେ ବାପାଙ୍କୁ ଘେରିଯାଇ ଠେଙ୍ଗା, ଟାଙ୍ଗିଆ, ମାରଣାସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଥିଲେ। ରାତି ପ୍ରାୟ ୧୦ଟା ୫୫ରେ ବାପାଙ୍କ ଉପରେ ଆକ୍ରମଣ ହୋଇଥିବା ନେଇ ଫୋନ୍‌ ଆସିଥିଲା। ଜଣେ ବନ୍ଧୁଙ୍କ ସହ ଘଟଣାସ୍ଥଳରେ ପହଞ୍ଚତ୍ବା ବେଳକୁ ସେ ମୁମୂର୍ଷୁ ଅବସ୍ଥାରେ ପଡ଼ିଥିଲେ। ତାଙ୍କୁ ଅଜୟ ସ୍ବାଇଁ, ତାଙ୍କ ପୁଅ ପବିତ୍ର ସ୍ବାଇଁ, ବାପା ମାୟାଧର ସ୍ବାଇଁ, ସୁରପ୍ରତାପପୁର ଗ୍ରାମର ଅଜୟଙ୍କ ସମ୍ପର୍କୀୟ ତୋଫାନ ମହାନ୍ତି, କୁନା ମହାନ୍ତି, ସରୋଜ ମହାନ୍ତି, ଲକ୍ଷ୍ମଣ ସାହୁ, ଶ୍ରୀକାନ୍ତ ସାମଲ, ଚିତ୍ତରଞ୍ଜନ ସାହୁ, ଭଜମନ ସାମଲ, ସୁଜାତା ସାହୁ, କାର୍ତ୍ତିକେଶ୍ୱର ମଲ୍ଲିକ ସଂଘବଦ୍ଧ ଭାବେ ଆକ୍ରମଣ କରି ହାଣି ପକାଇଥିବା କହିଥିଲେ। ଏକ ଘରୋଇ ଗାଡ଼ିରେ ବାପାଙ୍କୁ ଢେଙ୍କାନାଳ ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।
ଅନ୍ୟପଟେ ପୋଲିସ ହତ୍ୟାକାଣ୍ଡ ସ୍ଥଳ ଏବଂ ମେଡିକାଲରେ ପହଞ୍ଚତ୍ ତଦନ୍ତ କରିଛି। ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି। ଏ ସଂକ୍ରାନ୍ତରେ ଥାନାଧିକାରୀ ଶରତ ଚନ୍ଦ୍ର ମହାଳିକ କୁହନ୍ତି, ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି। ଏହି ଘଟଣାରେ ୫ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ଏହାର ତଦନ୍ତ ଚାଲିଛି। ଖୁବ୍‌ଶୀଘ୍ର ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚିତ ହେବ।

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟ ବିବାଦ ଚର୍ଚ୍ଚା

୨୦୧୭ ପଞ୍ଚାୟତ ନିର୍ବାଚନରେ ଭାଜପା ସମର୍ଥନରେ ସମିତିସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ ସର୍ବେଶ୍ୱର। ତେବେ ପରବର୍ତ୍ତୀ ସମୟରେ ସେ ବିଜେଡିରେ ସାମିଲ ହୋଇଥିଲେ। ଭୁବନ ବ୍ଲକ ରାଜନୀତିରେ ତାଙ୍କର ବେଶ୍‌ ପତିଆରା ଥିଲା। ନିର୍ବାଚନରେ ବ୍ଲକ ଅଧ୍ୟକ୍ଷ ପଦବୀ ବିଜେଡି ହାତେଇଥିବାବେଳେ ଏଥିରେ ସର୍ବେଶ୍ୱରଙ୍କ ରଣନୀତି କାମ ଦେଇଥିଲା। ହେଲେ ଭାଜପାରୁ ଆସି ବିଜେଡିରେ ସାମିଲ ହେବା ଏବଂ କମ୍‌ ସମୟ ମଧ୍ୟରେ ବ୍ଲକ ରାଜନୀତିରେ ପ୍ରଭାବ ବିସ୍ତାର କରିବା ଅନେକଙ୍କ ଚକ୍ଷୁଶୂଳ ହୋଇଥିଲା। ଶାସକ ଦଳର କେତେଜଣ ନେତା ଯେଉଁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଏବଂ ପୋଖରୀ ଖନନ କାର୍ଯ୍ୟ କରୁଥିଲେ, ତାହାକୁ ସର୍ବେଶ୍ୱର ବିରୋଧ କରି ଆସୁଥିଲେ। ଏହାକୁ ନେଇ ଗତ ଦିନରେ ଦୁଇ ଗୋଷ୍ଠୀ ମଧ୍ୟରେ କନ୍ଦଳ ତୀବ୍ର ହୋଇଥିଲା। ଆପୋସ ବୁଝାମଣା ମାଧ୍ୟମରେ ଗଁାରେ ବୈଠକ କରି ଏହାର ସମାଧାନ କରାଯାଉଥିଲା। ତେବେ ବିବାଦ ଯଦିଓ ଥାନାକୁ ଆସି ନ ଥିଲା, ତଥାପି ସର୍ବେଶ୍ୱରଙ୍କୁ ରାସ୍ତାରୁ ହଟାଇବା ପାଇଁ ବିରୋଧୀ ଗୋଷ୍ଠୀ ସୁଯୋଗ ଖୋଜୁଥିଲେ। ପତିଆରା ଲଢ଼େଇ ଏବଂ ପୂର୍ବ ଶତ୍ରୁତା ସର୍ବେଶ୍ୱର ହତ୍ୟାକାଣ୍ଡର ପ୍ରମୁଖ କାରଣ ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପିହୁ ନିଖୋଜ ଘଟଣା,କ୍ରାଇମବ୍ରାଞ୍ଚ ନୁହେଁ ସିବିଆଇ ତଦନ୍ତ ହେଉ:ବିଶ୍ୱ ରଞ୍ଜନ

ବରୀ,୨୫।୮(ମହେନ୍ଦ୍ର ସ୍ବଇଁ): ଯାଜପୁର ଜିଲା ବରୀ ବ୍ଲକ ବିଂଝାରପୁର ଥାନ ମଧୁସୂଦନପୁର ଗ୍ରାମର ବହୁଚର୍ଚ୍ଚିତ କୁନି ଝିଅ ପିହୁ ନିଖୋଜ ଘଟଣାକୁ ନେଇ , ଯାଜପୁର ସାଂସଦ…

୨୧୦ କେଜି ଗଞ୍ଜେଇ ଜବତ, ୮ ଗିରଫ: କନ୍ଧମାଳରୁ ରାଜ୍ୟ ବାହାରକୁ ହେଉଥିଲା ଚାଲାଣ

ଭଞ୍ଜନଗର, ୨୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲା ଠାବ କରି ୨୧୦ କେଜି ଗଞ୍ଜେଇ ଜବତ କରିଛି।…

ଆଉ ୭ ଦିନ ପରେ ଘଟିବାକୁ ଯାଉଛି ଏମିତି: ୪ ରାଶିଙ୍କ ଜୀବନରେ ପୁଣି ଫେରିବ ପୁରୁଣା ପ୍ରେମ! ଶୁକ୍ର କରିବେ…

୨ ସେପ୍ଟେମ୍ବର ୨୦୨୬ରେ ଶୁକ୍ର ତୁଳା ରାଶିରେ ପ୍ରବେଶ କରିବେ। ପ୍ରେମ ଓ ସମ୍ପର୍କର କାରକ ଶୁକ୍ରଙ୍କ ନିଜ ରାଶିରେ ପ୍ରବେଶକୁ ଜ୍ୟୋତିଷ ଦୃଷ୍ଟିରୁ ବେଶ ବିଶେଷ…

ଜେଲ ଯିବେ ତରୁଣ ତେଜପାଲ, ସୁପ୍ରିମକୋର୍ଟରୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୫।୮: ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ତେହେଲକା ସମ୍ପାଦକ ତରୁଣ ତେଜପାଲଙ୍କୁ ସୁପ୍ରିମକୋର୍ଟ ତୁରନ୍ତ ଆଶ୍ୱସ୍ତି ଦେବାକୁ ମନା କରିଦେଇଛନ୍ତି। କୋର୍ଟ ତାଙ୍କୁ ଦୁଇ…

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

ପୁଟିନଙ୍କ ବଡ଼ ପ୍ରତିଶ୍ରୁତି: ସଙ୍କଟ ସମୟରେ ଭାରତକୁ ଯୋଗାଇବ…ବିଶ୍ୱରେ ହଇଚଇ

ନୂଆଦିଲ୍ଲୀ,୨୫।୮: ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ମସ୍କୋରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ଜୟଶଙ୍କର ରାଷ୍ଟ୍ରପତି ପୁଟିନଙ୍କୁ…

୧୫ ଦିନ ହେଲା ନିଖୋଜ ଥିଲେ ଯୁବକ, ପରିତ୍ୟକ୍ତକୁ ଘରୁ ମିଳିଲା…

କଟକ,୨୫।୮(ପ୍ରଭୁ କଲ୍ୟାଣ ପାଲ୍‌): ବାରଙ୍ଗ ଥାନା ଗୋଡ଼ିସାହିର ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ଯୁବକ ଜଣକ ବାରଙ୍ଗ…

ରକ୍ଷାବନ୍ଧନ ପର୍ଯ୍ୟନ୍ତ ୩ ରାଶିଙ୍କୁ ବୁଧ ଦେବେ ଶୁଭ ଫଳ! ଅଚାନକ ଟଙ୍କା….

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ବୁଦ୍ଧି, ବାଣିଜ୍ୟ ଓ ଆର୍ଥିକ କାରବାରର କାରକ ଗ୍ରହ ବୋଲି ମନାଯାଏ । ବୁଧ ଏବେ କେତୁଙ୍କ ମଘା ନକ୍ଷତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri