ଥାନାରେ ଅଭିଯୋଗକାରୀଙ୍କୁ ମାଡ଼

ବଳଙ୍ଗା,୯।୫(ଡି.ଏନ୍‌.ଏ.): ପୁରୀ ଜିଲା ବଳଙ୍ଗା ଥାନାରେ ଗତ ଦୁଇଦିନ ତଳେ ଅଭିଯୋଗ କରିବାକୁ ଯାଇଥିବା ଜଣେ ଅଭିଯୋଗକାରୀଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ଅଭିଯୋଗକାରୀଙ୍କ ସ୍ତ୍ରୀ ସୋମବାର ନ୍ୟାୟ ପାଇଁ ଘଟଣା ସମ୍ପର୍କରେ ଏସ୍‌ପି ଓ ଡିଜିପିଙ୍କୁ ଚିଠି ଲେଖି ଜଣାଇଛନ୍ତି। ହେଲେ ଏଭଳି ଅଭିଯୋଗକୁ ବଳଙ୍ଗା ଥାନା ପକ୍ଷରୁ ଖଣ୍ଡନ କରାଯାଇଛି। ସୂଚନା ଅନୁଯାୟୀ, ବଳଙ୍ଗା ଥାନା ନିକଟସ୍ଥ ଅଲଣ୍ଡାପଡା ଗ୍ରାମର ନୃସିଂହ ମଲ୍ଲିକଙ୍କ ସ୍ତ୍ରୀ ପଦ୍ମାବତୀଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ଦେଢଶୁର ପବିତ୍ର ମଲ୍ଲିକଙ୍କ ସହିତ ଜାଗାବାଡିକୁ ନେଇ ବିବାଦ ଲାଗିରହିଥିବା ବେଳେ ଏ ସମ୍ପର୍କରେ କୋର୍ଟରେ କେସ୍‌ ରହିଛି। ଗତ ୫ ତାରିଖ ଦିନ ଦେଢଶୁର ପବିତ୍ର ସାନଭାଇ ନୃସିଂହଙ୍କ ଜାଗାକୁ ମଡାଇ ଘର କରୁଥିବା ଘଟଣା ସମ୍ପର୍କରେ ପରଦିନ ନୃସିଂହ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଜମିବାଡ଼ି ମାମଲା ନ ବୁଝିପାରିବାରୁ ନୃସିଂହ କହିଥିଲେ ଗାଁକୁ ପୋଲିସ ଗାଡି ଗଲେ ଭୟରେ ପବିତ୍ର କାମ ବନ୍ଦ କରିଦେବ ବୋଲି ଅନୁରୋଧ କରିଥିଲେ। ଆମ ଜାଗାକୁ ମଡାଇ କାମ କରୁଛି, ପ୍ରତିବାଦ କଲେ ଆମ ନାମରେ ମିଥ୍ୟା ମାମଲା କରିଥିବା ନୃସିଂହ କହିଥିଲେ। ଏପରିକି ପୂର୍ବରୁ ଥିବା ଥାନାର ଜଣେ ମହିଳା ପୋଲିସଙ୍କୁ ଥାନାରୁ ବେଲ କରିଦେବ କହି ୫ ହଜାର ଟଙ୍କା ନେଇଥିବା କହିବାରେ ପୋଲିସ ପଦ୍ମାବତୀଙ୍କୁ ଥାନାରୁ ବାହାର କରିଦେଇ ନୃସିଂହଙ୍କୁ ଭିତରେ ରଖି ମାଡ଼ ମାରିଥିଲା। ଫଳରେ ସେ ଚେତା ହରାଇଥିଲେ। ପୋଲିସ ତାଙ୍କୁ ଚିକିତ୍ସା ନିମନ୍ତେ ପ୍ରଥମେ ବଳଙ୍ଗା ପରେ ଅବସ୍ଥା ସଂକଟାପନ୍ନ ହେବାରୁ ସାକ୍ଷୀଗୋପାଳ ଡାକ୍ତରଖାନା ନେଇଥିଲା। ରାତି ୨ଟାରେ ଚେତା ଫେରିବା ପରେ ବର୍ତ୍ତମାନ ଠିକ୍‌ ଭାବେ କଥା କହିପାରୁନାହାନ୍ତି ବୋଲି ପଦ୍ମାବତୀ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି।
ସମ୍ପର୍କରେ ଥାନାର ଏସ୍‌ଆଇ କେଦାରଚନ୍ଦ୍ର ଦୋରା କୁହନ୍ତି, ନୃସିଂହଙ୍କୁ ମାଡ଼ ମାରିବା କଥା ସମ୍ପୂର୍ଣ୍ଣ ଭିତ୍ତିହୀନ। ନୃସିଂହ ଓ ତାଙ୍କ ଭାଇଙ୍କ ମଧ୍ୟରେ ଜାଗାବାଡିକୁ କେନ୍ଦ୍ର କରି ବିବାଦ ଲାଗିରହିଥିବା ବେଳେ ସେଦିନ ଭଦ୍ରଲୋକଙ୍କ ଉପସ୍ଥିତିରେ ଥାନାରେ ଉଭୟ ପକ୍ଷ ମଧ୍ୟରେ ସମାଧାନ ହୋଇ ଉଭୟ ଥାନାରେ ସମାଧାନ ପତ୍ର ଦାଖଲ କରିଥିଲେ। ହଠାତ୍‌ ନୃସିଂହ ତାଙ୍କ ଭାଇଙ୍କୁ ଥାନାରେ ଗାଳି କରିବା ସହ ପୂର୍ବରୁ କୁଆଡ଼େ ତାଙ୍କ ନାମରେ ମିଛ କେସ କରାଯାଇଥିଲା ଓ ଏଥିପାଇଁ ଜଣେ ମହିଳା ପୋଲିସଙ୍କୁ ୫ ହଜାର ଟଙ୍କା ଲାଞ୍ଚ ଦେଇ ବେଲ ହୋଇଥିବା କହି ଉପସ୍ଥିତ ପୋଲିସ କର୍ମଚାରୀଙ୍କୁ ଗାଳି କରିଥିଲେ। ଫଳରେ ପୋଲିସ ନୃସିଂହଙ୍କୁ ଥାନାରେ ବସାଇଥିଲା। ପରେ ପଦ୍ମାବତୀ ସ୍ବାମୀଙ୍କର ଉଚ୍ଚ ରକ୍ତଚାପ, ରୋଗ ଥିବା କହି ଛାଡିଦେବାକୁ ଅନୁରୋଧ କରିଥିଲେ। ପଦ୍ମାବତୀ ଥାନାରେ ଲିଖିତ ଭାବେ ଦେବାପରେ ନୃସିଂହଙ୍କୁ ଥାନାରୁ ଛଡାଯାଇଥିଲା। ତେବେ ନୃସିଂହ ଯିବାକୁ ବାହାରିବା ସମୟରେ ପିଇବା ପାଇଁ ପାଣି ମାଗିଥିଲେ। ପୋଲିସ କର୍ମଚାରୀ ତାଙ୍କୁ ପାଣି ପିଇବାକୁ ଦେବା ସମୟରେ ହଠାତ ନୃସିଂହ ତଳେ ପଡ଼ିଯିବାରୁ ଥାନାରେ ଥିବା ଜଣେ ବ୍ୟକ୍ତି ଧରିଥିଲେ। ସେହି ସମୟରେ ନୃସିଂହଙ୍କୁ ବାତ ମାରିବା ଆରମ୍ଭ ହେବାରେ ତତ୍‌କ୍ଷଣାତ ଚିକିତ୍ସା ନିମନ୍ତେ ମେଡିକାଲକୁ ନେବା ବ୍ୟବସ୍ଥା କରିଥିବାବେଳେ ସମସ୍ତ ଦୃଶ୍ୟ ମୋବାଇଲରେ ରେକର୍ଡ କରାଯାଇଥିବା ନେଇ ଏସ୍‌ଆଇ ଦୋରା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କବିତା ଆସରରେ ମାତୃଭାଷାର ବିକାଶ ପାଇଁ ଆହ୍ବାନ

ହାଟଡିହୀ,୨l୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଶାସଙ୍ଗ ପଞ୍ଚାୟତ ହାଇସ୍କୁଲ ପରିସରରେ ହାଟଡିହୀ ସାହିତ୍ୟ ଘର ପକ୍ଷରୁ ବର୍ଷାକାଳୀନ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ସଭାପତି…

କେରଳରେ ବନ୍ୟା: ୮ଜଣଙ୍କ ମୃତ୍ୟୁ, ୮ ନିଖୋଜ

କୋଚି,୨।୮: କେରଳରେ ଭୀଷଣ ବର୍ଷା ଫଳରେ ଭୂସ୍ଖଳନ ଓ ବନ୍ୟା ଯୋଗୁ ୮ ଜଣଙ୍କ ପ୍ରାଣହାନି ଘଟିଛି। ଏପରକି ୮ଜଣ ନିଖୋଜ ଥିବା ବେଳେ ୧୩ ଆହତ…

ଗାଧୋଇବାକୁ ଯାଇ ଫେରିଲେନି ଅବସରପ୍ରାପ୍ତ ଗ୍ରାମରକ୍ଷୀ, ଘଟିଲା…

ବରଗଡ଼,୨।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ଭଡିଗାଁର ଅବସରପ୍ରାପ୍ତ ଗ୍ରାମରକ୍ଷୀ ବିରାଟ ବାଗ(୬୫)ଙ୍କ ପୋଖରୀରେ ବୁଡି ମୃତ୍ୟୁ ଘଟିଥିବା ଜଣାପଡିଛି । ମିଳିଥିବା ସୂଚନା…

ଦାଦନ ଦୁଃଖ… ଗୋଟିଏ ସପ୍ତାହରେ ୨ ଶ୍ରମିକଙ୍କ ମୃତ୍ୟୁ, ଦାରିଙ୍ଗବାଡିରେ ଉଦବେଗ

ଦାରିଙ୍ଗବାଡି,୨।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ଜଣେ ଦାଦନ ଶ୍ରମିକଙ୍କ ହାଇଦ୍ରାବାଦରେ ମୃତ୍ୟୁ ହୋଇଛି । ମୃତକ ବ୍ରାହ୍ମଣୀଗାଁ ଥାନା ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା…

CJPର ବିକ୍ଷୋଭ; ଜନ୍ତରମନ୍ତରରେ ବାଧା ପାଇଁ ଚାଲିଥିଲା ଆତଙ୍କବାଦୀ ଯୋଜନା, ହମିମ୍‌ ମଣ୍ଡଳଙ୍କ ବାନ୍ଧବୀ ଅର୍ପିତା ସର୍କାର ଗିରଫ

କୋଲକାତା,୨।୮: ପଶ୍ଚିମବଙ୍ଗ ପୋଲିସର ସ୍ପେଶାଲ୍ ଟାସ୍କ ଫୋର୍ସ (STF) ଜୈଶ-ଏ-ମହମ୍ମଦ ସହ ଜଡ଼ିତ ଏକ ସନ୍ଦିଗ୍ଧ ମାମଲାରେ ବଡ଼ ଖୁଲାସା କରିଛି । STFର ଆଇଜି ଗୌରବ…

ଚିପ୍ସ ପ୍ୟାକେଟ୍‌ରେ ଥିବା ଖେଳନା ବଲ୍‌ ଗିଳି ଦେଲେ ଶିଶୁ, ଆଉ ତା’ପରେ…

ବେଙ୍ଗାଲୁରୁ,୨ା୮: କର୍ନାଟକର ମହୀଶୂର ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ୫ ବର୍ଷର ଜଣେ ବାଳକ କୁର୍‌କୁରେ ପ୍ୟାକେଟ୍‌ରେ ଥିବା ଛୋଟ ଖେଳନା ବଲ୍‌କୁ ଗିଳିଦେବାରୁ…

ମଙ୍ଗଳବାର ତପ୍ତପାଣି ଆସିବେ ରାଷ୍ଟ୍ରପତି, ଶ୍ରାବଣ ସୋମବାରରେ ଜଳଲାଗି ମନା

ଦିଗପହଣ୍ଡି,୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ପର୍ଯ୍ୟଟନ ସ୍ଥଳୀ ଉଷ୍ମ ପସ୍ରବଣ ତପ୍ତପାଣି ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମଙ୍ଗଳବାର ଗସ୍ତ କାର୍ଯ୍ୟକ୍ରମ ଚୂଡାନ୍ତ…

ରାତି ପାହିଲେ ଶ୍ରାବଣ ସୋମବାର, ଋଷିକୁଲ୍ୟା ନଦୀରେ କୂଳରେ ବୋଲବମ ଭକ୍ତଙ୍କ ଭିଡ଼

ଗଞ୍ଜାମ,୨।୮(ବିଦ୍ୟାଧର ସାହୁ): ଗଞ୍ଜାମ ଏନଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମ ନିକସ୍ଥ ଋଷିକୁଲ୍ୟା ନଦିଘାଟରେ ବୋଲବମ ଭକ୍ତଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଛି । ସୋମବାର ପବିତ୍ର ଶ୍ରାବଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri