ଆଶା, ନିରାଶା ଆଣିଲା ସୁପ୍ରିମକୋର୍ଟଙ୍କ ରାୟ

ପୁରୀ ଅଫିସ, ୯ା୫: ଶ୍ରୀମନ୍ଦିରରେ ଶୃଙ୍ଖଳିତ ବ୍ୟବସ୍ଥା କରାଯିବା ନେଇ ଆଇନଜୀବୀ ମୃଣାଳିନୀ ପାଢ଼ୀ ୨୦୧୮ ଜୁନ୍‌ରେ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ। ପରେ ରତ୍ନଭଣ୍ଡାର ଚାବି ହଜିବା, ରତ୍ନ ଅଳଙ୍କାର ଗଣତି ଓ ରତ୍ନଭଣ୍ଡାର ଖୋଲାଯିବା ପ୍ରଭୃତି ଆବେଦନ ନେଇ ଅନ୍ୟ କେତେଜଣ ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ପ୍ରାୟ ୫ବର୍ଷ ଧରି ବିଚାର ଚାଲିବା ପରେ ଶେଷରେ ସୋମବାର ସୁପ୍ରିମକୋର୍ଟ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସଂକ୍ରାନ୍ତ ମାମଲାକୁ ବନ୍ଦ କରିଦେଇଛନ୍ତି। ତେବେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଯଦି କେହି ଏହି ନିର୍ଦ୍ଦେଶକୁ ଠିକ୍‌ ଭାବେ ଅନୁପାଳନ କରାଯାଇନାହିଁ ବୋଲି ଭାବୁଥାଆନ୍ତି, ତାହାଲେ ସେ ଏ ସମ୍ବନ୍ଧରେ ଓଡ଼ିଶା ହାଇକୋର୍ଟରେ ଆବେଦନ କରିପାରିବେ। ଏଥିସହ ସୁପ୍ରିମକୋର୍ଟଙ୍କ ଦ୍ୱାରା ଦିଆଯାଇଥିବା ନିର୍ଦ୍ଦେଶକୁ କିଭଳି କାର୍ଯ୍ୟକାରୀ କରାଯାଇଛି ତାହାକୁ ତଦାରଖ କରିବା ଲାଗି ସର୍ବୋଚ୍ଚ ଅଦାଲତ ଓଡ଼ିଶା ହାଇକୋର୍ଟଙ୍କୁ ପରାମର୍ଶ ଦେଇଛନ୍ତି। ତେବେ ଏହି ରାୟ ନେଇ ସାଧାରଣରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ପୂର୍ବତନ ନଗରପାଳ ତଥା ଶ୍ରୀମନ୍ଦିର ଭିତର ଘଣ୍ଟୁଆ ନିଯୋଗ ସଭାପତି ଗୌରହରି ପ୍ରଧାନ କହିଛନ୍ତି, ସୁପ୍ରିମକୋର୍ଟଙ୍କ ରାୟ ସ୍ବାଗତଯୋଗ୍ୟ। ଆଗକୁ ଓଡ଼ିଶା ହାଇକୋର୍ଟରେ ଏ ସଂକ୍ରାନ୍ତ ମାମଲାର ବିଚାର କରାଯିବ। ଶ୍ରୀମନ୍ଦିର ପାଇଁ ସ୍ଥାୟୀ ପ୍ରଶାସକ ନିଯୁକ୍ତି, ଭକ୍ତଙ୍କ ନିମନ୍ତେ ଧର୍ମଶାଳା ନିର୍ମାଣ ଓ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଆଦି ପ୍ରସଙ୍ଗରେ ସୁପ୍ରିମକୋର୍ଟ ଯେଉଁ ରାୟ ଦେଇଥିଲେ ତାହାକୁ କାର୍ଯ୍ୟକାରୀ କରାଯାଇଛି। ତେବେ ସୁପ୍ରିମକୋର୍ଟ ଧର୍ମୀୟ ପ୍ରସଙ୍ଗ, ବଂଶାନୁକ୍ରମିକ ସେବା ହେଉ ଅବା ଅନ୍ୟ ବ୍ୟବସ୍ଥା ଉପରେ ହସ୍ତକ୍ଷେପ କରିନାହାନ୍ତି। ଯାହା ନିଷ୍ପତ୍ତି ଦେଇଛନ୍ତି ତାହା ମହାପ୍ରଭୁଙ୍କ କୃପା। ମହାପ୍ରଭୁ ଶ୍ରୀଜଗନ୍ନାଥ ନ ଚାହିଁଥିଲେ ଏପରି ରାୟ ଆସି ନ ଥାନ୍ତା। ସବୁ ମହାପ୍ରଭୁଙ୍କ ଇଚ୍ଛାରୁ ହୋଇଛି ବୋଲି ପ୍ରଧାନ ମତବ୍ୟକ୍ତ କରିଛନ୍ତି। ସେହିପରି ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ସୁପ୍ରିମକୋର୍ଟଙ୍କ ରାୟ ସ୍ବାଗତ କରିଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ପର୍କିତ ମାମଲା ଓଡ଼ିଶା ହାଇକୋର୍ଟକୁ ଆସୁଥିବାରୁ ଶୁଭ ସଙ୍କେତ। ଓଡ଼ିିଶା ହାଇକୋର୍ଟରେ ଏହି ମାମଲାର ବିଚାର ହେଲେ ପୁଙ୍ଖାନୁପୁଙ୍ଖ ତର୍ଜମା କରାଯାଇପାରିବ। ସୁପ୍ରିମକୋର୍ଟ ଏହି ମାମଲାର ବିଚାର ପାଇଁ ଓଡ଼ିିଶା ହାଇକୋର୍ଟଙ୍କୁ ଆଦେଶ ଦେଇଥିବା ସ୍ବାଗତଯୋଗ୍ୟ। ଆଗକୁ ସମସ୍ତେ ହାଇକୋର୍ଟରେ ପକ୍ଷ ହେବୁ ବୋଲି ପଟ୍ଟନାୟକ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ସୁପ୍ରିମକୋର୍ଟଙ୍କ ରାୟ ସମ୍ପର୍କରେ ସୂଚନା ଅଧିକାର କର୍ମୀ ଦିଲୀପ ବରାଳ କହିଛନ୍ତି, ଏହି ମାମଲାରେ ସୁପ୍ରିମକୋର୍ଟ ଏତେଶୀଘ୍ର ପୂର୍ଣ୍ଣଚ୍ଛେଦ ପକାଇବେ ବୋଲି ଭକ୍ତମାନେ ଆଶା କରି ନ ଥିଲେ। ଏହା ଲକ୍ଷ ଲକ୍ଷ ଜଗନାଥପ୍ରେମୀଙ୍କ ହୃଦୟକୁ ଆଘାତ ଦେଇଛି। ଆବେଦନକାରୀ ମୃଣାଳିନୀ ପାଢ଼ୀ ତାଙ୍କ ପିଟିଶନ୍‌ରେ ରତ୍ନଭଣ୍ଡାର ଚାବି ହଜିବା ନେଇ ତଦନ୍ତ, ଅଳଙ୍କାର ଗଣତି କରିବା ପାଇଁ ଅନୁରୋଧ କରିଥିଲେ। ଯଦି କୋର୍ଟ ଚାବି ହଜିବା ନେଇ ତଦନ୍ତ ଏବଂ ଅଳଙ୍କାର ଗଣତି ପାଇଁ ଅନୁମତି ଦେଇଥାନ୍ତେ ତାହାଲେ ରାଜ୍ୟ ସରକାରଙ୍କ ପ୍ରକୃତ ମୁଖା ଖୋଲିପାରିଥାନ୍ତା। ବାସ୍ତବରେ ଚାବି ହଜିଥିଲା କି ନାହିଁ ଏବଂ ଭିତର ରତ୍ନଭଣ୍ଡାରରେ ରତ୍ନ ଅଳଙ୍କାର ସୁରକ୍ଷିତ ଅଛି କି ନାହିଁ ତାହା ଲୋକଲୋଚନକୁ ଆସିପାରିଥାନ୍ତା। ମାତ୍ର ବର୍ତ୍ତମାନ ସମସ୍ତ ଘଟଣା ଅନ୍ଧାର ମଧ୍ୟରେ ରହିଗଲା। ଆଗାମୀ ଦିନରେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅପେକ୍ଷା। ଯଦି ହାଇକୋର୍ଟ ଚାବି ହଜିବା ରିପୋର୍ଟ ସାର୍ବଜନୀନ ଏବଂ ଅଳଙ୍କାର ଗଣତି ନେଇ ନିର୍ଦ୍ଦେଶ ଦିଅନ୍ତି ତେବେ ପ୍ରକୃତ ସତ୍ୟ ଲୋକ ଲୋଚନକୁ ଆସିପାରିବ। ତେବେ ସେ ଗତ ଏପ୍ରିଲରେ ରତ୍ନଭଣ୍ଡାର ଚାବି ହଜିବା ରିପୋର୍ଟ ସାର୍ବଜନୀନ, ଅଳଙ୍କାର ଗଣତିମଣତି ଏବଂ ରତ୍ନଭଣ୍ଡାର ମରାମତି ନେଇ ଗୋଟିଏ ଜନସ୍ବାର୍ଥ ମାମଲା ରୁଜୁ କରିଛନ୍ତି। ଏଥିମଧ୍ୟରୁ ରିପୋର୍ଟ ସାର୍ବଜନୀନ ମାମଲାକୁ କୋର୍ଟ ଗ୍ରହଣ କରିଛନ୍ତି। ଅନ୍ୟ ଦୁଇଟି ମାମଲାକୁ ଯଦି ହାଇକୋର୍ଟ ଗ୍ରହଣ କରନ୍ତି ତେବେ ଆଗାମୀ ଦିନରେ ପ୍ରକୃତ ଘଟଣା ଲୋକଲୋଚନକୁ ଆସିପାରିବ ବୋଲି ବରାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ମାନୀତ ହେଲେ ଓଡ଼ିଆ ପୁଅ ଯୁବ କବି ସୁନୀଲ, ଛୁଟୁଛି ଶୁଭେଚ୍ଛାର ସୁଅ

ଗଞ୍ଜାମ,୩।୮(ବିଦ୍ୟାଧର ସାହୁ ): ସାହିତ୍ୟ ସଂସଦ , ମାଲକାନଗିରି ଓଡ଼ିଶାର ସପ୍ତମ ପ୍ରତିଷ୍ଠା ଦିବସ ବ୍ରହ୍ମପୁର ସ୍ଥିତ ଗୋପାଳ କୃଷ୍ଣ ରଙ୍ଗ ମଞ୍ଚ, ଗୋସାଣୀ ନୂଆଁ ଗାଁ…

କରେଣ୍ଟ କଟିଲେ ଠପ ହୋଇଯାଉଛି ମୋବାଇଲ ସେବା

କେସିଙ୍ଗା,୩।୮,(ତୁମେଶ୍ୱର ସାହୁ): କଳାହାଣ୍ଡି ଜ଼ିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ସିରଜାପାଲି ଗ୍ରାମରେ ଥିବା ଜିଓ ଟାୱାର ବିଦ୍ୟୁତ ଚାଲିଗଲେ ଠପ ହୋଇଯାଉଛି । ଯାହାଦ୍ୱାରା ମୋବାଇଲ ସେବା…

ଆମ୍ବୁଲାନ୍ସ ଭିତରେ ସନ୍ତାନ ପ୍ରସବ କଲେ ମହିଳା, ଫାର୍ମାସିଷ୍ଟଙ୍କ ସାହସକୁ ଚାରିଆଡୁ ପ୍ରଶଂସା

ଗୁଣପୁର,୩ା୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ୧୦୮ ଆମ୍ବୁଲାନ୍ସର ଫାର୍ମାସିଷ୍ଟ ଯଶୋବନ୍ତ ନାୟକ ମହାନତା ଦେଖାଇ ଜଣେ ପ୍ରସୂତିଙ୍କ ସହ ଶିଶୁକନ୍ୟାର ଜୀବନ ବଞ୍ଚାଇଛନ୍ତି।…

ଶୌଚ ହେବାକୁ ଯାଇଥିଲେ ମହିଳା, ଟାଣିନେଲା କୁମ୍ଭୀର, ନଦୀକୂଳରେ ପଡ଼ିଛି…

କେନ୍ଦ୍ରାପଡ଼ା,୩ା୮: କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ସୋମବାର ସକାଳୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବ୍ରାହ୍ମଣୀ ନଦୀକୁ ଶୌଚ ହେବାକୁ ଯାଇଥିବାବେଳେ ଜଣେ ମହିଳାଙ୍କୁ କୁମ୍ଭୀର…

ଆଜି ଏହି ୬ ଜିଲାରେ ବିଜୁଳି ଘଡ଼ଘଡ଼ି ପ୍ରବଳ ବର୍ଷା, ସତର୍କ ସୂଚନା ଜାରି କରି ପାଣିପାଗ ବିଭାଗ କହିଲା…

ଭୁବନେଶ୍ୱର,୩ା୮: ରାଜ୍ୟରେ ବନ୍ୟା ସ୍ଥିତି ଜାରି ରହିଥିବାବେଳେ ବିପନ୍ନଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷରେ ଦୁଇଦିନ ହେବ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ତେବେ ସୋମବାରଠାରୁ…

ମୋଦି ସରକାରଙ୍କୁ ନେଇ ବଡ଼ କଥା କହିଲେ ତସଲିମା

କୋଲକାତା,୩।୮: ବାଂଲାଦେଶରୁ ବହିଷ୍କୃତ ଏବଂ ବର୍ତ୍ତମାନ ନୂଆଦିଲ୍ଲୀରେ ରହୁଥିବା ଲେଖିକା ତସଲିମା ନାସରିନ ବଙ୍ଗ ସରକାରଙ୍କ ପ୍ରଶଂସା କରିଛନ୍ତି ଏବଂ ତାଙ୍କର କୃତଜ୍ଞତା ପ୍ରକାଶ କରିଛନ୍ତି। ନାସରିନ…

Bankipur Bypoll Result 2026: ବାଙ୍କିପୁର ଉପନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ, ଫଳାଫଳ ପୂର୍ବରୁ ‘ଲଡୁ’ ତିଆରି କଲେଣି ଭାଜପା କର୍ମୀ

ପାଟନା,୩।୮: ପାଟନାର ବାଙ୍କିପୁର ବିଧାନସଭା ଆସନ ପାଇଁ ଗୁରୁବାର (୩୦ ଜୁଲାଇ, ୨୦୨୬) ଅନୁଷ୍ଠିତ ଉପନିର୍ବାଚନର ଫଳାଫଳ ଆଜି (ସୋମବାର) ଘୋଷଣା କରାଯିବ। ଏହି ଆସନ ପାଇଁ…

କବିତା ଆସରରେ ମାତୃଭାଷାର ବିକାଶ ପାଇଁ ଆହ୍ବାନ

ହାଟଡିହୀ,୨l୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଶାସଙ୍ଗ ପଞ୍ଚାୟତ ହାଇସ୍କୁଲ ପରିସରରେ ହାଟଡିହୀ ସାହିତ୍ୟ ଘର ପକ୍ଷରୁ ବର୍ଷାକାଳୀନ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ସଭାପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri