ଆମ ଜିଲା ଖବର

ରାଶନ ଚାଉଳ ବାଟମାରଣା ଅଭିଯୋଗ

ରାଉରକେଲା ଅଫିସ,୧୩।୫: ରାଉରକେଲା ଯୋଗାଣ ବିଭାଗ ଅଧୀନ ୧୫୦ କଣ୍ଟ୍ରୋଲ ଡିଲରଙ୍କ ଜରିଆରେ ଗରିବ ହିତାଧିକାରୀଙ୍କୁ ରାଶନ ସାମଗ୍ରୀ ବଣ୍ଟନ କରାଯାଉଛି। ଏଥିରେ ରାଉରକେଲାର ମୋଟ ୬୮ହଜାର ରାସନ କାର୍ଡଧାରୀ ସାମିଲ ହୋଇଛନ୍ତି। ଚାଉଳ ବଣ୍ଟନରେ ସ୍ବଚ୍ଛତା ଲାଗି ଯୋଗାଣ ବିଭାଗ…

ଡିକେଡିଏ, ଓପିଲିପି କର୍ମଚାରୀଙ୍କ ସମ୍ପୃକ୍ତି ନାହିଁ: ଅତିରିକ୍ତ ଜିଲାପାଳ

ବିଷମକଟକ,୧୩।୫(ଡି.ଏନ.ଏ.): ବିଷମକଟକ ବ୍ଲକ ନିୟମଗିରି ପାହାଡ଼ ପାଦଦେଶରେ ଥିବା ବାଲାପାଇ ଗ୍ରାମର ଟିମି ପୁଷିକାଙ୍କୁ ଓପିଲିପି ପ୍ରତାରଣା କରିଥିବା ନେଇ କୌଣସି ସତ୍ୟତା ନାହିଁ ବୋଲି ଶୁକ୍ରବାର ଅତିରିକ୍ତ ଜିଲାପାଳ ଧର୍ମାନନ୍ଦ ବେହେରା ସୂଚନା ଦେଇଛନ୍ତି। ଟିମି ଗୁରୁବାର ରାୟଗଡ଼ା ଯାଇ…

ଆମ୍ବ ତୋଳିବାକୁ ଯାଇ ହାତୀ ହାବୁଡରେ ପଡିଗଲେ ବୃଦ୍ଧ

ତିଗିରିଆ, ୧୩।୫ (ଡି.ଏନ.ଏ ): ତିଗିରିଆ ଥାନା ଅନ୍ତର୍ଗତ ଭେଜିଆ ଜଙ୍ଗଲ ନିକଟସ୍ଥ ବାରଘରିଆ ଆମ୍ବ ତୋଟାରେ ଶନିବାର ଆମ୍ବ ତୋଳିବା ପାଇଁ ଯାଇଥିବା ବୃଦ୍ଧଙ୍କୁ ଦଳି ଦେଲା ହାତୀ। ଏଭଳି ଘଟଣା ଭୋଗଡା ପଞ୍ଚାୟତ ଗୋକର୍ଣ୍ଣଖାଲ ଗ୍ରାମରେ ଘଟିଛି। ସେ…

ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ରାଷ୍ଟ୍ରୀୟ ପଛୁଆବର୍ଗ ମୋର୍ଚ୍ଚାର ଦାବିପତ୍ର

କୋରାପୁଟ, ୧୩।୫(ସ୍ବ.ପ୍ର.): ରାଷ୍ଟ୍ରୀୟ ପଛୁଆବର୍ଗ ମୋର୍ଚ୍ଚା କୋରାପୁଟ ଶାଖା ପକ୍ଷରୁ ଶୁକ୍ରବାର ଏକ ଦାବିପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ଅତିରିକ୍ତ ଜିଲାପାଳ ରାଜେନ୍ଦ୍ର ମାଝି ଦାବିପତ୍ର ଗ୍ରହଣ କରିଛନ୍ତି। ବର୍ତ୍ତମାନ ରାଜ୍ୟ ସରକାର ଯେଉଁ ଏସଇବିସିଙ୍କ ସ୍ଥିତି ସମ୍ପର୍କରେ ସର୍ଭେ…

ଇଚ୍ଛାପୁର ପଞ୍ଚାୟତ ହିତାଧିକାରୀଙ୍କୁ ମିଳିଲା ୪ ମାସର ଚାଉଳ

ଝରିଗାଁ,୧୩।୫(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଇଚ୍ଛାପୁର ପଞ୍ଚାୟତର ପ୍ରାୟ ୧୦ ଗ୍ରାମର ହିତାଧିକାରୀ ସାତ ମାସ ହେବ ପିଡ଼ିଏସ ଚାଉଳ ପାଇନଥିବା ନେଇ ଗୁରୁବାର ରାଜ୍ୟ ସ୍ବତନ୍ତ୍ର ବିକାଶ ପରିଷଦ ଉପଦେଷ୍ଟା ତଥା ନବରଙ୍ଗପୁର ପୂର୍ବତନ ଏମ୍‌ପି ପ୍ରଦୀପ ମାଝୀଙ୍କ…

କାଗଜକଳ ଅବସରପ୍ରାପ୍ତ ଶ୍ରମିକଙ୍କୁ ମିଳୁନି ହକ୍‌

ଜୟପୁର, ୧୩।୫(ନି.ପ୍ର.): କାଗଜକଳ ଅବସରପ୍ରାପ୍ତ ଶ୍ରମିକମାନେ ନାହିଁ ନ ଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କ ପ୍ରୋଭିଡେଣ୍ଟ ଫଣ୍ଡରେ ଲକ୍ଷ ଲକ୍ଷ ଟଙ୍କା ଅଛି, ଲକ୍ଷ ଲକ୍ଷ ଟଙ୍କା ଗ୍ରାଚ୍ୟୁଇଟି ପାଇବେ। କିନ୍ତୁ ତାହା ମିଳୁ ନ ଥିବାରୁ ଜୀବନର ଶେଷ…

ଉଚ୍ଛେଦ ହେଲା ପରିତ୍ୟକ୍ତ ସ୍କୁଲ ଗୃହ

ଅନୁଗୋଳ ଅଫିସ, ୧୩।୫: ଅନୁଗୋଳ ଶୈଳଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦର ସମ୍ମୁଖରେ ଥିବା ବଜାରପଡ଼ା ବିଦ୍ୟାଳୟର ପରିତ୍ୟକ୍ତ ଗୃହକୁ ଶୁକ୍ରବାର ଉଚ୍ଛେଦ କରାଯାଇଛି। ଉକ୍ତ ଜାଗାକୁ ପ୍ରଶାସନ ହାତକୁ ନେଇଛି। ସେଠାରେ ଖାଓ ଗଳି ପାଇଁ ପାର୍କିଂ ବ୍ୟବସ୍ଥା କରାଯିବାକୁ ଥିବାବେଳେ ସାଧାରଣ…

ଚନ୍ଦନଯାତ୍ରାରେ ୪୦ ହଜାର ଜନ ସମାଗମ

ବଇଣ୍ଡା, ୧୩।୫ (ଡି.ଏନ.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡର ପ୍ରସିଦ୍ଧ ବଇଣ୍ଡା ଚନ୍ଦନ ଯାତ୍ରା ଗୁରୁବାର ଠାରୁ ଆରମ୍ଭ ହୋଇଛି। ୪୬ ବର୍ଷରେ ପହଞ୍ଚିଥିବା ଏହି ଯାତ୍ରା ବେଶ୍‌ ଧୁମ୍‌ଧାମରେ ପାଳନ କରାଯାଉଛି। ଯାତ୍ରା କମିଟି ପକ୍ଷରୁ ଆୟୋଜିତ ଏହି ଯାତ୍ରାରେ…

‘ନିର୍ବାଚନ ପାଇଁ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କର’

ଢେଙ୍କାନାଳ ଅଫିସ,୧୩।୫: ଢେଙ୍କାନାଳ ଜିଲା ଭାଜପା କାର୍ଯ୍ୟାଳୟରେ ଶୁକ୍ରବାର ଲୋକ ସଭା ଭାଜପା ପ୍ରବାସ ଯୋଜନାର କୋର୍‌ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏଥିରେ ଯୋଗଦେଇ ଲୋକ ସଭା ନିର୍ବାଚନମଣ୍ଡଳୀ ଅଧୀନ ୭ ବିଧାନସଭା…

ଯୋରନ୍ଦା ହେବ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀ

ଢେଙ୍କାନାଳ ଅଫିସ, ୧୩।୫: ବିଶ୍ୱପ୍ରସିଦ୍ଧ ମହିମା ଧର୍ମପୀଠ ଯୋରନ୍ଦାରେ ବଳ୍କଳଧାରୀ ଏବଂ କୌପୀନଧାରୀ ସନ୍ନ୍ୟାସୀ ଗୋଷ୍ଠୀ ମଧ୍ୟରେ ଦୀର୍ଘ ୧୩୦ବର୍ଷ ଧରି ଲାଗି ରହିଥିବା ବିବାଦର ଅନ୍ତ ଘଟିଛି। ଏହାପରେ ଯୋରନ୍ଦା ମହିମାଗାଦିକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବା ଲାଗି ରାଜ୍ୟ…

ସିଡିପିଓ ଅଫିସରେ ତାଲା ପକାଇଲେ ଏସ୍‌ଏଚ୍‌ଜି ମହିଳା

ବସ୍ତା,୧୩।୫(ଡି ଏନ ଏ ): ବସ୍ତା ସିଡିପିଓ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର ଶତାଧିକ ସ୍ବୟଂ ସହାୟକ ଗୋଷ୍ଠୀ ମହିଳା ଉପସ୍ଥିତ ହୋଇ ସିଡିପିଓଙ୍କ କାର୍ଯ୍ୟାଳୟକୁ ତାଲା ପକାଇବା ସହିତ ସିଡିପିଓଙ୍କ ବଦଳି ଦାବି କରି ବିକ୍ଷୋଭ କରିଥିଲେ। ଫଳରେ କାର୍ଯ୍ୟାଳୟ ଭିତରେ…

ପ୍ରଥମ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ

ଝାରସୁଗୁଡା ଅଫିସ,୧୩।୫: ଝାରସୁଗୁଡା ଉପନିର୍ବାଚନ ପାଇଁ ଆଜି ସକାଳ ୮ଟାରୁ କଡ଼ା ସୁରକ୍ଷା ମଧ୍ୟରେ ଭୋଟ ଗଣତି ଆରମ୍ଭ ହୋଇଯାଇଛି। ୮ଟାରୁ ପ୍ରଥମେ ପୋଷ୍ଟାଲ ବାଲଟ ଗଣତି କରାଯାଇଥିଲା। ସାଢ଼େ ୮ଟାରୁ ଇଭିଏମ ଭୋଟ ଗଣତି କରାଯାଉଛି। ତେବେ ପ୍ରଥମ ରାଉଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?