Odisha Elections 2024

ଚନ୍ଦନଯାତ୍ରାରେ ୪୦ ହଜାର ଜନ ସମାଗମ

ବଇଣ୍ଡା, ୧୩।୫ (ଡି.ଏନ.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡର ପ୍ରସିଦ୍ଧ ବଇଣ୍ଡା ଚନ୍ଦନ ଯାତ୍ରା ଗୁରୁବାର ଠାରୁ ଆରମ୍ଭ ହୋଇଛି। ୪୬ ବର୍ଷରେ ପହଞ୍ଚିଥିବା ଏହି ଯାତ୍ରା ବେଶ୍‌ ଧୁମ୍‌ଧାମରେ ପାଳନ କରାଯାଉଛି। ଯାତ୍ରା କମିଟି ପକ୍ଷରୁ ଆୟୋଜିତ ଏହି ଯାତ୍ରାରେ ଚଳିତ ବର୍ଷ ୪୦ ହଜାରରୁ ଅଧିକ ଲୋକଙ୍କ ସମାଗମ ହୋଇଛି। ପ୍ରଥମେ ପ୍ରଭୁ ରାଧାକୃଷ୍ଣଙ୍କୁ ସୁସଜ୍ଜିତ ବିମାନରେ ବସାଇ ରାଧାକୃଷ୍ଣ ମନ୍ଦିରରୁ ଯାତ୍ରା ପଡିଆକୁ ଅଣା ଯାଇଥିଲା। ସେଠାରେ ଯଥାରୀତିରେ ପୂଜା କରାଯିବା ପରେ ଚନ୍ଦନନଗରକୁ ନିଆଯାଇଥିଲା। ରାତି ୧ଟା ବେଳେ ଏକ ବିରାଟ ଶୋଭାଯାତ୍ରାରେ ସେଠାରୁ ଅଣାଯାଇ ଗ୍ରାମ ପରିକ୍ରମା କରାଯାଇଥିଲା। ବାଜା, ବାଣ ସହ ସାଉଣ୍ଡର ତାଳେ ତାଳେ ପ୍ରଭୁଙ୍କୁ ନଗର ପରିକ୍ରମା କରାଯାଇଥିଲା। ଶୋଭାଯାତ୍ରାରେ ଲଉଡି ଖେଳ, ଘୋଡାନାଚ, ଘଣ୍ଟବାଦ୍ୟ ପରିବେଷଣ ହୋଇଥିଲା। ପରେ ପ୍ରଭୁଙ୍କୁ ଗ୍ରାମ ଚନ୍ଦନ ପୋଖରୀକୁ ନିଆଯାଇ ନୌକା ବିହାର କରାଯାଇଥିଲା। ଏଥିସହ ଆତସବାଜି ପ୍ରଦର୍ଶନ କରାଯାଇଥିଲା। ଯାତ୍ରା ପଡିଆରେ ବିଭିନ୍ନ ପ୍ରକାର ଦୋଳି ପଡିଥିବା ବେଳେ ମିନା ବଜାରରେ ପ୍ରବଳ ଭିଡ଼ ଜମୁଛି। ଉପଖଣ୍ଡରେ ଏହି ଯାତ୍ରା ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ ବହୁ ଜନସମାଗମ ହେଉଛି। ଏପରିକି ଯାତ୍ରା ପଡିଆରେ ନାହିଁ ନ ଥିବା ଭିଡ଼ ଦେଖିବାକୁ ମିଳୁଛି। ବଇଣ୍ଡା ଛକ ଆଲୋକମାଳାରେ ଝଲସିଉଠୁଛି। ଦର୍ଶକଙ୍କ ମନୋରଞ୍ଜନ ପାଇଁ ୨ଟି ସ୍ଥାନରେ ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବଇଣ୍ଡା ସାମ୍ବାଦିକ ସଂଘ ପକ୍ଷରୁ ପାନୀୟ ଜଳ ବ୍ୟବସ୍ଥା କରାଯାଇଥିବା ବେଳେ ସୂଚନା ଭବନ ଖୋଲାଯାଇଥିଲା। ହଣ୍ଡପା ପୋଲିସ ପକ୍ଷରୁ ୫ ଜଣ ମଦ୍ୟପଙ୍କୁ କାବୁ କରାଯାଇଥିଲା। ଶାନ୍ତି ଶୃଙ୍ଖଳା ପାଇଁ ଅନୁଗୋଳ ଅତିରିକ୍ତ ଏସ୍‌ପି ପି.ସି.ଏଚ୍‌ ପ୍ରାଣିଗ୍ରାହୀ, ଆଠମଲ୍ଲିକ ଏସ୍‌ଡିପିଓ ବାଳକୃଷ୍ଣ କଅଁର, ହଣ୍ଡପା ଆଇଆଇସି ନମିତା ନାୟକ, କିଶୋରନଗର ଆଇଆଇସି ଲବ ବୋଡା, ୭ ଜଣ ଅଫିସରଙ୍କ ସମେତ ୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା। ଯାତ୍ରା କମିଟିର ଜିତେନ୍ଦ୍ର ବେହେରା, ପ୍ରତାପ ପ୍ରଧାନ, ମାନସ କୁମାର ସାହୁ, ରାଜ କୁମାର ଅଗ୍ରୱାଲା, ଅରବିନ୍ଦ ସାହୁ, ଅନ୍ତର୍ଯ୍ୟାମୀ ବେହେରା, ଲକ୍ଷ୍ମୀଧର ବେହେରା, ଗିରୀଶ ବେହେରା, ଦୀପକ ଟିବ୍ରୁୱାଲାଙ୍କ ସମେତ ଗ୍ରାମବାସୀ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆୟୁଷ ଡାକ୍ତରରେ ଚାଲିଛି ସ୍ବାସ୍ଥ୍ୟସେବା

ଭଦ୍ରକ,୧୮ା୫(ସନାତନ ରାଉତ): ଭଦ୍ରକ ଜିଲା ବନ୍ତ ବ୍ଲକର ଆଗରପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ ଅଡ଼ାଳପଙ୍କ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘଦିନ ଧରି ଆୟୁଷ ଡାକ୍ତରରେ ସ୍ବାସ୍ଥ୍ୟସେବା ଚାଲିଛି।...

ଜାମୁସାହିରେ ପାଣି ପାଇଁ ହାହାକାର

ଓଡ଼ଗାଁ,୧୮ା୫(ଆଦର୍ଶ କୁମାର ପଟ୍ଟନାୟକ): କିଛିଦିନ ତଳେ ପାଣି ଯୋଗାଣକୁ ନେଇ ରଙ୍ଗଣିପାଟଣା ପଞ୍ଚାୟତ ଜାମୁସାହି ଗ୍ରାମବାସୀ ବିଦ୍ୟୁତ୍‌ କାର୍ଯ୍ୟାଳୟ ଘେରାଉ କରି ଲାଇନ୍‌ ସଂଯୋଗ ପାଇଁ...

ଦୁର୍ଦ୍ଦଶାରେ ଡେରାବିଶ ଆଦର୍ଶ ବିଦ୍ୟାଳୟ

ଡେରାବିଶ, ୧୮ା୫(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡା ଜିଲା ଅନ୍ତର୍ଗତ ଡେରାବିଶ ବ୍ଲକ କୁରୁଜଙ୍ଗାଠାରେ ପ୍ରତିଷ୍ଠା ହୋଇଥିବା ଆଦର୍ଶ ବିଦ୍ୟାଳୟର ଦୁର୍ଦ୍ଦଶାର ଅନ୍ତ ଘଟୁନାହିଁ। ୨୦୨୨ ମସିହାରେ...

ଟଙ୍କା ଭର୍ତ୍ତି ମନିପର୍ସ ଫେରାଇଲେ ମହିଳା

ରଘୁନାଥପୁର,୧୮ା୫(ରାଜେନ୍ଦ୍ର ନାରାୟଣ ସିଂହ):ପାଇଥିବା ମନିପର୍ସ ଫେରାଇ ସଚ୍ଚୋଟ ପଣିଆର ପରିଚୟ ଦେଇଛନ୍ତି ଜଣେ ମହିଳା। ସେ ହେଲେ ରଘୁନାଥପୁର ବ୍ଲକ ବିଦ୍ୟାଧରପୁର ଗ୍ରାମର ଅହମ୍ମଦ ରାଜା...

୮୬୭ ବୁଥ୍‌ରେ ହେବ ୱେବ୍‌କାଷ୍ଟିଂ

କେନ୍ଦ୍ରାପଡ଼ା,୧୮ା୫(ଜଗନ୍ନାଥ ଧଳ): ଜୁନ୍‌ ୧ରେ ସାଧାରଣ ନିର୍ବାଚନର ମତଦାନ ପାଇଁ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି। ମୋଟ୍‌ ୧୪୪୫ ମଧ୍ୟରୁ...

ଦୋକାନ ଭିତରେ ପଶିଗଲା ବରଯାତ୍ରୀଙ୍କୁ ଧରି ଫେରୁଥିବା ଗାଡ଼ି

ଭବାନୀପାଟଣା,୧୮।୫(ଉତ୍ତମ କୁମାର ଦାଶ): ସଟର ଭାଙ୍ଗି ଦୋକାନ ଭିତରକୁ ପଶିଗଲା ସ୍କର୍ପିଓ। ଶୁକ୍ରବାର ବିଳମ୍ବିତ ରାତିରେ କଳାହାଣ୍ଡି ଜିଲା ଧର୍ମଗଡଠାରେ ଦ୍ରୁତ ଗତିରେ ବରଯାତ୍ରୀଙ୍କୁ ଧରି...

ହୋଟେଲ ରୁମ୍‌ରେ ପୋଲିସ କନ୍‌ଷ୍ଟେବଲଙ୍କୁ ହତ୍ୟା

ବଲାଙ୍ଗୀର,୧୮।୫(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ସହର ରେଲୱେ ଷ୍ଟେଶନ୍‌ ନିକଟ ଏକ ହୋଟେଲ ରୁମ୍‌ରୁ ଜଣେ ବ୍ୟକ୍ତିଙ୍କ ହାତମୁହଁ ବନ୍ଧା ମୃତଦେହ ପୋଲିସ ଉଦ୍ଧାର କରରଯାଇଛି।...

‘୬ଷ୍ଠ ଥର ନବୀନ ମୁଖ୍ୟମନ୍ତ୍ରୀ ହେଲେ ଜମିଜମା ସମସ୍ୟାର ସମାଧାନ କରାଯିବ’

ଜଟଣୀ,୧୮ା୫(ରବୀନ୍ଦ୍ରନାଥ ମହାକୁଡ଼): ଓଡ଼ିଶାରେ ୬ଷ୍ଠ ଥର ପାଇଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେଲେ ଜଟଣୀରେ ରହିଥିବା ଜମିଜମା ସମସ୍ୟାର ସମାଧାନ କରାଯିବ। ସମସ୍ତ ଏସ୍‌ଏଚ୍‌ଜି ମହିଳାଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri