ଚନ୍ଦନଯାତ୍ରାରେ ୪୦ ହଜାର ଜନ ସମାଗମ

ବଇଣ୍ଡା, ୧୩।୫ (ଡି.ଏନ.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡର ପ୍ରସିଦ୍ଧ ବଇଣ୍ଡା ଚନ୍ଦନ ଯାତ୍ରା ଗୁରୁବାର ଠାରୁ ଆରମ୍ଭ ହୋଇଛି। ୪୬ ବର୍ଷରେ ପହଞ୍ଚିଥିବା ଏହି ଯାତ୍ରା ବେଶ୍‌ ଧୁମ୍‌ଧାମରେ ପାଳନ କରାଯାଉଛି। ଯାତ୍ରା କମିଟି ପକ୍ଷରୁ ଆୟୋଜିତ ଏହି ଯାତ୍ରାରେ ଚଳିତ ବର୍ଷ ୪୦ ହଜାରରୁ ଅଧିକ ଲୋକଙ୍କ ସମାଗମ ହୋଇଛି। ପ୍ରଥମେ ପ୍ରଭୁ ରାଧାକୃଷ୍ଣଙ୍କୁ ସୁସଜ୍ଜିତ ବିମାନରେ ବସାଇ ରାଧାକୃଷ୍ଣ ମନ୍ଦିରରୁ ଯାତ୍ରା ପଡିଆକୁ ଅଣା ଯାଇଥିଲା। ସେଠାରେ ଯଥାରୀତିରେ ପୂଜା କରାଯିବା ପରେ ଚନ୍ଦନନଗରକୁ ନିଆଯାଇଥିଲା। ରାତି ୧ଟା ବେଳେ ଏକ ବିରାଟ ଶୋଭାଯାତ୍ରାରେ ସେଠାରୁ ଅଣାଯାଇ ଗ୍ରାମ ପରିକ୍ରମା କରାଯାଇଥିଲା। ବାଜା, ବାଣ ସହ ସାଉଣ୍ଡର ତାଳେ ତାଳେ ପ୍ରଭୁଙ୍କୁ ନଗର ପରିକ୍ରମା କରାଯାଇଥିଲା। ଶୋଭାଯାତ୍ରାରେ ଲଉଡି ଖେଳ, ଘୋଡାନାଚ, ଘଣ୍ଟବାଦ୍ୟ ପରିବେଷଣ ହୋଇଥିଲା। ପରେ ପ୍ରଭୁଙ୍କୁ ଗ୍ରାମ ଚନ୍ଦନ ପୋଖରୀକୁ ନିଆଯାଇ ନୌକା ବିହାର କରାଯାଇଥିଲା। ଏଥିସହ ଆତସବାଜି ପ୍ରଦର୍ଶନ କରାଯାଇଥିଲା। ଯାତ୍ରା ପଡିଆରେ ବିଭିନ୍ନ ପ୍ରକାର ଦୋଳି ପଡିଥିବା ବେଳେ ମିନା ବଜାରରେ ପ୍ରବଳ ଭିଡ଼ ଜମୁଛି। ଉପଖଣ୍ଡରେ ଏହି ଯାତ୍ରା ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ ବହୁ ଜନସମାଗମ ହେଉଛି। ଏପରିକି ଯାତ୍ରା ପଡିଆରେ ନାହିଁ ନ ଥିବା ଭିଡ଼ ଦେଖିବାକୁ ମିଳୁଛି। ବଇଣ୍ଡା ଛକ ଆଲୋକମାଳାରେ ଝଲସିଉଠୁଛି। ଦର୍ଶକଙ୍କ ମନୋରଞ୍ଜନ ପାଇଁ ୨ଟି ସ୍ଥାନରେ ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବଇଣ୍ଡା ସାମ୍ବାଦିକ ସଂଘ ପକ୍ଷରୁ ପାନୀୟ ଜଳ ବ୍ୟବସ୍ଥା କରାଯାଇଥିବା ବେଳେ ସୂଚନା ଭବନ ଖୋଲାଯାଇଥିଲା। ହଣ୍ଡପା ପୋଲିସ ପକ୍ଷରୁ ୫ ଜଣ ମଦ୍ୟପଙ୍କୁ କାବୁ କରାଯାଇଥିଲା। ଶାନ୍ତି ଶୃଙ୍ଖଳା ପାଇଁ ଅନୁଗୋଳ ଅତିରିକ୍ତ ଏସ୍‌ପି ପି.ସି.ଏଚ୍‌ ପ୍ରାଣିଗ୍ରାହୀ, ଆଠମଲ୍ଲିକ ଏସ୍‌ଡିପିଓ ବାଳକୃଷ୍ଣ କଅଁର, ହଣ୍ଡପା ଆଇଆଇସି ନମିତା ନାୟକ, କିଶୋରନଗର ଆଇଆଇସି ଲବ ବୋଡା, ୭ ଜଣ ଅଫିସରଙ୍କ ସମେତ ୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା। ଯାତ୍ରା କମିଟିର ଜିତେନ୍ଦ୍ର ବେହେରା, ପ୍ରତାପ ପ୍ରଧାନ, ମାନସ କୁମାର ସାହୁ, ରାଜ କୁମାର ଅଗ୍ରୱାଲା, ଅରବିନ୍ଦ ସାହୁ, ଅନ୍ତର୍ଯ୍ୟାମୀ ବେହେରା, ଲକ୍ଷ୍ମୀଧର ବେହେରା, ଗିରୀଶ ବେହେରା, ଦୀପକ ଟିବ୍ରୁୱାଲାଙ୍କ ସମେତ ଗ୍ରାମବାସୀ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri