ରାଶନ ଚାଉଳ ବାଟମାରଣା ଅଭିଯୋଗ

ରାଉରକେଲା ଅଫିସ,୧୩।୫: ରାଉରକେଲା ଯୋଗାଣ ବିଭାଗ ଅଧୀନ ୧୫୦ କଣ୍ଟ୍ରୋଲ ଡିଲରଙ୍କ ଜରିଆରେ ଗରିବ ହିତାଧିକାରୀଙ୍କୁ ରାଶନ ସାମଗ୍ରୀ ବଣ୍ଟନ କରାଯାଉଛି। ଏଥିରେ ରାଉରକେଲାର ମୋଟ ୬୮ହଜାର ରାସନ କାର୍ଡଧାରୀ ସାମିଲ ହୋଇଛନ୍ତି। ଚାଉଳ ବଣ୍ଟନରେ ସ୍ବଚ୍ଛତା ଲାଗି ଯୋଗାଣ ବିଭାଗ ତରଫରୁ ମୋବାଇଲ ଲିଙ୍କ୍‌ ଓ ବାୟୋମେଟ୍ରିକ ବ୍ୟବସ୍ଥା ମଧ୍ୟ କରାଯାଇଛି। ଏତେସବୁ ବ୍ୟବସ୍ଥା ପରେ ମଧ୍ୟ ଚାଉଳ ହରିଲୁଟ୍‌ କରାଯାଉଥିବା ଜିଲା ଭାଜପା ସଭାନେତ୍ରୀ ଲତିକା ପଟ୍ଟନାୟକ ଅତିରିକ୍ତ ଜିଲାପାଳ ଶୁଭଙ୍କର ମହାପାତ୍ରଙ୍କ ନିକଟରେ ଅଭିଯୋଗ କରିଛନ୍ତି।
ମହାପାତ୍ର ଅଭିଯୋଗରେ ଦର୍ଶାଇଛନ୍ତି, ଚଳିତ ମାସରେ ହିତାଧିକାରୀଙ୍କୁ ଏକକାଳୀନ ୩ମାସର ଚାଉଳ ବଣ୍ଟନ ପାଇଁ ଆଲଟମେଣ୍ଟ କରାଯାଇଛି। ଏନ୍‌ଏଫ୍‌ଏସ୍‌ଏସ୍‌ରେ ଏପ୍ରିଲରେ ୧୦ହଜାର ୩୯୪ କୁଇଣ୍ଟାଲ ୬କେଜି, ମେ ମାସରେ ୧୧ହଜାର ୭୦୪ କୁଇଣ୍ଟାଲ ୯୨ କେଜି ଏବଂ ଜୁନ୍‌ ମାସରେ ୧୧ହଜାର ୭୦୫ କୁଇଣ୍ଟାଲ ୮୫ କେଜି ଚାଉଳ ଡିଲରଙ୍କ ପାଖକୁ ଆସିଛି। ସେହିପରି ଏସ୍‌ଏଫ୍‌ଏସ୍‌ଏସ୍‌ ଯୋଜନାରେ ଏପ୍ରିଲ ମାସରେ ୨୯୬ କୁଇଣ୍ଟାଲ ୭୨କେଜି, ମେ ମାସରେ ୪୨୩ କୁଇଣ୍ଟାଲ ୩୭କେଜି ଓ ଜୁନ୍‌ ମାସରେ ୪୪୮ କୁଇଣ୍ଟାଲ ୩୪କେଜି ଜାଉଳ ଆଲଟ୍‌ କରାଯାଇଛି। ତେବେ ଡିଲରମାନେ ୩ ମାସର ଚାଉଳ ଉଠାଇଥିଲେ ମଧ୍ୟ କାର୍ଡଧାରୀଙ୍କୁ ୨ମାସର ବଣ୍ଟନ କରିଥିବା ଭାଜପା ସଭାନେତ୍ରୀ ଅଭିଯୋଗ କରିଛନ୍ତି। ଅନ୍ୟପଟେ ସରକାରୀ ରେକର୍ଡରେ ଡିଲରମାନେ ୩ ମାସର ଚାଉଳ ପ୍ରଦାନ କରିଥିବା ଦର୍ଶାଉଛନ୍ତି। ସେକ୍ଟର ଅଞ୍ଚଳର କିଛି କଣ୍ଟ୍ରୋଲ ଡିଲର ଓ ଏସ୍‌ଏଚ୍‌ଜି ଏଭଳି ଠକେଇରେ ସମ୍ପୃକ୍ତ ରହିଥିବା ସେ ଉଲ୍ଲେଖ କରିଛନ୍ତି। ଆଗାମୀ ସମୟରେ ଯେମିତି ଗରିବ ଲୋକଙ୍କ ଚାଉଳ ହରିଲୁଟ୍‌ ନ ହୁଏ ସେ ଦିଗରେ ରାଉରକେଲା ଯୋଗାଣ ବିଭାଗ ପଦକ୍ଷେପ ନେବାକୁ ଦାବି ହେଉଛି। ଏ ନେଇ ରାଉରକେଲା ମହାନଗର ନିଗମ ଯୋଗାଣ ବିଭାଗ ଇନ୍ସପେକ୍ଟର ଲିପ୍‌ସା ମହାପାତ୍ରଙ୍କୁ ପଚାରିବାରୁ ସେ କହିଥିଲେ, ତିନିମାସର ଆଲଟମେଣ୍ଟ ସମସ୍ତ ରାସନ କାର୍ଡଧିକାରୀଙ୍କୁ ବଣ୍ଟନ କରାଯାଇଛି। ଆମେ ପ୍ରତି ମାସରେ କଣ୍ଟ୍ରୋଲ କେନ୍ଦ୍ର ଯାଞ୍ଚ କରୁଛୁ। କୌଣସି ପ୍ରକାରର ଚଞ୍ଚକତା ଆମ ନଜରକୁ ଆସିନାହିଁ ବୋଲି ସେ କହିଥିଲେ। ସେହିପରି ରାଉରକେଲା ଅତିରିକ୍ତ ଯୋଗାଣ ଅଧିକାରୀ ଶ୍ରୀନିବାସ ସାହୁଙ୍କୁ ପଚାରିବାରୁ ସେ କହିଲେ, ଏଭଳି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ନିର୍ଦ୍ଦିଷ୍ଟ ଭାବେ ତଥ୍ୟ ଦେଲେ ତୁରନ୍ତ ଆଇନଗତ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?