ଡିକେଡିଏ, ଓପିଲିପି କର୍ମଚାରୀଙ୍କ ସମ୍ପୃକ୍ତି ନାହିଁ: ଅତିରିକ୍ତ ଜିଲାପାଳ

ବିଷମକଟକ,୧୩।୫(ଡି.ଏନ.ଏ.): ବିଷମକଟକ ବ୍ଲକ ନିୟମଗିରି ପାହାଡ଼ ପାଦଦେଶରେ ଥିବା ବାଲାପାଇ ଗ୍ରାମର ଟିମି ପୁଷିକାଙ୍କୁ ଓପିଲିପି ପ୍ରତାରଣା କରିଥିବା ନେଇ କୌଣସି ସତ୍ୟତା ନାହିଁ ବୋଲି ଶୁକ୍ରବାର ଅତିରିକ୍ତ ଜିଲାପାଳ ଧର୍ମାନନ୍ଦ ବେହେରା ସୂଚନା ଦେଇଛନ୍ତି।
ଟିମି ଗୁରୁବାର ରାୟଗଡ଼ା ଯାଇ ଅତିରିକ୍ତ ଜିଲାପାଳ ବେହେରାଙ୍କୁ ଓଡ଼ିଶା ଆଦିବାସୀ ଜନଜାତି ସଶକ୍ତୀକରଣ ଓ ଜୀବିକା ଉନ୍ନତୀକରଣ (ଓପିଲିପି) ସଂସ୍ଥା ବିରୋଧରେ ଅଭିଯୋଗ କରିଥିଲେ। ଶୁକ୍ରବାର ବ୍ଲକରେ ଏମଜିଏନଆରଇଜିଏସର ଜନଶୁଣାଣି କାର୍ଯ୍ୟକ୍ରମରେ କିଞ୍ଜାମଯୋଡି ଗ୍ରାମ ଓପିଲିପି ସଂସ୍ଥାର ସଭାପତି ଓ ଅନ୍ୟାନ୍ୟ ସଦସ୍ୟଙ୍କ ସହିତ ଗ୍ରାମବାସୀ ଆସି ଟିମିଙ୍କ ଅଭିଯୋଗ ମିଛ ବୋଲି ଅତିରିକ୍ତ ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇଥିଲେ। ଏହାକୁ ଭିତ୍ତିକରି ଅତିରିକ୍ତ ଜିଲାପାଳ ଓ ବିଷମ କଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଦାଶିବ ନାୟକ, ଅଧ୍ୟକ୍ଷ ଯଶୋଦା ହୁଇକ, ଉପାଧ୍ୟକ୍ଷ ଦେବୀ ପ୍ରସାଦ ପଟ୍ଟନାୟକ ବାଲାପାଇ ଗ୍ରାମକୁ ଯାଇ ଟିମିଙ୍କୁ ଭେଟିଥିଲେ। ଟିମି କହିଥିଲେ ରାୟଗଡ଼ାର ୩ଜଣ ଗଣମାଧ୍ୟମ ପ୍ରତିନିଧି ବାଧ୍ୟ କରି ଓପିଲିପି ନାଁରେ ମିଥ୍ୟା ଅଭିଯୋଗ କରିବା ପାଇଁ କହିଥିଲେ। ଆଳୁ ବିହନ ଓ ଟଙ୍କା ପ୍ରଲୋଭନ ଦେଖାଇ ଓପିଲିପି ସଂସ୍ଥା ବିରୋଧରେ ମୋ ଦ୍ୱାରା କୁହାଇଛନ୍ତି। ସେ ଗ୍ରାମର ବାରିକଙ୍କ ଠାରୁ ବେଳେ ଧାର ନେଇଥାନ୍ତି । କିନ୍ତୁ ଓପିଲିପିର କୌଣସି କର୍ମଚାରୀଙ୍କୁ କେବେ ଲାଞ୍ଚ ଦେଇନାହାନ୍ତି କି ତାଙ୍କୁ କେହି ଲାଞ୍ଚ ମାଗିନାହାନ୍ତି ବୋଲି କହିଥିଲେ। ଟିମିଙ୍କ ଅଭିଯୋଗ ପଛରେ ଓପିଲିପି ସଂସ୍ଥାର କୌଣସି କର୍ମଚାରୀ ସମ୍ପୃକ୍ତି ନାହିଁ । କେତେଜଣ ସାମ୍ବାଦିକ ତାଙ୍କୁ ଏଭଳି ପ୍ରବର୍ତାଇଥିବା ଅତିରିକ୍ତ ଜିଲାପାଳ ଧର୍ମାନନ୍ଦ ବେହେରା ସୂଚନା ଦେଇଛନ୍ତି ।
ଓପିଲିପି ସଂସ୍ଥା ଦ୍ୱାରା ଅଞ୍ଚଳରେ ବିଭିନ୍ନ ପ୍ରକାର ଉନ୍ନୟନମୂଳକ କାର୍ଯ୍ୟକ୍ରମ ହୋଇଛିା ଯାହାଦ୍ୱାରା ଅଞ୍ଚଳବାସୀଙ୍କର ଆର୍ଥିକ ଓ ସାମାଜିକ ବିକାଶ ହୋଇଛି । ଏଣୁ ଓପିଲିପି ସଂସ୍ଥା ନାମରେ ଅଯଥା ମିଥ୍ୟା ଅଭିଯୋଗ କରିବାକୁ ଯଦି ଆଗାମୀ ଦିନରେ କୌଣସି ସାମ୍ବାଦିକ ପ୍ରବର୍ତ୍ତାଇବାକୁ ଚେଷ୍ଟା କରନ୍ତି ତା’ହେଲେ ସେମାନଙ୍କୁ ଅଞ୍ଚଳରେ ପୁରାଇଦେବୁ ନାହିଁ ବୋଲି କିଞ୍ଜାମଯୋଡିବାସୀ କହିଛନ୍ତି । ଜନଶୁଣାଣିରେ ଅଭିଯୋଗ ପତ୍ର ପ୍ରଦାନ ସମୟରେ ଡମ୍ପ ପୁଷିକା, ଜଟିଆ ପି ଓ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?