କାଗଜକଳ ଅବସରପ୍ରାପ୍ତ ଶ୍ରମିକଙ୍କୁ ମିଳୁନି ହକ୍‌

ଜୟପୁର, ୧୩।୫(ନି.ପ୍ର.): କାଗଜକଳ ଅବସରପ୍ରାପ୍ତ ଶ୍ରମିକମାନେ ନାହିଁ ନ ଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କ ପ୍ରୋଭିଡେଣ୍ଟ ଫଣ୍ଡରେ ଲକ୍ଷ ଲକ୍ଷ ଟଙ୍କା ଅଛି, ଲକ୍ଷ ଲକ୍ଷ ଟଙ୍କା ଗ୍ରାଚ୍ୟୁଇଟି ପାଇବେ। କିନ୍ତୁ ତାହା ମିଳୁ ନ ଥିବାରୁ ଜୀବନର ଶେଷ ସମୟରେ ରୋଗରେ ପଡ଼ିଲେ ଚିକିତ୍ସା ପାଇଁ ଘର, ସୁନାଗହଣା ଆଦି ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଏହା ମଧ୍ୟରେ ୩୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଗଲାଣି। ବର୍ତ୍ତମାନ କାଗଜକଳ ଅବସରପ୍ରାପ୍ତ ଶ୍ରମିକ ଯୁଧିଷ୍ଠିର ସ୍ବାଇଁ ହୃଦ୍‌ଘାତ ଯୋଗୁ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଛନ୍ତି। ତାଙ୍କର ପ୍ରୋଭିଡେଣ୍ଟ ଫଣ୍ଡରେ ପ୍ରାୟ ୫ ଲକ୍ଷ ଟଙ୍କା ଅଛି। କାଗଜକଳ ଫାଉଣ୍ଡେଶନ ବେଳରୁ କାମ କରୁଛନ୍ତି। ଗ୍ରାଚ୍ୟୁଇଟି ପ୍ରାୟ ୪ ଲକ୍ଷ ଟଙ୍କା ପାଇବେ। କିନ୍ତୁ ବର୍ତ୍ତମାନ ମେଡିକାଲ୍‌ ଖର୍ଚ୍ଚ ପାଇଁ ଘରବାଡ଼ି ସୁନା ରୁପା ବିକ୍ରି କରିବାକୁ ପଡ଼ୁଛି। ମ୍ୟାନେଜମେଣ୍ଟକୁ ଗୁହାରି କରିବାରୁ ମାତ୍ର ୧୫ ହଜାର ଟଙ୍କା ଦେଲେ।
କାରଖାନା ଚାଲିଛି। କାଗଜ ଉତ୍ପାଦନ ହେଉଛି, ବିକ୍ରି ହେଉଛି। ଅବସରପ୍ରାପ୍ତ ଶ୍ରମିକଙ୍କୁ ପୁନଃ ନିଯୁକ୍ତି ଦିଆଯାଉଛି ବୋଲି ମ୍ୟାନେଜମେଣ୍ଟ କହୁଛି। କିନ୍ତୁ ଏବେ ବି ୭୦ ରୁ ଊର୍ଦ୍ଧ୍ୱ ଅବସରପ୍ରାପ୍ତ ଶ୍ରମିକଙ୍କୁ ନିଯୁକ୍ତି ମିଳିନାହିଁ। ଜଣେ ଶ୍ରମିକ ହୃଦ୍‌ଘାତରେ ଆଜି ପର୍ଯ୍ୟନ୍ତ କୋମାରେ ଅଛନ୍ତି। କାଳିଆ ଗାଁର ଧୋବୁଲୁ ବାଘ କିଡ୍‌ନୀ ରୋଗରେ ପୀଡ଼ିତ। ପ୍ରୋଭିଡେଣ୍ଟ ଫଣ୍ଡ୍‌ କଲିକତା ଟ୍ରଷ୍ଟରୁ ବ୍ରହ୍ମପୁର ଆଞ୍ଚଳିକ ପିଏଫ୍‌ କମିଶନ ଅଫିସ୍‌କୁ ସ୍ଥାନାନ୍ତର ହୋଇପାରୁ ନ ଥିବା ଓ କାଗଜକଳ କର୍ତ୍ତୃପକ୍ଷ ଶ୍ରମିକଙ୍କ ସମସ୍ୟାକୁ ଗୁରୁତ୍ୱ ଦେଉ ନ ଥିବାରୁ ସେମାନଙ୍କ ପ୍ରାପ୍ୟ ମିଳିବାରେ ଅସୁବିଧା ହେଉଛି ବୋଲି ଶ୍ରମିକମାନେ କହିଛନ୍ତି। ଶ୍ରମିକଙ୍କ ସମସ୍ୟା ନେଇ ରାଜ୍ୟ ସରକାର, ଜିଲା ପ୍ରଶାସନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ମୃତ ଶ୍ରମିକଙ୍କ ବିଧବା ସ୍ତ୍ରୀମାନେ ଆନ୍ଦୋଳନ କରିଥିଲେ। ୪ ମାସ ମଧ୍ୟରେ ଗ୍ରାଚ୍ୟୁଇଟି ଟଙ୍କା ଦେବା ପାଇଁ ଶ୍ରମ ବିଭାଗକୁ ଲିଖିତ ଭାବେ ମ୍ୟାନେଜମେଣ୍ଟ ଦେଇଛି। କିନ୍ତୁ କେବେ ମିଳିବ ସ୍ପଷ୍ଟ ହୋଇନାହିଁ। ଅବସରପ୍ରାପ୍ତ ଶ୍ରମିକଙ୍କ ସମସ୍ୟା ସମାଧାନ ପାଇଁ ପ୍ରତିଦିନ ୟୁନିଟ୍‌ ହେଡ୍‌ ବାସଭବନ ଆଗରେ ପ୍ରତୀକ ଧାରଣା ଜାନୁୟାରୀ ୩ରୁ ଚାଲିଛି। ଏହାକୁ ଆଗକୁ ଆହୁରି ଜୋର୍‌ଦାର କରିବା ପାଇଁ ଖୁବ୍‌ ଶୀଘ୍ର ମିଳିତ ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି ଶ୍ରମିକ ନେତା ପ୍ରମୋଦ କୁମାର ମହାନ୍ତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri