ଦେବୋତ୍ତର ବିଭାଗ ଜମି ଅସୁରକ୍ଷିତ
ସୋନପୁର,୧୧।୪(ନି.ପ୍ର.): ମନ୍ଦିରମାଳିନୀ ତଥା ଐତିହ୍ୟ ସମ୍ପନ୍ନ ସୁବର୍ଣ୍ଣପୁର ଜିଲାରେ ରହିଛି ଶତାଧିକ ଏକର ଦୋବୋତ୍ତର ଜମି। ଏହି ସବୁ ଜମି ଜିଲା ସଦର ମହକୁମା ସମେତ ଗ୍ରାମାଞ୍ଚଳରେ ଦେବାଦେବୀଙ୍କ ନାମରେ ରହିଛି। ବିଭିନ୍ନ ମନ୍ଦିରର ସେବାୟତଙ୍କ ନାମରେ ମଧ୍ୟ ଶତାଧିକ ଏକର…
ବାର୍ଷିକ ଅଶୋଧିତ ଇସ୍ପାତ ଉତ୍ପାଦନ ୪ ନିୟୁତ ଟନ୍ ଅତିକ୍ରମ କଲା
ରାଉରକେଲା ଅଫିସ,୧୧।୪: ଆର୍ଏସ୍ପି ପ୍ରମୁଖ ଉତ୍ପାଦନ କ୍ଷେତ୍ରରେ ବିବିଧ ରେକର୍ଡ ସହ ୨୦୨୨-୨୩ ଆର୍ଥତ୍କ ବର୍ଷ ଶେଷ ହୋଇଛି। ଗତ ଆର୍ଥତ୍କ ବର୍ଷରେ ଇସ୍ପାତ କାରଖାନାର ଇତିହାସରେ ପ୍ରଥମ ଥର ପାଇଁ ୪ ନିୟୁତ ଟନ୍ ଅଶୋଧିତ ଇସ୍ପାତ ଉତ୍ପାଦନ ରେଖା…
ଏମ୍ସିଏଲ୍ କୋଇଲା ଖଣିରେ ଦୁର୍ଘଟଣା: ୨ମୃତ, ୪ଗୁରୁତର
ସୁନ୍ଦରଗଡ଼/ହେମଗିରି,୧୧।୪(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ହେମଗିର ବ୍ଲକ ମହାନଦୀ କୋଇଲା ଖଣି ଲିମିଟେଡ଼(ଏମସିଏଲ)ର ଗର୍ଜନବାହାଲ କୋଇଲା ଖଣିରେ ମଙ୍ଗଳବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୪ଜଣ କର୍ମଚାରୀ ଆହତ ହୋଇଛନ୍ତି। ଖଣି ଭିତରେ…
ଝିଅ ସବୁକିଛି କରି ପାରିବ: ରାଜ୍ୟପାଳ
ପାଇକମାଳ,୧୧।୪(ଡି.ଏନ୍.ଏ.): ବରଗଡ଼ ଜିଲା ପାଇକମାଳ ଯମୁନା କନ୍ଧୁଣୀ ଉଚ୍ଚ ବାଳିକା ବିଦ୍ୟାଳୟର ରୌପ୍ୟଜୟନ୍ତୀ ସମାରୋହ ମଙ୍ଗଳବାର ଅନୁଷ୍ଠିତ ହୋଇଛି। ରାଜ୍ୟପାଳ ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବରେ ସମାରୋହରେ ଯୋଗ ଦେଇଥିଲେ। ପ୍ରଥମେ ସେ ଭଗବାନ ନୃସିଂହନାଥଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା କରିଥିଲେ।…
ଭାଜପା ନେତାଙ୍କୁ ଭୁଜାଲିରେ ଆକ୍ରମଣ
ବାଲେଶ୍ବର ଅଫିସ ୧୧।୪: ବାଲେଶ୍ବର ଜିଲା ସୋର ଭାଜପାର ନଗରଉପସଭାପତିଙ୍କୁ ମଙ୍ଗଳବାର ଭୁଜାଲିରେ ଆକ୍ରମଣ କରାଯାଇଛି। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ବର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଭାଜପା ନଗର ଉପସଭାପତି ତଥା ପୌର ପରିଷଦର କାଉନସିଲରଙ୍କ ସ୍ବାମୀ…
ହାଇୱା ଧକ୍କାରେ ମହିଳା ମୃତ, ଗ୍ରାମରେ ଉତ୍ତେଜନା
ବାଣପୁର,୧୧।୪(ଡି.ଏନ.ଏ.): ଖୋର୍ଦ୍ଧା ଜିଲା ବାଣପୁର ଥାନା ଅନ୍ତର୍ଗତ ନୀଳାଦ୍ରିପ୍ରସାଦ ଗ୍ରାମରେ ଏକ ମର୍ମନ୍ତୁଦ ଦୁଘଟଣା ଘଟିଛି। ହାଇୱା ଧକ୍କାରେ ମଙ୍ଗଳବାର ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ସୂଚନାଯୋଗ୍ୟ, ମଙ୍ଗଳବାର ମହାନଦୀରୁ ବାଲି ନେଇ ଏକ ହାଇୱା ନୀଳାଦ୍ରିପ୍ରସାଦ ମେଡିକାଲ ପରିସରରେ…
ଅଟୋରେ ଆସୁଥିଲେ, ମୋବାଇଲ ଲୁଟୁଥିଲେ
ଅନୁଗୋଳ ଅଫିସ, ୧୦ା୪: ଅନୁଗୋଳ ସାପ୍ତାହିକ ହାଟରୁ ଏକ ମୋବାଇଲ ଚୋରି ଗ୍ୟାଙ୍ଗକୁ କାବୁ କରିଛି ଅନୁଗୋଳ ପୋଲିସ। ଏହି ଗ୍ୟାଙ୍ଗରେ ଥିବା ସ୍ଥାନୀୟ ଅଞ୍ଚଳର ୨ ଜଣ ଓ ପଶ୍ଚିମବଙ୍ଗର ୩ ଜଣଙ୍କୁ ପୋଲିସ ଧରିଥିବା ବେଳେ ସେମାନଙ୍କ ମଧ୍ୟରେ…
ଅସ୍ତବ୍ୟସ୍ତ ହେଲା ଅନୁଗୋଳ
ଅନୁଗୋଳ ଅଫିସ, ୧୧ା୪: ପଶ୍ଚିମା ଝଡ଼ ଓ କାଳବୈଶାଖୀ ପ୍ରଭାବ ହ୍ରାସ ପାଇଥିବାରୁ ତାତି ହଠାତ୍ ବଢ଼ିଯାଇଛି। ସୋମବାର ଅନୁଗୋଳର ତାପମାତ୍ରା ୩୯.୭ ଡିଗ୍ରୀ ଛୁଇଁଛି। ଏହା ଜିଲାରେ ଚଳିତବର୍ଷର ସର୍ବାଧିକ ତାପମାତ୍ରା ବୋଲି ରେକର୍ଡ କରାଯାଇଛି। ଫଳରେ କିଛିଦିନ ହେଲା…
ଖାତାଦେଖାକୁ ବିଦ୍ୟୁତ୍ ବିଭ୍ରାଟ ଅଡୁଆ
ଢେଙ୍କାନାଳ ଅଫିସ, ୧୧।୪: ବିଦ୍ୟୁତ୍ ବିଭ୍ରାଟ ଯୋଗୁ ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟରେ ସୋମବାରଠାରୁ ଆରମ୍ଭ ହୋଇଥିବା ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ ଖାତା ଦେଖା ବାଧାପ୍ରାପ୍ତ ହୋଇଛି। ଏଭଳି ଲାଗି ରହିଲେ ନିର୍ଦ୍ଧାରିତ ସମୟରେ ମୂଲ୍ୟାୟନ ସରିବ ନାହିଁ ବୋଲି ଆଶଙ୍କା…
ଭଞ୍ଜନଗରରୁ ପୁରୀ ଗଲା ଢଉରା କାଠ
ଭଞ୍ଜନଗର,୧୧ା୪(ଡି.ଏନ.ଏ.): ପ୍ରଥମ ଥର ପାଇଁ ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ଼ ରେଞ୍ଜ ବାଇବାଲି ଜଙ୍ଗଲରୁ ୪୦ ଫୁଟ ଲମ୍ବର ୨୦ ଖଣ୍ଡ ଢଉରା କାଠ ପୁରୀ ରଥଯାତ୍ରା ପାଇଁ ପଠାଯାଇଛି। ଆଉ କିଛି ଦିନ ପରେ କେନ୍ଦ୍ରୀୟ ବନାଞ୍ଚଳ ପୁରୁଣାପାଣିରୁ…
ବଡମାଧପୁରରେ ପଞ୍ଚୁଦଣ୍ଡ ମହାମିଳନ
ଛତ୍ରପୁର,୧୧ା୪(ଡି.ଏନ୍.ଏ.): ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡମାଧପୁର ଗ୍ରାମରେ ଦୀର୍ଘ ୨୨ ବର୍ଷ ଧରି ପ୍ରତି ବର୍ଷ ଏପ୍ରିଲ ୧୦ରେ ପଞ୍ଚୁଦଣ୍ଡ ମହାମିଳନ ଅନୁଷ୍ଠିତ ହୋଇ ଆସୁଅଛି। ଏଥିରେ ବେଲଗୁଣ୍ଠା, କବିସୂର୍ଯ୍ୟନଗର(ପରିଡା ପାର୍ଟି), ବାବନପୁର, ଶାଳବଣ ଓ ପୁରୁଷୋତ୍ତମପୁର (ତେଲି ପାର୍ଟି) ଆଦି…
ଆରମ୍ଭ ହେଲା ମା’ ଅଳେଁଇଙ୍କ ଦଣ୍ଡଯାତ୍ରା
ଖୋର୍ଦ୍ଧା ଅଫିସ,୧୧ା୪: ଖୋର୍ଦ୍ଧା ବ୍ଲକ ଟାଙ୍ଗିଆପଡ଼ା ପଞ୍ଚାୟତ ଉଇଲ୍କିଶନ ନଗରର ଆରାଧ୍ୟା ଦେବୀ ମା’ ଅଳେଁଇଙ୍କ ପ୍ରସିଦ୍ଧ ଦଣ୍ଡଯାତ୍ରା ତଥା ଝାମୁଯାତ୍ରା ସୋମବାର ଠାରୁ ପାରମ୍ପରିକ ବିଧିବିଧାନପୂର୍ବକ ଆରମ୍ଭ ହୋଇଛି। କାହିଁ ଅନାଦି କାଳରୁ ଅଳେଁଇ ଠାକୁରାଣୀ ଏଠାରେ ବିଜେ କରିଛନ୍ତି।…

