ଉତ୍କଟ ହେଉଛି ଖାଦ୍ୟ, ପାନୀୟଜଳ ସଙ୍କଟ

କୋଣାର୍କ,୧୬।୫(ଡି.ଏନ୍‌.ଏ.): କୋଣାର୍କସ୍ଥିତ ଚନ୍ଦ୍ରଭାଗା ବାଲୁଖଣ୍ଡ ଅଭୟାରଣ୍ୟରେ ବନ୍ୟଜନ୍ତୁଙ୍କୁ ଖାଦ୍ୟ ଓ ପାନୀୟଜଳର ଘୋର ଅଭାବ ରହୁଥିବାରୁ ଧୀରେ ଧୀରେ ଉତ୍କଟ ରୂପ ନେବାରେ ଲାଗିଛି। ବନ ବିଭାଗ ପକ୍ଷରୁ ଏହାର କୌଣସି ବ୍ୟବସ୍ଥା କରାଯାଉ ନ ଥିବାରୁ ବିଗତ ଦିନରେ ହରିଣ ଗାଁମୁହଁା ହୋଇ ବୁଲା କୁକୁର ଓ ଶିକାରୀଙ୍କ ଲୋଲୁପ ଦୃଷ୍ଟିରେ ପଡି ବହୁ ସଂଖ୍ୟାରେ ମୃତ୍ୟୁବରଣ କରୁଛନ୍ତି। ଯାହା ପରିବେଶ ପ୍ରେମୀ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। ସେହିଭଳି ସୋମବାର ଅପରାହ୍ନରେ ଚନ୍ଦ୍ରଭାଗା ସମୁଦ୍ରକୂଳ ମହାବୀର ମନ୍ଦିର ପଛପଟେ ଏକ ହରିଣ ପାଣି ପିଇବାକୁ ଆସି ସମୁଦ୍ରରେ ଭାସିଯାଇ ମୃତ୍ୟୁ ପରେ କୂଳରେ ଲାଗିଥିବା ଦେଖିବାକୁ ମିଳିଥିଲା। ଯାହାର ବୟସ ପ୍ରାୟ ଅଢ଼େଇ ବର୍ଷ ହେବ। ବନ ବିଭାଗର ଅବହେଳା ଯୋଗୁ ଏପରି ହୋଇଥିବା ପଶୁ ପ୍ରେମୀମାନେ ଅଭିଯୋଗ କରିଛନ୍ତି।
ଗତ ମାର୍ଚ୍ଚ ୧୭ରେ ବାଲୁଖଣ୍ଡ ଅଭୟାରଣ୍ୟ ଜଙ୍ଗଲର କୁଞ୍ଜମଠ ସଂରକ୍ଷିତ ଜଙ୍ଗଲ ଅଞ୍ଚଳର କୋଣାର୍କ – କାକଟପୁର ରାସ୍ତାର ବଢେଇ ଛକରେ ଏକ ହରିଣର ମୁଣ୍ଡ କୁକୁର ଖାଉଥିବା ବେଳେ ଜୁନେଇ ହାଟ ନିକଟ ଜଙ୍ଗଲରେ ଏକ ହରିଣର ମୁଣ୍ଡ ଓ ଗୋଡ ପଡିଥିବା ଦେଖିବାକୁ ମିଳିଥିଲା। ସୂଚନାଯୋଗ୍ୟ, ବାଲୁଖଣ୍ଡ ଅଭୟାରଣ୍ୟରେ ହରିଣ ସମେତ ଅନ୍ୟ ବନ୍ୟଜନ୍ତୁଙ୍କ ଆଶାତୀତ ଭାବେ ସଂଖ୍ୟା ବୃଦ୍ଧି ତୁଳନାରେ ବନ ବିଭାଗ ପକ୍ଷରୁ ସେ ହିସାବରେ ଖାଦ୍ୟ ଓ ପାନୀୟ ଜଳଯୋଗାଣ ବ୍ୟବସ୍ଥା କରାଯାଉନାହିଁ। ଫଳରେ ହରିଣ ସମେତ ଅନ୍ୟ ବନ୍ୟଜନ୍ତୁ ଖାଦ୍ୟ ଅନ୍ବେଷଣରେ ଗାଁମୁହାଁ ହୋଇ ବୁଲା କୁକୁରଙ୍କ ଆକ୍ରମଣରେ ମୃତ୍ୟୁର ଶିକାର ହେଉଛନ୍ତି। ବନ ବିଭାଗ ପକ୍ଷରୁ ବନ୍ୟଜନ୍ତୁଙ୍କ ସୁରକ୍ଷା, ଖାଦ୍ୟ ଓ ପାନୀୟ ଜଳଯୋଗାଣ ବ୍ୟବସ୍ଥା ନିମନ୍ତେ ଜଙ୍ଗଲରେ ଘାସ ଚାଷ ଓ ପୁଷ୍କରିଣୀ ଖନନ ପାଇଁ ଆର୍ଥିକ ସହାୟତା ମିଳୁଥିବା ବେଳେ ତାହାର ସଫଳ କାର୍ଯ୍ୟକାରିତା ନ ହେବା ଦ୍ୱାରା ହରିଣ ଜଙ୍ଗଲ ସୀମା ଗାଁମୁହଁା ହେଉଛନ୍ତି। ଗତ ମାର୍ଚ୍ଚ ୧୭ ଓ ୨୮ ତାରିଖ କୁଞ୍ଜମଠ ଓ ଜୁଣେଇ ହାଟରେ ୨ ଦୁଇଟି ହରିଣ ମୁଣ୍ଡ ମିଳିବା ପରେ ସୋମବାର ପୁଣି ଏକ ହରିଣ ସମୁଦ୍ରକୁ ପାଣି ପିଇବାକୁ ଆସି ମରିବା ଘଟଣା ବନ ବିଭାଗର କାର୍ଯ୍ୟଦକ୍ଷତା ନେଇ ପ୍ରଶ୍ନ ଉଠୁଛି। ବାଲୁଖଣ୍ଡ ଅଭୟାରଣ୍ୟ ଜଙ୍ଗଲରେ ହରିଣ ଓ ବନ୍ୟଜନ୍ତୁଙ୍କ ନିମନ୍ତେ ଘାସ ଚାଷ ଓ ପୋଖରୀ ଖନନ ପ୍ରତି ତ୍ୱରିତ ପଦକ୍ଷେପ ନେବା ପାଇଁ ପରିବେଶବିତ ମହଲରେ ଦାବି କରାଯାଇଛି।
ଗତବର୍ଷ ପୁରୀଠାରୁ ଅସ୍ତରଙ୍ଗ ପର୍ଯ୍ୟନ୍ତ ୧୮ଟି ଘାସ ଗାଲିଚା ନିମନ୍ତେ ମାଟିରେ ନିର୍ମିତ ପ୍ୟାଡ ତିଆରି କରାଯାଇଥିଲା। ଏବେ ଘାସ ଗାଲିଚା ତ ଦୂରର କଥା, ମାଟିରେ ନିର୍ମିତ ପ୍ୟାଡ ଆଉ ଦେଖିବାକୁ ମିଳୁନି। ପ୍ରତିବର୍ଷ ବନ ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଶତାଧିକ ଗାଡ଼ିଆ ଖୋଳା ଯାଉଥିଲା ବେଳେ ଏହା ଆବଶ୍ୟକ ମୁତାବକ ଖୋଳା ନ ଯାଇ ମନମୁଖି ଭାବେ ନିମ୍ନମାନର କାର୍ଯ୍ୟ ହେତୁ ତାହା ପୋତି ହୋଇଯାଉଛି। ଫଳରେ ଖନନ ନାମରେ ପ୍ରତି ବର୍ଷ ଲକ୍ଷାଧିକ ଟଙ୍କା ବାଟମାରଣା ହେଉଛି ବୋଲି ପରିବେଶ ପ୍ରେମୀମାନେ ମତପ୍ରକାଶ କରିଛନ୍ତି। ଏ ନେଇ କୋଣାର୍କ ବନଖଣ୍ଡ ଅଧିକାରୀ ବେଣୁଧର ବେହେରା କୁହନ୍ତି, ହରିଣ ଓ ବନ୍ୟଜନ୍ତୁଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ବନ ବିଭାଗ ପକ୍ଷରୁ ଜଙ୍ଗଲ ମଧ୍ୟରେ ସୃଷ୍ଟି କରାଯାଇଥିବା ଗଡ଼ିଆ ବା ଘାସ ଗାଲିଚା ଆବଶ୍ୟକଠାରୁ କମ୍‌ ଅଛି। ତେଣୁ ହରିଣ ଗାଁକୁ ଯାଉଛନ୍ତି। ସେଥିପାଇଁ ବନ ବିଭାଗ ପକ୍ଷରୁ ଅଧିକ ଗଡ଼ିଆ ଓ ଘାସ ଗାଲିଚା ପ୍ରସ୍ତୁତ ଲାଗି ଉଦ୍ୟମ ଚଳାଇଛୁ।


Enter your email to get our daily news in your inbox.

All Right Reserved By Dharitri.Com

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri