ଉତ୍କଟ ହେଉଛି ଖାଦ୍ୟ, ପାନୀୟଜଳ ସଙ୍କଟ

କୋଣାର୍କ,୧୬।୫(ଡି.ଏନ୍‌.ଏ.): କୋଣାର୍କସ୍ଥିତ ଚନ୍ଦ୍ରଭାଗା ବାଲୁଖଣ୍ଡ ଅଭୟାରଣ୍ୟରେ ବନ୍ୟଜନ୍ତୁଙ୍କୁ ଖାଦ୍ୟ ଓ ପାନୀୟଜଳର ଘୋର ଅଭାବ ରହୁଥିବାରୁ ଧୀରେ ଧୀରେ ଉତ୍କଟ ରୂପ ନେବାରେ ଲାଗିଛି। ବନ ବିଭାଗ ପକ୍ଷରୁ ଏହାର କୌଣସି ବ୍ୟବସ୍ଥା କରାଯାଉ ନ ଥିବାରୁ ବିଗତ ଦିନରେ ହରିଣ ଗାଁମୁହଁା ହୋଇ ବୁଲା କୁକୁର ଓ ଶିକାରୀଙ୍କ ଲୋଲୁପ ଦୃଷ୍ଟିରେ ପଡି ବହୁ ସଂଖ୍ୟାରେ ମୃତ୍ୟୁବରଣ କରୁଛନ୍ତି। ଯାହା ପରିବେଶ ପ୍ରେମୀ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। ସେହିଭଳି ସୋମବାର ଅପରାହ୍ନରେ ଚନ୍ଦ୍ରଭାଗା ସମୁଦ୍ରକୂଳ ମହାବୀର ମନ୍ଦିର ପଛପଟେ ଏକ ହରିଣ ପାଣି ପିଇବାକୁ ଆସି ସମୁଦ୍ରରେ ଭାସିଯାଇ ମୃତ୍ୟୁ ପରେ କୂଳରେ ଲାଗିଥିବା ଦେଖିବାକୁ ମିଳିଥିଲା। ଯାହାର ବୟସ ପ୍ରାୟ ଅଢ଼େଇ ବର୍ଷ ହେବ। ବନ ବିଭାଗର ଅବହେଳା ଯୋଗୁ ଏପରି ହୋଇଥିବା ପଶୁ ପ୍ରେମୀମାନେ ଅଭିଯୋଗ କରିଛନ୍ତି।
ଗତ ମାର୍ଚ୍ଚ ୧୭ରେ ବାଲୁଖଣ୍ଡ ଅଭୟାରଣ୍ୟ ଜଙ୍ଗଲର କୁଞ୍ଜମଠ ସଂରକ୍ଷିତ ଜଙ୍ଗଲ ଅଞ୍ଚଳର କୋଣାର୍କ – କାକଟପୁର ରାସ୍ତାର ବଢେଇ ଛକରେ ଏକ ହରିଣର ମୁଣ୍ଡ କୁକୁର ଖାଉଥିବା ବେଳେ ଜୁନେଇ ହାଟ ନିକଟ ଜଙ୍ଗଲରେ ଏକ ହରିଣର ମୁଣ୍ଡ ଓ ଗୋଡ ପଡିଥିବା ଦେଖିବାକୁ ମିଳିଥିଲା। ସୂଚନାଯୋଗ୍ୟ, ବାଲୁଖଣ୍ଡ ଅଭୟାରଣ୍ୟରେ ହରିଣ ସମେତ ଅନ୍ୟ ବନ୍ୟଜନ୍ତୁଙ୍କ ଆଶାତୀତ ଭାବେ ସଂଖ୍ୟା ବୃଦ୍ଧି ତୁଳନାରେ ବନ ବିଭାଗ ପକ୍ଷରୁ ସେ ହିସାବରେ ଖାଦ୍ୟ ଓ ପାନୀୟ ଜଳଯୋଗାଣ ବ୍ୟବସ୍ଥା କରାଯାଉନାହିଁ। ଫଳରେ ହରିଣ ସମେତ ଅନ୍ୟ ବନ୍ୟଜନ୍ତୁ ଖାଦ୍ୟ ଅନ୍ବେଷଣରେ ଗାଁମୁହାଁ ହୋଇ ବୁଲା କୁକୁରଙ୍କ ଆକ୍ରମଣରେ ମୃତ୍ୟୁର ଶିକାର ହେଉଛନ୍ତି। ବନ ବିଭାଗ ପକ୍ଷରୁ ବନ୍ୟଜନ୍ତୁଙ୍କ ସୁରକ୍ଷା, ଖାଦ୍ୟ ଓ ପାନୀୟ ଜଳଯୋଗାଣ ବ୍ୟବସ୍ଥା ନିମନ୍ତେ ଜଙ୍ଗଲରେ ଘାସ ଚାଷ ଓ ପୁଷ୍କରିଣୀ ଖନନ ପାଇଁ ଆର୍ଥିକ ସହାୟତା ମିଳୁଥିବା ବେଳେ ତାହାର ସଫଳ କାର୍ଯ୍ୟକାରିତା ନ ହେବା ଦ୍ୱାରା ହରିଣ ଜଙ୍ଗଲ ସୀମା ଗାଁମୁହଁା ହେଉଛନ୍ତି। ଗତ ମାର୍ଚ୍ଚ ୧୭ ଓ ୨୮ ତାରିଖ କୁଞ୍ଜମଠ ଓ ଜୁଣେଇ ହାଟରେ ୨ ଦୁଇଟି ହରିଣ ମୁଣ୍ଡ ମିଳିବା ପରେ ସୋମବାର ପୁଣି ଏକ ହରିଣ ସମୁଦ୍ରକୁ ପାଣି ପିଇବାକୁ ଆସି ମରିବା ଘଟଣା ବନ ବିଭାଗର କାର୍ଯ୍ୟଦକ୍ଷତା ନେଇ ପ୍ରଶ୍ନ ଉଠୁଛି। ବାଲୁଖଣ୍ଡ ଅଭୟାରଣ୍ୟ ଜଙ୍ଗଲରେ ହରିଣ ଓ ବନ୍ୟଜନ୍ତୁଙ୍କ ନିମନ୍ତେ ଘାସ ଚାଷ ଓ ପୋଖରୀ ଖନନ ପ୍ରତି ତ୍ୱରିତ ପଦକ୍ଷେପ ନେବା ପାଇଁ ପରିବେଶବିତ ମହଲରେ ଦାବି କରାଯାଇଛି।
ଗତବର୍ଷ ପୁରୀଠାରୁ ଅସ୍ତରଙ୍ଗ ପର୍ଯ୍ୟନ୍ତ ୧୮ଟି ଘାସ ଗାଲିଚା ନିମନ୍ତେ ମାଟିରେ ନିର୍ମିତ ପ୍ୟାଡ ତିଆରି କରାଯାଇଥିଲା। ଏବେ ଘାସ ଗାଲିଚା ତ ଦୂରର କଥା, ମାଟିରେ ନିର୍ମିତ ପ୍ୟାଡ ଆଉ ଦେଖିବାକୁ ମିଳୁନି। ପ୍ରତିବର୍ଷ ବନ ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଶତାଧିକ ଗାଡ଼ିଆ ଖୋଳା ଯାଉଥିଲା ବେଳେ ଏହା ଆବଶ୍ୟକ ମୁତାବକ ଖୋଳା ନ ଯାଇ ମନମୁଖି ଭାବେ ନିମ୍ନମାନର କାର୍ଯ୍ୟ ହେତୁ ତାହା ପୋତି ହୋଇଯାଉଛି। ଫଳରେ ଖନନ ନାମରେ ପ୍ରତି ବର୍ଷ ଲକ୍ଷାଧିକ ଟଙ୍କା ବାଟମାରଣା ହେଉଛି ବୋଲି ପରିବେଶ ପ୍ରେମୀମାନେ ମତପ୍ରକାଶ କରିଛନ୍ତି। ଏ ନେଇ କୋଣାର୍କ ବନଖଣ୍ଡ ଅଧିକାରୀ ବେଣୁଧର ବେହେରା କୁହନ୍ତି, ହରିଣ ଓ ବନ୍ୟଜନ୍ତୁଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ବନ ବିଭାଗ ପକ୍ଷରୁ ଜଙ୍ଗଲ ମଧ୍ୟରେ ସୃଷ୍ଟି କରାଯାଇଥିବା ଗଡ଼ିଆ ବା ଘାସ ଗାଲିଚା ଆବଶ୍ୟକଠାରୁ କମ୍‌ ଅଛି। ତେଣୁ ହରିଣ ଗାଁକୁ ଯାଉଛନ୍ତି। ସେଥିପାଇଁ ବନ ବିଭାଗ ପକ୍ଷରୁ ଅଧିକ ଗଡ଼ିଆ ଓ ଘାସ ଗାଲିଚା ପ୍ରସ୍ତୁତ ଲାଗି ଉଦ୍ୟମ ଚଳାଇଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri