ଅନୁଦାନ ଖର୍ଚ୍ଚରେ ଅନିୟମିତତା

ବରୀ,୧୬ା୫(ଡି.ଏନ.ଏ.): ଯାଜପୁର ଜିଲା ବରୀ ଶିକ୍ଷାମଣ୍ଡଳ ଅଧୀନ ସାମନ୍ତ ସିଂହାର ସରକାରୀ ଉଚ୍ଚ ବିଦ୍ୟାଳୟକୁ ଆସିଥିବା ଅନୁଦାନ ଖର୍ଚ୍ଚରେ ବ୍ୟାପକ ଅନିୟମିତତା ହୋଇଥିବା ଜଣାପଡ଼ିଛି। ବରୀ ଅଞ୍ଚଳର ଦର୍ଶନ ବେହେରା ନାମକ ବ୍ୟକ୍ତି ସୂଚନା ଅଧିକାର ଆଇନ ବଳରେ ଏହି ବିଦ୍ୟାଳୟକୁ ୨୦୨୦-୨୧/୨୦୨୧-୨୨/୨୦୨୨-୨୩ ଆର୍ଥିକ ବର୍ଷରେ ସରକାରଙ୍କ ତରଫରୁ କେତେ ଅନୁଦାନ ଆସିଥିଲା ଓ କେତେ ଖର୍ଚ୍ଚ ହୋଇଛି ତା’ର ତଥ୍ୟ ମାଗିଥିଲେ। ମାତ୍ର ତାଙ୍କୁ ଯେଉଁ ତଥ୍ୟ ମିଳିଛି ସେହି ଅନୁସାରେ କାର୍ଯ୍ୟ ହୋଇ ନ ଥିବା ଅଭିଯୋଗ ହୋଇଛି। ଏଥିସହିତ ତାଙ୍କୁ ଅସମ୍ପୂର୍ଣ୍ଣ ତଥ୍ୟ ମିଳିଥିବା ସେ ଅଭିଯୋଗ କରିଛନ୍ତି।
ତଥ୍ୟ ଅନୁଯାୟୀ, ଉକ୍ତ ବିଦ୍ୟାଳୟକୁ ଇକୋ କ୍ଲବ୍‌, ସାଇକେଲ କିଣା, ପାଠାଗାର, ଏନର୍ଜି କ୍ଲବ୍‌, ମୋ ସ୍କୁଲ ଅଭିଯାନ, ବିଜ୍ଞାନ ଅନୁଦାନ ଓ କମ୍ପୋଜିଟ୍‌ ଗ୍ରାଣ୍ଟ୍‌ ବାବଦରେ ୨୦୨୦-୨୧ ଆର୍ଥତ୍କ ବର୍ଷରେ ୫ ଲକ୍ଷ ୪୭ ହଜାର ୯୬୦ ଟଙ୍କା, ୨୦୨୧-୨୨ ଆର୍ଥିକ ବର୍ଷରେ ୧ ଲକ୍ଷ ୯୪ ହଜାର ୨୦ ଟଙ୍କା ଏବଂ ୨୦୨୨-୨୩ ଆର୍ଥିକ ବର୍ଷରେ ୨ ଲକ୍ଷ ୮୬ ହଜାର ୬୦୦ ଟଙ୍କା ଆସିଛି। ମାତ୍ର ଆସିଥିବା ଅନୁଦାନକୁ ଉପରୋକ୍ତ କାର୍ଯ୍ୟରେ ଠିକ୍‌ରେ ବିନିଯୋଗ କରାଯାଇ ନାହିଁ ବୋଲି ଅଞ୍ଚଳର ୨୧ନଂ. ପୂର୍ବତନ ଜିଲା ପରିଷଦ ସଭ୍ୟ ଶ୍ରୀକାନ୍ତ ମଲିକ, ଅଶୋକ ମଲିକ, ଶାନ୍ତନୁ ମଲିକ, ବିଷ୍ଣୁପ୍ରିୟା ମଲିକ, ଶାନ୍ତନୁ ଦଳାଇ ପ୍ରମୁଖ ଅଭିଯୋଗ କରିବା ସହ ଏହାର ତଦନ୍ତ ଦାବି କରିଛନ୍ତି।
ସେହିପରି ପତ୍ର ସଂଖ୍ୟା ୪୦/୨୦୨୩ ତା:୨୯ା୦୪ା୨୦୨୩ରେ ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ବିଶ୍ୱବନ୍ଦିତା ଦାସ ରେଜେଷ୍ଟ୍ରୀ ଡାକ ଯୋଗେ ଆବେଦନକାରୀ ବେହେରାଙ୍କୁ ୩ ଆର୍ଥିକ ବର୍ଷରେ ଆସିଥିବା ଅନୁଦାନ ଏବଂ ଏହାର ବିନିଯୋଗର ପ୍ରମାଣପତ୍ର ପଠାଇଛନ୍ତି। ଏହିପତ୍ର ସଂଖ୍ୟାର ଚତୁର୍ଥ ପୃଷ୍ଠା କ୍ରମିକ ସଂଖ୍ୟା ୪ରେ ବିନିଯୋଗ ପ୍ରମାଣପତ୍ର ଏବଂ ଏହାର ଭାଉଚର ଆବେଦନକାରୀଙ୍କୁ ପ୍ରଦାନ କରାଗଲା ବୋଲି ଉଲ୍ଲେଖ ରହିଛି। ହେଲେ ସେହି ଚତୁର୍ଥ ପୃଷ୍ଠାର କ୍ରମିକ ସଂଖ୍ୟା ୫ରେ ବିନିଯୋଗ ପ୍ରମାଣପତ୍ର ଏବଂ ଏହାର ଭାଉଚରର ଠିକ୍‌ ପ୍ରାମାଣିକ ତଥ୍ୟ ପ୍ରଦାନ ଦ୍ୱାରା ବିଦ୍ୟାଳୟର ଗୋପନୀୟତା ନଷ୍ଟ ହେଉଛି, ତେଣୁ ଏହା ପ୍ରଦାନ କରାଯାଉ ନାହିଁ ବୋଲି ସେ ଆବେଦନକାରୀଙ୍କୁ ସୂଚନା ଦେଇଛନ୍ତି। ପ୍ରଧାନଶିକ୍ଷୟିତ୍ରୀ ପୂର୍ଣ୍ଣାଙ୍ଗ ସୂଚନା ଦେବା କ୍ଷେତ୍ରରେ କେଉଁ ଉଦ୍ଦେଶ୍ୟରେ କାଳ କ୍ଷେପଣ ନୀତି ଅବଲମ୍ବନ କଲେ ତାହା ତଦନ୍ତ ସାପେକ୍ଷ। ଏ ସମ୍ପର୍କରେ ପ୍ରଧାନଶିକ୍ଷୟିତ୍ରୀ ଦାସଙ୍କୁ ପଚାରିବାରେ ସେ କହିଛନ୍ତି, ଉଚ୍ଚ କର୍ତ୍ତୃପକ୍ଷଙ୍କ ବିନା ପରାମର୍ଶରେ କୌଣସି ମତାମତ ଦେଇ ପାରିବି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?