ବିକ୍ରି ହେଉଛି ବିଷାକ୍ତ କେମିକାଲ ଯୁକ୍ତ ମାଛ

ଯାଜପୁରରୋଡ୍‌,୧୬ା୫(ଡି.ଏନ.ଏ.): ବ୍ୟାସନଗର ସହରରେ ଦିନକୁଦିନ ମାଛ ବ୍ୟବସାୟୀଙ୍କ ଠକାମି ବଢ଼ିବାରେ ଲାଗିଛି। ବର୍ତ୍ତମାନ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବାବେଳେ ବାହାର ରାଜ୍ୟରୁ ଆମଦାନୀ ହେଉଥିବା ମାଛଗୁଡ଼ିକର ଅବସ୍ଥା ଖରାପ ହୋଇଯାଉଥିବା ଦେଖିବାକୁ ମିଳୁଛି। ତେଣୁ ବ୍ୟବସାୟୀମାନେ ଅଧିକ ଦିନ ପର୍ଯ୍ୟନ୍ତ ମାଛଗୁଡ଼ିକୁ ସତେଜ ରଖିବା ପାଇଁ ବିଷାକ୍ତ କେମିକାଲ (ଫର୍ମାଲିନ)ର ବ୍ୟବହାର କରୁଥିବା ଜଣାପଡିଛି। ମାଛରେ ବ୍ୟବହୃତ ଏହି ବିଷାକ୍ତ କେମିକାଲ ମୃତ ବ୍ୟକ୍ତିଙ୍କ ଶବ ସଂରକ୍ଷିତ ପାଇଁ ବ୍ୟବହାର କରାଯାଇଥାଏ। କେତେଜଣ ଅସାଧୁ ବ୍ୟବସାୟୀ ସହରର ଧବଳଗିରି, ନାହକା ବାଇପାସ, ଚୋରଦା ଗ୍ରୀନ ମାର୍କେଟ ଓ ନ୍ୟୁ ମାର୍କେଟରେ କେମିକାଲ ମିଶା ମାଛ ବିକ୍ରି କରୁଥିବା ଦେଖିବାକୁ ମିଳିଛି। ଆଉ କେତେଜଣ ବ୍ୟବସାୟୀ ବରଫ ଦିଆମାଛକୁ ପାଣି ହାଣ୍ଡିରେ ରଖି ଦେଶୀ ମାଛ କହି ଲୋକଙ୍କୁ ଠକୁଛନ୍ତି। ପଚା ମାଛକୁ ମଧ୍ୟ ସତେଜ ମାଛ କହି ବିକୁଛନ୍ତି। ଫଳରେ ଠକାମିର ଶିକାର ହେଉଛନ୍ତି ସାଧାରଣ ଜନତା। ଏଭଳି ବ୍ୟବସାୟୀଙ୍କ ପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ। ଧବଳଗିରି ଛକରେ ବସୁଥିବା ୬ ରୁ ୭ ବ୍ୟବସାୟୀଙ୍କ ମଧ୍ୟରୁ କେତେଜଣ ଏଭଳି କାରନାମା କରୁଛନ୍ତି। ରାସ୍ତାର ଗୋଟିଏ ପାର୍ଶ୍ୱରେ ମା’କାଳୀଙ୍କ ମନ୍ଦିର ଆଉ ଗୋଟିଏ ପାଖରେ ମା’ତାରିଣୀଙ୍କ ପୀଠ। ଏହି ମନ୍ଦିର ପାଖାପାଖି ମାଛ ବଜାରକୁ ଆଖ ପାଖ ଲୋକଙ୍କ ସହ ଅନେକ ଭକ୍ତ ବିରୋଧ କରୁଛନ୍ତି। ପାଖ ଦୋକାନୀ ମଧ୍ୟ ମାଛ ବଜାରକୁ ଅନ୍ୟତ୍ର ଉଠାଇବାକୁ ଦାବି କରୁଛନ୍ତି। ହେଲେ ପୌର କର୍ତ୍ତୃପକ୍ଷ ନାମକୁ ମାତ୍ର ମାହାସୁଲ ଆଦାୟ କରି ଚୁପ ରହୁଛନ୍ତି। ପୌରପରିଷଦ ପକ୍ଷରୁ ମାଛ ବ୍ୟବସାୟୀଙ୍କ ଉପରେ କୌଣସି ଲଗାମ ନାହିଁ। ଆମିଷ ଦ୍ରବ୍ୟଗୁଡ଼ିକ ପାଇଁ ପୌର ପରିଷଦ ପକ୍ଷରୁ କୌଣସି ଦର ନିର୍ଦ୍ଧାରଣ ବା ତାଲିକା ନ ଥିବାରୁ ବ୍ୟବସାୟୀ ଆବଶ୍ୟକତାଠାରୁ ଅଧିକ ଦରରେ ମାଛ ବିକ୍ରି କରୁଛନ୍ତି। ତେଣୁ ଏସବୁ ପ୍ରତି ଜିଲା ପ୍ରଶାସନ, ସ୍ବାସ୍ଥ୍ୟ ବିଭାଗ ଓ ପୌର କର୍ତ୍ତୃପକ୍ଷ ଅନୁଧ୍ୟାନ କରି ତୁରନ୍ତ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଟିମ୍‌ ଘୋଷଣା ପରେ ପ୍ରତିକ୍ରିୟା ରଖିଲେ ନୀତିନ ନବୀନ, କହିଲେ…

ନୂଆଦିଲ୍ଲୀ,୧୭।୮: ନୂଆ ଟିମ୍‌ ଘୋଷଣା କରିବା ପରେ ଭାଜପା ସଭାପତି ନୀତିନ ନବୀନ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସଭାପତି ନବନିଯୁକ୍ତ ଭାଜପା କାର୍ଯ୍ୟକର୍ତ୍ତାଙ୍କୁ…

ପିଉସାଙ୍କୁ ହତ୍ୟା କରି ପୋଡିଦେବା ଘଟଣା: ଜମି ବିବାଦ ନା ଗୁଣି ଗାରେଡି, ୨ ଜଣଙ୍କୁ…

ଦାରିଙ୍ଗବାଡି,୧୭।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ବାଡାବାଙ୍ଗା ପଞ୍ଚାୟତ ସିକନବାଡି ଗାଁରେ ଏକ ହତ୍ୟା ଘଟଣାର ପୋଲିସ ଖୁଲାସା କରିଛି। ହତ୍ୟାର ଶିକାର ହୋଇଛନ୍ତି ଉକ୍ତ…

ବ୍ରାହ୍ମଣୀରେ ଭୟଙ୍କର ବନ୍ୟା: ବିପଦ ସଙ୍କେତ ଡେଇଁ ୨୦ ଫୁଟରେ ପ୍ରବାହିତ ଜଳ, ଅଳଭା ଠାରେ ଘଳିଆ

ପଟ୍ଟାମୁଣ୍ଡାଇ,୧୭।୮ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରେ ବନ୍ୟା ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ରୂପ ଧାରଣ କରିଛି। ବ୍ରାହ୍ମଣୀ ନଦୀର ବିପଦ…

ନୂଆ ଟିମ୍ ଘୋଷଣା କଲେ ନୀତିନ ନବୀନ; କିଏ ଏହି ଦୀପକ ମହସ୍କେ, ଯାହାଙ୍କୁ ମିଳିଲା ବଡ଼ ଦାୟିତ୍ବ

ନୂଆଦିଲ୍ଲୀ,୧୭।୮: ନୀତିନ ନବୀନ ତାଙ୍କ ନୂଆ ଟିମ୍‌ ଘୋଷଣା କରିଛନ୍ତି । ଏଥିରେ ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ହୋଇଛି ଦଳର ଆଇଟି ସେଲ୍‌ ମୁଖ୍ୟ ପଦରେ…

ପବିତ୍ର ଶ୍ରାବଣ ସୋମବାରକୁ ସଂକ୍ରାନ୍ତି ସଂଯୋଗ: ବିଭିନ୍ନ ମନ୍ଦିରରେ କାଉଡ଼ିଆଙ୍କ ପାଇଁ….

କଲ୍ୟାଣସିଂହପୁର, ୧୭।୮ (ଦୀପକ କୁମାର ପରିଡ଼ା): ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାର ତଥା ସିଂହ ସଂକ୍ରାନ୍ତି ଅବସରରେ କଲ୍ୟାଣସିଂହପୁର ବ୍ଲକର ବିଭିନ୍ନ ପ୍ରମୁଖ ଶୈବପୀଠ ଓ…

ବନ୍ୟାପାଣିରେ ଭାସିଯାଇଥିଲେ ଯୁବକ, ୪ଦିନ ପରେ ମୃତଦେହ ଉଦ୍ଧାର

ଧାମନଗର,୧୭।୮(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ବ୍ଲକ ଦିହୁଡ଼ି-ଆନନ୍ଦପୁର ପଞ୍ଚାୟତ ପାହଡ଼ପୁର ଯେନାସାହି ଗ୍ରାମର ଗଣେଶ ଜେନା (୫୨)ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନିଖୋଜର ୪ଦିନ ପରେ ଜଙ୍ଗଲରୁ…

ଆଜି ବୁଧ-ଶନିଙ୍କ ନବପଞ୍ଚମ ଯୋଗ, ମିଥୁନ ସମେତ ଏହି ୪ ରାଶିର କ୍ୟାରିୟରରେ ଆସିବ ବଡ଼ ସଫଳତା, ବ୍ୟବସାୟରେ…

ନବପଞ୍ଚମ ଦୃଷ୍ଟି ଯୋଗ ଦୁଇଟି ଗ୍ରହ ପରସ୍ପରଠାରୁ ୫ମ ଏବଂ ୯ମ ଭାବରେ ଅବସ୍ଥିତ ହେଲେ ଗଠିତ ହୁଏ। ଏହି ଯୋଗ ଗଠନ ହେବା ଫଳରେ ଭାଗ୍ୟଶାଳୀ…

ଅଷ୍ଟ୍ରେଲିଆକୁ ICC ଦେଲା ବଡ଼ ଦଣ୍ଡ: ବାଂଲାଦେଶଠାରୁ ଶୋଚନୀୟ ପରାଜୟ ପରେ କଙ୍ଗାରୁ ଟିମ୍‌କୁ…

ଆଡ଼ିଲେଡ,୧୭।୮: ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୯ ଉଇକେଟେରେ ପରାସ୍ତ କରି ବାଂଲାଦେଶ ଇତିହାସ ରଚିଥିଲା। ଟେଷ୍ଟ କ୍ରିକେଟ ଇତିହାସରେ ଏହା ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri