ଉଦ୍ଧାର ହୋଇପାରୁ ନାହିଁ ଶ୍ରୀଜୀଉଙ୍କ ଭୂସମ୍ପତ୍ତି

କେନ୍ଦ୍ରାପଡ଼ା ଅଫିସ, ୧୬ା୫: ଆସନ୍ତା ଜୁନ ୨୦ରେ ରଥଯାତ୍ରା। ଏହାର ପରଦିନ ଅର୍ଥାତ୍‌ ୨୧ ତାରିଖରେ ଇଚ୍ଛାପୁରସ୍ଥ ତୁଳସୀ କ୍ଷେତ୍ରାଧିପତି ଶ୍ରୀ ବଳଦେବଜୀଉଙ୍କ ରଥଟଣା ହେବ । ଏହାସହିତ ବାର୍ଷିକ ନୀତିକାନ୍ତି ପାଇଁ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହେଉଛି । ତେବେ ଦାନବାକ୍ସ ଓ ଅନ୍ୟ ଆୟ ଉତ୍ସରୁ ଏଥିପାଇଁ ପର୍ଯ୍ୟାପ୍ତ ଅର୍ଥ ଆସୁ ନ ଥିବାରୁ ଆଗାମୀ ଦିନରେ ଏହାର ପ୍ରଭାବ ଶ୍ରୀଜୀଉଙ୍କ ନୀତିକାନ୍ତି ଉପରେ ପଡିବ ବୋଲି ବହୁ ଶ୍ରଦ୍ଧାଳୁ ଓ ସେବାୟତମାନେ ମତ ଦେଇଛନ୍ତି । ଅପରପକ୍ଷେ ଶ୍ରୀଜୀଉଙ୍କ ଜମି ଜବରଦଖଲରୁ ମୁକ୍ତ ହୋଇ ପାରିଲେ ଏହି ସ୍ଥିତିରେ କିଛି ସୁଧାର ଆସିପାରିବ ବୋଲି ସେମାନେ ପ୍ରକାଶ କରିଛନ୍ତି ।
ଶ୍ରଦ୍ଧାଳୁ ତଥା ସୂଚନା ଅଧିକାର କର୍ମୀ ପ୍ରତାପ କୁମାର ମହାନ୍ତି କହିଛନ୍ତି, ୧୯୭୪ରେ ରାଜ୍ୟ ଦେବୋତ୍ତର ବିଭାଗ ଆଇନର ଧାରା ୬ ଓ ୭ରେ ୮୬୬.୯୯ ଏକର ଭୂସମ୍ପତ୍ତି ଶ୍ରୀଜୀଉଙ୍କ ନାମରେ ଫଇସଲା ହୋଇଛି  । ଏହି ଫଇସଲା ପରେ ତତ୍କାଳୀନ ସମୟରୁ ଅଦ୍ୟାବଧି ଜମିର ଖଜଣା ଓ ଜଳକର ପୈଠ ହେଉଛି। ତେବେ ଏଥିମଧ୍ୟରୁ ଶତାଧିକ ଏକର ଜମି ଜବରଦଖଲକାରୀଙ୍କ କବ୍‌ଜାରେ ଅଛି  । ମାର୍ଫତଦାରଙ୍କ ନିକଟରେ ଥିବା ୨୩୨ ଏକର ଓ ସିକିମ ପ୍ରଜାଙ୍କ ନିକଟରେ ଥିବା ୧୧୭.୩୫ ଏକର ଜମିରୁ କୌଣସି ଆୟ ଦେବୋତ୍ତର ଟ୍ରଷ୍ଟ ଫଣ୍ଡକୁ ଆସୁନାହିଁ  । ଟ୍ରଷ୍ଟ ବୋର୍ଡ ଅଧୀନ ୧୪୬ ଏକର ଚାଷ ଜମିର ଆୟ ଏହି ମନ୍ଦିର ରୀତିନୀତି ସହ ଡେରାବିଶ ବ୍ଲକ ଅନ୍ତର୍ଗତ କୁଶିଆପାଳସ୍ଥ ଲଛମନଜୀଉଙ୍କ ମନ୍ଦିର ପାଇଁ ପୃଥକ୍‌ ଭାବେ ବିନିଯୋଗ ହେଉଛି। ୨.୨ ଏକରରେ ଶ୍ରୀଜୀଉଙ୍କ ଦେବସ୍ଥଳ, ୧୦ ଏକରରେ ରଥଦାଣ୍ଡ, ୨ ଏକର ଜମିରେ ଗୋରୁହାଟ (ଅବ୍ୟବହୃତ), ୮ ଏକରର ପୁଷ୍କରଣୀକୁ ବାଦ ଦେଲେ ୧୬୦ ଏକର ପତିତ ଜମିରୁ ଟଙ୍କାଟିଏ ଆୟ ହେଉନାହିଁ । ଶ୍ରୀଜୀଉଙ୍କ ନିଜ ଦଖଲରେ ଥିବା ୧୯୨.୮୬ ଏକର ଚାଷ ଜମିରୁ ମାତ୍ର ୩୫୦ ବସ୍ତା ଧାନ ଆଦାୟ ହେଉଛି । ଏବାବଦରେ ମିଳୁଥିବା ଆୟ ତୁଳନାରେ ସମସ୍ତ ସମ୍ପତ୍ତିର ଖଜଣା ଓ ଜଳକର ଢ଼େର ଅଧିକ ବୋଲି ସେ ମତ ଦେଇଛନ୍ତି । ବୁଦ୍ଧିଜୀବୀ ରାଜେଶ କୁମାର ବେହେରା କହିଛନ୍ତି, ଶ୍ରୀଜୀଉଙ୍କ ପତିତ ଜମି ଉଦ୍ଧାର ପାଇଁ ୨୦୦୭ରେ ତତ୍କାଳିନ ଆଇନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ଜମିକୁ ଜବରଦଖଲରୁ ମୁକ୍ତ କରିବା ପାଇଁ ଜିଲାପାଳଙ୍କୁ ଏକ ନିର୍ଦ୍ଦେଶନାମା ବୈଠକ ପରେ ମିଳିଥିଲା । ତେବେ ଦୀର୍ଘ ୧୩ ବର୍ଷ ହେଲା ଜମିକୁ ଜବରଦଖଲରୁ ମୁକ୍ତ କରାଯାଇ ପାରୁନାହିଁ । ଏଥିପାଇଁ ପ୍ରଶାସନର ଅସହଯୋଗ ଓ ଟ୍ରଷ୍ଟ ବୋର୍ଡର ଉଦାସୀନତା ଦାୟୀ ବୋଲି ବୁଦ୍ଧିଜୀବୀ ବେହେରା କ୍ଷୋଭ ପ୍ରକାଶ କରିଛନ୍ତି । ସେବାୟତ ଗଗନ ପତ୍ରୀ, ନୃସିଂହ ପ୍ରସାଦ ପତ୍ରୀ, ଶଶିକାନ୍ତ ସୁଆର ପ୍ରମୁଖ କହିଛନ୍ତି, ଦୈନନ୍ଦିନ ନୀତିକାନ୍ତି, ରଥ ଯାତ୍ରା ଓ ଅନ୍ୟାନ୍ୟ ପର୍ବପର୍ବାଣୀ ପାଇଁ ବାର୍ଷିକ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଆବଶ୍ୟକ। ଶ୍ରୀଜୀଉଙ୍କ ରଥଦାଣ୍ଡ, ଭୋଗ ଓ ଦୀପ ଦୋକାନର ନିଲାମ ସହିତ ଶ୍ରଦ୍ଧାଳୁଙ୍କ ଦାନବାକ ଏସବୁ ଖର୍ଚ୍ଚ ପାଇଁ ପର୍ଯ୍ୟପ୍ତ ନୁହେଁ । ପୁରୀ ଶ୍ରୀକ୍ଷେତ୍ର ପରି ତୁଳସୀକ୍ଷେତ୍ରର ଗୁରୁତ୍ୱ ଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହାର ପରିଚାଳନା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହେବା ଆବଶ୍ୟକ। ଯାହାଫଳରେ ଶ୍ରୀଜୀଉଙ୍କ ପରିଚାଳନା ସୁରୁଖୁରୁରେ ହୋଇପାରିବ। ଏସମ୍ପର୍କରେ ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ଉପଜିଲାପାଳ ନିରଞ୍ଜନ ବେହେରା କହିଛନ୍ତି, ଜବରଦଖଲ ଜମିର ଉଦ୍ଧାର ପାଇଁ ପ୍ରକୀୟା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?