ପାଣି ନ ଦେଲେ ବିଦ୍ୟୁତ୍ ସଂଯୋଗ ବନ୍ଦ
ବରପାଲି, ୨୨।୪: (ଡି.ଏନ.ଏ.) ବରଗଡ଼ ଜିଲା ବିଜେପୁର ନିର୍ବାଚନ ମଣ୍ଡଳୀର ବରପାଲି ଓ ବିଜେପୁର ବ୍ଲକର କେତେକ ଗ୍ରାମର ଚାଷଚଜମି ଜଳସେଚିତ କରିବା ଉଦ୍ଦେଶ୍ୟରେ ଗଙ୍ଗାଧର ମେଗା ଜଳପ୍ରକଳ୍ପ ଯୋଜନା କରାଯାଇଛି। ମାତ୍ର ଏହି ପ୍ରକଳ୍ପରୁ ବରପାଲି ବ୍ଲକର ଗୋପାଇପାଲି, ବନ୍ଧପାଲି…
ଫର୍ଣ୍ଣେସରେ ପୋଡିଯାଇଥିବା ଗୁରୁତର ଶ୍ରମିକଙ୍କ ସିକିତ୍ସାଧୀନ ଅବସ୍ଥାରେ ମୃତ
ଭଦ୍ରକ ଅଫିସ,୨୨।୪: ଭଦ୍ରକ ରାନ୍ଦିଆସ୍ଥିତ କମ୍ପାନୀରେ ଗତ ୧୧ ତାରିଖରେ ଫର୍ଣ୍ଣେସରେ ପୋଡ଼ିଯାଇ ଗୁରୁତର ହୋଇଥିବା ଶ୍ରମିକ ବରପଦାର ବିଜୟ ମହାପାତ୍ରଙ୍କର ଶୁକ୍ରବାର ରାତିରେ ମୃତ୍ୟୁ ଘଟିଛି ।ସେ ଗୁରୁତର ଅବସ୍ଥାରେ ମୁମ୍ବାଇସ୍ଥିତ ନ୍ୟାସନାଲ ବର୍ଣ୍ଣ ସେଣ୍ଟରରେ ସିକିତ୍ସାଧୀନ ଥିଲେ ।…
ନେଟ୍ସେବା ବନ୍ଦ: ଗ୍ରାହକଙ୍କ ଡେଟା କ୍ଷତି
ସମ୍ବଲପୁର, ୨୨।୪: (ବ୍ୟୁରୋ) ସମ୍ବଲପୁର ଜିଲାରେ ଏପ୍ରିଲ ୧୨ରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ହିଂସାତ୍ମକ ଘଟଣା ଘଟିଥିଲା। ତେଣୁ ଜିଲା ପ୍ରଶାସନର ଅନୁରୋଧକ୍ରମେ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଏପ୍ରିଲ ୧୩ ତାରିଖଠାରୁ ମୋବାଇଲ, ବ୍ରଡ୍ବ୍ୟାଣ୍ଡ ଓ ବିଭିନ୍ନ ନେଟ୍…
ସହଲା ଗ୍ରାମ ପଞ୍ଚାୟତ: କାର୍ଯ୍ୟରେ ଯୋଗଦେଲେ ନିଲମ୍ବିତ ସରପଞ୍ଚ
ଡୁଙ୍ଗୁରିପାଲି, ୨୨।୪: (ଡି.ଏନ.ଏ.) ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ସହଲା ଗ୍ରାମ ପଞ୍ଚାୟତରେ କାର୍ଯ୍ୟରେ ଯୋଗ ଦେଇଛନ୍ତି ନିଲମ୍ବିତ ସରପଞ୍ଚ ପଟୁଆରୀ ପଧାନ । ସୂଚନା ଅନୁସାରେ, ସହଳା ଗ୍ରାମ ପଞ୍ଚାୟତର ସରପଞ୍ଚ ପଧାନ ଅପରାଧିକ ମାମଲାରେ ଗିରଫ ହୋଇ…
ଘାଟିରୁ ଅଟୋ ଓଲଟି ୩ ମୃତ, ୧୦ ଆହତ
ପାରଳାଖେମୁଣ୍ଡି/ଆର.ଉଦୟଗିରି,୨୨।୪(ଡି.ଏନ.ଏ.): ଗଜପତି ଜିଲା ଆର.ଉଦୟଗିରି ଥାନା ଅନ୍ତର୍ଗତ ନୂଆଗଡ଼ ଅଞ୍ଚଳର କାଣ୍ଡାମା ଘାଟିରୁ ଶୁକ୍ରବାର ଏକ ଅଟୋ ଓଲଟି ଜଣେ ମହିଳା, ଜଣେ ଶିଶୁଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ବ୍ରହ୍ମପୁର ଓ…
ସପ୍ତଗିରିଙ୍କୁ ରିପିଟ୍ କରିପାରେ କଂଗ୍ରେସ
ରାୟଗଡ଼ା, ୨୨।୪: ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳଗୁଡିକ ପକ୍ଷରୁ ଏବେଠୁ ଜୋରଦାର ପ୍ରସ୍ତୁତି ଚାଲିଲାଣି। ଏକଦା କଂଗ୍ରେସର ଗଡ଼ ଥିଲା ରାୟଗଡ଼ା ଜିଲା ଓ କୋରାପୁଟ ସଂସଦୀୟ କ୍ଷେତ୍ର । ଦେଶ ସ୍ବାଧୀନ ହେବା ପରେ ୧୯୫୭ରୁ…
ବ୍ଲକ୍ ଅଧ୍ୟକ୍ଷାଙ୍କ ସ୍ବାମୀଙ୍କ ସମେତ ୩ ଗିରଫ
ଆନନ୍ଦପୁର,୨୨।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଶାଳଦେଇ ବାଲିଘାଟ ବିବାଦକୁ ନେଇ ମହିଳାଙ୍କୁ ହତ୍ୟା ଘଟଣାରେ ପୋଲିସ ୩ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଘଷିପୁରା ବ୍ଲକ୍ ଅଧ୍ୟକ୍ଷାଙ୍କ ସ୍ବାମୀ ବାବନ ସାହୁ ଏବଂ ବଳରାମ…
ଆର୍ଟିଆଇରେ ତଥ୍ୟ ଦେଉନାହାନ୍ତି ସୂଚନା ଅଧିକାରୀ
ସୁନାବେଡ଼ା/ସେମେଳିଗୁଡ଼ା,୨୨।୪: (ସ୍ବ.ପ୍ର.) ଆର୍ଟିଆଇ ମାଧ୍ୟମରେ ଯେକୌଣସି ବ୍ୟକ୍ତି ତଥ୍ୟ ମାଗିପାରିବେ। ସେ ଚାହୁଁଥିବା ବିଭାଗର ତଥ୍ୟ ସୂଚନା ଅଧିକାର ଆଇନ ଅନୁସାରେ ସୂଚନା ଦେବାକୁ ସୂଚନା ଅଧିକାରୀ ବାଧ୍ୟ। ଏପରି ନିୟମ ସୂଚନା ଅଧିକାର ଆଇନରେ ରହିଥିଲେ ମଧ୍ୟ ଏହି ନିୟମକୁ…
ଗ୍ରୀଷ୍ମ ପ୍ରବାହରେ ଜନଜୀବନ ଅସ୍ତବ୍ୟସ୍ତ
ମାଲକାନଗିରି, ୨୨।୪: (ଡି.ଏନ୍.ଏ.) ମାଲକାନଗିରି ଜିଲାରେ ତାପମାତ୍ରା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଜିଲାରେ ଏବେ ୪୩ ଡିଗ୍ରୀ ତାପମାତ୍ରା ରହୁଛି। ଏନେଇ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବା ବେଳେ ଅଘୋଷିତ ବିଦ୍ୟୁତ୍ କାଟ୍ କଷ୍ଟକୁ ଦ୍ୱିଗୁଣିତ କରିଛି। ଏଥିପାଇଁ…
ବିବାଦୀୟ ମୋଡ଼ରେ ଛାତ୍ରୀଛାତ୍ରଙ୍କୁ ନିର୍ଯାତନା
ନୟାଗଡ଼ ଅଫିସ୍, ୨୨।୪: ନୟାଗଡ଼ ଜିଲା ଶରଣକୁଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୨୪ ଛାତ୍ରୀଛାତ୍ରଙ୍କୁ ନିର୍ଯାତନା ମାମଲା ଧୀରେ ଧୀରେ ବିବାଦୀୟ ହେବାରେ ଲାଗିଛି। ଶୁକ୍ରବାର ଜିଲାପାଳ ଓ ଅତିରିକ୍ତ ଜିଲାପାଳ(ଏଡିଏମ୍)ଙ୍କୁ ବିପକ୍ଷ ୬୦ ଛାତ୍ରୀଛାତ୍ର ଭେଟିବା ପରେ ବିବାଦ ସମାଧାନ…
ଚାଷୀଙ୍କ ଦ୍ୱାରା ଉଦ୍ଭାବିତ ଧାନ ବିହନର ଚାହିଦା ବଢ଼ୁଛି
ରଘୁନାଥପୁର,୨୨।୪: (ଡି.ଏନ୍.ଏ.) ରଘୁନାଥପୁର ବ୍ଲକ ରେଢୁଆ ପଞ୍ଚାୟତ ନୂଆଗଡ଼ସ୍ଥିତ କୃଷିଭିତ୍ତିକ ସଂସ୍ଥା ଲାଲ(ଲିଭ ଆଣ୍ଡ ଲେଟ ଲିଭ)ର ସମ୍ପାଦକ କ୍ଷେତ୍ରମୋହନ ବେହେରାଙ୍କ ସହଯୋଗରେ ଅଞ୍ଚଳର ୭ ଜଣ ଚାଷୀଙ୍କ ଦ୍ୱାରା ୭ ପ୍ରକାର ଧାନବିହନ ଉଦ୍ଭାବନ କରାଯାଇଛି। ଏହାକୁ ସରକାରୀ ମାନ୍ୟତା…
ସୂଚନା ଫଳକ, ଓ୍ବେବ୍ ପୋର୍ଟାଲ ତଥ୍ୟରେ ତାଳମେଳ ରହୁନି
ନାଉଗାଁ,୨୨।୪: (ସ୍ବ.ପ୍ର.) ନାଉଗାଁ ବ୍ଲକର ବିଭିନ୍ନ ପଞ୍ଚାୟତରେ ସରକାରୀ ଯୋଜନାରେ ନିର୍ମାଣ କାର୍ଯ୍ୟ କରାଯାଉଛି। ମାତ୍ର ଅଧିକାଂଶ ପଞ୍ଚାୟତରେ ଗୋଟିଏ ପ୍ରକଳ୍ପ ପାଇଁ ବାରମ୍ବାର କାମ ହୋଇଥିବା ଦର୍ଶାଯାଇଛି। କିନ୍ତୁ ପ୍ରଥମ ପର୍ଯ୍ୟାୟ ପରେ ହୋଇଥିବା କାର୍ଯ୍ୟ ପାଇଁ କୌଣସି ସୂଚନାଫଳକ…

