ଶାଳମଞ୍ଜିର ଅଭାବୀ ବିକ୍ରି, ଶସ୍ତାରେ କିଣୁଛନ୍ତି ଦଲାଲ

ଦାରିଙ୍ଗବାଡି,୨୯ା୫(ଡି.ଏନ୍‌.ଏ.): ଜନଜାତି ଅଧ୍ୟୁଷିତ କନ୍ଧମାଳ ଜିଲାରେ ଏବେ ଜଙ୍ଗଲଜାତ ଦ୍ରବ୍ୟ ଶାଳମଞ୍ଜିର ଅଭାବୀ ବିକ୍ରି ଗରିବ ଲୋକଙ୍କୁ କଷ୍ଟରେ ପକାଇଛି । ଏବେ ଅଞ୍ଚଳରେ ଏକାଧିକ ଜଙ୍ଗଲଜାତ ଦ୍ରବ୍ୟ ଲୋକେ ସଂଗ୍ରହ କରୁଥିଲେ ସୁଦ୍ଧା ବଜାରରେ ଉଚିତ ଦର ମିଳୁ ନ ଥିବା ଅଭିଯୋଗ ହୋଇଛି। ଶାଳ ଗଛରୁ ସିଧା କାଳବୈଶାଖୀ ହେଉ କି ସାଧାରଣ ପବନରେ ଶାଳମଞ୍ଜି ଆପେ ଆପେ ତଳେ ପଡିଥାଏ । ଏବେ ବଣ ଜଙ୍ଗଲ ସମେତ ପାହାଡ଼, ରାଜପଥ କଡରେ ଶାଳମଞ୍ଜି ଚାଦର ଘୋଡାଇଲା ଭଳି ପଡିରହିଛି। ଶାଳମଞ୍ଜିକୁ ଜନଜାତି ଓ ଅନ୍ୟ ବର୍ଗର ଲୋକେ ସଂଗ୍ରହ କରି ପୋଡିବା, ଶୁଖାଇବା, ଚୋପା ଛଡାଇବା ସହ ଡାଲି ପ୍ରସ୍ତୁତ କରି ବିକ୍ରି କରିଥାନ୍ତି। ଏତିକି କାର୍ଯ୍ୟ କରିବାକୁ ଗୋଟିଏ ପରିବାରକୁ ୧୦ରୁ ୧୫ ଦିନ ସମୟ ଲାଗିଥାଏ। ହେଲେ ଏହାର ବଜାର ମୂଲ୍ୟ ଧାର୍ଯ୍ୟ କରାଯାଇଥିଲେ ସୁଦ୍ଧା ସରକାରଙ୍କ ପକ୍ଷରୁ ପ୍ରତି ପଞ୍ଚାୟତରେ କିଣା ବିକା କରାଯାଉ ନ ଥିବାରୁ ଏହାକୁ ସଂଗ୍ରହ କରୁଥିବା ପରିବାର ଅତି ଶସ୍ତା ଦରରେ ଦଲାଲମାନଙ୍କୁ ବିକ୍ରି କରୁଛନ୍ତି। ଏହାର ଦର ଟିଡିସିସିଓଏଲ(ଟ୍ରାଇବାଲ ଡେଭଲପମେଣ୍ଟ କୋଅପରେଟିଭ କର୍ପୋରେଶନ ଓଡ଼ିଶା ଲିମିଟେଡ) ସର୍ବନମ୍ନ ଦର ଧାର୍ଯ୍ୟ କରିଥିବା ବେଳେ କିଲୋ ପିଛା ୨୦ଟଙ୍କାରେ କିଣିବା ପାଇଁ ଧାର୍ଯ୍ୟ କରିଥିବା ଟିଡିସିସିଓଏଲର ରାଜ୍ୟ ଉପାଧ୍ୟକ୍ଷ ଦିଲୀପ କୁମାର ପ୍ରଧାନ କହିଛନ୍ତି। ଏଥିପାଇଁ ଶାଳମଞ୍ଜି ସଂଗ୍ରହକାରୀ ନିଜ ଅଞ୍ଚଳର ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ବିକ୍ରି କରିବେ। ଚାଷୀ ନିଜର ବ୍ୟାଙ୍କ ଆକାଉଣ୍ଟ ଓ ଆଧାର ଦେବା ବାଧ୍ୟତାମୂଳକ ରହିବ ଏବଂ ମଞ୍ଜି ବିକ୍ରିର ୩ ଦିନରୁ ଏକ ସପ୍ତାହ ମଧ୍ୟରେ ସେମାନଙ୍କୁ ଟିଡିସିସିଓଏଲ ପକ୍ଷରୁ ମଞ୍ଜିର ଉଚିତ ମୂଲ୍ୟ ହିସାବରେ ଅର୍ଥ ପ୍ରଦାନ କରାଯିବ ବୋଲି କହିଛନ୍ତି। ଏବେ ଜିଲାର ବିଭିନ୍ନ ସ୍ଥାନରେ ଶାଳମଞ୍ଜି ସଂଗ୍ରହ ହେଉଥିଲେ ସୁଦ୍ଧା ସଂଗ୍ରହକାରୀ କିଲୋ ପିଛା ମାତ୍ର ୧୦ରୁ ୧୫ଟଙ୍କା ପର୍ଯ୍ୟନ୍ତ ବିକ୍ରି କରୁଛନ୍ତି ା ଫଳରେ ପରିବାରର ଛୋଟ, ବଡ଼ ସମସ୍ତ ପରିବାର ଏଥିପାଇଁ ପରିଶ୍ରମ କରି ଦିନକୁ ୧ଶହରୁ୨ଶହ ରୋଜଗାର କରନ୍ତି। ତେଣୁ ରାଜ୍ୟ ସରକାର ଏହାର ସର୍ବନିମ୍ନ ମୂଲ୍ୟ କିଲୋ ପିଛା ୩୦ ଟଙ୍କାରୁ ଊର୍ଦ୍ଧ୍ୱ ଦର କରିବାକୁ ଦାବି ହୋଇଛି। ପ୍ରକାଶ ଯେ, କନ୍ଧମାଳ ଜିଲାରେ ଅତି ଶସ୍ତାରେ କ୍ରୟ କରାଯାଉଛି ଶାଳମଞ୍ଜି। ଏଥିରୁ ତେଲ ବାହାର କରାଯିବା ସହ ସାବୁନ ଇତ୍ୟାଦି ପ୍ରସ୍ତୁତ କରାଯାଏ ା ତେବେ କନ୍ଧମାଳରୁ କଞ୍ଚାମାଲ ଯାଇ ବାହାରେ ତେଲ, ସାବୁନ ଆଦି କରାଯାଇଥାଏ। ଏଠାରେ ତାକୁ ମୂଲ୍ୟଯୁକ୍ତ କରାଯିବା ବ୍ୟବସ୍ଥା ନ ଥିବାରୁ ଏହା ଶସ୍ତା ବୋଲି ବୁଦ୍ଧିଜୀବୀ ମହଲରେ କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁପୋଷିତ ଓଡ଼ିଶା ମିଶନ ପ୍ରଶିକ୍ଷଣ: ଶିଶୁ ପୋଷଣ ଉପରେ ଗୁରୁତ୍ୱାରୋପ

ଦାରିଙ୍ଗବାଡି,୩୧।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗିବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଋଷିମାଳ ଡିଗ୍ରୀ କଲେଜରେ ସୋମବାର ସୁପୋଷିତ ଓଡ଼ିଶା ମିଶନ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ…

ମୋଦିଙ୍କୁ ଏଭଳି କହିଦେଲେ ଛାତ୍ରୀଛାତ୍ର, ଭାବବିହ୍ୱଳ ହୋଇଗଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୩୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଜବେକିସ୍ତାନ ଗସ୍ତ ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଉଜବେକିସ୍ତାନର ଛାତ୍ରୀଛାତ୍ରମାନେ ମୋଦିଙ୍କ ଦ୍ୱାରା ଲିଖିତ…

ନିଶାମୁକ୍ତ ସମାଜ, ସାଇବର ଠକେଇ ରୋକିବାକୁ ପୋଲିସର …

କେସିଙ୍ଗା, ୩୧ା୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଆଦର୍ଶ ଥାନା ପକ୍ଷରୁ ଉତ୍‌କେଲା ଫାଣ୍ଡି ଅଧୀନସ୍ଥ କିକିଆ ଗ୍ରାମରେ ନିଶାମୁକ୍ତ ଅଭିଯାନ ଓ ସାଇବର କ୍ରାଇମ୍‌…

ଏହି ୪ ରାଶିଙ୍କ ଉପରେ ଥାଏ ଭାଗ୍ୟର ଆଶୀର୍ବାଦ: କମ ପରିଶ୍ରମରେ ମିଳିଥାଏ ବଡ଼ ସଫଳତା

ଭୁବନେଶ୍ୱର: ଆପଣ ମଧ୍ୟ ଏପରି ଲୋକଙ୍କୁ ଦେଖିଥିବେ, ଯେଉଁମାନଙ୍କୁ ଜୀବନରେ ଅନେକ କିଛି ସହଜରେ ମିଳିଯାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ରାଶି ଜାତକଙ୍କ ଉପରେ ଗ୍ରହ…

ମୋଦି ସରକାରର ଦୁଇ ମନ୍ତ୍ରୀଙ୍କ ମଧ୍ୟରେ ପ୍ରବଳ ଝଗଡା: ପରସ୍ପର ଇସ୍ତଫା କଲେ ଦାବି: ପଛରେ ରହିଛି ଏମିତି କାରଣ

ନୂଆଦିଲ୍ଲୀ,୩୧।୮: ମୋଦି କ୍ୟାବିନେଟର ଦୁଇ ମନ୍ତ୍ରୀ ଜିତନ ରାମ ମାଞ୍ଝି ଏବଂ ଚିରାଗ ପାସୱାନଙ୍କ ମଧ୍ୟରେ ଝଗଡା ଚରମସୀମାରେ ପହଞ୍ଚିଛି । ସେମାନଙ୍କ ମଧ୍ୟରେ ତିକ୍ତତା ଏପରି…

କଳା ଓ ସଙ୍ଗୀତରେ ଚମକିଲେ ଭାଇ-ଭଉଣୀ: ପ୍ରାଚୀଙ୍କ ସଙ୍ଗୀତରେ ଝୁମିଲେ ଦର୍ଶକ

ଗଞ୍ଜାମ, ୩୧/୮ (ବିଦ୍ୟାଧର ସାହୁ): ବିବିଧ ଫାଉଣ୍ଡେଶନ୍‌ କଳା ଓ ସଂସ୍କୃତି ପକ୍ଷରୁ ଆୟୋଜିତ ପ୍ରତିଯୋଗିତାରେ ପାରଦର୍ଶିତା ଦେଖାଇଛନ୍ତି ଗଞ୍ଜାମ ସହରର ଭାଇ-ଭଉଣୀ। ପ୍ରାଚୀଙ୍କ ସଙ୍ଗୀତର ମୂର୍ଚ୍ଛନାରେ…

ଦିନେ ମୋଦି କରିଥିଲେ ପ୍ରଶଂସା, ଏବେ ଜୀବିକା ହରାଇବେ ଏହି ମହିଳା: କାହାଣୀ ଶୁଣିଲେ…

ନୂଆଦିଲ୍ଲୀ,୩୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ କି ବାତ’ର ୧୩୭ତମ ଏପିସୋଡରେ ବେଙ୍ଗାଲୁରୁର ଜଣେ ରାସ୍ତା ବିକ୍ରେତା ଟି.ଏସ. ନିଙ୍ଗାମ୍ମାଙ୍କ କାହାଣୀ ଶେୟାର କରିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ…

ଭୁବନେଶ୍ୱର, ଝାରସୁଗୁଡ଼ା ପରେ ଢେଙ୍କାନାଳରେ ଖୋଲିଲା ଚାଉଳ ଏଟିଏମ୍‌

ଢେଙ୍କାନାଳ,୩୧।୮(ରତନ ନାୟାର): ଭୁବନେଶ୍ୱର, ଝାରସୁଗୁଡା ପରେ ଢେଙ୍କାନାଳରେ ଖୋଲିଲା ଚାଉଳ ଏଟିଏମ୍‌। ସୋମବାର ସ୍ଥାନୀୟ ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ନିକଟରେ ଖାଦ୍ୟ, ଯୋଗାଣ ଓ ଖାଉଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri