ବିଶୁଦ୍ଧ ପାନୀୟ ଜଳରୁ ୪ନଂ.ଓ୍ବାର୍ଡବାସୀ ବଞ୍ଚିତ

ଜେନାପୁର,୨୯ା୫(ଡି.ଏନ.ଏ.): ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ନିମନ୍ତେ ନିର୍ମିତ ହୋଇଛି ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପ। କିନ୍ତୁ କେତକ ସ୍ଥାନରେ ତାହା ଗରିବ ଜନସାଧାରଣଙ୍କ ହିତରେ ଆଦୌ ଆସୁ ନ ଥିବା ଅଭିଯୋଗ ହୋଇଛି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ତାଳଜଙ୍ଗ ପଞ୍ଚାୟତର ବଳରାମପୁର ପାହାଡ଼ ପାଦଦେଶରେ ଥିବା ନୂଆ ତାଳଜଙ୍ଗ ଗ୍ରାମର ୪ ନମ୍ବର ୱାର୍ଡରେ। ଏଠାରେ ବିଶୁଦ୍ଧ ପାନୀୟ ଜଳ ସମସ୍ୟା ଦେଖିବାକୁ ମିଳିଛି। ଏହି ଗ୍ରାମରେ ୫୦୦ ଲୋକ ବସବାସ କରୁଛନ୍ତି। ପଞ୍ଚାୟତରେ ୧୦ ବର୍ଷ ତଳେ ସ୍ଥାପିତ ହୋଇଛି ଏକ ପ୍ରକଳ୍ପ। କିନ୍ତୁ ଏହି ପ୍ରକଳ୍ପରୁ ୪ ନମ୍ବର ୱାର୍ଡକୁ ବିଶୁଦ୍ଧ ପାନୀୟ ଜଳ ଯାଇ ପାରୁନାହିଁ। ଲୋକଙ୍କ କହିବା ମୁତାବକ, ପ୍ରକଳ୍ପ ପ୍ରତିଷ୍ଠା ହେବା ଦିନଠାରୁ ସାହିକୁ ପାଇପ୍‌ ସଂଯୋଗ କରାଯାଇ ନାହିଁ। ସାହିର ଲୋକେ ପାଣିଟୋପାଏ ପାଇବା ପାଇଁ ବିଭିନ୍ନ ସମୟରେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ସାହିରେ ୩ ନଳକୂପ ଅଛି। ହେଲେ ସେ ସବୁ ଅଚଳ। ୨ କୂଅ ଶୁଖିଲା ପଡ଼ଛି। ଦୀର୍ଘ ବର୍ଷ ଧରି ଅଚଳ ହୋଇ ପଡ଼ିଥିବା ଏକ ବୋରିଙ୍ଗରୁ ଢାଳ ସାହାଯ୍ୟରେ ପାଣି ଯାହା ବାହାରୁଛି ସେଥିରେ ଲୋକେ ଚଳୁଛନ୍ତି। କୂଅରୁ ବାହାରୁଥିବା ପାଣି ସମୁଦ୍ରକୁ ଶଙ୍ଖେ ବୋଲି ଗ୍ରାମବାସୀ କହିଛନ୍ତି। ଏ ସମ୍ପର୍କରେ ପ୍ରତିକ୍ରିୟା ପାଇଁ ବିଡିଓ ଦେବେନ୍ଦ୍ର ପ୍ରସାଦ ବଳଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରିନାହିଁ। ଏଥିପ୍ରତି ଜିଲାପାଳ ତୁରନ୍ତ ଦୃଷ୍ଟିକୁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IMD କଲା ଆଲର୍ଟ: ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, କାଲିଠୁ ଏସବୁ ଜିଲାରେ ପ୍ରବଳ ବର୍ଷା!

ନୂଆଦିଲ୍ଲୀ, ୨ା୭: ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ଆଜି ଦେଶର ୧୯ଟି ରାଜ୍ୟରେ ମୂଷଳଧାରାରେ ବର୍ଷା ହେବ। ଆଜି ଦିଲ୍ଲୀ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଉତ୍ତରପ୍ରଦେଶ, ବିହାର,…

ଏମଭିଆଇ-ଷ୍ଟେନୋଙ୍କ ଅବସର: ଭବିଷ୍ୟତ ସୁଖମୟ ହେବାକୁ କାମନା

ଛତ୍ରପୁର,୨।୭: ଗଞ୍ଜାମ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଏମଭିଆଇ ରାଜ କୁମାର ବେହେରା ଏବଂ ଷ୍ଟେନୋ ଶ୍ୟାମସୁନ୍ଦର ମାର୍ଥାଙ୍କ ଚାକିରିରୁ ଅବସର ହୋଇଯାଇଛି l ଏନେଇ କାର୍ଯ୍ୟାଳୟ ପକ୍ଷରୁ…

ପଡ଼ୋଶୀ ଦେଶରେ ପେଟ୍ରୋଲ-ଡିଜେଲ ଶସ୍ତା! LPG ସିଲିଣ୍ଡର ଦାମ ୧୦୦ ଟଙ୍କା କମିଲା…

ନୂଆଦିଲ୍ଲୀ, ୨ା୭: ଜୁଲାଇ ପହିଲାରେ ଭାରତରେ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ ପାଇଥିବା ବେଳେ, ପଡ଼ୋଶୀ ଦେଶ ନେପାଳର ଲୋକମାନଙ୍କୁ ମଧ୍ୟ ଏକ ବଡ଼ ଆଶ୍ୱସ୍ତି…

ପାଠ୍ୟ ପୁସ୍ତକରେ ତ୍ରୁଟି, ତେଜୁଛି ଆନ୍ଦୋଳନ

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ନୂତନଭାବେ ପ୍ରକାଶ ପାଇଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ପାଠ୍ୟ ପୁସ୍ତକରେ ରହିଥିବା ଅନେକ ତ୍ରୁଟିକୁ ନେଇ ରାଜ୍ୟରେ ଅସନ୍ତୋଷ ଥମିବାର ନାଁ ନେଉ…

ହ୍ୱାଟ୍ସଆପ୍‌ର ନୂଆ ‘ୟୁଜରନେମ୍‌’ ଫିଚର ଉପରେ କେନ୍ଦ୍ରର ରୋକ

ନୂଆଦିଲ୍ଲୀ, ୨ା୭ (ପି.ଟି.): ହ୍ୱାଟ୍ସଆପ୍‌ ଚିଫ୍‌ କମ୍ପ୍ଲାଏନ୍ସ ଅଫିସରଙ୍କୁ ପଠାଯାଇଥିବା ସରକାରୀ ନୋଟିସରେ ସ୍ପଷ୍ଟ କୁହାଯାଇଛି ଯେ, ଏକ ପ୍ରମୁଖ ସାମାଜିକ ଗଣମାଧ୍ୟମ ସଂସ୍ଥା ଭାବେ ମେଟା…

୨ଦିନରେ ଧାନ ଉଠିବା ନେଇ ଆଶଙ୍କାରେ ଚାଷୀ: ମଣ୍ଡିରେ ଗଜା ହେଲାଣି ଧାନ

ନୂଆପଡ଼ା,୨ା୭ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ରବି ମଣ୍ଡି ଧାନ ଉଠାଣ ଅବଧି ଜୁନ ୩୦ ରହିଥିଲା। ଜିଲାର ବିଭିନ୍ନ ମଣ୍ଡିରେ ପଡି ରହିଥିବା ଧାନକୁ ଦେଖି ରାଜ୍ୟ…

ପ୍ରମାଣପତ୍ର ପାଇଁ ଆସି ଦିବ୍ୟାଙ୍ଗ ହଟହଟା: ନିରାଶରେ ଘରକୁ ଫେରୁଛନ୍ତି

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ପ୍ରମାଣପତ୍ର ପାଇଁ ଦିବ୍ୟାଙ୍ଗମାନେ ହଟହଟା ହେବା ସାଧାରଣରେ ପରିଣତ ହୋଇଛି। କେତେବେଳେ ପ୍ରମାଣପତ୍ର ଇସ୍ୟୁ କରିବାକୁ ଡାକ୍ତର ନାହାନ୍ତି ତ ଆଉକେବେ ନିର୍ଦ୍ଧାରିତ…

ଅଗଷ୍ଟ ୩୦ରେ ଏନ୍‌ଇଇଟି-ପିଜି ପରୀକ୍ଷା

ନୂଆଦିଲ୍ଲୀ,୨ା୭: ନ୍ୟାଶନାଲ ବୋର୍ଡ ଅଫ୍‌ ଏକ୍ଜାମିନେଶନ୍ସ ଇନ୍‌ ମେଡିକାଲ ସାଇନ୍ସ (ଏନ୍‌ବିଇଏମ୍‌ଏସ୍‌) ନୂଆଦିଲ୍ଲୀ ଚଳିତବର୍ଷର ଏନ୍‌ଇଇଟି-ପିଜି ପରୀକ୍ଷା ପାଇଁ ବୁଧବାର ଆବେଦନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri