ଖୋଜିଲେ ମିଳୁନି ବାଘୁଆ ଶିଶୁ ପାର୍କ

ନୟାଗଡ଼ ଅଫିସ/ ଓଡ଼ଗାଁ ,୨୯।୫(ସ୍ବ.ପ୍ର.)ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକର ବାଘୁଆ ଶିଶୁ ପାର୍କ କେଉଁଠି ହୋଇଛି ଖୋଜିଲେ ମିଳୁନି। ତେବେ ରୋହିବାଙ୍କ ପଞ୍ଚାୟତ ହଳଦାପଲ୍ଲୀଠାରେ ଲାଗିଥିବା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ର ସୂଚନା ଫଳକକୁ ଅନୁଧ୍ୟାନ କଲେ ବାଘୁଆ ପାର୍କ କେବଳ ଫଳକ ଭିତରେ ଅଟକି ରହିଛି । ପାର୍କ ନାଁରେ ଖର୍ଚ୍ଚ ହୋଇଥିବା ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ଲକରେ ଚାଲିଥିବା ବିକାଶର ସ୍ବଚ୍ଛତାକୁ ପଦାରେ ପକାଇଛି। ଅନ୍ୟପକ୍ଷେ ଫଳକରେ କାର୍ଯ୍ୟ ଆମ୍ଭର ତାରିଖ ଅଛି, କାମ ଶେଷର ତାରିଖ ନାହିଁ। କାମ କେବେ ଶେଷ ହେବ ତାହା ବି ସ୍ପଷ୍ଟ ହୋଇନି। ଗ୍ରାଉଣ୍ଡ ଜିରୋକୁ ଯାଇ ସେହି ପାର୍କ କାମକୁ ଦେଖିଲେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ କେମିତି ଅପବ୍ୟୟ ବଢ଼ି ଚାଲିଛି ତାହା ସ୍ପଷ୍ଟ ହୋଇଛି ।
ବାଘୁଆ ଡ୍ୟାମ୍‌ ପାଖରେ ଜଙ୍ଗଲିଆ ଅଞ୍ଚଳରେ ନିର୍ମାଣ ହୋଇଛି ବାଘୁଆ ଶିଶୁ ପାର୍କ। ଏଠାରେ ଗୋଟିଏ ଫଳକରେ ରହିଛି ବାଘୁଆ ଶିଶୁ ଉଦ୍ୟାନ ଭୂମି ଉନ୍ନତୀକରଣ । ୨୩।୩।୨୦୨୧ରେ କାର୍ଯ୍ୟ ଆରମ୍ଭ ହୋଇଥିବା ଉଲ୍ଲେଖ ରହିଛି । କାମ ଶେଷର ସୂଚନା ନାହିଁ । ସେହିପରି ଅନେକ ସୂଚନା ଦିଆଯାଇ ନାହିଁ । ତେବେ ୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ଦର୍ଶାଯାଇଛି । ସେହିଭଳି ଭୂମି ଉନ୍ନତିକରଣ ଶିଶୁ ଉଦ୍ୟାନ ନାଁରେ ଅନ୍ୟ ଏକ ସୂଚନା ଫଳକ ରହିଛି ଯେଉଁଥିରେ ପୁଣି ୫ ଲକ୍ଷ ଖର୍ଚ୍ଚ ହୋଇଛି ।
ଏଥିରେ କାର୍ଯ୍ୟରମ୍ଭ ୩।୫।୨୦୨୧ ଦର୍ଶାଯାଇଥିବାବେଳେ କାମ ଶେଷର ମଧ୍ୟ ସୂଚନା ନାହିଁ । ଅନ୍ୟ ଦୁଇଟି ଫଳକକୁ ଭାଙ୍ଗି ଦିଆଯାଇଥିବା କୁହାଯାଉଛି। ପୂର୍ବରୁ ସ୍ଥାନୀୟ ଅଞ୍ଚଳ ଯେପରି ଥିଲା ଏବେବି ସେପରି ଅଛି। ତେବେ ଭୂମି ଉନ୍ନତିକରଣ ଓ ଶିଶୁ ଉଦ୍ୟାନ ନାଁରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଛି। ପାର୍କରେ ଅନାବନା, ଅଦରକାରୀ ଗଛ ପରିପୂର୍ଣ୍ଣ ହୋଇ ରହିଛି। ଜଙ୍ଗଲ ଭିତରେ ପାର୍କ କରି ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଅର୍ଥ ଆତ୍ମସାତ୍‌ କରାଯାଇଥିବା ଅଭିଯୋଗ ହୋଇଛି। ପାର୍କ ଭିତରୁ ଅନ୍ୟ ଫଳକକୁ ଭାଙ୍ଗି ଦେଲେ ସରକାରୀ ଅନୁଦାନ ମଞ୍ଜୁର ହୋଇଥିବା ଜଣାପଡିବ ନାହିଁ ବୋଲି ଯୋଜନା ପ୍ରସ୍ତୁତ ହୋଇଛି।
ଏ ସଂକ୍ରାନ୍ତରେ ଓଡ଼ଗାଁର ସମାଜିକ କର୍ମୀ ଶାନ୍ତ୍ୱନୁ ବିଶୋଇ କୁହନ୍ତି, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମରେ ସ୍ବଚ୍ଛତା ନାହିଁ। ଫଳକରେ ସମ୍ପୂର୍ଣ୍ଣ ତଥ୍ୟ ନାହିଁ । ଭୂମି ଉନ୍ନତିକରଣ ଓ ଶିଶୁ ଉଦ୍ୟାନ ନାଁରେ ୧୦ ଲକ୍ଷ ଚଳୁ ହୋଇ ସାରିଲାଣି । ଆଗକୁ ପୁଣି ଏଥିରେ କିଛି ଅର୍ଥ ଖର୍ଚ୍ଚ କରି ବିକାଶର ବାର୍ତ୍ତା ବଣ୍ଟନ କରାଯାଇପାରେ।
ବାଘୁଆ ଶିଶୁ ପାର୍କକୁ ଦେଖିଲେ ବିକାଶ କିପରି ଚାଲିଛି ଜଣାପଡୁଛି। କେନ୍ଦ୍ର ସରକାର କିପରି ଏହି ଅନିୟମିତତା ଜାଣି ପାରୁ ନାହାନ୍ତି ସେନେଇ ସନ୍ଦେହ ସୃଷ୍ଟି ହେଉଛି। ଏହାର ତଦନ୍ତ ହେବା ଦରକାର ବୋଲି ସେ କହିଛନ୍ତି। ଓଡ଼ଗାଁ ବିଡିଓ ସନ୍ତୋଷ କୁମାର ଜେନା କୁହନ୍ତି, ବାଘୁଆ ଶିଶୁ ପାର୍କ ମୋ ସମୟର କାମ ନୁହେଁ । ଏଥିରେ କେତେ ଖର୍ଚ୍ଚ ହୋଇଛି, କେତେ ବିଲ୍‌ ହୋଇଛି, ଅନିୟମିତତା ହୋଇଛି କି ନାହିଁ ଫାଇଲ ଦେଖିବା ପରେ ଜଣାପଡ଼ିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?