ଖୋଜିଲେ ମିଳୁନି ବାଘୁଆ ଶିଶୁ ପାର୍କ

ନୟାଗଡ଼ ଅଫିସ/ ଓଡ଼ଗାଁ ,୨୯।୫(ସ୍ବ.ପ୍ର.)ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକର ବାଘୁଆ ଶିଶୁ ପାର୍କ କେଉଁଠି ହୋଇଛି ଖୋଜିଲେ ମିଳୁନି। ତେବେ ରୋହିବାଙ୍କ ପଞ୍ଚାୟତ ହଳଦାପଲ୍ଲୀଠାରେ ଲାଗିଥିବା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ର ସୂଚନା ଫଳକକୁ ଅନୁଧ୍ୟାନ କଲେ ବାଘୁଆ ପାର୍କ କେବଳ ଫଳକ ଭିତରେ ଅଟକି ରହିଛି । ପାର୍କ ନାଁରେ ଖର୍ଚ୍ଚ ହୋଇଥିବା ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ଲକରେ ଚାଲିଥିବା ବିକାଶର ସ୍ବଚ୍ଛତାକୁ ପଦାରେ ପକାଇଛି। ଅନ୍ୟପକ୍ଷେ ଫଳକରେ କାର୍ଯ୍ୟ ଆମ୍ଭର ତାରିଖ ଅଛି, କାମ ଶେଷର ତାରିଖ ନାହିଁ। କାମ କେବେ ଶେଷ ହେବ ତାହା ବି ସ୍ପଷ୍ଟ ହୋଇନି। ଗ୍ରାଉଣ୍ଡ ଜିରୋକୁ ଯାଇ ସେହି ପାର୍କ କାମକୁ ଦେଖିଲେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ କେମିତି ଅପବ୍ୟୟ ବଢ଼ି ଚାଲିଛି ତାହା ସ୍ପଷ୍ଟ ହୋଇଛି ।
ବାଘୁଆ ଡ୍ୟାମ୍‌ ପାଖରେ ଜଙ୍ଗଲିଆ ଅଞ୍ଚଳରେ ନିର୍ମାଣ ହୋଇଛି ବାଘୁଆ ଶିଶୁ ପାର୍କ। ଏଠାରେ ଗୋଟିଏ ଫଳକରେ ରହିଛି ବାଘୁଆ ଶିଶୁ ଉଦ୍ୟାନ ଭୂମି ଉନ୍ନତୀକରଣ । ୨୩।୩।୨୦୨୧ରେ କାର୍ଯ୍ୟ ଆରମ୍ଭ ହୋଇଥିବା ଉଲ୍ଲେଖ ରହିଛି । କାମ ଶେଷର ସୂଚନା ନାହିଁ । ସେହିପରି ଅନେକ ସୂଚନା ଦିଆଯାଇ ନାହିଁ । ତେବେ ୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ଦର୍ଶାଯାଇଛି । ସେହିଭଳି ଭୂମି ଉନ୍ନତିକରଣ ଶିଶୁ ଉଦ୍ୟାନ ନାଁରେ ଅନ୍ୟ ଏକ ସୂଚନା ଫଳକ ରହିଛି ଯେଉଁଥିରେ ପୁଣି ୫ ଲକ୍ଷ ଖର୍ଚ୍ଚ ହୋଇଛି ।
ଏଥିରେ କାର୍ଯ୍ୟରମ୍ଭ ୩।୫।୨୦୨୧ ଦର୍ଶାଯାଇଥିବାବେଳେ କାମ ଶେଷର ମଧ୍ୟ ସୂଚନା ନାହିଁ । ଅନ୍ୟ ଦୁଇଟି ଫଳକକୁ ଭାଙ୍ଗି ଦିଆଯାଇଥିବା କୁହାଯାଉଛି। ପୂର୍ବରୁ ସ୍ଥାନୀୟ ଅଞ୍ଚଳ ଯେପରି ଥିଲା ଏବେବି ସେପରି ଅଛି। ତେବେ ଭୂମି ଉନ୍ନତିକରଣ ଓ ଶିଶୁ ଉଦ୍ୟାନ ନାଁରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଛି। ପାର୍କରେ ଅନାବନା, ଅଦରକାରୀ ଗଛ ପରିପୂର୍ଣ୍ଣ ହୋଇ ରହିଛି। ଜଙ୍ଗଲ ଭିତରେ ପାର୍କ କରି ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଅର୍ଥ ଆତ୍ମସାତ୍‌ କରାଯାଇଥିବା ଅଭିଯୋଗ ହୋଇଛି। ପାର୍କ ଭିତରୁ ଅନ୍ୟ ଫଳକକୁ ଭାଙ୍ଗି ଦେଲେ ସରକାରୀ ଅନୁଦାନ ମଞ୍ଜୁର ହୋଇଥିବା ଜଣାପଡିବ ନାହିଁ ବୋଲି ଯୋଜନା ପ୍ରସ୍ତୁତ ହୋଇଛି।
ଏ ସଂକ୍ରାନ୍ତରେ ଓଡ଼ଗାଁର ସମାଜିକ କର୍ମୀ ଶାନ୍ତ୍ୱନୁ ବିଶୋଇ କୁହନ୍ତି, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମରେ ସ୍ବଚ୍ଛତା ନାହିଁ। ଫଳକରେ ସମ୍ପୂର୍ଣ୍ଣ ତଥ୍ୟ ନାହିଁ । ଭୂମି ଉନ୍ନତିକରଣ ଓ ଶିଶୁ ଉଦ୍ୟାନ ନାଁରେ ୧୦ ଲକ୍ଷ ଚଳୁ ହୋଇ ସାରିଲାଣି । ଆଗକୁ ପୁଣି ଏଥିରେ କିଛି ଅର୍ଥ ଖର୍ଚ୍ଚ କରି ବିକାଶର ବାର୍ତ୍ତା ବଣ୍ଟନ କରାଯାଇପାରେ।
ବାଘୁଆ ଶିଶୁ ପାର୍କକୁ ଦେଖିଲେ ବିକାଶ କିପରି ଚାଲିଛି ଜଣାପଡୁଛି। କେନ୍ଦ୍ର ସରକାର କିପରି ଏହି ଅନିୟମିତତା ଜାଣି ପାରୁ ନାହାନ୍ତି ସେନେଇ ସନ୍ଦେହ ସୃଷ୍ଟି ହେଉଛି। ଏହାର ତଦନ୍ତ ହେବା ଦରକାର ବୋଲି ସେ କହିଛନ୍ତି। ଓଡ଼ଗାଁ ବିଡିଓ ସନ୍ତୋଷ କୁମାର ଜେନା କୁହନ୍ତି, ବାଘୁଆ ଶିଶୁ ପାର୍କ ମୋ ସମୟର କାମ ନୁହେଁ । ଏଥିରେ କେତେ ଖର୍ଚ୍ଚ ହୋଇଛି, କେତେ ବିଲ୍‌ ହୋଇଛି, ଅନିୟମିତତା ହୋଇଛି କି ନାହିଁ ଫାଇଲ ଦେଖିବା ପରେ ଜଣାପଡ଼ିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri