ସୁନ୍ଦରୀ ପ୍ରତିଯୋଗିତାରେ ଚମକିଲେ ସରନ୍ୟା

ମହାକାଳପଡ଼ା,୨୯ା୫ (ଡି.ଏନ.ଏ.): ତେଲଙ୍ଗାନା ରାଜ୍ୟ ରାଜଧାନୀ ହାଇଦ୍ରାବାଦଠାରେ ୧୮ରୁ ୨୧ ତାରିଖ ୪ ଦିନ ଧରି ଅନୁଷ୍ଠିତ ହୋଇଥିବା ମିସ୍‌ ଟିନ୍‌ ସୁପର ଗ୍ଲୋବ୍‌-୨୦୨୩ରେ ଦେଶର ବିଭିନ୍ନ ରାଜ୍ୟରୁ ୫୨ ପ୍ରତିଯୋଗୀ ବିଭିନ୍ନ ବର୍ଗରେ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ସରନ୍ୟା ସାମନ୍ତରାୟ (୧୪) ଶୀର୍ଷ ସ୍ଥାନ ଅଧିକାର କରି କେନ୍ଦ୍ରାପଡ଼ା ଜିଲାକୁ ଗୌରବାନ୍ବିତ କରିଛନ୍ତି। ସରନ୍ୟା ହେଉଛନ୍ତି ମହାକାଳପଡ଼ା ବ୍ଲକ ରାମନଗର ମା’ ରାମଚଣ୍ଡୀ ମନ୍ଦିରର ବରିଷ୍ଠ ସେବାୟତ ସ୍ବର୍ଗତ ଗୁରୁଚରଣ ସାମନ୍ତରାୟଙ୍କ ପୁତ୍ର ପ୍ରଶାନ୍ତ ସାମନ୍ତରାୟ ଓ ମୋନାଲିସା ରାଜଗୁରୁଙ୍କ ଝିଅ। ସରନ୍ୟା ଏହାସହ ବେଷ୍ଟ ନ୍ୟାଶନାଲ କଷ୍ଟୁମ ଆଓ୍ବାଡ ଅଧିକାରିଣୀ ହୋଇଛନ୍ତି। ନିକଟରେ ଥାଇଲାଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ୱାଲର୍‌ଡ ବିଉଟି ପ୍ୟାଜେଣ୍ଟରେ ଭାରତ ପକ୍ଷରୁ ପ୍ରତିନିଧି କରିବାକୁ ମନୋନୀତ ହୋଇଛନ୍ତି। ସରନ୍ୟା ଭୁବନେଶ୍ୱରର ରାମମନ୍ଦିରସ୍ଥିତ ସେଣ୍ଟ ଯୋଶେଫ ସ୍କୁଲର ନବମ ଶ୍ରେଣୀରେ ଅଧ୍ୟୟନରତା। ପିଲାବେଳୁ ଅଭିନୟ ପ୍ରତି ରୁଚି ରଖିଥିବା ସରନ୍ୟା ଜଣେ ମେଧାବୀ ଛାତ୍ରୀ, ନୃତ୍ୟଶିଳ୍ପୀ ଓ ମଡେଲ ମଧ୍ୟ। ୨୦୨୦ରେ ସରନ୍ୟାଙ୍କ ଅଭିନୀତ ପ୍ରଥମ ଓଡ଼ିଆ ନାରୀ ସଶକ୍ତୀକରଣଭିତ୍ତିକ ଚଳଚ୍ଚିତ୍ର ‘ମାନ୍ୟଣ’ ଦେଶ ବିଦେଶରେ ପୁରସ୍କୃତ ହୋଇଛି। ଏହି ଚଳଚ୍ଚିତ୍ରରେ ସରନ୍ୟା ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି। ଏଥିସହ ସରନ୍ୟା କାରମାସ ଫିଲ୍ମ ଫେଷ୍ଟିଭାଲ, ନ୍ୟୁଓ୍ବର୍କ ଆଇଏଫ୍‌ଏଫ୍‌ ଓ ଦାଦା ସାହେବ ଫାଲ୍‌କେ ଏଫ୍‌ଏଫ୍‌, ରାମେଶ୍ୱରମ୍‌ ଆଇଏଫ୍‌ଏଫ୍‌ ଏବଂ ଆଣ୍ଡମାନ ନିକୋବର ଆଇଏଫ୍‌ଏଫ୍‌ ଅନୁଷ୍ଠାନରେ ନିଜର କଳା ପ୍ରଦର୍ଶନ କରି ପୁରସ୍କୃତ ହୋଇଛନ୍ତି। ସରନ୍ୟା ଭବିଷ୍ୟତରେ ନୃତ୍ୟ, ଅଭିନୟ ସହ ପ୍ରଶାସନିକ ସେବାର ପରୀକ୍ଷା ଦେବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ତାଙ୍କ ବାପା ପ୍ରଶାନ୍ତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?