ଆମ ଜିଲା ଖବର

ପୋଲିସ ବାରାକ୍‌ ଭିତରେ କ୍ରାଇମବ୍ରାଞ୍ଚ ଜେରା

ବ୍ରଜରାଜନଗର,୬।୨(ଡି.ଏନ୍‌.ଏ.): ରବିବାର ଦ୍ୱିତୀୟ ରିମାଣ୍ଡର ପ୍ରଥମ ଦିନ ଗୋପାଳଙ୍କୁ ପୋଲିସ ବାରକ୍‌ ଭିତରେ କ୍ରାଇମବ୍ରାଞ୍ଚ ଜେରା କରିଛି। କଟକ ଏସ୍‌ସିବିରୁ ଏକ ୪ଜଣିଆ ଡାକ୍ତର ଦଳ ଆସି ଗୋପାଳଙ୍କ ଲେବରାଲ ଭଏସ ଆନାଲିସିସ କରିଛନ୍ତି। ତାଙ୍କ ସହିତ ମନସ୍ତତ୍ତ୍ୱବିତ ଡାକ୍ତରମାନେ ମଧ୍ୟ…

ଆର୍ମସ୍‌ ଆଣ୍ଡ୍‌ ଆମ୍ୟୁନିସନ ଇସ୍ୟୁ ରେଜିଷ୍ଟର ଯାଞ୍ଚ

କଟକ ଅଫିସ,୬ା୨:ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଏଏସ୍‌ଆଇ ଗୋପାଳ ଦାସଙ୍କ ଦ୍ୱିତୀୟ ପର୍ଯ୍ୟାୟ ୪ ଦିନିଆ ରିମାଣ୍ଡ ରବିବାରଠାରୁ ଆରମ୍ଭ ହୋଇଛି। ପୂର୍ବଭଳି କ୍ରାଇମବ୍ରାଞ୍ଚ ପକ୍ଷରୁ ଝାରସୁଗୁଡ଼ାଠାରେ ଗୋପାଳଙ୍କୁ ମାରାଥନ ଜେରା କରାଯାଇ ମନ୍ତ୍ରୀଙ୍କ ହତ୍ୟା ରହସ୍ୟ…

ଅସ୍ଥି ବିସର୍ଜନ ପାଇଁ ଆଲ୍ଲାହାବାଦ ଗଲେ ନବଙ୍କ ପୁଅ

ବ୍ରଜରାଜନଗର, ୬।୨(ଡି.ଏନ୍‌.ଏ.): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ୮ଦିନ ବିତିଯାଇଛି। ହିନ୍ଦୁ ପରମ୍ପରା ଅନୁଯାୟୀ ଅସ୍ଥି ବିସର୍ଜନ ଉଦ୍ଦେଶ୍ୟରେ ରବିବାର ନବଙ୍କ ପୁତ୍ର ବିଶାଳ ଦାସ ଏକ ସ୍ବତନ୍ତ୍ର ବିମାନ ଯୋଗେ ଆଲ୍ଲାହାବାଦ ଯାଇଥିବା ଜଣାପଡିଛି।

ଅଭୟାରଣ୍ୟ ଅଞ୍ଚଳରେ ବେଆଇନ ଇଟାଭାଟି

ନୀଳଗିରି, ୬।୨(ସ୍ବ.ପ୍ର.):ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଧୀନ କୁଲଡ଼ିହା ଇକୋ ସେନସିଟିଭ୍‌ ଜୋନ୍‌ (ଜୈବ ସମ୍ବେଦନଶୀଳ ଅଞ୍ଚଳ) ଭିତରେ ଏକାଧିକ ବେଆଇନ ଇଟାଭାଟି ଚାଲିଥିବାରୁ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇଛି। ସୂଚନାଯୋଗ୍ୟ, ୨୭୨.୭୫ ବର୍ଗ କି.ମି. ପରିବ୍ୟାପ୍ତ କୁଲଡ଼ିହା ଅଭୟାରଣ୍ୟ ଓ…

ଥମୁନି ଅଲିଭ୍‌ରିଡ୍‌ଲେଙ୍କ ମୃତ୍ୟୁ

ପୁରୀ ଅଫିସ, ୬ା୨:ବିରଳ ଅଲିଭ୍‌ ରିଡ୍‌ଲେଙ୍କ ଭୂସ୍ବର୍ଗ କୁହାଯାଉଥିବା ପୁରୀ ବେଳାଭୂମି ଏବେ ସେମାନଙ୍କ ପାଇଁ ଏକପ୍ରକାର ମୃତ୍ୟୁସ୍ଥଳ ପାଲଟିଛି। କାରଣ ପ୍ରାୟ ପ୍ରତିଦିନ ପୁରୀ ବେଳାଭୂମିରେ ଅଲିଭ ରିଡ୍‌ଲେଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳୁଛି। ବର୍ତ୍ତମାନ ସମୟରେ ଗଭୀର ସମୁଦ୍ରରୁ…

ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ଜୀବନ

ବୌଦ୍ଧ,୫।୨(ସ୍ବ.ପ୍ର.): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥ ପୁରୁଣାକଟକ ନିକଟସ୍ଥ ଭୈରବୀ ମହାବିଦ୍ୟାଳୟ ନିକଟରେ ରବିବାର ଏକ ବାଇକ୍‌ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ଥିବା ଜଣାପଡିଛି। ମୃତକ ହେଲେ ବୌଦ୍ଧ ସହର…

ଶୋଇଥିବା ବେଳେ ଖଣ୍ଡାରେ ହାଣି ହତ୍ୟା

ବଲାଙ୍ଗୀର ଅଫିସ, ୫।୨: ବଲାଙ୍ଗୀର ଜିଲା ପୁଇଁତଳା ଥାନା ଅଏଁଲାସାରି ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ଶୋଇଥିବା ଅବସ୍ଥାରେ ଖଣ୍ଡାରେ ହାଣି ହତ୍ୟା କରାଯାଇଛି। ମୃତକ ଅଏଁଲାସାରୀ ଗାଁର ଜନ୍ମ ଖୁଣ୍ଟୁଲି(୫୫)। ଜନ୍ମ ଘରେ ଶୋଇଥିବାବେଳେ ଗଁାର ବିଭୂତି ଷାଣ୍ଢ ତାଙ୍କୁ ଆକ୍ରମଣ…

ଧରାପଡ଼ିଲା ଗଞ୍ଜେଇ ଭର୍ତ୍ତି ଟ୍ରକ

ବ୍ରହ୍ମପୁର ଅଫିସ,୫ା୨: ଗଜପତି, କନ୍ଧମାଳ ଅଞ୍ଚଳରୁ ବେଆଇନ ଭାବେ ଗଞ୍ଜେଇ ବ୍ରହ୍ମପୁର ସହର ଦେଇ ବାହାର ରାଜ୍ୟକୁ ଚୋରା ଚାଲାଣ ହେଉଛି। ବ୍ରହ୍ମପୁର ଅବକାରୀ ଗୋଇନ୍ଦା ଟିମ୍‌ ରବିବାର ଜାତୀୟ ରାଜପଥ-୫୯ ଫାଷ୍ଟଗେଟ୍‌ ଛକରୁ ଏକ ଗଞ୍ଜେଇ ଭର୍ତ୍ତି ଟ୍ରକ ଜବତ…

ଭଡ଼ାଘରୁ ମହିଳାଙ୍କ ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାଶ: ଅନୈତିକ ସମ୍ପର୍କରୁ ହତ୍ୟା

ବାସୁଦେବପୁର,୫।୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଇରମ ଅଞ୍ଚଳର ଏକ ଭଡ଼ାଘରୁ ଜଣେ ମହିଳାଙ୍କ ମୃତଦେହ ଗତ ଗୁରୁବାର ମିଳିଥିଲା। ଝିଅକୁ ଗଣବଳାତ୍କାର ପରେ ହତ୍ୟା କରାଯାଇଥିବା ମୃତା ମହିଳାଙ୍କ ମା’ ବାସୁଦେବପୁର ଥାନାରେ ଅଭିଯୋଗ କରିଥିଲେ। ଏନେଇ ପୋଲିସ ଏକ…

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟକୁ ନେଇ ଗୋଷ୍ଠୀ ସଂଘର୍ଷ

ଆନନ୍ଦପୁର,୫।୨(ସ୍ବ.ପ୍ର.): ଆନନ୍ଦପୁର ବ୍ଲକ୍‌ ହରିଡ଼ାପାଳ ପଞ୍ଚାୟତ ଟୋଲଙ୍କପଡ଼ା ଗ୍ରାମରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମକୁ ନେଇ ଗୋଷ୍ଠୀ ସଂଘର୍ଷ ଦେଖାଯାଇଛି। ଆକ୍ରମଣରେ ଜଣେ ଯୁବକ ଆହତ ହୋଇଛନ୍ତି। ଗ୍ରାମରେ ରାତି ଅଧରେ ମେଶିିନ୍‌ ଦ୍ୱାରା ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟ ଚାଲୁଥିବା ବେଳେ ସ୍ଥାନୀୟ କେତେଜଣ ଯୁବକ…

ବିଧାୟକଙ୍କ ନାମରେ ମାମଲା ରୁଜୁ

କେନ୍ଦୁଝର,୫ା୨(ସ୍ବ.ପ୍ର.): ଆନନ୍ଦପୁର ବିଜେଡି ବିଧାୟକ ଭାଗୀରଥି ସେଠୀଙ୍କ ବିରୋଧରେ ଆନନ୍ଦପୁର ଥାନାରେ ଦଫା ୨୯୪ ଏବଂ ୫୦୬ରେ ଏକ ମାମଲା(ନଂ.୨୪/୨୩) ରୁଜୁ ହୋଇଛି। ଗାଳିଗୁଲଜ ଓ ଧମକଚମକ ଦେଇଥିବା ଅଭିଯୋଗରେ ଆନନ୍ଦପୁର ୩ ନମ୍ବର ଜୋନ ଭାଜପା ଜିଲା ପରିଷଦ ସଭ୍ୟା…

ଭାଜପା ନେତାଙ୍କୁ ହତ୍ୟା

ରାୟପୁର,୫।୨: ଛତିଶଗଡର ବିଜାପୁରରେ ରବିବାର ନକ୍ସଲମାନେ ଭାଜପାର ମଣ୍ଡଳ ଅଧ୍ୟକ୍ଷ ନୀଳକଣ୍ଠ କକ୍କେମଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ସେ ତାଙ୍କ ପରିବାର ସଦସ୍ୟଙ୍କ ସହ ନିଜ ଗାଁରୁ ଫେରୁଥିଲେ। ଏହି ସମୟରେ ନକ୍ସଲମାନେ ରାସ୍ତାରେ ଗାଡିଟିକୁ ଅଟକାଇଥିଲେ। ଏହା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri