ମହିଳା ବେଶରେ ଏସ୍‌ସିବିରୁ କଏଦୀ ଚମ୍ପଟ

କଟକ ଅଫିସ,୨ା୬: କଟକ ଏସ୍‌ସିବି ମେଡିକାଲରୁ ଗୁରୁବାର ଜଣେ ବିଚାରାଧୀନ କଏଦୀ ଚମ୍ପଟ ମାରିଛନ୍ତି। ସେ ହେଲେ ଜଗତ୍‌ସିଂହପୁର ଜିଲା ନାଉଗାଁ ଅଞ୍ଚଳର ସାଜନ ଦାସ। ଏ ନେଇ ଚୌଦ୍ୱାର ଜେଲ୍‌ କର୍ତ୍ତୃପକ୍ଷ ମଙ୍ଗଳାବାଗ ଥାନାରେ ଏତଲା ଦେବା ପରେ ପୋଲିସ ଏକ ମାମଲା ରୁଜୁ କରିଥିଲା। ସାଜନଙ୍କୁ ଧରିବା ପାଇଁ ପୋଲିସ ଡାକ୍ତରଖାନା ପରିସର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ସିସିଟିଭି ଫୁଟେଜ୍‌ ଯାଞ୍ଚ କରିବା ସହ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ପୋଲିସ ସୂଚନା ଅନୁଯାୟୀ, ସାଜନ ନାଉଗାଁ ଅଞ୍ଚଳରେ ଚୋରି, ଲୁଟ୍‌ ଭଳି ଆପରାଧିକ କାର୍ଯ୍ୟ କରୁଥିଲେ। କିଛି ମାସ ପୂର୍ବେ ନାଉଗାଁ ପୋଲିସ ତାଙ୍କୁ ଗିରଫ କରି ଚୌଦ୍ୱାର ଜେଲ ପଠାଇଥିଲା। ଜେଲରେ ଥିବା ସମୟରେ ସାଜନଙ୍କୁ ବାତ ମାରିଥିଲା। ଫଳରେ ଜେଲ ପକ୍ଷରୁ ସାଜନଙ୍କୁ ଏସ୍‌ସିବି ମେଡିକାଲର ନ୍ୟୁ ମେଡିସିନ ୱାର୍ଡରେ ଭର୍ତ୍ତି କରାଯାଇଥିଲା। ୱାର୍ଡର ବେଡ୍‌ ନଂ. ୧୭୨ରେ ସେ ଚିକିତ୍ସିତ ହେଉଥିଲେ। ସେଠାରେ ଚୌଦ୍ୱାର ଜେଲ୍‌ର ୩ଜଣ କର୍ମଚାରୀ ତାଙ୍କୁ ଜଗି ରହିଥିଲେ। ଗୁରୁବାର ସେ ଶୌଚ ହେବାକୁ କହିବାରୁ ସୁରକ୍ଷା କର୍ମଚାରୀମାନେ ବିଶ୍ୱାସ କରି ତାଙ୍କୁ ଛାଡ଼ି ଦେଇଥିଲେ। ୱାର୍ଡ ପାଖରେ ଥିବା ପୁରୁଷ ଶୌଚାଳୟକୁ ନ ଯାଇ ସେ ମହିଳା ଶୌଚାଳୟକୁ ଯାଇଥିଲେ। ହେଲେ ଏ ବାବଦରେ ଜେଲ କର୍ମଚାରୀମାନେ ଜାଣି ପାରି ନ ଥିଲେ। ସାଜନ ସେହି ଶୌଚାଳୟ ମଧ୍ୟରେ ଏକ ଶାଢ଼ି ପିନ୍ଧି ବାହାରକୁ ପଳାଇ ଯାଇଥିଲେ ସୁଦ୍ଧା ସୁରକ୍ଷା କର୍ମୀମାନେ ଜାଣିପାରି ନ ଥିଲେ। ତେବେ ପାଇଖାନାକୁ ଯିବାର ୩ ଘଣ୍ଟା ବିତିଯିବା ପରେ ବି ସେ ନ ଫେରିବାରୁ ସୁରକ୍ଷା କର୍ମୀଙ୍କ ମନରେ ସନ୍ଦେହ ହୋଇଥିଲା। ସେମାନେ ପାଇଖାନାଗୁଡ଼ିକରେ ଖୋଜିବା ପରେ ମହିଳା ଶୌଚାଳୟରୁ ସାଜନଙ୍କ ପ୍ୟାଣ୍ଟ, ଶାର୍ଟ ଓ ଗାମୁଛା ମିଳିଥିଲା। ଫଳରେ ସେ ଖସିଯାଇଥିବା ଜଣାପଡ଼ିଥିଲା। ସୁରକ୍ଷା କର୍ମୀମାନେ ଏ ସମ୍ପର୍କରେ ଜେଲ ଓ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସେବା-ସହଯୋଗର ବାର୍ତ୍ତା ବାଣ୍ଟିଲା ଲକ୍ଷ୍ମୀ ନାରାୟଣ ୟୁଥ କ୍ଲବ: ଚକ୍ରତୀର୍ଥ ପୀଠରେ…

ହାଟଡିହୀ/ଛେନାପଦୀ,୧୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଶ୍ରାବଣ ମାସର ଦ୍ୱିତୀୟ ସୋମବାର ଅବସରରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଚୋରଗଡ଼ିଆ ନାରାୟଣ ୟୁଥ କ୍ଲବ ପକ୍ଷରୁ ନିକଟସ୍ଥ ଚକ୍ରତୀର୍ଥ ପୀଠରେ…

ବ୍ରହ୍ମପୁର ଚାଲାଣ କରୁଥିଲେ ଗଞ୍ଜେଇ, ବାଟରେ ଧରି ପକାଇଲା ପୋଲିସ, ତା’ପରେ…

ପାରଳାଖେମୁଣ୍ଡି,୧୦।୮ (ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ପୋଲିସ ୧୧ କିଲୋ ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ସୋମବାର ସକାଳ ପ୍ରାୟ ୬ଟାରେ ଏସଆଇ ପ୍ରଫୁଲ୍ଲ…

ବଡ଼ ଯା’ ହତ୍ୟା ମାମଲା: ସାନ ଯା’ ନିର୍ଦ୍ଦୋଷରେ ଖଲାସ

ଭଞ୍ଜନଗର,୧୦।୮(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ବିଞ୍ଜିଗିରି ଗ୍ରାମର ବଡ ଯାଆ ସଙ୍ଗୀତା ସାଇଁଙ୍କୁ ତାଙ୍କ ସାନ ଯା’ ଅମି ସାଇଁ ଯୋଜନାବଦ୍ଧ ଭାବେ ଗତ…

ହତ୍ୟା ଉଦ୍ୟମ ଘଟଣାରେ ଫେରାର ଥିଲେ ଅଭିଯୁକ୍ତ, ୧ ବର୍ଷ ପରେ ଘରକୁ ଫେରିଥିବାବେଳେ ହଠାତ୍‌ ପହଞ୍ଚିଲା ପୋଲିସ, ତା’ପରେ…

ଦିଗପହଣ୍ଡି,୧୦।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମର ପିଣ୍ଟୁ ଜେନା(୨୯)ଙ୍କୁ ସୋମବାର କେ.ନୂଆଗାଁ ପୋଲିସ ହତ୍ୟା ଉଦ୍ୟମ ମାମଲାରେ ଗିରଫ କରି…

ସାଇବର ଅପରାଧରୁ ଦୂରେଇ ରହିବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ଉପାୟ: ନନ୍ଦିପଦା ପୋଲିସ ତରଫରୁ…

ହାଟଡିହୀ/ଛେନାପଦୀ,୧୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା):କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ତରଫରୁ ଓରାଳି ହାଇସ୍କୁଲ ପରିସରରେ ସୋମବାର ଅପରାହ୍ନରେ ଛାତ୍ରୀଛାତ୍ରଙ୍କୁ ନେଇ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଅନଲାଇନ…

ମହିଳାଙ୍କୁ ମିଳିବ ଗୋଟିଏ ବର୍ଷ ପାଇଁ ମାଗଣା ମୋବାଇଲ ରିଚାର୍ଜ! ଶେଷରେ ମୋଦି ସରକାର ଦେଲେ ସଫେଇ

ନୂଆଦିଲ୍ଲୀ,୧୦।୮: ସୋସିଆଲ ମିଡିଆରେ ଅନେକ ଫଟୋ ଏବଂ ଭିଡିଓ ପ୍ରାୟତଃ ଭାଇରାଲ ହୁଏ। ଏଥିରେ ପ୍ରାୟତଃ ସରକାରୀ ଘୋଷଣା ଏବଂ ଯୋଜନା ବିଷୟରେ ସୂଚନା ଥାଏ। ଏହି…

ପଛକୁ ପଛ ଲଘୁଚାପ: ଏହି ସବୁ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ଓଡ଼ିଶାକୁ ଜାରି ହେଲା…

ଭୁବନେଶ୍ୱର,୧୦।୮: ରାଜ୍ୟରେ ଜାରି ରହିଛି ବର୍ଷାର ପ୍ରଭାବ। ଏହାରି ମଧ୍ୟରେ ଆସୁଛି ଆଉ ଏକ ଲଘୁଚାପ। ଅଗଷ୍ଟ ୧୨ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ…

ପରିବହନ ବିଭାଗର କଠୋର ଆଭିମୁଖ୍ୟ: ବୈଧ ବୀମା ନଥିବା ଗାଡ଼ି…

ଭୁବନେଶ୍ୱର, ୧୦।୮: ବୈଧ ବୀମା ନଥିବା ଗାଡ଼ି ବିରୋଧରେ ପରିବହନ ବିଭାଗର କଠୋର ଆଭିମୁଖ୍ୟ। ଟୋଲଗେଟ୍‌ରେ ଇ- ଡିଟେକ୍ସନ ପଦ୍ଧତିରେ କଡ଼ାକଡ଼ି ଯାଞ୍ଚ କରାଯିବ। ବୀମା, ଫିଟନେସ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri