ପୁଣି ଚାଲିଲା ବେଆଇନ ମାଙ୍କଡ଼ା ଖାଦାନ

ଚଣ୍ଡିଖୋଲ,୨ା୬(ଡି.ଏନ୍‌.ଏ.): ଯାଜପୁର ଜିଲା ଦର୍ପଣ ତହସିଲ ଅଧୀନ ପଶ୍ଚିମ ବଡ଼ଚଣା ଅଞ୍ଚଳରେ ବେଆଇନ ମାଙ୍କଡ଼ା ଓ ମୋରମ ପଥର ଖାଦାନ ଚାଲୁଛି। ପ୍ରଶାସନ ପକ୍ଷରୁ ଚଢ଼ାଉ ହେଲେ ୨/୩ ଦିନ ବନ୍ଦ କରିଦେଇ ପୁନର୍ବାର ସେହି ବେଆଇନ ଖାଦାନଗୁଡ଼ିକ ଚାଲୁଥିବା ଅଭିଯୋଗ ହୋଇଛି। ଉକ୍ତ ତହସିଲ ଅଧୀନ ବୈରୀ, ପାରିଆ, ସମିଆ ଓ ଶାଳପଡ଼ା ପଞ୍ଚାୟତରେ ଏହିଭଳି ବେଆଇନ ଖାଦାନ ଦୀର୍ଘ ଦିନ ହେବ ଚାଲିଛି। ଯେତେବେଳେ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି ସେହି ସମୟରେ ପ୍ରଶାସନ ତରଫରୁ ନାଲିପତାକା ପୋତାଯିବା ସହ ୧୪୪ ଧାରା ଜାରି କରିବା ଭଳି ପଦକ୍ଷେପ ନିଆଯାଉଛି। ଯେଉଁଥି ପାଇଁ ପଥରମାଫିଆ ସେହି ୨/୩ ଦିନ ବନ୍ଦ କରିଦେଉଛନ୍ତି, ପରେ ପୁଣି ଖାଦାନ ଆରମ୍ଭ କରୁଛନ୍ତି। ଜଙ୍ଗଲ ଜମି, ଅନାବାଦୀ ଓ ଗୋଚର ଜମିରୁ ବାରମ୍ବାର ଖନନ ପ୍ରକ୍ରିୟା ଚାଲୁଥିଲାବେଳେ ରାଜସ୍ବ ବିଭାଗ, ପୋଲିସ ଓ ବନବିଭାଗ ଅଧିକାରୀ ସବୁଦେଖି ନ ଦେଖିଲା ପରି ଅଭିନୟ କରୁଛନ୍ତି।
କିଛି ଦିନ ହେବ ବୈରୀ ଓ ପାରିଆ ପଞ୍ଚାୟତର ମଧ୍ୟସ୍ଥଳରେ ଥିବା ଭାଲୁଖାଇଠାରେ ପାଖାପାଖି ୧୦ ଏକର ପରିମିତ ଜାଗାରୁ ବେଆଇନ ମାଙ୍କଡ଼ା ପଥର କାଟି ବାହାରକୁ ଚାଲାଣ ହେଉଥିଲା। ଏ ସମ୍ପର୍କରେ ଖବର ପ୍ରକାଶ ପରେ ଗତ ୨୪ ମାସ ତାରିଖରୁ ଏହାକୁ ବନ୍ଦ କରିଦିଆଯାଇଥିଲା। ପୁନଃର୍ବାର ୨୭ତାରିଖରୁ ଏଠାରେ ୨ ଜେସିବି ମେଶିନ୍‌, ୭ ପାୱାର ଟିଲର ଓ ୨୦ରୁ ଊର୍ଦ୍ଧ୍ୱ ଟ୍ରକ୍‌ ଏହି ଖନନ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ନିକଟରେ ଖବର ଥିଲେ ମଧ୍ୟ କେହି ବନ୍ଦ କରିବାର ନଁା ଧରୁନାହାନ୍ତି। ଯେଉଁଥି ପାଇଁ ବିପୁଳ ଟଙ୍କାର ରାଜସ୍ବ ହାନି ଘଟୁଛି। ୧୫ବର୍ଷ ତଳେ ତତ୍କାଳୀନ ଆରଡିସି ଅରବିନ୍ଦ ପାଢ଼ୀ ଏହି ଖାଦାନ ଗୁଡ଼ିକରେ ଚଢ଼ାଉ କରି ସରକାରୀ ଅଧିକାରୀଙ୍କ ସମ୍ପୃକ୍ତି ଥିବା ଜାଣିବାକୁ ପାଇଥିଲେ। ସେଥିପାଇଁ ୩ ରାଜସ୍ବ କର୍ମଚାରୀ ଓ ୩ ବନ ବିଭାଗ କର୍ମଚାରୀଙ୍କୁ ନିଲମ୍ବିତ କରିଥିଲେ। ଏହି ଘଟଣା ପରେ ଏଠାରେ ବେଆଇନ ଖାଦାନ ବନ୍ଦ ହୋଇଯାଇଥିଲା। ଗତ ୫ବର୍ଷ ହେବ ପୁନର୍ବାର ଏହି ବେଆଇନ ଖାଦାନ ଲୁଚାଛପାରେ ଚାଲୁଛି। ଏମାନେ ଦିନରେ ପଥର କାଟୁଥିଲା ବେଳେ ରାତିରେ ଟ୍ରକଯୋଗେ ପରିବହନ କରୁଛନ୍ତି। ଦୈନିକ ଶହେ ଟ୍ରକରୁ ଅଧିକ ମାଲ ପରିବହନ ହେଉଛି। ତେଣୁ ତୁରନ୍ତ ଯାଜପୁର ଜିଲାପାଳ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ଲୋକେ ନିବେଦନ କରିଛନ୍ତି। ଏ ସମ୍ପର୍କରେ ଦର୍ପଣ ତହସିଲଦାର ଶୁଭଦର୍ଶନ ମିଶ୍ରଙ୍କୁ ପଚାରିବାରେ ସେ କହିଛନ୍ତି, ଆମ ଅଞ୍ଚଳରେ ଚାଲୁଥିବା ଚୋରା ମାଙ୍କଡ଼ା ଖାଦାନଗୁଡ଼ିକ ବନ୍ଦ ଅଛି। ଆମ ସୀମାନ୍ତ କଟକ ଜିଲାର ଟାଙ୍ଗୀ ତହସିଲ ଓ ଢେଙ୍କାନାଳ ଜିଲାର ଗଁନ୍ଦିଆ ତହସିଲ ଅଞ୍ଚଳରେ ଚୋରା କାରବାର କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?