ସଂରକ୍ଷିତ ଜଙ୍ଗଲ ଧ୍ୱଂସ ପାଇବ

ପାରାଦୀପ,୨ା୬(ସ୍ବ.ପ୍ର.): ଆଉ ମାତ୍ର ୩ ଦିନ ପରେ ବିଶ୍ୱ ପରିବେଶ ଦିବସ ପାଳନ ହେବାକୁ ଯାଉଛି। ଏହି ଦିନ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ବିଭିନ୍ନ ପରିବେଶୀୟ ସୁରକ୍ଷା କାର୍ଯ୍ୟକ୍ରମ ହେବ। ଏହାପରେ ପୁଣି ଜୁଲାଇରେ ବନ ସଂରକ୍ଷଣ ମାସ ପାଳନ କରାଯିବ। କିନ୍ତୁ ଜଗତ୍‌ସିଂହପୁର ଜିଲା ପାରାଦୀପ ସମୁଦ୍ର ଉପକୂଳରେ ଏହାର କୌଣସି ପ୍ରକାର ପ୍ରଭାବ ପଡୁନାହିଁ ବୋଲି ଅଭିଯୋଗ ହେଉଛି। କାରଣ ଷଣ୍ଢକୁଦ ମୌଜା ସଂରକ୍ଷିତ ଜଙ୍ଗଲକୁ ଏବେ ଦିବାଲୋକରେ ଝାଉଁ ଜଙ୍ଗଲରୁ ସ୍ଥାନୀୟ ଲୋକେ ଅବାଧରେ ଗଛ କାଟି ନେଉଛନ୍ତି। ଯେଉଁଭଳି ଭାବେ ଗଛ କଟା ଚାଲିଛି ଅଳ୍ପ ଦିନ ମଧ୍ୟରେ ଝାଉଁ ଜଙ୍ଗଲ ଧ୍ୱଂସ ପାଇଯିବ ବୋଲି ପରିବେଶବିତ୍‌ମାନେ କହିଛନ୍ତି। ୫୦୦ ବର୍ଗମିଟର ସଂରକ୍ଷିତ ଜଙ୍ଗଲ ସୁରକ୍ଷା ପାଇଁ ସେଠାରେ ଫରେଷ୍ଟ ବିଟ୍‌ ହାଉସ ରହିଛି। ୨ ଜଣ ଜଗୁଆଳି ମଧ୍ୟ ଅଛନ୍ତି। କିନ୍ତୁ ତାହା କୌଣସି କାମରେ ଲାଗୁ ନ ଥିବା ଅଭିଯୋଗ କରିଛନ୍ତି ସ୍ବେଚ୍ଛାସେବୀ ସଙ୍ଗଠନ ଆହ୍ବାନ କମ୍ବାଇନ୍ସ ସଭାପତି ସାଗର ବିଶ୍ୱାଳ। ଏଥିପାଇଁ ତାଙ୍କ ସଙ୍ଗଠନ ୪ ବର୍ଷ ହେଲା ଲଗାତାର ଲିଖିତ ଅଭିଯୋଗ କରିସାରିଲେଣି। ଉକ୍ତ ଅଭିଯୋଗ ଆଧାରରେ ୨ଥର ଅଧିକାରୀମାନେ ଆସି ତଦନ୍ତ ମଧ୍ୟ କରିଛନ୍ତି, କିନ୍ତୁ ଫଳ ଶୂନ୍ୟ ବୋଲି ବିଶ୍ୱାଳ କୁହନ୍ତି।
ସୂଚନାଯୋଗ୍ୟ, ପାରାଦୀପ ସମୁଦ୍ର ବେଳାଭୂମିରେ ରାଜନଗର ବନଖଣ୍ଡ ପକ୍ଷରୁ ପ୍ରତିବର୍ଷ ଝାଉଁଚାରା ରୋପଣ କରାଯାଉଛି। ଗଛ ବଡ଼ ହେବା ପରେ ତାକୁ କାଟି ନେଉଛନ୍ତି ଷଣ୍ଢକୁଦ ବାସିନ୍ଦା। କେତେଜଣ ଘର କରିବାକୁ ନେଉଥିବା ବେଳେ ଅନ୍ୟମାନେ ଝାଉଁ ଗଛଗୁଡ଼ିକୁ କାଠ ଗୋଲାରେ ବିକ୍ରି କରୁଛନ୍ତି। ଯେଉଁ ଜାଗାରେ ଗଛଗୁଡ଼ିକ ଖାଲି ହୋଇଯାଉଛି ସେଠାରେ ବନ ବିଭାଗ ପୁଣି ଚାରା ରୋପଣ କରୁଛନ୍ତି। ଏପରିକି ପର୍ଯ୍ୟାପ୍ତ ପରିମାଣର ଗଛ କେତେଜଣ ଲୋକ କାଟି ନେଇଛନ୍ତି। ତ୍ରିଲୋଚନପୁର ଗ୍ରାମ ସୀମା ତୈଳ ବିଶୋଧନାଗାର ସାଉଥ ଗେଟ୍‌ ପାଖରେ ଏବେ ବହୁଳ ଭାବେ ଝାଉଁ ଗଛ ନିର୍ଦ୍ଦିଷ୍ଟ କେତେଜଣ ଲୋକ କାଟୁଛନ୍ତି। ସେମାନଙ୍କ ଯୁକ୍ତି ହେଲା ସେ ଜାଗା ତାଙ୍କର। ଭୁଲବଶତଃ ବନ ବିଭାଗ ସେଠାରେ ଝାଉଁଗଛ ଲଗେଇ ଦେଇଥିଲା। ସେଥିପାଇଁ ଆମେ ଗଛ କାଟି ଘରବାଡ଼ି କରିବୁ। ଏ ସମ୍ପର୍କରେ କୁଜଙ୍ଗ ବନାଞ୍ଚଳ ଅଧିକାରୀ ରଞ୍ଜନ ମିଶ୍ରଙ୍କୁ ପଚାରିବାରେ, ସେମିତି କାହା ଜାଗା ଉପରେ ଗଛ ଲାଗିନାହିଁ। ଯେଉଁମାନେ ଏପରି ଗଛ କାଟୁଛନ୍ତି, ସେମାନଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଷଣ୍ଢକୁଦ ପାଖ ବେଳାଭୂମିରୁ ଗଛ କାଟିବା ସମ୍ପର୍କରେ କୁହନ୍ତି, ଆମର ମାନବ ସମ୍ବଳ କମ୍‌ଥିବାରୁ ଉପଯୁକ୍ତ ତଦାରଖ ନାହିଁ। ଆସନ୍ତା ୫ ରୁ ୬ ମାସ ମଧ୍ୟରେ ନୂଆ ଘର ହେବ ଏବଂ ଅଧିକ ଷ୍ଟାଫ୍‌ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

ରାଷ୍ଟ୍ରପତି କଲେ ଅନୁମୋଦନ: କଳାହାଣ୍ଡି ପୁଅ ପାଇବେ ବୀରତ୍ବ ସେନାପଦକ

ଭବାନୀପାଟଣା,୧୬।୮(ଉତ୍ତମ କୁମାର ଦାଶ): ସ୍ୱାଧୀନତା ଦିବସ ପୂର୍ବ ସଂନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରତିରକ୍ଷା ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର କର୍ମଚାରୀମାନଙ୍କୁ ୧୩ ଟି…

ସରକାରୀ କାର୍ଯ୍ୟାଳୟରେ ଯନ୍ତ୍ରୀ ଉଡ଼ାଇଲେ ଓଲଟା ଜାତୀୟ ପତାକା: ପ୍ରଶାସନ ପଦକ୍ଷେପକୁ ଅପେକ୍ଷା

ମହାକାଳପଡ଼ା, ୧୬।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଥିବା ମହାକାଳପଡ଼ା ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ସ୍ତରୀୟ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ…

ରେଳବାଇରେ ସରକାରୀ ଚାକିରି ସୁଯୋଗ: ୩୯୯୩ JE ପଦବୀ ପାଇଁ ଆବେଦନ ଆରମ୍ଭ

ନୂଆଦିଲ୍ଲୀ,୧୬।୮: ରେଳବାଇରେ ସରକାରୀ ଚାକିରି ପାଇବାର ସ୍ୱପ୍ନ ଦେଖୁଥିବା ପରୀକ୍ଷାର୍ଥୀଙ୍କ ପାଇଁ ଖୁସିଖବର। ଆରଆରବି (RRB)ର ଜୁନିୟର ଇଞ୍ଜିନିୟର (JE) ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା…

ଭଗବାନଙ୍କ ଭରସାରେ ପରିବାର: ୩୦ ବର୍ଷ ବିତିଗଲା, ପଲିଥିନ ତଳେ ବିତୁଛି ଜୀବନ, ପ୍ରଶାସନ ନିଦାବିଷ୍ଣୁ

କେସିଙ୍ଗା, ୧୬।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନସ୍ଥ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ରାମେଶ୍ୱର…

ଅପହୃତ ବ୍ୟବସାୟୀ ଉଦ୍ଧାର, ଅଭିଯୁକ୍ତ ଅଟକ: ମୁହାଁମୁହିଁ ଜେରା …

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଅପହୃତ ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ବଲାଙ୍ଗୀର ପୋଲିସର ସ୍ୱତନ୍ତ୍ର ଟିମ୍‌ ଭୁବନେଶ୍ୱରରୁ ସୁରକ୍ଷିତ ଭାବେ ଉଦ୍ଧାର…

ପୂର୍ବତନ ଡେପୁଟି ସ୍ପିକରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଖେଳିଗଲା ଚାଞ୍ଚଲ୍ୟ!

କୋଲକାତା,୧୬।୮: ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାର ରାମପୁରହାଟରେ ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଆଶିଷ ବାନାର୍ଜୀଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। ରବିବାର (୧୬…

ଇରାନ ସହ ଯୁଦ୍ଧ ଭିତରେ ଟ୍ରମ୍ପ ନେଲେ ବଡ଼ ନିଷ୍ପତ୍ତି, ଖୁସି ହୋଇଗଲା ଚାଇନା!

ଓ୍ବାଶିଂଟନ,୧୬/୮: ମଧ୍ୟପ୍ରାଚ୍ୟରେ ଇରାନ ସହିତ ‘ମହାଯୁଦ୍ଧ’ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ପ୍ରଶାନ୍ତ ମହାସାଗରରେ ମୁତୟନ ଥିବା ନିଜର…

ନାଗ ପଞ୍ଚମୀରେ ଦୁର୍ଲଭ ଯୋଗ; ସୂର୍ଯ୍ୟ କରିବେ ଗୋଚର, ୩ ରାଶିଙ୍କ ଉପରେ ବର୍ଷିବ ଧନ ଦୌଲତ…

ଚଳିତବର୍ଷ, ପବିତ୍ର ନାଗ ପଞ୍ଚମୀ ତିଥି ଆସନ୍ତା ଅଗଷ୍ଟ ୧୭ ତାରିଖ ଅର୍ଥାତ୍ ସୋମବାରରେ ପାଳିତ ହେବାକୁ ଯାଉଛି । ଏହି ବର୍ଷ, ନାଗ ପଞ୍ଚମୀ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri