ଦୁର୍ବଳ ଅବସ୍ଥାରେ ପଟ୍ଟାମୁଣ୍ଡାଇ କେନାଲ ପୋଲ

ବାଲିଚନ୍ଦ୍ରପୁର,୨ା୬(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜଳସମ୍ପଦ ଡିଭିଜନ, ଛତା ସବଡିଭିଜନ ଓ ଚନ୍ଦନନଗର ସେକ୍ସନ ଅଧୀନରେ ରହିଛି ବାଲିଚନ୍ଦ୍ରପୁରଠାରୁ ବେଣିପୁର ପର୍ଯ୍ୟନ୍ତ ପଟ୍ଟାମୁଣ୍ଡାଇ କେନାଲବନ୍ଧ ରାସ୍ତା। ଅଞ୍ଚଳର ପ୍ରମୁଖ ରାସ୍ତାଭାବେ ପରିଗଣିତ ଏହି କେନାଲବନ୍ଧ ରାସ୍ତାରେ ବିଭିନ୍ନ ଗ୍ରାମର ଛକରେ କେନାଲ ଉପରେ ନିର୍ମାଣ ହୋଇଛି ପୋଲ। କେତେକ ସ୍ଥାନରେ ଚାଷୀଙ୍କ ପାଇଁ ପୋଲ ଉଦ୍ଦିଷ୍ଟ ଥିବାବେଳେ ଅନ୍ୟସ୍ଥାନରେ ସଂଯୋଗୀକରଣ ରାସ୍ତା ପାଇଁ ଉଦ୍ଦିଷ୍ଟ ଅଛି। ବହୁଦିନ ପୂର୍ବରୁ ନିର୍ମାଣ କରାଯାଇଥିବା ଏହି ପୋଲ ଗୁଡ଼ିକର ବିଭାଗୀୟ ରକ୍ଷଣାବେକ୍ଷଣ କରାଯାଉନାହିଁ। ଫଳରେ ଏବେ ପୋଲଗୁଡ଼ିକର ଖୁଣ୍ଟ ଖାଇଯାଇ ଦୁର୍ବଳ ଅବସ୍ଥାରେ ଥିବା ଦେଖାଯାଇଛି। ବର୍ତ୍ତମାନ କେନାଲରେ ପାଣି ନ ଥିବାରୁ ପୋଲଗୁଡ଼ିକର ଅବସ୍ଥା ଦୁର୍ବଳ ଥିବା ପରିଲକ୍ଷିତ ହୋଇଛି। ପୋଲ କଡ଼ରେ ଥିବା ପାଚେରିଗୁଡ଼ିକ ତଳପଟୁ ଖାଇଯାଇ ଝୁଲନ୍ତା ଅବସ୍ଥାରେ ରହିଛି। କେତେବେଳେ ଯେ ପାଚେରିଗୁଡ଼ିକ ଭୁଶୁଡ଼ି ପଡ଼ିବ ତାହା କହିହେବ ନାହିଁ। ତେଣୁ ଏହାକୁ ଶୀଘ୍ର ମରାମତି ପାଇଁ ଦାବି ହୋଇଛି।
ଏହି କେନାଲର ଆମ୍ବସୌରୀ, ଚାରିନଙ୍ଗଳ, ବାହାଦୁରନଗର, କଳାଶ୍ରୀ, ତାରିଣୀ ଛକ ଓ ହନୁମାନ ଛକଠାରୁ ଗଜେନ୍ଦ୍ରପୁର ମଧ୍ୟରେ ୩/୪ ପୋଲ ରହିଥିବାବେଳେ ଖଡ଼ଗପୁର ବଜାର ଓ ବିଦ୍ୟାଳୟ ସମେତ ତିଗିରିଆଠାରୁ ବେଣିପୁର ମଧ୍ୟରେ ୨/୩ ପୋଲ ରହିଛି। ମାତ୍ର ଏହି ପୋଲଗୁଡ଼ିକ ଦୀର୍ଘ ଦିନ ହେବ ମରାମତି ହେଉ ନ ଥିବାରୁ ଧୀରେଧୀରେ ଦୁର୍ବଳ ଆଡ଼କୁ ଗତି କରୁଛି। ବିଶେଷକରି ବାହାଦୁରନଗର ଛକଠାରେ ଥିବା ପୋଲଟି ଅତ୍ୟନ୍ତ ଜରାଜୀର୍ଣ୍ଣ ଓ ଦୁର୍ବଳଥିବା ପରିଲକ୍ଷିତ ହୋଇଛି। ପୋଲର ଖୁଣ୍ଟମୂଳଗୁଡ଼ିକ ଖାଇଯାଇଥିବାବେଳେ ପାଚେରି ମଧ୍ୟ ଦୁର୍ବଳ ଅବସ୍ଥାରେ ଅଛି। ଏହି ପୋଲ ଉପରେ ଗୋପୀନାଥ ବିଦ୍ୟା ମନ୍ଦିରର ଛାତ୍ରୀଛାତ୍ର ନିର୍ଭର କରୁଥିବାବେଳେ କେନାଲ ଆର ପାରିରେ ଥିବା ଶହଶହ ଏକର ଚାଷଜମି ପାଇଁ ଚାରିନଙ୍ଗଳ, ବାହାଦୁରନଗର ଓ କଳାଶ୍ରୀ ଗ୍ରାମର ଚାଷୀ ନିର୍ଭର କରିଥାନ୍ତି। ଆଗକୁ ବର୍ଷାଋତୁ ଆସୁଛି। ଚାଷ ପାଇଁ କେନାଲରେ ପାଣି ଛଡ଼ାଯିବ। ତେଣୁ ଏଥି ପୂର୍ବରୁ ଉକ୍ତ ଦୁର୍ବଳ ପୋଲକୁ ମରାମତି କରିବା ପାଇଁ ବିଦ୍ୟାଳୟର ଛାତ୍ରୀଛାତ୍ର, ଅଭିଭାବକ, ଶିକ୍ଷୟିତ୍ରୀଶିକ୍ଷକ ଓ ଗ୍ରାମର ଶତାଧିକ ଚାଷୀ ସରକାରଙ୍କ ନିକଟରେ ଦାବି କରିଛନ୍ତି। ଏ ସମ୍ପର୍କରେ ଚନ୍ଦନନଗର ସେକ୍ସନ ଯନ୍ତ୍ରୀ ଗୋରାଶଶି ସାହୁଙ୍କୁ ପଚାରିବାରେ ସେ ସ୍ଥିତି ପରଖିବା ପରେ ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଟଗଡ଼ ବ୍ଲକର ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀଙ୍କୁ ଗିରଫ କଲା ଭିଜିଲାନ୍ସ

ଫୁଲବାଣୀ, ୧।୭ (ରାକେଶ କୁମାର ରାଉତ): କନ୍ଧମାଳ ଜିଲାର କୋଟଗଡ଼ ବ୍ଲକରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ (MGNREGS) ଯୋଜନାରେ ହୋଇଥିବା ଦୁର୍ନୀତି ଘଟଣାରେ ବ୍ଲକର ସହକାରୀ ଯନ୍ତ୍ରୀ ଓ କନିଷ୍ଠ…

ଘରୋଇ ସ୍କୁଲ ବସ୍‌ ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ: ଚାଲିଛି ସିସିଟିଭି ଫୁଟେଜ୍‌ ଯାଞ୍ଚ

ବଲାଙ୍ଗୀର, ୧।୭ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ସର୍କିଟ ହାଉସ ନିକଟରେ ବୁଧବାର ସକାଳେ ଏକ ଘରୋଇ ସ୍କୁଲ ବସ୍‌ ଧକ୍କାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ…

କାଲି ଥିଲେ ଶକ୍ତିଶାଳୀ, ଏବେ ମାଛି ଉଡାଉଛନ୍ତି ଏସବୁ ଆଇପିଏସ୍‌ ଅଫିସର

ଭୁବନେଶ୍ୱର,୧।୭(ସୁନିତ୍‌ ମିଶ୍ର): ୧୯୯୭ ବ୍ୟାଚ୍‌ ଆଇପିଏସ୍‌ ଅଫିସର ଡି.ଏସ୍‌. କୁଟ୍ଟେ, ୧୯୯୮ ବ୍ୟାଚ୍‌ ଆଇପିଏସ୍‌ ରବି କାନ୍ତ, ୨୦୦୪ ବ୍ୟାଚ୍‌ ଆଇପିଏସ୍‌ ଆଶିଷ ସିଂ ଏବଂ ୨୦୧୦…

ଟି୨୦ ବିଶ୍ୱକପ୍‌: ଫାଇନାଲରେ ପହଞ୍ଚିଲା ଅଷ୍ଟ୍ରେଲିଆ

ଲଣ୍ଡନ,୩୦ା୬: ଆଶ୍‌ଲେ ଗାର୍ଡନରଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ଓ ବେଥ୍‌ ମୁନିଙ୍କ ଅପରାଜିତ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ଚଳିତ ମହିଳା ଟି୨୦ ବିଶ୍ୱକପ୍‌ ଫାଇନାଲରେ ପ୍ରବେଶ କରିଛି।…

୧ ଜୁଲାଇରୁ ବଦଳିଗଲା ଏହି ୧୦ଟି ବଡ଼ ନିୟମ! ଆଇଟିଆର୍‌, କ୍ରେଡିଟ୍ କାର୍ଡଠାରୁ ଆରମ୍ଭ କରି ପିଏଫ୍‌ ଉଠାଣ ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୧।୭: ଜୁଲାଇ ଆରମ୍ଭ ହୋଇଯାଇଛି। ଆଇଟିଆର୍ (ITR) ଦାଖଲ ସମୟସୀମାଠାରୁ ଆରମ୍ଭ କରି ୟୁପିଆଇ (UPI) ଭିତ୍ତିକ ପିଏଫ୍ (PF) ଟଙ୍କା ଉଠାଣ ଏବଂ କ୍ରେଡିଟ୍ କାର୍ଡର…

ଧରିତ୍ରୀ’ ପ୍ରଭାବ: ଜଗନ୍ନାଥପ୍ରସାଦ ମୁଖ୍ୟ ବଜାରରୁ ହଟିଲା ଅଳିଆ ପାହାଡ଼, ସ୍ୱଚ୍ଛତା ଅଭିଯାନରେ ନିଜେ ସାମିଲ ହେଲେ ବିଡିଓ

ଜଗନ୍ନାଥପ୍ରସାଦ, ୧।୭(ବିଭୁ ପ୍ରସାଦ ପଟ୍ଟନାୟକ): ଅଞ୍ଚଳର ସମସ୍ୟାକୁ ପ୍ରଶାସନର ସାମ୍ନାକୁ ଆଣିବା ଏବଂ ସମାଜରେ ସକାରାତ୍ମକ ପରିବର୍ତ୍ତନର ସୂତ୍ରଧର ସାଜିବା ହିଁ ଜଣେ ସଚେତନ ଖବରଦାତାଙ୍କ ପ୍ରକୃତ କର୍ତ୍ତବ୍ୟ।…

ମାସର ପ୍ରଥମ ଦିନରେ ଶସ୍ତା ହେଲା ସୁନା; ଏତିକି ଖସିଲା ରେଟ! ଜାଣନ୍ତୁ ୧ ଜୁଲାଇର ନୂଆ ରେଟ୍…

ନୂଆଦିଲ୍ଲୀ,୧।୭:  ୧ ଜୁଲାଇ ୨୦୨୬ରେ ସୁନା ଏବଂ ରୂପା ଉଭୟର ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିଛି। କ୍ରମାଗତ ଭାବେ ବଢୁଥିବା ମୂଲ୍ୟ ପରେ ଏବେ ଗ୍ରାହକମାନଙ୍କୁ ସାମାନ୍ୟ…

ତାମିଲନାଡୁଗ୍ୟାସ ଟ୍ରାଜେଡି: ଆଖି ବୁଜିଲେ ଆଉ ଜଣେ ଓଡ଼ିଆ ଯୁବତୀ

ଭୁବନେଶ୍ୱର,୧।୭: ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ୍‌ ଲିକ୍‌ ଘଟଣାରେ ବୁଧବାର ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ଆଉ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri