ନିଯୁକ୍ତି ପ୍ରତିଶ୍ରୁତି ମୂଲ୍ୟହୀନ

ଯାଜପୁର ଅଫିସ,୨ା୬: ଯାଜପୁର ଜିଲା କର୍ମ ନିୟୋଜନ ସଂସ୍ଥା ଥାଇ ବି ମୂଲ୍ୟହୀନ। ବିଗତ ବର୍ଷଗୁଡ଼ିକରେ ପଞ୍ଜିକୃତ ଶିକ୍ଷିତ ଯୁବତୀଯୁବକଙ୍କୁ ଏହି ସଂସ୍ଥା ମାଧ୍ୟମରେ ନିଯୁକ୍ତି ନ ମିଳିବା ଏହି ଅଭିଯୋଗକୁ ସ୍ପଷ୍ଟ କରିଛି। ଜିଲା କର୍ମ ନିୟୋଜନ ସଂସ୍ଥା ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ୨୦୨୧ରୁ ୨୦୨୩ ଏପ୍ରିଲ ପର୍ଯ୍ୟନ୍ତ ସମୁଦାୟ ୧୮,୫୫୩ ଜଣ ପଞ୍ଜିକୃତ କରିଛନ୍ତି। ହେଲେ ଶିଳ୍ପ ସମୃଦ୍ଧ ଯାଜପୁର ଜିଲାରେ ଏଥିରୁ ଜଣଙ୍କୁ ବି ନିଯୁକ୍ତି ମିଳିନାହିଁ। ଏହା ଲଜ୍ଜାକର ଏବଂ ବିଡମ୍ବନା ଛଡା ଅନ୍ୟ କିଛି ନୁହେଁ ବୋଲି ଚର୍ଚ୍ଚା ହେଉଛି। ଅନ୍ୟପକ୍ଷେ ଯାଜପୁରର ଶିକ୍ଷିତ ଯୁବତୀଯୁବକମାନେ ନିଯୁକ୍ତି ପଛରେ ଧାଇଁବେ ନାହିଁ, ବରଂ ସେମାନେ ନିଯୁକ୍ତି ଦେବେ ବୋଲି ବିଭିନ୍ନ ସଭାସମିତିରେ ସ୍ଥାନୀୟ ଲୋକ ପ୍ରତିନିଧି ବଡ଼ବଡ଼ ପ୍ରତିଶ୍ରୁତି ଦେଉଛନ୍ତି। ଅଥଚ ବାହାର ରାଜ୍ୟର ଅଧିକାଂଶ ଠିକାସଂସ୍ଥାଗୁଡିକୁ ଏଠାରେ ନିଯୁକ୍ତି ଦେବାରେ ଲୋକ ପ୍ରତିନିଧିମାନେ ପରୋକ୍ଷରେ ସହଯୋଗ କରି ଓଡିଆ କର୍ମଚାରୀ ଓ ଶ୍ରମିକଙ୍କୁ ଶୋଷଣ କରାଯାଉଛି ବୋଲି ମତପ୍ରକାଶ ପାଇଛି। ଇତିମଧ୍ୟରେ ଖଡଗପୁରରେ ନିଯୁକ୍ତି ପ୍ରକ୍ରିୟାରେ ଓଡ଼ିଆ ଆଶାୟୀଙ୍କୁ ମାଡ ମାରି ତଡି ଦେବା ଘଟଣା ସହ ସ୍ଥାନୀୟ ନିଯୁକ୍ତିରେ ଅଣଦେଖାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି।
ଜିଲାରେ ଗୋଟିଏ ପରେ ଗୋଟିଏ ଶିଳ୍ପ କାରଖାନା ଗଢି ଉଠିବାରେ ଲାଗିଛି। ଇତିମଧ୍ୟରେ ନୂଆ କେତେକ ସିମେଣ୍ଟ କାରଖାନା ଏବଂ ଅନ୍ୟାନ୍ୟ ଛୋଟବଡ ଶିଳ୍ପ ପ୍ରତିଷ୍ଠା ହେଉଛି। ଏସବୁ ଶିଳ୍ପ ସଂସ୍ଥା କିନ୍ତୁ ସ୍ଥାନୀୟ ନିଯୁକ୍ତିକୁ ଜାଣିଶୁଣି ଉପେକ୍ଷା କରି ଚାଲିଛନ୍ତି । ଯେଉଁ କେତେଜଣ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦିଆଯାଉଥିବା କୁହାଯାଉଛି ତାହା ସଂପୂର୍ଣ୍ଣ ଅସ୍ଥାୟୀ ଓ ଠିକା ନିଯୁକ୍ତି, ଦିନ ମଜୁରିଆ କହିଲେ ଅତ୍ୟୁକ୍ତି ନୁହେଁ । ସ୍ଥାନୀୟ କର୍ମଚାରୀ ଓ ଶ୍ରମିକମାନଙ୍କୁ ନିୟନ୍ତ୍ରଣ କରିବାର କ୍ଷମତା କେବଳ ଅଧିକାଂଶ ଅଣଓଡିଆଙ୍କ ହାତରେ ରହିଛି। କେତେକ ଶିଳ୍ପ ସଂସ୍ଥା ନିଜର ଠିକାସଂସ୍ଥା ଖୋଳି ନିଯୁକ୍ତି ଦେବା ନାମରେ ଶୋଷଣ କରି ଚାଲିଛନ୍ତି। ଉଚ୍ଚ ଶିକ୍ଷିତ ଏବଂ ବୈଷୟିକ ଜ୍ଞାନ କୌଶଳରେ ପାରିଦର୍ଶିତା ଥିବା ଓଡିଆ କର୍ମଚାରୀମାନଙ୍କୁ କମ ଦରମା ଦେଇ ଖରାରେ ଖଟାଉଥିବାବେଳେ ସେହି ଦକ୍ଷତା ଓ ଶିକ୍ଷାଗତ ଯୋଗ୍ୟତା ଥିବା ଅଣଓଡିଆଙ୍କୁ ଶୀତତାପ ନିୟନ୍ତ୍ରଣ କୋଠରୀରେ ନିଯୁକ୍ତି ଦିଆଯାଉଛି ବୋଲି ଅଭିଯୋଗ ହେଉଛି। ସ୍ଥାୟୀ ନିଯୁକ୍ତି ପାଇଁ ଜିଲା କର୍ମ ନିୟୋଜନ ସଂସ୍ଥା ମାଧ୍ୟମରେ କମ୍ପଲସରି ନୋଟିଫିକେଶନ ଅଫ ଭେକେନ୍ସି ଆକ୍ଟ ୧୯୫୯ ଅନୁଯାୟୀ ଖାଲି ପଦବୀରେ ନିଯୁକ୍ତି ବ୍ୟବସ୍ଥାକୁ ଉଦ୍ଦେଶ୍ୟମୂଳକ ଭାବେ ଶିଳ୍ପ ସଂସ୍ଥାଗୁଡିକ ଉଲ୍ଲଂଘନ କରି ଚାଲିଛନ୍ତି । ଏଥିରୁ ସ୍ପଷ୍ଟ ଯେ, ଆଇନ କାନୁନ ଓ ନୀତି, ନିୟମ ପ୍ରତି ମଧ୍ୟ ଶିଳ୍ପସଂସ୍ଥାଙ୍କ ବେଖାତିର ମନୋଭାବ ରହି ଆସିଛି । ତଥାପି ଶିକ୍ଷିତ ଯୁବତୀଯୁବକ କର୍ମ ନିୟୋଜନ ସଂସ୍ଥାରେ ପଞ୍ଜିକୃତ କରି ନିଯୁକ୍ତି ଆଶା ଛାଡୁ ନାହାନ୍ତି। ୨୦୨୧ରେ ପୁରୁଷ ୨୯୭୬ ଓ ମହିଳା ୧୩୮୧, ୨୦୨୨ରେ ପୁରୁଷ ୩୩୦୧ ଓ ମହିଳା ୧୨୮୬ ଏବଂ ୨୦୨୩ ଏପ୍ରିଲ ପର୍ଯ୍ୟନ୍ତ ପୁରୁଷ ୫୬୩୧ ଓ ମହିଳା ୩୯୭୮ ଜଣ ପଞ୍ଜିକୃତ କରିଛନ୍ତି। ଅନ୍ୟପକ୍ଷେ ଗତ ୨ ଆର୍ଥିକ ବର୍ଷରେ ପୃଥକ ଭାବେ ୬ ଦିନ କ୍ଷୁଦ୍ର ନିଯୁକ୍ତି ମେଳାର ଆୟୋଜନ ହୋଇଛି। ହେଲେ ଏହି ନିଯୁକ୍ତିମେଳାଗୁଡିକରେ କଳିଙ୍ଗନଗର ଶିଳ୍ପାଞ୍ଚଳର ବୃହତ୍‌ କାରଖାନାଗୁଡିକ ଭାଗ ନେଇ ନାହାନ୍ତି। ଏଭଳି ପ୍ରସଙ୍ଗ ଜିଲାରେ ସର୍ବୋଚ୍ଚ ସ୍ତରରେ ପ୍ରତିନିଧିତ୍ୱ କରୁଥିବା ଜନ ପ୍ରତିନିଧିଙ୍କ ଦୃଷ୍ଟିକୁ ଆସୁନାହିଁ । ବିଧାନସଭା ଓ ସଂସଦରେ ଏଭଳି ଜନ ସମସ୍ୟାକୁ ଉପସ୍ଥାପନ କରି ଜିଲାର ବେକାର ଯୁବତୀ ଯୁବକଙ୍କ ମଙ୍ଗଳ ପାଇଁ ଚିନ୍ତା କରିବା ସମୟ ନାହିଁ । ତଥାପି ଲୋକଙ୍କ ଦରଦି ହେବାର ଅଭିନୟ କରି ଶସ୍ତା ରାଜନୀତିରେ ବ୍ୟସ୍ତ ନେତାଏ ପ୍ରସଙ୍ଗକୁ ଅପ୍ରସଙ୍ଗ ଏବଂ ଅପ୍ରସଙ୍ଗକୁ ପ୍ରସଙ୍ଗ କରିବାରେ ମାତିଛନ୍ତି । ଲୋକଙ୍କ ଆଶା ଅନୁରୂପ ଜନସମସ୍ୟାର ପ୍ରକୃତ ଉପସ୍ଥାପନ ନ ହେବାରୁ ଲୋକ ମଧ୍ୟ ନିରାଶ ହେବାରେ ଲାଗିଛନ୍ତି ।
ଏ ସଂକ୍ରାନ୍ତରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ରଙ୍କୁ ପଚାରିବାରୁ ସେ କହିଛନ୍ତି ସ୍ଥାନୀୟ ନିଯୁକ୍ତିକୁ ପ୍ରାଧାନ୍ୟ ଦେବାକୁ ଶିଳ୍ପ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ପରାମର୍ଶ ଦିଆଯାଉଛି ା


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?